spot_img
Home Blog Page 3774

ବାଂଲାଦେଶରେ ସି-ତ୍ରଙ୍ଗ, ବର୍ଷାରେ ବେହାଲ୍‌ ଉତ୍ତର ପୂର୍ବ ଭାରତ

ଗୌହାଟୀ: ଉତ୍ତର-ପୂର୍ବ ଭାରତରେ ସି-ତ୍ରଙ୍ଗର ପ୍ରଭାବ । ଗତକାଲି ଠାରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ତଳିଆ ଅଞ୍ଚଳଗୁଡ଼ିକ ବ୍ୟାପକ ପ୍ରଭାବିତ ହୋଇଛି । ବର୍ଷା ଯୋଗୁ ଶହ ଶହ କଚ୍ଚା ଘର ଭାଙ୍ଗିଥିବା ବେଳେ ଟେଲି କମ୍ୟୁନିକେସନ ସେବା ବାଧାପ୍ରାପ୍ତ ହୋଇଛି ।

ଗୌହାଟିର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ଆଜି ବି ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର  । ଅରୁଣାଚଳ ଓ ମେଘାଳୟରେ ବି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବାତ୍ୟା ପ୍ରଭାବରେ ବର୍ଷା, ପବନ ଲାଗି ରହିଥିବାରୁ ୭ଟି ବିମାନ ଉଡାଣ ବାତିଲ କରାଯାଇଛି ।

ପାଗ ଖରାପ ଯୋଗୁ ସିଲଂରୁ ସିଲଚର, ଡିବ୍ରୁଗଡ଼ରୁ କୋଲକାତା ଯାଉଥିବା ବିମାନ ଉଡାଣ ବାତିଲ କରିଛି ଏଟିସି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଆସାମ ଆକାଶ ମେଘାଚ୍ଛନ୍ନ ରହିବ ବୋଲି IMD ପକ୍ଷରୁ ସତର୍କତା ଜାରି କରାଯାଇଛି ।

ଗୁଗଲ୍‌ ଗଣିବ ଜରିମାନା, ସପ୍ତାହରେ ଦୁଇ ଥର ଗଣିଲାଣି ଦୁଇ ହଜାର କୋଟି

ଭୁବନେଶ୍ବର: ସର୍ଚ୍ଚ ଇଞ୍ଜିନ୍ ଗୁଗଲକୁ ୯୩୬ କୋଟି ଟଙ୍କାର ଜରିମାନା । କମ୍ପାନୀର ମନମୁଖି କାର୍ଯ୍ୟ ବନ୍ଦ କରିବାକୁ ପୁଣି ଥରେ ଗୁଗଲ ଉପରେ ଜରିମାନା ଲଗାଇଛି କମ୍ପିଟିସନ କମିଶନ ଅଫ ଇଣ୍ଡିଆ ବା CCI । ପ୍ଲେ ଷ୍ଟୋର ନୀତିରେ ଗୁଗଲର ଦବଦବା ରହିଥିବା ବେଳେ ଏହାକୁ କମ୍ପାନୀ ନିଜର ଫାଇଦା ପାଇଁ ଅପବ୍ୟବହାର କରୁଛି ।

ଏଥିପାଇଁ ସଂସ୍ଥା ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ଲଗାଇଛି ସିସିଆଇ । ୭ ଦିନ ତଳେ ଗୁଗଲ ଉପରେ ସିସିଆଇ ୧୩୩୮ କୋଟି ଟଙ୍କା ଜୋରିମାନା ଲାଗୁ କରିଥିଲା । ଏହାସହ ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ କରିବାକୁ ମଧ୍ୟ ଗୁଗଲକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସହଜ ହେଲା ଋଣ ବ୍ୟବସ୍ଥା, ‘ସଫଳ’ରେ ଆବେଦନ କରି ଚାଷୀ ପାଇବେ ସଫଳତା

