ତୁମର ହାଇଟ୍ ଠିକ୍ ଅଛି, ଖାଲି ବଡ଼ି ଦେଖିବାକୁ ଚାହୁଁଛି…. ରଙ୍ଗୀନ ଦୁନିଆର କାହାଣୀ କହିଲେ କନିଷ୍କା

1 min read

ନୂଆଦିଲ୍ଲୀ: ‘ଦୀୟା ଓ ବାତି ହମ୍’ର ଆକ୍ଟ୍ରେସ୍ କନିଷ୍କା ସୋନିରେ ବିଗବସ୍ ୧୬ର କଣ୍ଟେଷ୍ଟେଣ୍ଟ ସାଜିଦ ଖାନଙ୍କ ଉପରେ ଲଗାଇଛନ୍ତି ଗୁରୁତର ଅଭିଯୋଗ । ସାଜିଦ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ।

କନିଷ୍କା କହିଛନ୍ତି-  ତୁମର ହାଇଟ୍-ବଡି ବହୁତ ଭଲ । ସତରେ ତୁମେ ଲିଡ୍ ମାଟେରିଆଲ୍ । ଖାଲି ପେଟ ଦେଖାଅ, ମୁଁ ବଡି ଦେଖିବାକୁ ଚାହୁଁଛି। ଏସବୁ ଶୁଣିକି ମୁଁ ଡରି ଯାଇଥିଲି, ଖରାପ ମଧ୍ୟ ଲାଗିଥିଲା । ଜାଣିନଥିଲି ପିକ୍ଚର କରିବା ଲାଗି ଏମିତି ସବୁ କରିବାକୁ ପଡ଼ିବ।

ସେ ଆହୁରି ମଧ୍ୟ କହିଛନ୍ତି- ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି କେହି ମୋତେ ମିଳିଲେନି, ଯିଏକି ଡିମାଣ୍ଡ କରୁନଥିବେ । ଲିଡ୍ ଆକ୍ଟେ୍ରସଙ୍କୁ ମଧ୍ୟ ରାତରାତି ପ୍ରଡ୍ୟୁସର କିମ୍ବା ଡାଇରେକ୍ଟରଙ୍କ ଗର୍ଲଫ୍ରେଣ୍ଡ ସହ ରିପ୍ଲେସ୍ କରିଦିଆଯାଏ । ଏଭଳି ଘଟଣାକୁ  ମୁଁ ୧୫ ବର୍ଷ ଧରି ଭୋଗୁଛି । ହେଲେ ଆଉ ଧୈର୍ଯ୍ୟ ନାହିଁ ।

କାହିଁକି ଡରନ୍ତି କନିଷ୍କା?

ଜଣେ ମଧ୍ୟବିତ୍ତ ପରିବାରରୁ ଆସୁଥିବା ଝିଅ ପାଇଁ ଗ୍ଲାମର ଦୁନିଆରେ ପାଦ ଥାପିବା କିଛି ସହଜ କଥା ନୁହେଁ । ମୁଁ ଆଉ ସେଲିବ୍ରିଟିଙ୍କ ନାଁ ନେଇପାରିବି ନାହିଁ । ସିଦ୍ଧୁ ମୁସେୱାଲା, ସୁଶାନ୍ତ ସିଂହ ରାଜପୁତ କିମ୍ବା ସୋନାଲି ଫୋଗଟଙ୍କ ମୃତ୍ୟୁ ଖବର ପାଇବା ପାଇ ମୁଁ ଡରି ଯାଇଛି । ମୁଁ ଯଦି ଇଣ୍ଡଷ୍ଟି୍ରର ବଡବଡିଆଙ୍କ ନାମ ନେବି, ତାହେଲେ ଜାଣିନି ସେମାନେ ମୋ ସହ କ’ଣ କରିବେ ବୋଲି କୁହନ୍ତି କନିଷ୍କା । ତେବେ କନିଷ୍କା ଦୀର୍ଘ ଦିନ ହେବ ଭାରତ ଛାଡ଼ିସାରିଛନ୍ତି ।