spot_img
Home Blog Page 4029

ଓଡ଼ିଶା ଫୁଡ୍ ପ୍ରୋ ୨୦୨୨ କାର୍ଯ୍ୟକ୍ରମ ଉଦଘାଟିତ, ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବ

ଭୁବନେଶ୍ୱର: ଆରମ୍ଭ ହେଲା ଓଡ଼ିଶା ଫୁଡ୍ ପ୍ରୋ ୨୦୨୨ । କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରାଜ୍ୟ ବିକାଶରେ ଏହା ଏକ ନୂଆ ଯୁଗ ସୃଷ୍ଟି କରିବ। ଜାତୀୟ ଓ ଆନ୍ତର୍ଜାତିକ ମାନଚିତ୍ରରେ ଏହା ଏକ ବାର୍ଷିକ ଇଭେଣ୍ଟ ଭାବେ ପରିଗଣିତ ହେବ ବୋଲି କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ ଅତ୍ୟାଧୁନିକ ସପ୍ଲାଏ ଚେନରେ ଭାଗୀଦାର ହେବେ । ଦେଶ ଓ ବିଦେଶର କମ୍ପାନୀ ମାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏହା ଆକୃଷ୍ଟ କରିବ । ସେଥିପାଇଁ ଏକାଠି ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମଳ ପରବର୍ତ୍ତୀ ଫସଲ କ୍ଷତିକୁ ଏହା ଭରଣା କରିବ। ଯାହାଦ୍ବାରା ଚାଷୀ ଲାଭବାନ ହେବ ।

ଏହି କାର୍ଯ୍ୟ କ୍ରମରେ ଶକ୍ତି ଓ ଏମସଏମଇ ମନ୍ତ୍ରୀ ପ୍ରତାବ ଦେବ ଯୋଗ ଦେଇ କହିଛନ୍ତି, ଓଡ଼ିଶାରେ ସେହି ଶ୍ରେଣୀରେ ଏହା ପ୍ରଥମ । ବିଭାଗୀୟ କର୍ମଚାରୀଙ୍କ ପ୍ରଚେଷ୍ଟା ଦ୍ୱାରା ସଫଳ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ପାଇଁ ମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହା ବ୍ୟତୀତ କହିଛନ୍ତି, ଛୋଟ ନିବେଶକ ଏବଂ ଉଦ୍ୟୋଗ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିବ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପ୍ରିନ୍ସିପାଲ ସେକ୍ରେଟାରୀ ରଞ୍ଜନ ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ ।

ବିଧାୟକଙ୍କ ହାତପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ ଦାବି କଲେ ବିରୋଧୀ ଓ ଶାସକ ଦଳର ସଦସ୍ୟ

ଭୁବନେଶ୍ୱର: ବିଧାୟକଙ୍କ ହାତପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି । ଉଭୟ ଶାସକ ଓ ବିରୋଧୀ ସଦସ୍ୟ ବିଧାୟକ ଏଥିପାଇଁ ଦାବି କରିଛନ୍ତି । ବର୍ତ୍ତମାନ ବିଧାୟକଙ୍କପାଣ୍ଠି ୩ କୋଟି ଟଙ୍କା ରହିଛି । ଏଥିରୁ ୨ କୋଟି ଟଙ୍କା ସାଧାରଣରେ, ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଏବଂ ରାସ୍ତାଘାଟ ନିର୍ମାଣ ପାଇଁ ୫୦ ଲକ୍ଷ ଦିଆଯାଉଛି । ଏହି ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ତଥା ମୂଳ ପ୍ରଶ୍ନକର୍ତ୍ତା ସଞ୍ଜୀବ ମଲିକ କହିଛନ୍ତି, ରାଜ୍ୟର ବଡ଼ ବଡ଼ ମନ୍ଦିରର ବିକାଶ ଚାଲୁ ରହିଛି ।

ମାତ୍ର ଗାଁରେ ଥିବା ଛୋଟଛୋଟ ମନ୍ଦିରର ବିକାଶ ପାଇଁ ବିଧାୟକ ପାଣ୍ଠି କମ୍‌ ପଡୁଛି । ସେଥିପାଇଁ ସାଧାରଣରେ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ୨ କୋଟି ଟଙ୍କାକୁ ୩ କୋଟି କରଯାଉ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ପଡ଼ୋଶୀ ରାଜ୍ୟରେ ବିଧାୟକ ପାଣ୍ଠି 5 କୋଟି ଟଙ୍କା ରହିଛି । ଆମ ରାଜ୍ୟରେ ଏହାକୁ ୩ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରଯାଉ ।