ଭୁବନେଶ୍ବର: ଚାଷୀଙ୍କ ପାଇଁ ଆହୁରି ସହଜ ହେବ ଋଣ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଖୋଲିବ ନୂଆ ପୋର୍ଟାଲ ‘ସଫଳ’ । ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଓ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ ଖୋଲିବ । ଆଜି ସନ୍ଧ୍ୟା ସାଢେ ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି ପୋର୍ଟାଲର ଶୁଭାରମ୍ଭ ହେବ  । WWW.safal.odisha.gov.inରେ ଚାଷୀ ଋଣ ପାଇଁ ସହଜରେ ଆବେଦନ କରିପାରିବେ । କୃଷକ ଓଡ଼ିଶା ଡାଟାବେଶ ସହ ସଂଯୁକ୍ତ ହେବ ପୋର୍ଟାଲ । ୪୦ରୁ ଅଧିକ ବ୍ୟାଙ୍କ ଏଥିରେ ଯୋଡିହେବେ ।

 

୩ ଶହରୁ ଅଧିକ ରକମର କୃଷି ଋଣ ପାଇଁ ଆବେଦନ ସୁବିଧା ରହିଛି ପୋର୍ଟାଲରେ । ୭୦ରୁ ଅଧିକ ମଡେଲ ପ୍ରକଳ୍ପ ରିପୋର୍ଟ ସହ ଅନଲାଇନ ଆବେଦନ ସୁବିଧା ମୋ ସେବା କେନ୍ଦ୍ରରୁ ଆବେଦନ ସୁବିଧା ରହିବ । ଋଣ ଦରଖାସ୍ତ ସ୍ଥିତି ଯାଞ୍ଚ ସୁବିଧା ବି ପୋର୍ଟାଲରେ ରହିଛି । ଅଧିକ ସୂଚନା ପାଇଁ ଆମ କୃଷି ହେଲ୍ପଲାଇନକୁ ଯୋଗାଯୋଗ କରିପାରିବେ ଚାଷୀ ।

୨୮ ଯାଏଁ ବଢିଲା କ୍ୟାପିଟାଲ ହସପିଟାଲର ମେଡିକାଲ କାଉନସେଲିଂ ଅବଧି

ଭୁବନେଶ୍ବର: ବଢିଲା କ୍ୟାପିଟାଲ ହସପିଟାଲ ପିଜି ଇନଷ୍ଟିଚ୍ୟୁଟର ମେଡିକାଲ କାଉନସେଲିଂ ଅବଧି । ମେଡିକାଲ କାଉନସେଲିଂ କମିଟି ବା ଏମସିସିର ଅନୁମୋଦନ କ୍ରମେ ୨୮ ତାରିଖ ପର୍ଯ୍ୟନ୍ତ ବଢ଼ିଲା କାଉନସେଲିଂ ଅବଧି । ଛୁଟିଦିନ ଯୋଗୁ ଅଧିକାଂଶ ଛାତ୍ରଛାତ୍ରୀ କାଉନସେଲିଂ ପ୍ରକ୍ରିୟାରେ ସାମିଲ ହୋଇ ପାରିନଥିଲେ । ଆଜି ଥିଲା ଦ୍ବିତୀୟ ରାଉଣ୍ଡ ପିଜି କାଉନସେଲିଂର ଶେଷ ଦିନ ।

ଆସନ୍ତା ୨୮ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପିଜି କାଉନସେଲିଂ ଅବଧି ବୃଦ୍ଧି ପାଇଛି । PGIMER ଆଣ୍ଡ କ୍ୟାପିଟାଲ ହସ୍ପିଟାଲରେ ଚଳିତ ଶିକ୍ଷାବର୍ଷ 2022-23 ପାଇଁ ନାମ ଲେଖା ହେବ । ୨ଟି ବିଭାଗରେ ୨ଟି ସିଟରେ ନାମ ଲେଖାଇବାକୁ ମିଳିଛି ଅନୁମତି  ।

