spot_img
Home Blog Page 3763

ରାଜ୍ୟରେ ଖସୁଛି ତାପମାତ୍ରା, ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ତାପମାତ୍ରା, ଧିରେ ଧିରେ ବଢୁଛି ଶୀତ । ଗତ ୨୪ ଘଣ୍ଟାରେ ସ୍ବାଭାବିକ ଠାରୁ କମିଛି ଏକ କିମ୍ବା ଦୁଇ ଡିଗ୍ରୀ ତାପାମାତ୍ରା । ଫୁଲବାଣୀରେ ସବୁଠାରୁ କମ୍ ୧୩.୫ ଡିଗ୍ରୀ ସେଲସିଏସ ତାପମାତ୍ରା ରେକର୍ଡ କରାଯାଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ସେହିଭଳି ଭୁବନେଶ୍ବରରେ ସକାଳେ ୨୦.୦ ଡିଗ୍ରୀ ସେଲସିଏସ୍ ତାପାମତ୍ରା ରେକର୍ଡ କରାଯାଇଛି । କିଛି ସ୍ଥାନରେ କୁହୁଡ଼ି ପଡ଼ିବା ମଧ୍ୟ ଦେଖବାକୁ ମିଳିଛି ।

ସେହିପରି ଫୁଲବାଣୀ ଓ ପାରଳାଖେମୁଣ୍ଡିଠାରେ ଆଜି ସକାଳୁ ଅଧିକ କୁହୁଡ଼ି ଦେଖିବାକୁ ମିଳିଥିଲା। ଫୁଲବାଣୀ ଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରହିଥିବା ବେଳେ ପାରଳାଖେମୁଣ୍ଡିରେ ୭୦୦ ମିଟର ରହିଥିଲା । ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ । ନଭେମ୍ବର ୧ ବେଳକୁ ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁରର କିଛି ସ୍ଥାନରେ ବର୍ଷା ନେଇ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର ।

ନୟାଗଡ଼ରୁ ପୁଣି ବାଘଛାଲ ଜବତ

ନୟାଗଡ଼: ନୟାଗଡ଼ରୁ ପୁଣି ବାଘଛାଲ ଜବତ। ଗୋଟିଏ ୭ ଫୁଟ ଲମ୍ବର ଚିତା ବାଘ ଛାଲ ସହ ଗୁଳି ଜବତ କଲା ବନ ବିଭାଗ। ଘଟଣାରେ ଶିକାରୀ କୃପାସିନ୍ଧୁ ବିଶ୍ବାଳଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, କୃପାସିନ୍ଧୁ ବିଶ୍ବାଳଙ୍କ ଘର ଟାଉନ ଥାନା ଚଣ୍ଡୀବସ୍ତ ଗାଁରେ। ସହଯୋଗୀଙ୍କ ସହ ମିଶି ୧୫ ହଜାର ଟଙ୍କାରେ ଚିତାବାଘ ଛାଲକୁ ବିକ୍ରି କରିବା ପାଇଁ ନେବା ବେଳେ ପାଣିପୋଇଲା ଛକ ନିକଟରେ ମାଡି ବସିଲା ବନ ବିଭାଗ।

ତେବେ ବନବିଭାଗ ଟିମକୁ ଦେଖି ଘଟଣାସ୍ଥଳରୁ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ଗଞ୍ଜାମ ଜିଲ୍ଲା ଜଙ୍ଗଲରୁ ବାଘଟିକୁ ଗୁଳି କରି ଶିକାର କରାଯାଇଥିବା DFO ସୂଚନା ଦେଇଛନ୍ତି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବନବିଭାଗ ତଦନ୍ତ ଜାରି ରଖିଛି ।

ଧାମନଗର ଉପନିର୍ବାଚନ; ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ପୂର୍ବତନ ବିଧାୟକଙ୍କ ପତ୍ନୀ

