ଆହତ ସୈନ୍ୟବାହିନୀ କୁକୁର ’ଜୁମ୍’ର ମୃତ୍ୟୁ, ଆତଙ୍କବାଦୀଙ୍କୁ ମାରିବାରେ ସାହାଯ୍ୟ କରିଥିଲା

1 min read

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ବେଳେ ଆହତ ହୋଇଥିଲା ସେନା କୁକୁର ‘ଜୁମ୍’ । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ଏହି ଆର୍ମି ଡଗର ମୃତ୍ୟୁ ହୋଇଥିବା ସେନା ପକ୍ଷରୁ ସୂଚନା ମିଳିଛି । ଆଡଭାନ୍ସ  ଫିଲ୍ଡ ଭେଟେରିନାରି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ  ଦିନ ୧୨ଟାରେ ଜୁମର ମୃତ୍ୟୁ ହୋଇଛି । ସେନା ଅଧିକାରୀଙ୍କ କହିବାନୁସାରେ ଆଜି ଦିନ ୧୧.୪୫ ପର୍ଯ୍ୟନ୍ତ ଜୁମ୍ ର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିଲା ।

ରିପୋର୍ଟ ଅନୁସାରେ ୧୦ତାରିଖରେ ଅନନ୍ତନାଗର କୋକେରନାଗରେ ଅପରେସନ୍ ଚାଲିଥିବା ବେଳେ ଜୁମ୍ ଆତଙ୍କବାଦୀଙ୍କ ସହ ଲଢିଥିଲା ଜୁମ୍ । ଆତଙ୍କବାଦୀ ଲୁଚି ରହିଥିବା ଗୋଟିଏ ସନ୍ଦିଗ୍ଧ ଘର ଭିତରକୁ ଜୁମ୍‌କୁ ଛଡ଼ା ଯାଇଥିଲା । ଜୁମ୍ ମଧ୍ୟ ଆତଙ୍କବାଦୀଙ୍କୁ ଠାବ କରି ସେମାନଙ୍କୁ ଆକ୍ରମଣ କରିଥିଲା । ତେବେ ଏହି ଲଢ଼େଇ ବେଳେ ଦୁଇଟି ଗୁଳି ତା’ ଦେହରେ ମାଡ଼ ହେବାରୁ ସେ ଗୁରୁତର ହୋଇଥିଲା ।

ଏହି ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର ଦୁଇ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜୁମ୍ ସମେତ ଦୁଇ ଯବାନ ଆହତ ହୋଇଛନ୍ତି । ତେବେ ଜୁମ୍ ‘ଅପରେସନ୍ ତାଙ୍ଗପାୱାସ’ କମ୍ବାଟ୍ ଟିମର ଏକ ଅଂଶ ଥିଲା ବୋଲି ସେନା ପକ୍ଷରୁ ସୂଚନା