spot_img
Home Blog Page 4007

ଅଟୋ ଚାଳକରୁ କମେଡି କିଙ୍ଗ: ସହଜ ନଥିଲା ରାଜୁଙ୍କ ଜୀବନ

ମୁମ୍ବାଇ: କିଏ ଜାଣିଥିଲା ତାଙ୍କର ଏପରି ଦେହାନ୍ତ ହେବ । କିଏ ଜାଣିଥିଲା ସମସ୍ତଙ୍କୁ ହସାଉଥିବା ଲୋକ ଆଜି କନ୍ଦାଇ ଚାଲିଯିବ । ଆଜି ୫୮ ବର୍ଷ ବୟସରେ ଦିଲ୍ଲୀ ଏମସରେ ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ହୋଇଛି । ୪୨ ଦିନ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ରାଜୁ । ଜିମରେ ଓ୍ୱାର୍କଆଉଟ କରୁଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା । ଯାହାଫଳରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ଆପଣ ଜାଣିଛନ୍ତି କି ରାଜୁଙ୍କ ହସ ପଛରେ ଥିଲା ସଂଘର୍ଷ ହିଁ ସଂଘର୍ଷ । ଏତେ ସହଜ ନ ଥିଲା ତାଙ୍କ ଜୀବନ । କମେଡି କିଙ୍ଗ ନାମରେ ନାମିତ ହେବା ଆଗରୁ ସେ ଥିଲେ ସାଧାରଣ ଲୋକ । ସେ ଥିଲେ ମୁମ୍ବାଇର ଜଣେ ଅଟୋ ଚାଳକ ।

ରୋଜଗାର କରିବାକୁ କାନପୁରରୁ ମୁମ୍ବାଇ ଆସିବା ପରେ ଆରମ୍ଭ ହୋଇଥିଲା ରାଜୁଙ୍କ ପ୍ରକୃତ ସଂଘର୍ଷ । ପଦବୀ ହାସଲ କରିବାକୁ ତାଙ୍କୁ କରିବାକୁ ପଡ଼ିଥିଲା କଠିନ ପରିଶ୍ରମ ।

ପିଲାଦିନରୁ ରାଜୁ କମେଡି କରୁଥିଲେ । ସେ କମେଡି କରିବାକୁ ଭଲ ପାଉଥିଲେ । କିନ୍ତୁ ତାଙ୍କର ଏହି ନିଶା ତାଙ୍କ ପରିବାରକୁ ଚିନ୍ତାରେ ପକାଇଥିଲା । ହେଲେ ରାଜୁ ସବୁ ବାଧା ବିଘ୍ନକୁ ପଛରେ ପକାଇ ଚାଲିଆସିଥିଲେ ମୁମ୍ବାଇ ।

କାମ ଖୋଜିବାକୁ ସେ ମୁମ୍ବାଇ ଆସିଲାବେଳେ ତାଙ୍କ ପକେଟରେ ଟଙ୍କାଟିଏ ବି ନଥିଲା ।  ଅଭାବ ପରିସ୍ଥିତିରେ ଏକ ଅଟୋ ଚଳାଇ ଟଙ୍କା ରୋଜଗାର କରୁଥିଲେ |

ଏହା ପରେ ରାଜୁ ଟେଲିଭିଜନ ଦୁନିଆରେ ପାଦ ଥାପିଥିଲେ । ଏଥିରୁ କ୍ୟାରିଅର୍ ଆରମ୍ଭ କରିଥିଲେ ରାଜୁ। ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ’ରୁ ଲୋକପ୍ରିୟତା ପାଇଥିଲେ ରାଜୁ। ଏହି ଶୋ ମାଧ୍ୟମରେ ରାଜୁ ଗଜୋଧର ଭାୟା ହୋଇ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଯଦିଓ ରାଜୁ ଶ୍ରୀବାସ୍ତବ ଶୋ’ର ବିଜେତା ହୋଇପାରିନଥିଲେ, କିନ୍ତୁ ସେ ସୋ ମାଧ୍ୟମରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ।

