ନୂଆଦିଲ୍ଲୀ: ସରୁନି ମହା’ନାଟକ’ । ନୂଆ ସରକାର ଗଠନ ପରେ ବିଧାୟକଙ୍କ ଅଯୋଗ୍ୟତା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶିବସେନା ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଶିବସେନା ସଦସ୍ୟଙ୍କ ବିରୋଧରେ ଆସିଥିବା ଅଯୋଗ୍ୟତା ପ୍ରସ୍ତାବ ଉପରେ ମହାରାଷ୍ଟ୍ରର ନୂଆ ସ୍ପିକର କୌଣସି କାର୍ଯ୍ୟାନୁଷ୍ଠାନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ ଥିବା ବିଧାୟକ ଓ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦୁଇ ପକ୍ଷରୁ ପିଟିସନ ଦାଏର ହୋଇଥିଲା । ତେବେ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ବେଞ୍ଚ ଗଠନ କରିବେ । ଏଥିପାଇଁ ସମୟର ଆବଶ୍ୟକତା ରହିଛି । କୋର୍ଟ ରାୟ ନଦେବା ପର୍ଯ୍ୟନ୍ତ ସ୍ପିକର କୌଣସି କାର୍ଯ୍ୟାନୁଷ୍ଠାନ ନକରିବାକୁ ପ୍ରଧାନ ବିଚାରପତି ଏନଭି ରମଣା କହିଛନ୍ତି ।
ନୂଆ ସଂସଦ ଭବନରେ ଲୋକର୍ପିତ ହେଲା ରାଷ୍ଟ୍ରୀୟ ପ୍ରତୀକ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂତନ ସଂସଦ ଭବନ ଛାତରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କରିଛନ୍ତି । ଶୌର୍ଯ୍ୟ ଓ ସାହସିକତାର ଏହି ପ୍ରତୀକ ତମ୍ବାରେ ନିର୍ମିତ ଅଟେ । ଜାତୀୟ ପ୍ରତୀକ ଏହି ଅଶୋକ ସ୍ତମ୍ଭର ଉଚ୍ଚତା ୬.୫ ମିଟର ହୋଇଥିବାବେଳେ, ଏହାର ଓଜନ ୯ ହଜାର ୫୦୦ କିଲୋଗ୍ରାମ ଅଟେ । ଆଠଟି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏହାକୁ ତିଆରି କରାଯାଇଛି ।


ନୂତନ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକର ଉନ୍ମୋଚନ ଅବସରରେ ବିଦ୍ଧି ଭାବରେ ପୂଜାର୍ଚ୍ଚନା ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭା ଉପବାଚସ୍ପତି ହରିବଂଶ ନାରାୟଣ ସିଂ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଉପସ୍ଥିତ ରହିଥିଲେ ।


ନୂତନ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନିର୍ମାଣ କରିଥିବା ଶ୍ରମିକଙ୍କୁ ଭେଟିଥିଲେ ଓ ସେମାନଙ୍କ ସହ ଆଲୋଚନା କରିଥିଲେ ।
ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲର ସ୍ଥିତି ପରଖିଲେ ବିଏମସି କମିଶନର
ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ପ୍ରତିଶତ ରାଜଧାନୀରୁ ଚିହ୍ନଟ ହେଉଛନ୍ତି । ଭୁବନେଶ୍ୱରରେ କୋଭିଡ ପଜିଟିଭ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଏକମାତ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । କିଛିଦିନ ତଳେ ସମ୍ କୋଭି ହସ୍ପିଟାଲରେ ଶଯ୍ୟା ସଂଖ୍ୟ ୨୫ ରୁ ୯୦କୁ ବୃଦ୍ଧି ହୋଇଥିଲା । ଆଜି କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ । ସମ୍ କୋଭିଡ ହସ୍ପିଟାଲ ଯାଇ ସ୍ଥିତି ପରଖିଲେ ବିଏମସି କମିଶନର । କୋଭିଡ ହସ୍ପିଟାଲ ବୁଲିବା ସହ ପିପିଇ କିଟ୍ ପିନ୍ଧି ରୋଗୀଙ୍କ କଥାହେବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ବିଜୟ ଅମୃତା କୁଲାଙ୍ଗେ । ହସ୍ପିଟାଲରେ ଥିବା ଡାକ୍ତର ଓ ଷ୍ଟାଫଙ୍କ ସହ ବର୍ତ୍ତମାନ ସ୍ଥିତି ଓ ରୋଗୀଙ୍କ ସଂଖ୍ୟା ପଚାରି ବୁଝିଛନ୍ତି । ଶଯ୍ୟା ସଂଖ୍ୟା ବଢ଼ିବା ଉଚିତ କି ନାହିଁ ତା’ର ଅନୁଧ୍ୟାନ କରିଛନ୍ତି । ଆବଶ୍ୟକ ସ୍ଥଳେ ଆହୁରି ବେଡ୍ ସଂଖ୍ୟା ବୃଦ୍ଧି ପାଇବ ବୋଲି କହିଛନ୍ତି ବିଏମସି କମିଶନର ।
ସ୍ତ୍ରୀ-ଝିଅକୁ ବନ୍ଦୀ କରିରଖିଥିଲେ CRPF ଯବାନ, ଏବେ ଜୀବନ ହାରିଲେ
ଯୋଧପୁର: ରାଜସ୍ଥାନର ଯୋଧପୁରରେ ନିଜ ପରିବାରକୁ ବନ୍ଦୀ କରି ରଖିଥିବା ସିଆରପିଏଫ୍ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଏନେଇ ପୋଲିସ କମିଶନର ରବିଦତ୍ତ ଗୌଡ ସ୍ପଷ୍ଟ କରିଛନ୍ତି । ଏହି ଯବାନ ଜଣଙ୍କ ପ୍ରାୟ ୧୮ ଘଣ୍ଟା ଧରି ନିଜ ପତ୍ନୀ ଓ ୮ ମାସର ଝିଅକୁ ଘରେ ବନ୍ଦ କରି ରଖିଥିଲେ । ଖାଲି ଏତିକି ନୁହେଁ ବାଲକୋନିକୁ ଯାଇ ବାରମ୍ବାର ଫାଙ୍କା ଗୁଳି ଚାଳନା କରୁଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।
ସୂଚନା ଅନୁଯାୟୀ, ଯୋଧପୁରର ସିଆରପିଏଫ୍ ଟ୍ରେନିଂ ସେଣ୍ଟରରେ ଅବସ୍ଥାପିତ ନରେଶ ଜାଟ୍ ରବିବାର ସନ୍ଧ୍ୟା ୫ଟା ସମୟରେ ପରିବାର ସମେତ ନିଜକୁ ସରକାରୀ କ୍ୱାଟରରେ ବନ୍ଦ କରି ଦେଇଥିଲେ । ଏପରିକି ୧୭ ଘଣ୍ଟା ଯାଏଁ କାହା ସହିତ କଥାବାର୍ତ୍ତା କରିନଥିଲେ । ବରଂ ବାଲକୋନିକୁ ଯାଇ ବାରମ୍ବାର ଫାଙ୍କା ଗୁଳି ଚାଳନା କରିଥିଲେ । ପରିବାର ସଦସ୍ୟ ଓ ଅଧିକାରୀମାନେ ବୁଝାସୁଝା କରିଥିଲେ ବି କୌଣସି ରେସପୋନ୍ସ ମିଳିନଥିଲା ।

