spot_img
Home Blog Page 3809

ଅନ୍ଧ ବିଶ୍ୱାସର ଶିକାର ଦମ୍ପତ୍ତି ଜଣେ ମହିଳାଙ୍କୁ ୫୬ ଖଣ୍ଡ କଲେ….ରୋଷେଇ କରି ଖାଇଲେ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ତିରୁଅନନ୍ତପୁରମ : ଧନ ପାଇଁ ଅନ୍ଧ ହୋଇ ନରବଳି ଦେଇଥିବା କେରଳ ଡାକ୍ତର ଦମ୍ପତିଙ୍କ ଘୃଣ୍ୟ କୃତ୍ୟ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପୁଲିସ ଏହି ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ପୁଲିସ ଅନୁଯାୟୀ ଡାକ୍ତର ଦମ୍ପତି ବଳି ଦେବା ପୂର୍ବରୁ ୨ ମହିଳାଙ୍କୁ ବାନ୍ଧି ଅକଥନୀୟ ନିର୍ଯାତନା ଦେଇଥିଲେ । ଗୋଟିଏ ଶବକୁ ୫୬ ଖଣ୍ଡ କରିଥିଲେ । ଏହି ଦୁଇ ମହିଳାଙ୍କ ଛାତି ମଧ୍ୟ କାଟି ଦେଇଥିଲେ ।

ଅଭିଯୁକ୍ତ ଶରୀରକୁ ଖଣ୍ଡ ଖଣ୍ଡ କରି ରୋଷେଇ କରି ଖାଇଥିବା ମଧ୍ୟ ଜଣାପଡିଛି  । ଏହି ନରବଳି ମାମଲା ମଙ୍ଗଳବାର ସାମ୍ନାକୁ ଆସିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚହଳ ପଡ଼ିଯାଇଥିଲା । କେମିତି ଲୋକ ଅନ୍ଧବିଶ୍ୱାସର ଶିକାର ହୋଇ ଏପରି ଘୃଣ୍ୟ କାର୍ଯ କରିବାକୁ ପଛାଉନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଥିଲା । ଗତ ମାସ ୨୭ ତାରିଖରେ ଏହି ଘଟଣା ଘଟିଥିଲା ।

କେରଳର ତିରୁବଲ୍ଲାରେ ଡାକ୍ତର ଭାଗୱଲ ସିଂହ ଏବଂ ତାଙ୍କ ପତ୍ନୀ ଲୈଲା ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ୨ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ଶବକୁ ଖଣ୍ଡ ଖଣ୍ଡ କରି ପୋତି ଦେଇଥିଲେ । ଏପରି କରିବା ଦ୍ବାରା ଘର ଧନସମ୍ପତ୍ତିରେ ପରିପୂର୍ଣ୍ଣ ହୋଇଯିବ ବୋଲି ଅଭିଯୁକ୍ତ ଆଶା ରଖିଥିଲେ । ଏହି କାମରେ ଦମ୍ପତିଙ୍କୁ ତାନ୍ତ୍ରିକ ମହମ୍ମଦ ସଫି ସହାୟତା କରିଥିଲା ।

ପୁଲିସ ତିନି ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିନେଇଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଡାକ୍ତରଙ୍କ ପତ୍ନୀ ତାନ୍ତ୍ରିକ ମହମ୍ମଦ ସଫି ସହ ଯୋଗାଯୋଗ କରିଥିଲେ । ସେ ବଳି ଦେବା ପାଇଁ କହିଥିଲା । ଏଥିପାଇଁ ମହିଳାଙ୍କ ବ୍ୟବସ୍ଥା ମଧ୍ୟ କରିଥିଲା । ମହମ୍ମଦ ସଫି ମାନବ ଚାଲାଣ ମଧ୍ୟ କରୁଥିଲା । ପୁଲିସ ଏହି ମାମଲାରେ ସଫିକୁ ମୁଖ୍ୟ ଅଭିଯୁକ୍ତ ବନାଇଛି ।