ସରସ୍ୱତୀ ଶିଶୁ ମନ୍ଦିରକୁ ବିଧାୟକ ପାଣ୍ଠିରୁ କିପରି ଅନୁଦାନ ଦେବା ବ୍ୟବସ୍ଥା କରଯାଉ । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ରାସ୍ତାଘାଟ ନିର୍ମାଣ, କୋଭିଡ୍‌ ଏବଂ ଉଚ୍ଚଶିକ୍ଷା ପାଇଁ ଧାର୍ଯ୍ୟ ଅର୍ଥ ସୀମାକୁ ଉଠାଯାଇ ସାଧାରଣ ଖର୍ଚ୍ଚକୁ ୩ କୋଟି ଟଙ୍କା କରାଯାଉ ବୋଲି ସାଲୁଜା କହିଛନ୍ତି।. ଅନ୍ୟପଟେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର ପ୍ରସ୍ତାଵ ନାହିଁ ।

ସମୟ ଆସିଲେ ବିଚାର କରାଯିବ । ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ଆନ୍ଧ୍ର ପ୍ରଦେଶରେ 2 କୋଟି ଥିବା ବେଳେ ତେଲଙ୍ଗାନାରେ ୫ କୋଟି, ଛତିଶଗଡ଼ରେ ୪ କୋଟି, ପଶ୍ଚିମବଙ୍ଗରେ ୬୦ ଲକ୍ଷ, ଝାଡ଼ଖଣ୍ଡରେ ୪ କୋଟି, ମହାରାଷ୍ଟ୍ର ରେ ୫ କୋଟି ଏବଂ ଉତ୍ତର ପ୍ରଦେଶରେ ୫ କୋଟି ଟଙ୍କା ରହିଛି । ଏନେଇ ଅଧିକାରୀମାନଙ୍କ ସହ ଆଲୋଚନା କରି ଗୃହକୁ ଜଣାଇବାକୁ ଯୋଜନା ଓ ସଂଯୋଜନ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

 

ଇଡି କାର୍ଯ୍ୟାଳୟରେ ସୋନିଆ, କଂଗ୍ରେସର ପ୍ରତିବାଦ

ନୂଆଦିଲ୍ଲୀ: ଇଡିରେ ହାଜର ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ପଚରା ଉଚରା କରିବ । ତାଙ୍କ ସହ କଂଗ୍ରେସ ମହାସଚିବ ତଥା ଝିଅ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ଯାଇଛନ୍ତି । ଅବଶ୍ୟ ଦୁଇ ଜଣଙ୍କୁ ଆଜି ପଚରା ଉଚରା କରିବନି । ଏମାନେ କେବଳ ମା’ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଯାଇଛନ୍ତି ।

ପଚରାଉଚରା ପାଇଁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲା । କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କଂର୍ମୀ ଓ ନେତା ବିରୋଧ କରୁଛନ୍ତି । ସଡକରୁ ସଂସଦ ସବୁଠୁ ବିରୋଧ କରାଯାଇଛି । କଂଗ୍ରେସ ମୁଖ୍ୟାଳୟ, ସଂସଦ ଭବନ, ଦିଲ୍ଲୀ ରାଜରାସ୍ତା ଏବଂ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି । କଂଗ୍ରେସ କହିଛି ସରକାରଙ୍କ ବିରୋଧରେ ଉଠୁଥିବା ସ୍ୱରକୁ ଚାପିବା ପାଇଁ କେନ୍ଦ୍ର ଯାଞ୍ଚ ଏଜେନ୍ସିଗୁଡିକର ବ୍ୟବହାର କରୁଛି ।