ଯବାନ ନରେଶ କହିଥିଲେ- ତାଙ୍କର କାହା ଉପରେ ଭରସା ନାହିଁ । କେବଳ ସିଆରପିଏଫ୍ ଆଇଜିଙ୍କ ସହ କଥା ହେବେ, ଯିଏକି ଦିଲ୍ଲୀରେ ନିୟୋଜିତ ଅଛନ୍ତି। ତୁରନ୍ତ ଦିଲ୍ଲୀ ଫୋନ୍ କରାଯିବା ପରେ କାଳବିଳମ୍ବ ନକରି ଆଇଜି ବିକ୍ରମ ସେହଗଲ୍ ଯୋଧପୁର ଅଭିମୁଖେ ବାହାରିଥିଲେ । କିନ୍ତୁ ସେତେବେଳେକୁ ସବୁ ସରି ଯାଇଥିଲା ।
ତେବେ ସେ ଏଭଳି କ’ଣ ପାଇଁ କଲେ ସେନେଇ କାରଣ ଜଣାପଡିନାହିଁ ।
ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା; ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ଉଠାଇନେଲା ପୋଲିସ୍
ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୧୦ ଦିନ ବିତିଲାଣି । କିନ୍ତୁ ଏପର୍ଯ୍ୟନ୍ତ ସସପେନ୍ସ ଉପରୁ ହଟୁନି ପରଦା । ହଷ୍ଟେଲ ଯାଇ ଜଣକ ପରେ ଜଣଙ୍କୁ ପୋଲିସର ସ୍ୱତନ୍ତ୍ର ଟିମ୍ ପଚରାଉଚରା କରିଛି । ସତ ଉପରୁ ପରଦା ହଟାଇବା ପାଇଁ ମନସ୍ତତ୍ତ୍ୱବିତ୍ ମଧ୍ୟ ଲାଗିଛନ୍ତି । ହେଲେ କିଏ ସେହି ଅଭିଯୁକ୍ତ, ସେ ବିଷୟରେ ଟେର ପାଉନି ପୋଲିସ । ଅନ୍ୟପକ୍ଷରେ ନ୍ୟାୟ ଦାବିରେ ଧାରଣାରେ ବସିଥିବା ରୁଚିକାଙ୍କ ମାଆଙ୍କୁ ଉଠାଇ ନେଇଛି ପୋଲିସ । କେବଳ ସେତିକି ନୁହେଁ, ଧାରଣାସ୍ଥଳରେ ଥିବା ଟେଣ୍ଟକୁ ମଧ୍ୟ ପୋଲିସ ଭାଙ୍ଗି ଦେଇଛି । ଘଟଣାକୁ ୧୦ ଦିନ ବିତିଥିବା ବେଳେ, ପୋଲିସ ନ୍ୟାୟ ଦେବା ବିଫଳ ହୋଇଥିବା କହିଛନ୍ତି ରୁଚିକାଙ୍କ ମା’ ।
ସେପଟେ କଲେଜରେ ଶୈକ୍ଷିକ ବାତାବରଣକୁ ନଷ୍ଟ କରାଯାଉଥିବା ଅଭିଯୋଗ ଆଣି ବଡଗଡ଼ ଥାନା ଘେରାଉ କରିଛନ୍ତି ଛାତ୍ରଛାତ୍ରୀ । କଲେଜରେ ପାଠପଢାକୁ ସ୍ୱାଭାବିକ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ରୁଚିକା ଆତ୍ମହତ୍ୟା ଘଟଣାରେ ଯିଏ ଅଭିଯୁକ୍ତ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଘଟଣାରେ ରାଜନୈତିକ ରଙ୍ଗ ନଦେବାକୁ ଦାବି ହୋଇଛି । ସେହିଭଳି ଲେଡିଜ ବାଥରୁମରେ କ୍ୟାମେରା ଲାଗିବା, କଲେଜରେ ସେକ୍ସ ରାକେଟ ଚାଲିବା ଭଳି ବିଭାନ୍ତକାରୀ ମନ୍ତବ୍ୟ ଦେଉଥିବା ଲୋକଙ୍କ ବିରୋଧରେ ଏତଲା ଦିଆଯିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।