ତାନ୍ତ୍ରିକ କଲାଡି ଏବଂ କଦମ୍ବତରାର ଦୁଇ ମହିଳାଙ୍କୁ ଲୋଭ ଦେଖାଇ ଡାକିଥିଲା ଏବଂ ବଳି ଦେଇଥିଲା । ଏଲନ୍ଥୁରରେ ତନ୍ତ୍ର ସାଧନା କରି ଡାକ୍ତର ଦମ୍ପତି ମହିଳାଙ୍କୁ ବଳି ଦେଇଥିଲେ । ପୁଲିସ କମିସନର ନାଗାରାଜୁ କହିଛନ୍ତି ଯେ ତିନି ଅଭିଯୁକ୍ତ ରୋସେଲିନ ଏବଂ ପଦ୍ମାଙ୍କୁ ବନ୍ଧି ହତ୍ୟା କରିଥିଲେ । ପରେ ଶରୀରକୁ ଖଣ୍ଡ ଖଣ୍ଡ କରିଥିଲେ । ଏଥିରୁ କିଛି ଅଂଶ ରୋଷେଇ କରି ଅଭିଯୁକ୍ତ ଖାଇଛନ୍ତି ।

ତାନ୍ତ୍ରିକ ସଫି ମାନସିକ ରୋଗୀ ଭଳି ଜଣାପଡୁଛି । ସେ ଶାରୀରୀକ ସୁଖ ପାଇଁ ଏପରି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି । ସଫି ଫେସବୁକ୍‌ରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କୁ ଖୋଜୁଥିଲା । ପରେ ସେମାନଙ୍କୁ ନରବଳି ଦେବାକୁ କହୁଥିଲା । ୨୦୨୦ରେ ସଫି ବିରୋଧରେ ୭୫ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ହିଜାବ ବ୍ୟାନକୁ ନେଇ ସୁପ୍ରିମକୋର୍ଟର ଦୁଇ ଜଜଙ୍କ ଭିନ୍ନ ରାୟ, ବଡ଼ ଖଣ୍ଡପୀଠକୁ ଗଲା ମାମଲା

ନୂଆଦିଲ୍ଲୀ: ହିଜାବ ରାୟ, ସୁପ୍ରିମକୋର୍ଟଙ୍କ ବିଭାଜିତ ରାୟ । କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ନେଇ ସୁପ୍ରିମକୋର୍ଟ ଖଣ୍ଡପୀଠର ଦୁଇ ଜଷ୍ଟିସଙ୍କ ଭିନ୍ନ ରାୟ । ଜଣେ ହାଇକୋର୍ଟଙ୍କ ରାୟକୁ ସମର୍ଥନ କରିଥିବା ବେଳେ ଅନ୍ୟ ଜଣେ ଏହାକୁ ବିରୋଧ କରିଛନ୍ତି । ହିଜାବ ବ୍ୟାନକୁ ବିରୋଧ କରି ଦାଏର ପିଟିସନକୁ ଖାରଜ କରିଛନ୍ତି ଜଷ୍ଟିସ ହେମନ୍ତ ଗୁପ୍ତା ।

ସେପଟେ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ଜଷ୍ଟିସ ସୁଧାଂଶୁ ଧୁଲଲା । ଦୁଇ ଜଷ୍ଟିସଙ୍କ ବିଭାଜିତ ରାୟ ପରେ ତିନି ଜଣିଆ ବେଞ୍ଚକୁ ବେଞ୍ଚକୁ ଗଲା ମାମଲା । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପୂର୍ବରୁ ରାଜ୍ୟ ସରକାର, ଶିକ୍ଷକ, ଆବେଦନକାରୀଙ୍କ ଯୁକ୍ତି ଶୁଣିଥିଲେ କୋର୍ଟ । ୨୦୨୧ ପର୍ଯ୍ୟନ୍ତ କୌଣସି ଛାତ୍ରୀ ଶିକ୍ଷାନୁଷ୍ଠାନକୁ ହିଜାବ ପିନ୍ଧି ସ୍କୁଲ ଆସୁ ନ ଥିଲେ ।

ବିଦ୍ୟାଳୟଗୁଡ଼ିକର ୟୁନିଫର୍ମ ପିନ୍ଧିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । ଏହାପରେ ପିଏଫ୍ଆଇ ତରଫରୁ ସୋସିଆଲ ମିଡ଼ିଆରେ ଗୋଟାଏ ଆନ୍ଦୋଳନ ଚାଲିଲା, ଯାହା ଉତ୍ତେଜନା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କୋର୍ଟରେ ଯୁକ୍ତି ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ।