ଆଇନଶୃଙ୍ଖଳା ରକ୍ଷା ପାଇଁ ଦିଲ୍ଲୀ ପୋଲିସ ହାଇଆଲର୍ଟରେ ରହିଛି । ଅନେକ ସ୍ଥାନରେ ପୋଲିସ ଓ କଂଗ୍ରେସକର୍ମୀ ମଧ୍ୟରେ ଧସ୍ତା ଧସ୍ତି ଦୃଶ୍ୟ ମଧ୍ୟ ଦେଖାଯାଇଛି । ନୂଆଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ କରାଯାଇଛି । କଂଗ୍ରେସ ହେଡକ୍ବାର୍ଟର୍ସ, ସୋନିଆ ଗାନ୍ଧୀଙ୍କ ବାସଭବନ ଓ ଇଡି ଅଫିସ ଆଗରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ପୂର୍ବରୁ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏପଟେ ୧୩ ବିରୋଧୀ ଦଳ କଂଗ୍ରେସର ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାଗ ନେଇଛନ୍ତି । ପ୍ରସଙ୍ଗ ଥିଲା କେନ୍ଦ୍ର ସରକାରଙ୍କ ପ୍ରତିଶୋଧର ରାଜନୀତି ।

ବିରୋଧୀମାନେ ଅଭିଯୋଗ କରିଛନ୍ତି ଯାଞ୍ଚ ଏଜେନ୍ସିଗୁଡିକର ବ୍ୟବହାର କରି କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ ହଇରାଣ କରୁଛନ୍ତି । ତେବେ ଏହି ବୈଠକରେ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆଏସ ମଧ୍ୟ ସାମିଲ ଥିଲା । ପୂର୍ବରୁ ଟିଆରଏସ କଂଗ୍ରେସଠାରୁ ଦୂରତା ଅବଲମ୍ବନ କରୁଥିଲା । ସଂସଦ ଅଧିବେଶନକୁ ମଧ୍ୟ କଂଗ୍ରେସ ସମେତ ବିରୋଧ ଦଳ ପ୍ରତ୍ୟାଖ୍ୟାନ କରି ସୋନିଆଙ୍କ ପଚରାଉଚରାକୁ ବିରୋଧ କରାଯାଇଛି ।

 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ଅଭିନେତା ଆର୍ ମାଧବନ ଓ ପରିବାର, ପ୍ରଶଂସା କରି କହିଲେ ଏଭଳି କଥା

ଭୁବନେଶ୍ୱର: ୨୨ ବର୍ଷ ଧରି ଲଗାତର ମୁଖ୍ୟମନ୍ତ୍ରୀ ରହିବା କେବେ ନଶୁଣା ଯାଇଥିବା ଭଳି ଘଟଣା । କେବଳ ରାଜନୈତିକ ଅଙ୍କକଶା ଦ୍ୱାରା ଲମ୍ବା ଅବଧି ପାଇଁ କ୍ଷମତାର କେହି ରହିପାରିବେ ନାହିଁ । ଏଥିପାଇଁ ଲୋକ ସମର୍ଥନ ଆବଶ୍ୟକ । ଭୁବନେଶ୍ୱର ବହୁତ ସୁନ୍ଦର ଓ ସଫା । କଳିଙ୍ଗ ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ କିଛି କରିଛନ୍ତି । ଏହା ହେଉଛି ଅଭିନେତା ମାଧବନଙ୍କ ଶବ୍ଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୁଳକ ସାକ୍ଷାତ କାଳରେ ସେ ଏହା କହିଛନ୍ତି ।

ବଲିଉଡ୍ ଓ ସାଉଥ୍ ଫିଲ୍ମ ଦୁନିଆର ପ୍ରସିଦ୍ଧ ଅଭିନେତା ଆର. ମାଧବନ ଓ ପରିବାର ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତ କାଳରେ ମୁଖ୍ୟମନ୍ତ୍ରୀ ମାଧବନଙ୍କ ପୁଅ ଭେଦାନ୍ତଙ୍କୁ ତାଙ୍କ ଉପଲବ୍ଧି ପାଇଁ ଶୁଭେଛା ଜଣାଇବା ସହିତ ସେ ଭାରତ ପାଇଁ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିବେ ବୋଲି ଆଶା ବ୍ୟକ୍ତ କରିଥିଲେ ।