ଏହାପରେ ଚଳଚ୍ଚିତ୍ରରେ ଛୋଟ ଭୂମିକା ଗ୍ରହଣ କରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ରାଜୁ | ମେନ୍ ପ୍ୟାର୍ କିୟା ଏବଂ ବାଜିଗର ଏବଂ ବମ୍ବେ ଟୁ ଗୋଆ ଭଳି ଚଳଚ୍ଚିତ୍ରରେ ଛୋଟ ଭୂମିକା ଗ୍ରହଣ କରିଥିଲେ |

 

୪୨ ଦିନ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଜୀବନ ଯୁଦ୍ଧରେ ହାରିଗଲେ କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ । ୪୨ ଦିନ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ରାଜୁ । ୫୮ ବର୍ଷ ବୟସରେ ଦିଲ୍ଲୀ ଏମସରେ ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ହୋଇଛି । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ରାଜୁ ଜିମରେ ଓ୍ୱାର୍କଆଉଟ କରୁଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା । ଯାହାଫଳରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ରାଜୁଙ୍କର ପୁରା ନାଁ ଥିଲା ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ୨୫ ଡିସେମ୍ବର ୧୯୬୩ରେ ଉତ୍ତରପ୍ରଦେଶ କାନପୁରରେ ଜନ୍ମ ଗ୍ରହଣ କରିଥିଲେ ରାଜୁ । ରାଜୁଙ୍କ ଦେହାନ୍ତ ଖବର ଶୁଣି ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଏହା ତାଙ୍କ ଫ୍ୟାଙ୍କୁ ବଡ଼ ଝଟକା ଦେଇଛି ।

କିଛି ଦିନ ତଳେ ତାଙ୍କୁ ହୋସକୁ ଆଣିବାକୁ ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଡିଓ କ୍ଲିପ୍ ଶୁଣାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବାର ୧୫ ଦିନ ପରେ ସେ ଆଖି ବି ଖୋଲିଥିଲେ । ବିଗ୍ ବିଙ୍କ ମୋଟିଭେସନାଲ୍ ସ୍ପିଚ ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ।

କମେଡିଆନ ରାଜୁ ଶ୍ରୀବାସ୍ତବ ବିଗ ବି ଅମିତାଭ ବଚ୍ଚନଙ୍କ ଜଣେ ବଡ ପ୍ରଶଂସକ। ଅମିତାଭଙ୍କ ମିମିକ୍ରି କରି ବହୁ ପ୍ରଂଶସା ସାଉଣ୍ଟିଛନ୍ତି ରାଜୁ । ଷ୍ଟେଜ ସୋ ହେଉକି ବଡ ପ୍ରୋଗାମ ସବୁଠି ଅମିତାଭଙ୍କ ଡାଇଲଗ କହି ତାଳିର ହକଦାର ହୋଇଛନ୍ତି ରାଜୁ  ।

ରାଜୁ ଶ୍ରୀବାସ୍ତବ ଜଣେ ଜଣାଶୁଣା ହାସ୍ୟ ଅଭିନେତା । ସେ ଅନେକ ଚଳଚ୍ଚିତ୍ର ସହ ଟିଭି ସିରିୟଲରେ ମଧ୍ୟ କାର୍ଯ୍ୟ କରିଛନ୍ତି ।  ଏହା ସହ ରାଜୁ ବିଗ୍ ବସ୍–୩, ନଚ ବଲିଏ ୬ ଭଳି ରିଏଲିଟି ଶୋରେ ଭାଗ ନେଇ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି ।

ହାତୀ ଉପଦ୍ରବ ପାଇଁ ବନ କର୍ମଚାରୀ ଅଟକ

ମୟୁରଭଞ୍ଜ: ହାତୀ ଉପଦ୍ରବ ପାଇଁ ବନ କର୍ମଚାରୀ ଅଟକ । ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଦୁଧିଆଣି ରେଞ୍ଜ ଅଞ୍ଚଳରେ ଅଛନ୍ତି ୨୮ ଟିକିଆ ହାତୀପଲ ।