ବଜ୍ରକାପ୍ତା କାତି ଚୋରା ଚାଲାଣ ବେଳେ ୪ ଗିରଫ

ଫୁଲବାଣୀ: ବଜ୍ରକାପ୍ତା କାତି ଚୋରା ଚାଲାଣ ବେଳେ ୪ ଗିରଫ । ଫୁଲବାଣୀ ରେଞ୍ଜ ଅଞ୍ଚଳରୁ ୫୬୫ କାତି ଜବତ କରିବା ସହ ୪ଜଣଙ୍କୁ ଗିରଫ କରାଯାଇଛି । ଜବତ କାତିର ଓଜର ପ୍ରାୟ ଅଢ଼େଇ କେଜି ହେବ ବୋଲି ଫୁଲବାଣୀ ଡିଏଫଓ ସୂଚନା ଦେଇଛନ୍ତି । ବଜ୍ରକାପ୍ତା କାତି ଚୋରା ଚାଲାଣ ନେଇ ଖବରପାଇ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଥିଲା । ଖଜୁରୀପଡା ଘୁଗଲା ସାହିର ରାଧାକାନ୍ତ ବେହେରାଙ୍କ ଘରେ ଚଢାଉ କରି ୫୬୫ଟି କାତି ଜବତ କରିବା ସହ ପୋଲିସ ରାଧାକାନ୍ତକୁ ଗିରଫ କରିଥିଲା ।

ଏହାସହ ରାଧାକାନ୍ତ ଅନ୍ୟ ୩ ସହଯୋଗୀଙ୍କୁ ମଧ୍ୟ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ସେମାନେ ହେଲେ ଖଜୁରୀପଡାର ରବୀନ୍ଦ୍ର ଗଣ୍ଡା, ଓ ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅଞ୍ଚଳର ପ୍ରକାଶ ସାହୁ ଏବଂ ସୁଶାନ୍ତ ବେହେରା । ବଜ୍ରକାନ୍ତା କାତି ଚୋରାଚାଲାଣ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାକୁ ନେଇ ତନାଘନା ଆରମ୍ଭ ହୋଇଛି । ଓ୍ବାଇଲ୍ଡ ଲାଇଫ ଆକ୍ଟ ଆଧାରରେ କେସ୍‌ ନମ୍ବର ୯୧/୨୨-୨୩ କେସ ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ତିନି ନିଖୋଜ, ସର୍ଚ୍ଚ ଅପରେସନ ଜାରି

ଜଗତପୁର: କେନାଲରେ ଭାସିଯାଇ ୩ ଯୁବକ ନିଖୋଜ । ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇଥିବା ସୂଚନା । ଜଗତପୁର ଅନ୍ଧାରୀ ବାଦୁଡ଼ି ତୋଟା  ନିକଟରେ ଅଘଟଣ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଚାରି ଜଣ ଯୁବକ କେନାଲରେ ଗାଧୋଇବା ବେଳେ ଭାସିଯାଇଥିବା ସୂଚନା । ଜଣେ ଯୁବକ ପହଁରି ପହଁରି କୂଳକୁ ଫେରି ଆସିଥିବା ବେଳେ ଅନ୍ୟ ତିନିଜଣ ନିଖୋଜ ଅଛନ୍ତି । ସୂଚନା ପାଇ ଜଗତପୁର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରୁଛି । ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କର କୌଣସି ପତ୍ତା ମିଳିନାହିଁ ।

ବସକୁ ଧକ୍କା ଦେଲା କଣ୍ଟେନର, ୧୦ ଯାତ୍ରୀ ଆହତ

ଜଳେଶ୍ୱର: ଜଳେଶ୍ବର NH-60 ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ଦୁର୍ଘଟଣା । ବସ୍‌କୁ ପଛରୁ ଧକ୍କା ଦେଲା କଣ୍ଟେନର । ୧୦ ଜଣ ଯାତ୍ରୀ ଆହତ ହୋଇଥିବା ଡ୍ରାଇଭର ଓ ହେଲପର ଗୁରୁତର ହୋଇଛନ୍ତି । ପଶ୍ଚିମବଙ୍ଗରୁ ବାଲେଶ୍ବର ଅଭିମୁଖେ ଆସୁଥିବା ବସ୍‌କୁ ଧକ୍କା ଦେଇଥିଲା କଣ୍ଟେନର । ଏବେ ବି ଉଦ୍ଧାର କର୍ଯ୍ୟ ଜାରି ରହିଛି । ତେବେ କୁହୁଡି କାରଣରୁ କଣ୍ଟେନର ଟି ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ, ୨୦ ଆହତ

ଜଳେଶ୍ୱର: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । କଲିକତାରୁ ରାଜକନିକା ଭାୟା ଚାନ୍ଦବାଲି ଦେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୋର ପ୍ରାୟ ୪ଟା ବେଳେ ହଲଦିପଡ଼ା ବାଇପାସ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବସ୍ । ଗାଡ଼ିରେ ପ୍ରାୟ ୫୦ଜଣ ଯାତ୍ରୀ ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ବସ୍‌ ଚାଳକ ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ

