ଋଷଭ କହିଲେ ଦୁର୍ଘଟଣାର ଛାତିଥରା କାହାଣୀ, ଅଘଟଣ ପରେ ଏମିତି ଫସିଥିଲେ

ଡେରାଡୁନ: ବ୍ଲାକସ୍ପଟରେ ଦୁର୍ଘଟଣାଗସ୍ତ ହୋଇଛି ଋଷଭ ପନ୍ତଙ୍କ ଗାଡି  । ଦିଲ୍ଲୀ ଡେରାଡୁନ ରାଜପଥରେ ନିୟନ୍ତ୍ରଣ ହରାଇ ଥିଲା ଋଷଭଙ୍କ କାର  । ଏହାପରେ ବହୁ ଥର ଓଲଟି ଗାଡିରେ ନିଆଁ ଲାଗିଯାଇଥିଲା  । ସୌଭାଗ୍ୟବଶତଃ କାରର ୱିଣ୍ଡସ୍କ୍ରିନକୁ ଭାଙ୍ଗି ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା ଡାକ୍ତରଙ୍କୁ କହିଛନ୍ତି ଋଷଭ । ଆଜି ଭୋରୁ ନିଜେ କାର ଚଳାଇ ଉତ୍ତରାଖଣ୍ଡର ରୁରକିରୁ ଦିଲ୍ଲୀ ଆସୁଥିବାବେଳେ ଭୟଙ୍କର ଦୁର୍ଘଟଣା ଘଟିଥିଲା  । ସଠିକ ସମୟରେ ସେ ଗାଡିରୁ ବାହାରିବାରେ ସମର୍ଥ ହୋଇ  ବଡ ଅଘଟଣକୁ ଏଡାଇ ପାରିଛନ୍ତି  ।

ଦୁଇ ପ୍ରତ୍ୟକ୍ଷଦର୍ଶୀ ସେଠାରେ ପହଞ୍ଚି ତାଙ୍କୁ ଠିକ ସମୟରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ  । ତାଙ୍କ ଶରୀରରେ ସେତେଟା ଆଘାତ ନ ଥିଲେ ମଧ୍ୟ ଡାହାଣ ଗୋଡ ଭାଙ୍ଗିଥିବାର ଆଶଙ୍କା କରାଯାଉଛି  । ପ୍ରାଥମିକ ତଦନ୍ତ ପରେ ଋଷଭଙ୍କୁ ଡେରାଡୁନ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଶୁଣିବାକୁ ମିଳୁଛି ଯେ ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଯାଇପାରେ  ।

ଗାଡ଼ି ଚଳାଉଥିବା ବେଳେ ଘୁମେଇ ପଡ଼ିବା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ପନ୍ତଙ୍କ ମର୍ସିଡିସ କାର ଡିଭାଇଡରରେ ପିଟି ହୋଇ ପଲଟିବା ସହ ସମ୍ପୂର୍ଣ୍ଣ ଜଳିଯାଇଛି । ଦୁର୍ଘଟଣା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପନ୍ତଙ୍କୁ ଗାଡ଼ିରୁ ବାହାର କରିଥିଲେ ।

ଗୁରୁତର ଅବସ୍ଥାରେ ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଦୁର୍ଘଟଣା ବେଳେ ପନ୍ତ ନିଜେ ଗାଡ଼ି ଚଳାଉଥିଲେ । ପନ୍ତଙ୍କ ମୁଣ୍ଡ, ପିଠି ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଦୁର୍ଘଟଣାଗ୍ରସ୍ତ ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ସୌଭାଗ୍ୟବଶତଃ ପନ୍ତ ବଞ୍ଚି ଯାଇଛନ୍ତି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।