୫ ଟି ବ୍ଲକର ୧୦୦ ରୁ ଉର୍ଦ୍ଧ୍ବ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ବିଳମ୍ବିତ ରାତ୍ରରେ ଦୁଧିଆଣି ରେଞ୍ଜ ବାରାପାଣପଶି ଗାଁରେ ହାତୀ ଆକ୍ରମଣରେ ଜଣେ ଆହତ ହେଇଛନ୍ତି  । ବାରମ୍ବାର ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ପୁରୁଣା ଦେଓଗାଁଲୋକ ୧୦ ଜଣ ଟିପିଏଫ୍ ଵନ ବିଭାଗ କର୍ମଚାରୀଙ୍କୁ ଗତକାଲି ବିଳମ୍ବିତ ରାତିରୁ ଗୋଟିଏ ଗାଡି ସହ ଅଟକ ରଖିଛନ୍ତି ।

ହାତୀପଲ ଯୋଗୁଁ ଲୋକମାନେ ଘର ସମୁଖରେ ନିଆଁ ଜାଳି ଜଗି ରହିଛନ୍ତି । ଗତକାଲି ବିଳମ୍ବିତ ରାତିରେ ହାତୀପଲ ଏକର ଏକର ଚାଷ ଜମି ନଷ୍ଟ କରିଛନ୍ତି । ନଷ୍ଟ କରୁଥିବା ଫସଲର ଯଥା ଶୀଘ୍ର ଆକଳନ କରି କ୍ଷୟକ୍ଷତି ବାବଦକୁ ତୁରନ୍ତ ପ୍ରଦାନ କରିବା ପାଇଁ ଦାବି ହୋଇଛି ।

କଟକରେ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍, ଆସନ୍ତାକାଲିଠୁ ଟିକେଟ ବିକ୍ରି

କଟକ: ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ବାରବାଟୀରେ ଖେଳାଯିବ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍ । ଏଥିରେ ବିଭିନ୍ନ ଦେଶର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରମାନେ ଭାଗ ନେବେ । ବାରବାଟୀରେ ହେବାକୁ ଥିବା ତିନୋଟି ମ୍ୟାଚ ପାଇଁ ଆସନ୍ତାକାଲିଠୁ ଅଫଲାଇନ ଓ ଅନଲାଇନ ଟିକେଟ ବିକ୍ରି ହେବ ।

୨୪ ତାରିଖରେ ଓସିଏ ଅନୁବନ୍ଧିତ ସଂଗଠନ, ସ୍କୁଲ ଓ କଲେଜ ପାଇଁ ଟିକେଟ ବିକ୍ରି ହେବ । କ୍ରିସ୍ ଗେଲ, ସେନ ଓ୍ବାଟସନ, ବିରେନ୍ଦ୍ର ସେହେଓ୍ବାଗ, ହରଭଜନ ସିଂ, ଗୌତମ ଗମ୍ଭୀର, ଇର୍ଫାନ ପଠାନ, ୟୁସୁଫ ପଠାନଙ୍କ ଭଳି ପୂର୍ବତନ ଖେଳାଳି ବାରବାଟୀରେ ମ୍ୟାଚ ପାଇଁ ଆସିବେ ।

ଆସନ୍ତା ୨୪ ଓ ୨୫ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ସମସ୍ତ ଖେଳାଳି । ତିନୋଟି ମ୍ୟାଚ ପାଇଁ ବାରବାଟୀ ପିଚ୍, ଗ୍ରାଉଣ୍ଡ ପ୍ରସ୍ତୁତି ସରିଲାଣି ।

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ଏକକାଳୀନ ୮ ଟି ସ୍ଥାନରେ ଚଢାଉ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ତହସିଲ ଅଫିସର ଅତିରିକ୍ତ ତହସିଲଦାର କୁଳମଣି ପଟେଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୮ ଟି ସ୍ଥାନରେ ଚଢାଉ ଚାଲିଛି ।