ସମ୍ବଲପୁର: ସମ୍ବଲପୁର ସରଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଗତକାଲି ବିଳମ୍ବିତ ରାତିରେ ଟ୍ରେନ ଲାଇନ ଚ୍ୟୁନ ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ, ସମସ୍ତେ ସୁରକ୍ଷିତ ଅଛନ୍ତି । ଟ୍ରେନର ୪ ଟି ୱାଗନ ଟ୍ରାକରୁ ବାହାରି ଲାଇନଚ୍ୟୁତ ହୋଇଯାଇଥିଲା  । ସେହି ରୁଟ୍ ଦେଇ ଯାଉଥିବା ଅନ୍ୟ ଟ୍ରେନଗୁଡ଼ିକୁ ବାତିଲ କରାଯାଇଥିଲା ।

କିଛି ଟ୍ରେନକୁ ଅନ୍ୟ ରୁଟରେ ଡାଇଭର୍ଟ କରାଯାଇଛି । ଏକ ସିମେଣ୍ଟ ବୋଝେଇ ମାଲଗାଡ଼ି ଝାରସୁଗୁଡ଼ା ପଟୁ ସମ୍ବଲପୁର ସିଟି ଷ୍ଟେସନ ରାସ୍ତାରେ ଯାଉଥିବା ବେଳେ ସରଲା ୟାର୍ଡ  ନିକଟରେ କୌଣସି କାରଣରୁ ଲାଇନଚ୍ୟୁତ ହୋଇଥିଲା । ଆଜି ସକାଳୁ ସକାଳୁ କ୍ଷତିଗ୍ରସ୍ତ ଟ୍ରେନ ଟ୍ରାକର ମରାମତି କାର୍ଯ୍ୟ ଜାରି ରହିଛି ।

ପାକିସ୍ତାନରେ ଯାତ୍ରୀବାହୀ ବସରେ ଭୟଙ୍କର ଅଗ୍ନିକାଣ୍ଡ, ୧୮ ଜୀବନ୍ତ ଦଗ୍ଧ

କରାଚୀ : ପାକିସ୍ତାନର ଜମଶୋରେ ଜିଲ୍ଲାରେ ବୁଧବାର ସନ୍ଧ୍ୟାରେ ହୃଦୟ ବିଦାରକ ଘଟଣା ଘଟିଯାଇଛି । ଏକ ଯାତ୍ରୀବାହୀ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୁର୍ଘଟଣାରେ ୮ ଶିଶୁଙ୍କ ସମେତ ୧୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନେକ ଗୁରୁତର ଆହତ ଥିବା ସୂଚନା । ସମସ୍ତଙ୍କୁ ଜମଶୋରୋ ମେଡିକାଲ ନିଆଯାଇଛି ।

ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ବସ୍ ଟି କରାଚୀରୁ ଖୈରପୁର ନାଥନ ଶାହ ଫେରୁଥିଲା । ନୁରିୟାବାଦ ପାଖରେ ଏଥିରେ ନିଆଁ ଲାଗିଯାଇଥିଲା ଏବଂ ୧୮ ଜଣଙ୍କ ମୃତ୍ୟୁ ହୋଇଯାଇଛି । ବସରେ ବନ୍ୟା ପ୍ରଭାବିତ ଲୋକ ଯାତ୍ରା କରୁଥିଲେ ଏବଂ ସେମାନେ ଘରକୁ ଫେରୁଥିଲେ । ଦୁର୍ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦିଆଯାଇଥିଲା ।

ମିଡିଆ ରିପୋର୍ଟ ଅନୁସାରେ, ନିଆଁ କୋଚର ଏୟାର-କଣ୍ଡିସନିଂ ସିଷ୍ଟମରେ ତ୍ରୁଟି କାରଣରୁ ଲାଗିଥିଲା, ଯାହା କି ସମ୍ପୂର୍ଣ୍ଣ ବସରେ ବ୍ୟାପିଯାଇଥିଲା । ନିଆଁରୁ ବଞ୍ଚିବା ପାଇଁ କିଛି ଯାତ୍ରୀ ବସରୁ ଡେଇଁ ପଡ଼ିଥିଲେ । କୁହାଯାଉଛି ଯେ ବସରେ ପ୍ରାୟ ୩୫ରୁ ଅଧିକ ଲୋକ ଥିଲେ ।