ଭେଷଜ ବିଭାଗରେ ୫ଟି ଓ ଅସ୍ଥିଶଲ୍ୟ ବିଭାଗରେ ୨ଟି ସିଟରେ ହେବ ନାମ ଲେଖା ।ଏଥିପାଇଁ ପୂର୍ବରୁ NMC ବା ଜାତୀୟ ମେଡିକାଲ କାଉନସିଲର ଏକ ଟିମ କ୍ଷେତ୍ର ପରିଦର୍ଶନ କରିଥିଲେ ।

NMC ରିପୋର୍ଟ ଆଧାରରେ ଚଳିତ ଶିକ୍ଷାବର୍ଷରେ ନାମଲେଖା ପାଇଁ ମିଳିଛି ଅନୁମତି । ଏହାଦ୍ବାରା ଦୀର୍ଘଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ମେଡିକାଲ ସ୍ନାତକୋତ୍ତର ଡିଗ୍ରୀରେ ପାଠ ପଢିବେ ଡାକ୍ତରୀ ଛାତ୍ରଛାତ୍ରୀ । ପର୍ଯ୍ୟାୟ କ୍ରମେ 15ଟି ବିଭାଗରେ 60ଟି ସିଟରେ କରାଯିବ ନାମଲେଖା ।

ଆଣବିକ ଅସ୍ତ୍ର ପ୍ରୟୋଗ ନ କରିବାକୁ ଋଷକୁ ଚେତାବନୀ ଦେଲେ ବାଇଡେନ

କିଭ୍‌: ୟୁକ୍ରେନ ବିରୋଧରେ କୌଣସି ପ୍ରକାର ଆଣବିକ ଅସ୍ତ୍ର ପ୍ରୟୋଗ ନକରିବାକୁ ଋଷକୁ ଚେତାବନୀ । ଯଦି ଆଣବିକ ଅସ୍ତ୍ର ପ୍ରୟୋଗ କରାଯାଏ, ତେବେ ଏହା ଏକ ଗୁରୁତର ତ୍ରୁଟି ହେବ ବୋଲି ସତର୍କ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୟୁକ୍ରେନ ଉପରେ ଋଷ କୌଣସି ମୁହୂର୍ତ୍ତରେ ଆଣବିକ ଅସ୍ତ୍ର ପକାଇବ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବାଇଡେନ ।

ଯଦି ଆଣବିକ ଅସ୍ତ୍ର ପ୍ରୟୋଗ ହେବ, ତେବେ ଏଥିଲାଗି ଋଷକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି ବାଇଡେନ୍ । ଋଷ ବିରୋଧରେ ୟୁକ୍ରେନ ଏକ ଡାର୍ଟି ବମ୍ ବ୍ୟବହାର କରିବା ସମ୍ଭାବନା ରହିଛି ବୋଲି ଗତ ସପ୍ତାହରେ ଆଶଙ୍କା ବ୍ୟକ୍ତ କରିଥିଲା ଋଷ । ଯଦିଓ ଡାର୍ଟି ବମ୍ ଆଟମିକ ବମ୍ ପରି ନୁହେଁ, ତଥାପି ଏହା ତେଜଷ୍କ୍ରିୟ, ଜୈବିକ ଓ ରାସାୟନିକ ବିଷାକ୍ତ ପଦାର୍ଥ ନିର୍ଗତ କରି ଜନଜୀବନ ପ୍ରତି କ୍ଷତି ପହଞ୍ଚାଇଥାଏ । ଦିନକୁ ଦିନ ଋଷ ଶକ୍ତିହୀନ ହେଉଥିବା ବେଳେ ବିଜୟ ଲାଗି କୌଣସି ମୁହୂର୍ତ୍ତରେ ଆଣବିକ ଅସ୍ତ୍ର ବ୍ୟବହାର କରିବାର ଆଶଙ୍କା ଘନୀଭୂତ ହେଉଛି ।