ସୁନ୍ଦରଗଡ଼ର ଦୁଇଟି , ଡୁମାଵାହଲର ୪ଟି, ଲେଫ୍ରିପଡାର ଗୋଟିଏ  ଓ ଟାଙ୍ଗରପାଲିର ଗୋଟିଏ ସ୍ଥାନରେ ଚାଲିଛି ଚଢାଉ। ସୁନ୍ଦରଗଡ଼ରେ ଗୋଟିଏ ଦୁଇ ମହଲା କୋଠା, ଲେଫ୍ରିପଡାରେ ଗୋଟିଏ ତିନି ମହଲା କୋଠା ଓ ନିଜ ଗ୍ରାମରେ ତିନୋଟି ଘର ଠାବ ହୋଇଛି ।

ଦୁଇଟି ଟ୍ରାକ୍ଟର, ତିନୋଟି ବାଇକ, ଦୁଇଟି ବୋଲେରୋ ଓ ଗୋଟିଏ କମାଣ୍ଡର ଠାବ ହୋଇଛି ।

ଆଶୀର୍ବାଦ ପାଲଟିଲା BSKY, ଦୃଷ୍ଟିଶକ୍ତି ଫେରିପାଇଲେ ବୃଦ୍ଧା

ସୁନ୍ଦରଗଡ଼: ଗରିବଙ୍କ ପାଇଁ ଆଶୀର୍ବାଦ ପାଲଟିଛି ବିଜୁ ସ୍ବାସ୍ଥ୍ୟକାର୍ଡ। ମାଗଣାରେ ହୋଇଛି ବୃଦ୍ଧାଙ୍କ ଆଖିର ଆତ୍ସୋପ୍ରଚାର। ବାର୍ଦ୍ଧକ୍ୟ ଯୋଗୁ ସୁନ୍ଦରଗଡ଼ ଜିଲ୍ଲାର ସୁରୁଗୁଡା ଗାଁର ଟିକେଶ୍ବରୀ ବାଗଙ୍କ ଆଖିକୁ ଦେଖାଯାଉନଥିଲା  । ଡାକ୍ତର ଆଖି ଅତ୍ସୋପ୍ରଚାର କରିବାକୁ କହିଥିଲେ  । ହେଲେ ଗରିବୀ ସାଜିଥିଲା ବାଧକ  । ଟଙ୍କା ଅଭାବ ଯୋଗୁ ଆଖି ଅପରେସନ କରି ପାରୁନଥିଲେ ଟିକେଶ୍ବରୀ ।

ହେଲେ ଟିକେଶ୍ବରୀଙ୍କୁ ସାହା ହୋଇଛି BSKY ସ୍ମାର୍ଟ କାର୍ଡ। କାର୍ଡ ଜରିଆରେ ରାଉରକେଲାର ଜୟ ପ୍ରକାଶ ହସ୍ପିଟାଲରେ ମାଗଣାରେ ଆଖି ଅପରେସନ କରି ସୁସ୍ଥ ହୋଇଛନ୍ତି ଟେକେଶ୍ବରୀ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

BSKY ଯୋଗୁ ସେ ପୁଣି ନିଜ ଦୃଷ୍ଟିଶକ୍ତି ଫେରିପାଇଥିବା କହିଛନ୍ତି। ଖାଲି ଟିକେଶ୍ଵରୀ ନୁହନ୍ତି ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର ଗରିବ ରୋଗୀ ଵିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଫାଇଦା ଉଠାଇଛନ୍ତି।

BSKY କାର୍ଡ ଜରିଆରେ ଘରୋଇ ହସ୍ପିଟାଲରେ ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୟ ପ୍ରକାଶ ହସ୍ପିଟାଲ ପକ୍ଷରୁ ୨୨୫ ଟି ସ୍ଥାନରେ ମାଗଣା  ଆଖି ଚିକିତ୍ସା ଶିବିର ଆୟୋଜନ କରାଯାଇ ୭୦ ହଜାର ଜଣଙ୍କ ଆଖି ଚିକିତ୍ସା କରାଯାଇଛି। ଏହାସହ ୩୫ ହଜାରରୁ ଅଧିକ ରୋଗୀଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଛି।