ଏହି ସମୟରେ ମାଧବନ କଳିଙ୍ଗ ଷ୍ଟାଡିୟମରେ ହୋଇଥିବା କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଖେଳାଳୀଙ୍କ ରହିବା ପାଇଁ ଷ୍ଟାଡିୟମରେ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ଚମତ୍କାର । ମୁଖ୍ୟମନ୍ତ୍ରୀ ମଧ୍ୟ ନିକଟରେ ମୁକ୍ତିଲାଭ କରିଥିବା ମାଧବନଙ୍କ ଫିଲ୍ମ ରକେଟାରୀର ଉଲ୍ଲେଖ କରି ଫିଲ୍ମକୁ ପ୍ରଶଂସା କରିଥିଲେ । ଉତ୍ତରରେ ମାଧବନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂର ପ୍ରସ୍ତାବ ଦେଇଥିଲେ । ଭୁବନେଶ୍ୱରର ପରିବେଶକୁ ମାଧବନ ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ, ଭୁବନେଶ୍ୱର ବହୁତ ସଫାସୁତରା । ମୁଁ ଅଧିକ ଦେଖିନାହିଁ କିନ୍ତୁ ଯେତିକି ଦେଖିଛି ସେଥିରୁ ଭୁବନେଶ୍ୱର ବେସ ସ୍ୱଛ । ୨୨ ବର୍ଷ ଧରି ଲଗାତର ମୁଖ୍ୟମନ୍ତ୍ରୀ ରହିବା ଆଶ୍ଚର୍ଯ୍ୟଜନକ ଓ କେବଳ ରାଜନୈତିକ ଗଣିତ ଦ୍ୱାରା ଏହା ସମ୍ଭବ ନୁହେଁ ବୋଲି ମାଧବନ କହିଥିଲେ । ଏହି ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ମାଧବାନ ଏବଂ ପରିବାରକୁ ହକି ଇଣ୍ଡିଆର ଜର୍ସି ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ମାଧବନଙ୍କ ସହିତ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ସ୍ୱିମିଙ୍ଗ ପ୍ରତିଯୋଗିତାରେ ଅତିଥି ଭାବେ ଆର ମାଧବନ ଯୋଗ ଦେଇଥିଲେ । ତାଙ୍କ ପୁଅ ଭେଦାନ୍ତ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ଆରମ୍ଭ ହେଲା ଗଣତି, ଆଜି ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: କିଏ ହେବେ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି। କାହାର ନୂଆ ଠିକଣା ହେବ ରାଇସିନା ହିଲସ। ଆଉ କିଛି ସମୟର ଅପେକ୍ଷା, ଆସିବ ଫଳାଫଳ । ଦିନ ୧୧ଟାରୁ ଆରମ୍ଭ ହୋଇଛି ଗଣତି। ସମର୍ଥନ ଦୃଷ୍ଟିରୁ ଦେଖିବାକୁ ଗଲେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ ବୋଲି ଆକଳନ କରାଯାଉଛି । କଂଗ୍ରେସକୁ ଛାଡି ଦେଶର ୪୦ରୁ ଅଧିକ ଦଳ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ ଦେଇଛନ୍ତି ।

ବିଜେଡି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ପଠାଇବା ପାଇଁ ଜୋରଦାର ପ୍ରୟାସ କରିଛି । ନବୀନ ନିଜେ ଏଥିପାଇଁ ଦମ ଲଗାଇ ଦେଇଥିଲେ । ଦଳମତ ନିର୍ବିଶେଷରେ ସମସ୍ତ ଓଡିଆ ଏମପି ଓ ସାଂସଦଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ । ତେବେ ୬୦ ପ୍ରତିଶତରୁ ଅଧିକ ଭୋଟ ଦ୍ରୌପଦୀ ମୁର୍ମୁଙ୍କୁ ମିଳିବ ବୋଲି ଆଶା କରାଯାଉଛି । ବିରୋଧୀଙ୍କ ପ୍ରାର୍ଥୀ ଯଶବନ୍ତ ସିହ୍ନା ଦ୍ରୌପଦୀ ମୁର୍ମୁଙ୍କୁ କଡା ଟକ୍କର ନଦେଲେ ତାଙ୍କୁ ଅଳ୍ପ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିବ।

ପାଖାପାଖି ୪୦ ପ୍ରତିଶତ ଭୋଟ୍‌ ଯଶବନ୍ତ ସିହ୍ନାଙ୍କୁ ମିଳିପାରେ। ନିର୍ବାଚନ ପାଇଁ ମୋଟ୍‌ ବିଧାୟକ ଓ ସାଂସଦଙ୍କ ଭୋଟର ମୁଲ୍ୟ ରହିଛି ୧୦ ଲକ୍ଷ ୮୬ ହଜାର ୪୩୧ । ଅନ୍ୟ ନିର୍ବାଚନ ଭଳି ଏଥିରେ ମଧ୍ୟ ୫୦ ପ୍ରତିଶତ ଭୋଟ ମିଳିଲେ ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯିବ। ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ସର୍ବୋଚ୍ଚ ସ୍ଥାନରେ ଅଧିଷ୍ଠିତ ହେବେ । ଆସନ୍ତା ୨୫ରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହେବ ।

