ବାରବାଟୀରେ ହକି ଉଦଘାଟନୀ ଉତ୍ସବ, କମ୍ପୁଛି ଷ୍ଟାଡିୟମ

1 min read

କଟକ: ବାରବାଟୀରେ ଆରମ୍ଭ ହୋଇଛି ହକି ଉଦଘାଟନୀ ଉତ୍ସବ  । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲକୁଛି ବାରବାଟୀ  । ଓଡ଼ିଆ ସିନେ ତାରକା ସବ୍ୟସାଚୀ-ଅର୍ଚ୍ଚିତା ମଞ୍ଚ ଉପରେ ନିଜର ଜଲୱା ଦଖାଇଥିବାବେଳେ ସମୟ ସହ ବଲିଉଡ ସେଲିବ୍ରିଟଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ବଢୁଛି ଉତ୍କଣ୍ଠା  ।  ଆଜି ପୁରୁଷ ବିଶ୍ବକପ ହକି ୨୦୨୩ର ଉଦଘାଟନୀ ଉତ୍ସବ । କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେଉଛି ଉତ୍ସବ  । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶବିଦେଶର ଅତିଥି ଯୋଗଦେବେ ।

ମୁଖ୍ୟମନ୍ତ୍ରୀ ସଂଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ବାରବାଟୀରେ ରହିବେ । ଏକ ହଜାର ଭିଭିଆଇପିଙ୍କ ସମେତ ଦୁଇ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଉତ୍ସବରେ ସାମିଲ ହେବେ ବଲିଉଡ୍ ଷ୍ଟାର୍ ରଣବୀର ସିଂ, ଦିଶା ପଟାନୀ, ମନିଷ ପଲ୍  । ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ଟିମ ଜଲଓ୍ବା ଦେଖାଉଛି  । ଉଦଘାଟନୀ ଉତ୍ସବ ପାଇଁ ଓ୍ବେଲକମ୍ ସଙ୍ଗ୍ ବନାଇଛନ୍ତି ମ୍ୟୁଜିକ୍ ଡିରେକ୍ଟର ପ୍ରୀତମ୍  । ଏଥିରେ କଣ୍ଠଦାନ କରିଛନ୍ତି କୋରାପୁଟ ଝିଅ ନମିତା ମେଲକା ।

ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ବନାଇଛନ୍ତି ବିଶ୍ବକପ୍ ଆନ୍ଥେମ୍  । ଏହାକୁ ଗାଇଛନ୍ତି ସୁଖବିନ୍ଦର ସିଂ  । ଉତ୍ସବରେ ପ୍ରସିଦ୍ଧ କେ ପପ୍ ବ୍ୟାଣ୍ଡ ବ୍ଲାକ୍ ସ୍ବାନ୍ ଗ୍ରୁପ୍ ସାମିଲ ହେବେ । ଉତ୍ସବ ପାଇଁ ନବବଧୂ ପରି ସଜେଇ ହୋଇଛି କଟକ  । ରାସ୍ତା ସାରା ସୌନ୍ଦର୍ଯ୍ୟର ପସରା  । ବଡ଼ବଡ଼ ହୋଡିଂ ସହିତ କଲରଫୁଲ ବ୍ୟାନର  । ଷ୍ଟାଡିୟମ ରାସ୍ତାର ଗୌରବ ବଢାଉଛି ବ୍ରୋଞ୍ଜ ମୂର୍ତ୍ତି  । ଦର୍ଶକକଙ୍କ ଖଚାଖଚ ଭିଡ ଭିତରେ ଷ୍ଟାଡିୟମର ମାହୋଲ ହିଁ ହକି ବିଶ୍ୱକପକୁ ସ୍ୱାଗତ କରୁଛି  ।