ସେପଟେ ତୁରନ୍ତ ୟୁକ୍ରେନ ଛାଡି ଚାଲିଯିବାକୁ ପୁଣି ଥରେ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି । ୟୁକ୍ରେନରେ ସ୍ଥିତି କ୍ରମଶଃ ଜଟିଳ ହେଉଥିବାରୁ ବିଭିନ୍ନ ପଡୋଶୀ ଦେଶକୁ ତୁରନ୍ତ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ଗତ ୧୯ ତାରିଖରେ ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ପାସପୋର୍ଟ ସମେତ ଅନ୍ୟାନ୍ୟ ବୈଧ ନଥିପତ୍ର ଧରି ଚାଲିଯିବାକୁ ପରାମର୍ଶ ଦେଇଛି କିବସ୍ଥିତ ଦୂତାବାସ । ହଙ୍ଗେରୀ, ସ୍ଳୋଭାକିଆ, ମୋଲଡୋଭା, ପୋଲାଣ୍ଡ ଓ ରୋମାନିଆ ସୀମା ଦେଇ ଚାଲିଯିବାକୁ ଭାରତୀୟଙ୍କୁ କୁହାଯାଇଛି ।

ସିଡନୀରେ ହଙ୍ଗାମା କରିଛି ଟିମ୍ ଇଣ୍ଡିଆ, ନେଟ୍ ପ୍ରାକ୍ଟିସ ପାଇଁ କଲା ମନା

ସିଡନୀ: ଟି ଟ୍ବେଣ୍ଟି ବିଶ୍ବକପରେ ଗୁରୁବାର ନେଦରଲ୍ୟାଣ୍ଡସକୁ ଭେଟିବ ଭାରତ । କିନ୍ତୁ ଏହା ପୂର୍ବରୁ ସିଡନୀରେ ହଙ୍ଗାମା କରିଛି ଟିମ୍ ଇଣ୍ଡିଆ । ନେଟ୍ ପ୍ରାକ୍ଟିସ ପାଇଁ ମନା କରିଦେଇଛି ଭାରତ । କାରଣ ନେଟ୍ ପ୍ରାକ୍ଟିସ ସ୍ଥାନ ହୋଟେଲରୁ ୪୨ କିଲୋମିଟର ଦୂରରେ ରହିଛି । ଏତେ ଦୂରକୁ ଯାଇ ନେଟ୍ ପ୍ରାକ୍ଟିସ କରିବା ସମ୍ଭବ ନୁହେଁ ବୋଲି କହିଛି ଟିମ୍ ଇଣ୍ଡିଆ ।

 

ଖାଲି ଏତିକି ନୁହେଁ, ବ୍ରେକ୍ ଫାଷ୍ଟରେ ଥଣ୍ଡା ସ୍ୟାଣ୍ଡ ଉଇଚ୍ ଦିଆଯାଉଥିବା ଅଭିଯୋଗ ହୋଇଛି । ଅବହେଳାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଖେଳାଳି ।

ଆଜି ପଦଭାର ସମ୍ଭାଳିବେ କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଦାୟିତ୍ବ ନେବେ । ଆଜି ସକାଳେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଖଡଗେ  । ଏହାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ ଓ ରାଜୀବ ଗାନ୍ଧୀଙ୍କ ସ୍ମୃତିସ୍ଥଳ ବି ପରିଦର୍ଶନ କରିବେ  । ପଦଭାର ସମ୍ଭାଳିବା ପୂର୍ବରୁ କଂଗ୍ରେସ ମୁଖ୍ୟ ଅଫିସରେ ସମସ୍ତ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ  । ସୁରକ୍ଷାକର୍ମୀ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ପାର୍ଟି ଅଫିସ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି  । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ମୁଖ୍ୟ ମଧୂସୁଦନ ମିସ୍ତ୍ରୀ ବୁଧବାର ଖଡଗେଙ୍କୁ ଔପଚାରିକ ଭାବେ ନିର୍ବାଚନ ପ୍ରମାଣପତ୍ର ଦେବେ  ।