ହୋଟେଲ ‘ନିମନ୍ତ୍ରଣ’ରେ ଘୋଟାଲା, ବନ୍ଧାହେଲେ ଓଟିଡିସି ନିମନ୍ତ୍ରଣର ମ୍ୟାନେଜର

ଭୁବନେଶ୍ୱର: ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣ’ରେ ଘୋଟାଲା । ବନ୍ଧାହେଲେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ । ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇ । ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଦୁଇ କର୍ମଚାରୀ ।

ଅଡିଟ ବେଳେ ଜଣାପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଗତକାଲି ଗିରଫ କରି କୋର୍ଟଚାଲାଣ କରିଛି ସହିଦନଗର ଥାନା ପୋଲିସ । ସରକାରୀ ଅର୍ଥ ଆତ୍ମସାତ କରିଥିବାରୁ ସ୍ୱତନ୍ତ୍ର ଆଇନ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଏମାନଙ୍କ ସହ ଏହି କାର୍ଯ୍ୟରେ ଆଉ କେହି ସାମିଲ ଥିଲେ ନା କେବଳ ଦୁଇଜଣ ଅର୍ଥ ହଡପ କରିଛନ୍ତି ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ ।

୧୧ ଟାରେ ଭୋଟ ଗଣତି । ସିହ୍ନା ନା ମୁର୍ମୁ, କିଏ ହେବେ ଆଗାମୀ ରାଷ୍ଟ୍ରପତି?

ନୂଆଦିଲ୍ଲୀ: ରାଇସିନା କାଉଣ୍ଟଡାଉନ୍ । କିଏ ହେବ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି । କାହାର ନୂଆ ଠିକଣା ହେବ ରାଇସିନା ହିଲସ । ଆଜି ଆସିବ ଫଳାଫଳ । ଦିନ ୧୧ଟାରୁ ଆରମ୍ଭ ହେବ ଗଣତି । ସମର୍ଥନ ଦୃଷ୍ଟିରୁ ଦେଖିବାକୁ ଗଲେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ ବୋଲି ଆକଳନ କରାଯାଉଛି । କଂଗ୍ରେସକୁ ଛାଡି ଦେଶର ୪୦ରୁ ଅଧିକ ଦଳ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ ଦେଇଛନ୍ତି ।

ବିଜେଡି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ପଠାଇବା ପାଇଁ ଜୋରଦାର ପ୍ରୟାସ କରିଛି । ନବୀନ ନିଜେ ଏଥିପାଇଁ ଦମ ଲଗାଇ ଦେଇଥିଲେ । ଦଳମତ ନିର୍ବିଶେଷରେ ସମସ୍ତ ଓଡିଆ ଏମପି ଓ ସାଂସଦଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ । ତେବେ ୬୦ ପ୍ରତିଶତରୁ ଅଧିକ ଭୋଟ ଦ୍ରୌପଦୀ ମୁର୍ମୁଙ୍କୁ ମିଳିବ ବୋଲି ଆଶା କରାଯାଉଛି । ବିରୋଧୀଙ୍କ ପ୍ରାର୍ଥୀ ଯଶବନ୍ତ ସିହ୍ନା ଦ୍ରୌପଦୀ ମୁର୍ମୁଙ୍କୁ କଡା ଟକ୍କର ନଦେଲେ ତାଙ୍କୁ ଅଳ୍ପ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିବ ।

ପାଖାପାଖି ୪୦ ପ୍ରତିଶତ ଭୋଟ୍‌ ଯଶବନ୍ତ ସିହ୍ନାଙ୍କୁ ମିଳିପାରେ । ନିର୍ବାଚନ ପାଇଁ ମୋଟ୍‌ ବିଧାୟକ ଓ ସାଂସଦଙ୍କ ଭୋଟର ମୁଲ୍ୟ ରହିଛି ୧୦ ଲକ୍ଷ ୮୬ ହଜାର ୪୩୧ । ଅନ୍ୟ ନିର୍ବାଚନ ଭଳି ଏଥିରେ ମଧ୍ୟ ୫୦ ପ୍ରତିଶତ ଭୋଟ ମିଳିଲେ ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯିବ । ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ସର୍ବୋଚ୍ଚ ସ୍ଥାନରେ ଅଧିଷ୍ଠିତ ହେବେ । ଆସନ୍ତା ୨୫ରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହେବ ।

କେମିତି ହେବ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ?

