କଳାଭୂମି ପକ୍ଷରୁ ଆରମ୍ଭ ହୋଇଛି ଅହିଂସା ମହୋତ୍ସବ ୨୦୨୨

ଭୁବନେଶ୍ୱର: କଳାଭୂମି ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ଅହିଂସା ମହୋତ୍ସବ ୨୦୨୨। ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏହି ଉତ୍ସବ ପାଳନ କରାଯାଉଛି । ଅହିଂସା ମହୋତ୍ସବ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାନ୍ଧୀଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗୀତା କରାଯାଇଛି ।

ଉତ୍ସବରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ର, ଏସିପି ବିଷ୍ଣୁ ପ୍ରସାଦ ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଅହିଂସାକୁ ପାଥେୟ କରି ଆଗେଇଯିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ମେୟର ।

ସେହିପରି ଅହଙ୍କାର ପରିତ୍ୟାଗ କରି ପିଲାମାନେ ଅହିଂସା ମାର୍ଗ ଆପଣେଇବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର । ସନ୍ଧ୍ୟାରେ ଉଦଯାପନୀ ଉତ୍ସବ ଥିବା ବେଳେ ୩ ଜଣ ବ୍ୟକ୍ତିବିଶେଷଙ୍କୁ ଅହିଂସା ସମ୍ମାନରେ ସମ୍ମାନୀତ କରିବ କଳାଭୂମୀ ଅନୁଷ୍ଠାନ ।