ସାହା ହେଲା ଓଡ଼ିଶା ମୋ ପରିବାର, ଘରକୁ ଫେରିଲା ଶିଶୁର ମୃତଦେହ

ଭୁବନେଶ୍ବର: ଓଡ଼ିଶା ମୋ ପରିବାରର ସହାୟତା । ଘରକୁ ଫେରିଲା ଦୁଇ ବର୍ଷ ଶିଶୁର ମୃତ ଶରୀର। ବାପା ମା’ ଦୁହିଁଙ୍କର ଅସହାୟତାକୁ ଦେଖି ସହାୟତାର ହାତ ବଢ଼ାଇଲା ଓଡ଼ିଶା ମୋ ପରିବାର ।

ବଲାଙ୍ଗିର ପାଟଣାଗଡ଼ର ଗୋପାଳ ଭୁଏଙ୍କର ଦୁଇ ବର୍ଷର ପୁଅ ରୋଷନ ଭୁଏ ଲିଭର ଟ୍ୟୁମରରେ ପୀଡ଼ିତ ହୋଇ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା ଚାଲିଥିଲା । ଦୁର୍ଭାଗ୍ୟବଶତଃ, ଗତ ସେପ୍ଟେମ୍ବର ୧୯ରେ ରୋଷନ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ।

ବାପା ଓ ମା’ ଦୁହେଁ ପୁଅକୁ ହରାଇ ମାନସିକ ସ୍ତରରେ ପୁରା ଭାଙ୍ଗି ପଡ଼ିଥିଲେ ଏବଂ ପୁଅର ମୃତ ଶରୀର ନିଜ ଗ୍ରାମକୁ ନେବା ପାଇଁ ଅସମର୍ଥ ଥିଲେ । ଶେଷରେ ଅସହାୟ ହୋଇ ସେମାନେ ଓଡ଼ିଶା ମୋ ପରିବାର, ଜୀବନବିନ୍ଦୁ କଟକ ସିଟି ସଂଯୋଜକ ଡଃ ରଞ୍ଜନ ବିଶ୍ଵାଳଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ।

ସଙ୍ଗେ ସଙ୍ଗେ ଓଡ଼ିଶା ମୋ ପରିବାର ଟିମ୍ ପହଞ୍ଚି କୁନିପୁଅର ମୃତଶରୀର ବଲାଙ୍ଗିରସ୍ଥିତ ତାଙ୍କ ଗାଁକୁ ସ୍ଥାନାନ୍ତର କରିବା ପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ । ମୃତଦେହ ପାଟଣାଗଡ଼ ସ୍ଥାନାନ୍ତର ହେବା ପରେ ବଲାଙ୍ଗିର ଜିଲ୍ଲା ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ସଂଯୋଜକ ଓ ସଭାପତି ପରିବାର ସଦସ୍ୟଙ୍କ ସହିତ ଉପସ୍ଥିତ ରହି ଶେଷକୃତ୍ୟ ସମ୍ପନ୍ନରେ ସାହାଯ୍ୟ କରିଥିଲେ ।

କେଜ୍ରିଓ୍ଵାଲଙ୍କ ବିରୋଧରେ ଅଭିଯୋଗ ଆଣିଲେ ୩୦ ପୂର୍ବତନ IPS

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ । ଏହି ଅଭିଯୋଗ ସମଗ୍ର ଦେଶର ୩୦ ପୂର୍ବତନ ଆଇପିଏସ ଅଫିସରଙ୍କ ପକ୍ଷରୁ କରାଯାଇଛି।

ଅବସରପ୍ରାପ୍ତ ଏହି ଆଇପିଏସ ଅଫିସର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଗୁଜରାଟ ଗସ୍ତ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦେଶର ପୋଲିସଙ୍କ ମନୋବଳ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପୁଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ।