ପ୍ରଥମେ ବାଲଟ ପେପର ଗୁଡ଼ିକ ସଜାଯାଏ । ରିଟର୍ଣ୍ଣି ଅଫିସରଙ୍କ ଦ୍ବାରା ବାଲଟ ପେପରର ଯାଞ୍ଚ ହେବ । ଦ୍ରୌପଦୀ ମୁର୍ମୁ ଓ ଯଶଓ୍ବନ୍ତ ସିହ୍ନାଙ୍କ ଲାଗି ରହିବ ଦୁଇଟି ଟ୍ରେ । ପ୍ରଥମେ ବିଧାୟକ ଓ ପରେ ସାଂସଦ ମାନଙ୍କର ବାଲଟ ପେପର ସଜାଯିବ । ପ୍ରତି ସାଂସଦଙ୍କ ଭୋଟ ମୂଲ୍ୟ ୭୦୦ ରହିଛି । ରାଜ୍ୟର ଜନସଂଖ୍ୟା ଅନୁସାରେ ରହିଛି ବିଧାୟକଙ୍କ ଭୋଟ ମୂଲ୍ୟ । ବାଲଟ ପେପର ସଜାଯିବା ପରେ ଗଣତି ଆରମ୍ଭ ହେବ । ପାର୍ଲାମେଣ୍ଟର ରୁମ ନଂ ୭୩ରେ ପ୍ରତିଷ୍ଠା ହୋଇଛି ମିଡିଆ ଷ୍ଟାଣ୍ଡ । ଗଣତି ଆରମ୍ଭ ହେବା ପରେ ମିଡିଆ ଷ୍ଟାଣ୍ଡରେ ପ୍ରକାଶ ପାଇବ ଫଳ । ରାଷ୍ଟ୍ରପତି ଲାଗି ଭୋଟ ଗଣତି ହେବ ଭିନ୍ନ ପ୍ରଣାଳୀରେ । ପ୍ରାର୍ଥୀ ଯେତିକି ଭୋଟ ପାଇଥିବେ ତାହାକୁ ୨ରେ ହରଣ କରାଯିବ। ଫଳାଫଳରେ ମିଶାଯିବ ୧ ।

ହାଜର ହେବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ମୁମ୍ବାଇ: ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଆଜି ଇଡି ସୋନିଆଙ୍କୁ ପଚରାଉଚରା କରିବ। ଦୁର୍ନୀତି ସମ୍ପର୍କରେ ଅନେକ ପ୍ରଶ୍ନର ଉତ୍ତର ଦେବେ ସୋନିଆ। ଏହା ପୂର୍ବରୁ ବିରାଟ ଆନ୍ଦୋଳନ କରିବାକୁ ଯୋଜନା କରିଛି କଂଗ୍ରେସ।

କେନ୍ଦ୍ର ସରକାର ନିଜର ସ୍ବାର୍ଥ୍ୟ ପାଇଁ ତଦନ୍ତକାରୀ ସଂସ୍ଥାକୁ ଅପବ୍ୟବହାର କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ପୂର୍ବରୁ କରୋନା ପାଇଁ ହସ୍ପିଟାଲରେ ସୋନିଆ ଭର୍ତ୍ତି ହୋଇଥିବା ବେଳେ ସେ ଇଡିରେ ହାଜର ହୋଇପାରିନଥିଲେ। ସେ ସୁସ୍ଥ ହେବା ପରେ ହାଜର ହେବେ ବୋଲି ଇଡିକୁ ସମୟ ମାଗିଥିଲେ। ଏପଟେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ନେଇ ପଚରାଉଚରା କରିଛି ଇଡି।

ଦ୍ରୌପଦୀଙ୍କ ପାଇଁ ଉତ୍ସବ ମୁଖର ମୟୂରଭଞ୍ଜ, ପ୍ରସ୍ତୁତ ହେଉଛି ୫୦ କୁଇଣ୍ଟାଲ ଲଡୁ

ମୟୂରଭଞ୍ଜ: ଆଜି ଆସିବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ସମର୍ଥନ ଦୃଷ୍ଟିରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରନ୍ତି ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ। ନିର୍ବାଚନରେ ବାଜିମାତ୍ କଲେ ଦେଶର ମହାମହିମ ହେବେ ଜଣେ ଓଡ଼ିଆ ଝିଅ।