କର୍ଣ୍ଣାଟକର ଦଳିତ ସମୁଦାୟରୁ ଆସିଥିବା ୮୦ ବର୍ଷୀୟ ଖଡଗେ ଅକ୍ଟୋବର ୧୭ରେ ପାର୍ଟିର ଅନୁଷ୍ଠିତ ଐତିହାସିକ ନିର୍ବାଚନରେ ନିଜର ପ୍ରତିଦ୍ଵନ୍ଦ୍ଵୀ ଶଶି ଥରୁରଙ୍କୁ ହରାଇଥିଲେ । ପାର୍ଟିର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ୨୪ ବର୍ଷରେ ପ୍ରଥମ ଥର ଅଣ ଗାନ୍ଧୀ ପରିବାରର ସଦସ୍ୟ କଂଗ୍ରେସର ଅଧ୍ୟକ୍ଷ ହୋଇ ପାରିଛନ୍ତି ।

ନୂଆ ଦାୟିତ୍ବ ଖଡଗେଙ୍କ ପାଇଁ ନିଶ୍ଚିତ ରୂପେ ନୂଆ ଚ୍ୟାଲେଞ୍ଜ ନେଇ ଆସିବ  । ଗୋଟିଏ ପଟେ ରାଜସ୍ଥାନର ଶାସନ ଗାଦି ତ କିଛି ସପ୍ତାହ ମଧ୍ୟରେ ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଖଡଗେଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇପାରେ  । ସେହିପରି ୨୦୨୪ ଲୋକସଭା ନିର୍ବାଚନ ତାଙ୍କ ପାଇଁ ବଡ ଅଗ୍ନିପରୀକ୍ଷା ସାଜିବ  । ପଦ ଭାର ଗ୍ରହଣ କରିବା ପୂର୍ବରୁ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ମଲ୍ଲିକାର୍ଜୁନ ଖଡଗେ  ।

 

ରାଜଧାନୀରେ ରୋଡ ଶୋ’ କରିବେ ଆସିଆନା ଟିମ୍‌, ନବୀନ ଦେଇଥିଲେ ନିମନ୍ତ୍ରଣ

ଭୁବନେଶ୍ବର: ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଆସିଆନାର ଏକ ପ୍ରତିନିଧି ଦଳ । ମିଆଁମାର, ଇଣ୍ଡୋନୋସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଭିଏତନାମ ଆଦି ୧୦ଟି ଦେଶର ଆମ୍ବାସଡର ଏହି ଦଳରେ ସାମିଲ ଅଛନ୍ତି । ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ।

ଆଜିଠୁ ୨୮ ତାରିଖ, ୩ଦିନ ଧରି ଓଡିଶାରେ ହେବାକୁ ଥିବା ରୋଡ ଶୋରେ ସେମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ବେଳେ ଓଡିଶା ଆସି ଭିତ୍ତିଭୂମି ବୁଲି ଦେଖିବା ପାଇଁ ରାଜ୍ୟ ସରକାର ଏହି ଦେଶ ଗୁଡିକୁ ନିମନ୍ତ୍ରଣ କରିଥିଲେ । ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିଲେ ।

ଓଡ଼ିଶାରେ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି, କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି ଏକଥା ରାଷ୍ଟ୍ରଦୂତ ମାନଙ୍କୁ ବୁଝାଇଥିଲେ ନବୀନ ।

ଏଣିକି ବ୍ରିଟେନରେ ଭାରତୀୟଙ୍କ ରାଜ୍‌, ଗୃହ ସମ୍ଭାଳିବେ ସୁଏଲା

ଲଣ୍ଡନ: ବ୍ରିଟେନରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ । ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ନିଜର ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି । ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ଥିବା ବେଳେ ଯେଉଁ ମନ୍ତ୍ରୀ ଥିଲେ ସେମାନଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ।

ସବୁଠୁ ବଡ଼ କଥା ହେଲା ଗତ ସପ୍ତାହରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ସୁଏଲା ବ୍ରେଭରମେନଙ୍କୁ ପୁଣି ଥରେ ଗୃହ ମନ୍ତ୍ରୀ ନିଯୁକ୍ତ କରିଛନ୍ତି ଋଷି ସୁନକ  । ସୁଏଲା ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ  । ଜେମ୍ସ କ୍ଲେଭରଲୀଙ୍କୁ ବୈଦେଶିକ ମନ୍ତ୍ରୀ, ବେନ୍ ଓ୍ବାଲେସ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଗ୍ରାଣ୍ଟ ସାପସଙ୍କୁ ବାଣିଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି  ।

ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ଲାଗି ବିଧିବଦ୍ଧ ପ୍ରକ୍ରିୟା ଶେଷ କରିଛନ୍ତି ଋଷି ସୁନକ । କିଙ୍ଗ ଚାର୍ଲ୍ସ ଥ୍ରୀଙ୍କୁ ଭେଟି ଆଣିଛନ୍ତି ଆପଏଣ୍ଟମେଣ୍ଟ ଲେଟର । ୪୨ ବର୍ଷ ବୟସରେ ବ୍ରିଟେନର ଭାଗ୍ୟ ବଦଳାଇବାକୁ ଶପଥ ନେଇଛନ୍ତି ଋଷି ସୁନକ । ବ୍ରିଟେନର ଜନଜୀବନ ସୁରକ୍ଷିତ ରଖିବା ସହ ସେମାନଙ୍କ ବ୍ୟବସାୟକୁ ସୁରକ୍ଷିତ ରଖିବା ବଡ଼ ଚ୍ୟାଲେଞ୍ଜ ରହିବ ।

ବ୍ରିଟେନରେ ଥିବା ସବୁ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି ଋଷି ସୁନକ । ଦେଶରେ ଜାରି ରହିଥିବା ଆର୍ଥିକ ସଙ୍କଟ ଦୂର କରିବା ଉପରେ ଗୁରୁତ୍ବ ଦେବେ ।

ଦୁର୍ଲଭ ଜୀବ ଚୋରାଚାଲାଣ ବେଳେ ମାଡ଼ି ବସିଲା କଷ୍ଟମ ବିଭାଗ

ବ୍ୟାଗରେ ଲୁଚାଇ ବିମାନ ଯୋଗେ ସୁନା ରୂପା ହୀରା ସ୍ମଗଲିଂ କଥା ଆପଣ ଶୁଣିଥିବେ । ହେଲେ ଆଜିର ଏ ଖବର ଆପଣଙ୍କୁ ଚମକାଇ ଦେବ । ପାଞ୍ଚଟି ବିଦେଶୀ ତଥା ଦୁର୍ଲଭ ଜୀବକୁ ଚାଲାଣ ବେଳେ ଧରିଲା ଚେନ୍ନାଇ ବିମାନ ବନ୍ଦର କଷ୍ଟମ ବିଭାଗ । ବ୍ୟାଂକକ୍ରୁ ଚେନ୍ନାଇ ଚାଲାଣ ହେଉଥିଲା ଏହି ଜୀବ । ଗୋଟିଏ ବ୍ୟାଗରୁ ଏହି ଜୀବ କଷ୍ଟମ ବିଭାଗ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଏହି ଜୀବ ଏକ ପ୍ରକାର ନେଉଳ ବୋଲି କୁହାଯାଉଛି । ଏହା ଭାରତରେ ମିଳନ୍ତି ନାହିଁ । ଦକ୍ଷିଣ ଓ ପୂର୍ବ ଆଫ୍ରିକା ସହ ଜାମିବିଆରେ ଏ ପ୍ରଜାତି ନେଉଳ ମିଳନ୍ତି । ଅର୍ନ୍ତଜାତୀୟ ବଜାରରେ ଏମାନଙ୍କର ଚାହିଦା ଅଧିକ । ଏହି ନେଉଳ ସାପ ଭଳି କାମୁଡିଥାନ୍ତି । ପୂର୍ବରୁ ମଧ୍ୟ ଚେନ୍ନାଇର କଷ୍ଟମ ବିଭାଗ ଦୁର୍ଲଭ ପ୍ରଜାତି ଜୀବ ଜବତ କରିଥିଲା । ତେବେ ଏହି ଜୀବର ଆବଶ୍ୟକତା ସମ୍ପର୍କରେ ବିଶେଷ କିଛି ଜଣାପଡିନାହିଁ ।