ଗୁଜରାଟରେ କେଜ୍ରିଓ୍ଵାଲ ଭୋଜନ ପାଇଁ ଓଟୋରେ ଯାଉଥିବା ବେଳେ ତାଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ କର୍ମଚାରୀ ଓଟୋକୁ ଅଟକାଇ କ୍ରେଜିଓ୍ଵାଲଙ୍କୁ ଓଟୋରେ ନଯିବାକୁ କହିଥିଲେ । ଏହାକୁ ନେଇ କେଜ୍ରିଓ୍ଵାଲ ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଉକ୍ତ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ ପୂର୍ବତନ ଆଇପିଏସ ଅଫିସର ମାନେ ଆପତ୍ତି ଜଣାଇଛନ୍ତି  ।

ଗେହଲଟ ହେବେ AICC ଅଧ୍ୟକ୍ଷ, କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଅଶୋକ ଗେହଲଟ ହେବେ କଂଗ୍ରେସ ଅଧ୍ୟକ୍ଷ । ଏନେଇ ଗତକାଲି ବିଳମ୍ବିତ ରାତିରେ ରାଜସ୍ଥାନ କଂଗ୍ରେସର ବିଧାୟକଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଲା ତାକୁ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସମର୍ଥନ ଜୁଟେଇବା ପାଇଁ ଆଲୋଚନା ହୋଇଥିବା ଚର୍ଚ୍ଚା ହୋଇଛି ।

୨୦ ବର୍ଷ ପରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରୁଛି କଂଗ୍ରେସ । ରେସ୍‌ରେ ଶଶି ଥରୁର ଏବଂ ଅଶୋକ ଗେହଲଟ  । ଏଆଇସିସିର ପରବର୍ତ୍ତୀ ସଭାପତିକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ରାହୁଲ ଗାନ୍ଧିଙ୍କ ନାଁକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରୁ ରାହୁଲଙ୍କୁ ସମର୍ଥନ ମିଳିଛି ।

ଆସନ୍ତା ସୋମବାର ପ୍ରାର୍ଥିପତ୍ର ଦାଖଲ କରିବେ ଅଶୋକ ଗେହଲଟ। ସେପଟେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଶଶୀ ଥରୁରଙ୍କୁ  ସୋନିଆ ଗାନ୍ଧି ଗ୍ରୀନ ସିଗନାଲ ଦେଇଛନ୍ତି । ଆସନ୍ତା ମାସରେ କଂଗ୍ରେସର ସଭାପତି ନିର୍ବାଚନ ହେବ । ସେପଟେ ରାହୁଲ ଗାନ୍ଧିଙ୍କୁ ଏଆଇସିସି ସଭାପତି କରିବା ଲାଗି କ୍ଷେତ୍ର ପ୍ରସ୍ତୁତ ଚାଲିଛି । ଅଧିକରୁ ଅଧିକ ରାଜ୍ୟ ରାହୁଲଙ୍କ ହାତରେ କଂଗ୍ରେସ ଭାର ସମ୍ଭାଳିବାକୁ ପ୍ରସ୍ତାବ ଗୃହୀତ କରିଛନ୍ତି ।

ସ୍ଥଳଭାଗ ମୁହାଁ ଲଘୁଚାପ, ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ସ୍ଥଳଭାଗ ମୁହାଁ ଲଘୁଚାପ । ଆଜି ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର । ୨୪ ଘଣ୍ଟା ପରେ ରାଜ୍ୟରେ କମିବ ଲଘୁଚାପର ପ୍ରଭାବ ।

ମୌସୁମୀ ପ୍ରଭାବରେ ରାଜ୍ୟରେ ୧ ଜୁନରୁ ୨୦ ସେପ୍ଟେମ୍ବର ମଧ୍ୟରେ ୧୧୪୦.୯ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୫% ଅଧିକ । ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।

କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୬୪୯.୯ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ୫୧ ପ୍ରତିଶତ ଅଧିକ  ବର୍ଷା ହୋଇଚି । ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୬.୧ ମିଲିମିଟର ବର୍ଷା ହୋଇଥିବା ବେଳେ ୧୮ପ୍ରତିଶତ କମ୍ ବର୍ଷା ହୋଇଛି ।