ତେବେ ନିର୍ବାଚନୀ ଫଳାଫଳ ଘୋଷଣା ପୂର୍ବରୁ ଖୁବ୍ ଉତ୍ସାହିତ ମୟୂରଭଞ୍ଜବାସୀ। ବିଜୟ ଉତ୍ସବ ପାଳିବା ପାଇଁ ପ୍ରସ୍ତୁତ ହୋଇଛି ୫୦ କୁଇଣ୍ଟାଲର ଲଡ଼ୁ। ଆଜି ଫଳାଫଳ ବାହାରିବା ପରେ ପରସ୍ପରକୁ ଲଡ଼ୁ ଖୁଆଇ ଉତ୍ସବ ମନାଇବେ ମୟୂରଭଞ୍ଜବାସୀ।

ଉଲ୍ଲେଖଯୋଗ୍ୟ, ସମର୍ଥନ ଦୃଷ୍ଟିରୁ ଦେଖିବାକୁ ଗଲେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ। ରାଇସିନାରେ ମୁର୍ମୁ ବସିବା ଏକ ପ୍ରକାର ସ୍ପଷ୍ଟ।  କଂଗ୍ରେସକୁ ଛାଡି ଦେଶର ୪୦ରୁ ଅଧିକ ଦଳ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ ଦେଇଛନ୍ତି। ବିଜେଡି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ପଠାଇବା ପାଇଁ ଜୋରଦାର ପ୍ରୟାସ କରିଛି। ନବୀନ ନିଜେ ଏଥିପାଇଁ ଦମ ଲଗାଇ ଦେଇଥିଲେ ।

ଦଳମତ ନିର୍ବିଶେଷରେ ସମସ୍ତ ଓଡିଆ ଏମପି ଓ ସାଂସଦଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ । ତେବେ ୬୦ ପ୍ରତିଶତରୁ ଅଧିକ ଭୋଟ ଦ୍ରୌପଦୀ ମୁର୍ମୁଙ୍କୁ ମିଳିବ ବୋଲି ଆଶା ।

 

୪୮ତମ ଜାତୀୟ ଜୁନିୟର ଆକ୍ବାଟିକ ଚାମ୍ପିଅନସିପ୍ ଉଦଯାପିତ

ଭୁବନେଶ୍ବର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୪୮ତମ ଜାତୀୟ ଜୁନିୟର ଆକ୍ବାଟିକ ଚାମ୍ପିଅନସିପ୍ ଉଦଯାପିତ। ବିଜୁ ପଟ୍ଟନାୟକ ସୁଇମିଙ୍ଗପୁଲ କମ୍ପ୍ଲେକ୍ସରେ ୧୬ ତାରିଖରୁ ଚାଲିଥିଲା ଏହି ପ୍ରତିଯୋଗିତା। ଏଥିରେ ସର୍ବାଧିକ ୭୮ଟି ପଦକ ସହ ମେଡାଲ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି କର୍ଣ୍ଣାଟକ।

ସେହିପରି ୪୨ ପଦକ ସହ ମହାରାଷ୍ଟ୍ର ଦ୍ବିତୀୟ ଏବଂ ୧୭ ପଦକ ସହ ତେଲେଙ୍ଗାନା ତୃତୀୟ ସ୍ଥାନରେ ରହିଛି। ତେବେ ଓଡ଼ିଶାକୁ କୌଣସି ପଦକ ମିଳିନାହିଁ । ଦେଶରୁ ୮୫୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସୁଇମିଙ୍ଗରେ ୨୫୪ ଜଣ ବାଳିକା ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୫୨୮ ଜଣ ଓ ଓ୍ବାଟର୍ ପୋଲୋରେ ୧୦୫ ଜଣ ବାଳିକା ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୩୨୫ ଜଣ ଭାଗ ନେଇଥିଲେ ।

ଅପରପକ୍ଷେ ଓଡିଶାରୁ ୧୨ ଜଣ ବାଳକ ଓ ୮ ଜଣ ବାଳିକା ସମେତ ଥିଲେ ୨୦ ଜଣ ପ୍ରତିଯୋଗୀ ରହିଥିଲେ। ଉଦଯାପନୀ ଉତ୍ସବରେ ପ୍ରସିଦ୍ଧ ଅଭିନେତା ଆର. ମାଧବନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।