ଆଚାର୍ଯ୍ୟ ହରିହର କର୍କଟ ମେଡିକାଲରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କଟକ: ଓଡ଼ିଶାରେ କର୍କଟ ରୋଗ ଚିକିତ୍ସାର ନୂଆ ଅଧ୍ୟାୟ । ଏଣିକି ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ । ବିନା ଦେୟରେ ରୋଗୀ କରିବେ ପେଟ୍ ସିଟିକ୍ସାନ, ଏମଆରଆଇ ସିଟି ସ୍କାନ । ଆଜିଠୁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା । ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ସହ ୨ଶହ ନୂଆ ବେଡ୍ ଓ ୩୦ ବେଡ୍ ବିଶିଷ୍ଟ ଆଇସିୟୁ ଓ୍ବାର୍ଡର ଉଦଘାଟନ କରିବେ ନବୀନ । ନୂତନ ପେଟ୍ ସ୍କାନ,ଏମଆରଆଇ ଓ ରେଡିଏସନ୍ ପାଇଁ ୬୦ କୋଟି ଟଙ୍କା ବ୍ୟୟରେ ବସିଛି ୨ଟି ଲିନାକ ମେସିନ । ଟେଷ୍ଟିଂ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ । ମେଗା ପ୍ରକଳ୍ପ ପାଇଁ ନିର୍ମାଣ ହୋଇଛି ବହୁତଳ ବିଶିଷ୍ଟ ୬ମହଲା ବିଲ୍ଡିଂ ।

ଏଥିପାଇଁ ଖର୍ଚ୍ଚ ହୋଇଛି ୩୫ କୋଟି ଟଙ୍କା । ପ୍ରଥମ ମହଲାରେ ପେଟ୍ ସିଟି, ଦ୍ବିତୀୟରେ ସିଟି ସ୍କାନ ଏବଂ ଏମଆରଆଇ ସୁବିଧା ରହିଛି । ତୃତୀୟରେ ଆଇସିୟୁ ଓ୍ବାର୍ଡ ରହିଥିବାବେଳେ ଅନ୍ୟ ମହଲାରେ ରହିଛି ୨ଶହ ବେଡ୍ । ରାଜ୍ୟ ସରକାରଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ରୋଗୀ ଓ ସମ୍ପର୍କୀୟ ।

ହିଜାବ ମାମଲାରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ହିଜାବ ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ହୋଇଥିବା ଶୁଣାଣିର ଆଜି ରାୟ ପ୍ରକାଶ ପାଇବ । ଜଷ୍ଟିସ୍ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରିବେ । ପୂର୍ବରୁ ରାଜ୍ୟ ସରକାର, ଶିକ୍ଷକ, ଆବେଦନକାରୀ ସବୁ ପକ୍ଷର ଯୁକ୍ତି ଶୁଣିଥିଲେ ସୁପ୍ରିମକୋର୍ଟ । ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ବିଶ୍ବାସୀମାନଙ୍କ ପାଇଁ ହିଜାବ ଜରୁରୀ ।

ଯେଉଁମାନଙ୍କର ଇସଲାମରେ ବିଶ୍ବାସ ନାହିଁ ସେମାନଙ୍କ ପାଇଁ ଜରୁରୀ ନୁହେଁ । କର୍ଣ୍ଣାଟକ ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ୨୦୨୧ ପର୍ଯ୍ୟନ୍ତ କୌଣସି ଛାତ୍ରୀ ହିଜାବ ପିନ୍ଧି ସ୍କୁଲ ଆସୁ ନ ଥିଲେ । ବିଦ୍ୟାଳୟଗୁଡ଼ିକର ୟୁନିଫର୍ମ ପିନ୍ଧିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା ।

ଏହାପରେ ପିଏଫ୍ଆଇ ତରଫରୁ ସୋସିଆଲ ମିଡ଼ିଆରେ ଗୋଟାଏ ଆନ୍ଦୋଳନ ଚାଲିଲା, ଯାହା ଉତ୍ତେଜନା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହି ସଂଗଠନ ଛାତ୍ରୀଙ୍କୁ ହିଜାବ ପିନ୍ଧିବା ପାଇଁ ପ୍ରବର୍ତ୍ତେଇଥିଲା । ତେଣୁ ହିଜାବ ପିନ୍ଧିବା ଏକ ସ୍ବତଃସ୍ଫୂର୍ତ୍ତ କାର୍ଯ୍ୟ ନ ଥିଲା । ଏହା ପଛରେ ବିରାଟ ଷଡ଼୍‌ଯନ୍ତ୍ର ଥିଲା ।