ମାଟି ତଳୁ ଉଦ୍ଧାର କାଳିଆ, ନାବାଳକକୁ ଆସୁଥିଲା ସ୍ବପ୍ନାଦେଶ

ବାଲେଶ୍ଵର: ବାହାନଗା ବ୍ଲକ ଆରୁହାବାଡ଼ ଗ୍ରାମର କମଳାକାନ୍ତ ଅଗସ୍ତିଙ୍କ ଘର ଐଷାନ୍ନ୍ୟ କୋଣରୁ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସ୍ତର ମୂର୍ତ୍ତି 4 ଫୁଟ ମାଟି ତଳୁ ଉଦ୍ଧାର ହୋଇଛି । ଏହି ମୂର୍ତ୍ତି ବହୁ ଦିନରୁ ତାଙ୍କ 15 ବର୍ଷର ପୁଅର ସ୍ୱପ୍ନରେ ଆସୁଥିଲେ । ସ୍ୱପ୍ନରେ ଆସିବା ପରେ ପରିବାର ଲୋକ ନିଜ ବାଡିରେ ବିଭିନ୍ନ ସ୍ଥାନରେ ଗାତ ଖୋଳି ଖୋଜାଖୋଜି କରିଥିଲେ ।

ପରେ ଘରର ଏକ କୋଣରେ ଖୋଲିବା ପରେ 4 ଫୁଟ ତଳେ ଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତି ଠାବ ହୋଇଥିଲା । ପରେ ଏହି ମୂର୍ତ୍ତିକୁ ବାହାରକୁ ଆଣି ପୂଜାର୍ଚ୍ଚନା କରିଥିଲେ । ପ୍ରଭୁଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।