ନୂଆବର୍ଷରୁ ନୂଆ ନିୟମ, ଭାରତ ଆସୁଥିଲେ ଏହି ୬ ଦେଶଙ୍କ ପାଇଁ କଡା କଟକଣା

1 min read

ନୂଆଦିଲ୍ଲୀ: ବିଦେଶରେ କରୋନା ସ୍ଥିତିକୁ ଦେଖି ସତର୍କ ହୋଇଛି ଭାରତ । ଭାରତକୁ ଆସିବା ପୂର୍ବରୁ RTPCR ଟେଷ୍ଟ ବାଧ୍ୟତାମୂଳକ । ୬ ଦେଶରୁ ଭାରତ ଆସୁଥିଲେ RTPCR ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଏହି ୬ ଦେଶ ହେଲା ଚୀନ, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଥାଇଲାଣ୍ଡ । ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ RTPCR ଟେଷ୍ଟ ରିପୋର୍ଟ ।

ଯାତ୍ରାର ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ କରିବାକୁ କୁହାଯାଇଛି । ନେଗେଟିଭ୍ ରିପୋର୍ଟ ଆସିଲେ ଯାତ୍ରୀଙ୍କୁ ଭାରତ ଅଭିମୁଖେ ଉଡ଼ାଣ କରିବାକୁ ଅନୁମତି ମିଳିବ । ଜାନୁଆରୀ ପହିଲାରୁ କଟକଣା କଡ଼ାକଡ଼ି ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚୀନ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏବେ ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି ।

ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଠାବ ହୋଇଛି । ଭାରତରେ ଯେପରି ସଂକ୍ରମଣ ନବ୍ୟାପେ, ସେଥିପାଇଁ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ନିଆଯାଇଛି ।