ଭଦ୍ରକ: ଧାମନଗର ଉପ ନିର୍ବାଚନ ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି ଧାମନଗରର ପୂର୍ବତନ ବିଧାୟକ ସ୍ବର୍ଗତ ମାନସ ମଲ୍ଲିକଙ୍କ ଧର୍ମପତ୍ନୀ ତଥା ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଭାଉଜ ନିରୁପମା ମଲ୍ଲିକ। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଭୋଟ ଦେବା ପାଇଁ ଗାଁକୁ ଗାଁ ବୁଲି ଭୋଟ ଦେବାକୁ ନିବେଦନ କରିଛନ୍ତି ନିରୁପମା। ଗତକାଲି ଦୋବଲ ଜୋନର ବିଭିନ୍ନ ପଞ୍ଚାୟତରେ ବୁଲି ନିର୍ବାଚନ ପ୍ରଚାର କରୁଥିବା ବେଳେ ଆଜି ଧୂଷୁରୀ ଜୋନର ବିଭିନ୍ନ ପଞ୍ଚାୟତରେ ବୁଲି ଅବନ୍ତୀଙ୍କ ପାଇଁ ସମର୍ଥନ ସାଉଁଟିଛନ୍ତି।

ଧାମନଗରର ପୂର୍ବତନ ବିଧାୟକ ସ୍ବର୍ଗତ ମାନସ ମଲ୍ଲିକ ଧାମନଗର ନିର୍ବାଚନ ମଣ୍ଡଳୀରେ ଜଣେ ଦକ୍ଷ ନେତା ଥିଲେ । ତାଙ୍କର ଅବଦାନକୁ ଆଜି ବି ମନେ ରଖିଛନ୍ତି ନିର୍ବାଚନ ମଣ୍ଡଳୀ ବାସୀ । ତାଙ୍କ ଧର୍ମପତ୍ନୀ ଓ ପୁଅ ଅମିତ ମଲ୍ଲିକ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ନିଶ୍ଚୟ ଧାମନଗର ଉପ ନିର୍ବାଚନରେ ବାଜିମାତ କରିବ ବୋଲି ବିଜେଡି ମୁଖପାତ୍ର ଅମିତ ମଲ୍ଲିକ କହିଛନ୍ତି ।

ଆଇନ ଜାଲରେ ‘କାନ୍ତାରା’; କୋର୍ଟ କହିଲେ- ଥିଏଟରରେ ଚଲାଅନି ଫିଲ୍ମର ଗୀତ

ନୂଆଦିଲ୍ଲୀ: ରୂପେଲି ପରଦାରେ ଧମାଲ୍ କରୁଥିବା ଫିଲ୍ମ ’କାନ୍ତାରା’ ଆଇନଜାଲରେ ଫସିଛି । କେରଳର ଏକ ଲୋକପ୍ରିୟ ମ୍ୟୁଜିକ ବ୍ୟାଣ୍ଡ୍ ଥାଇକୁଦମ ବ୍ରିଜ୍ ଗୀତ ଚୋରି ନେଇ ଅଭିଯୋଗ କରିଛି ।

ରିଷଭ ସେଟ୍ଟୀଙ୍କ ଏହି ଫିଲ୍ମ କନ୍ନଡ ଭାଷାରେ ସୁପରହିଟ୍ ହେବାପରେ ତେଲୁଗୁ, ତାମିଲ, ମାଲୟାଲାମ୍ ଓ ହିନ୍ଦୀ ଭାଷାରେ ରିଲି ହୋଇଥିଲା । ଅକ୍ଷୟ କୁମାରଙ୍କ ‘ରାମ ସେତୁ’ ଓ ଅଜୟ ଦେବଗନଙ୍କ ‘ଥ୍ୟାଙ୍କ ଗଡ଼’କୁ ଏବେବି ଟକ୍କର ଦେଉଛି ‘କାନ୍ତାରା’ ।

ଜାଣନ୍ତୁ କ‘ଣ ବିବାଦ-

କେରଳର ଏକ ଲୋକପ୍ରିୟ ମ୍ୟୁଜିକ ବ୍ୟାଣ୍ଡ୍ ‘ଥାଇକୁଦମ ବ୍ରିଜ୍’ କିଛି ଦିନ ତଳେ ଗୀତ ଚୋରି ନେଇ ଅଭିଯୋଗ କରିଛି। ‘କାନ୍ତାରା’ର ମେକର୍ସ ଧୁନ୍ ଚୋରି କରିଥିବା ନେଇ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଛି ଏହି ବ୍ୟାଣ୍ଡ୍। ବ୍ୟାଣ୍ଡର କହିବାନୁଯାୟୀ, ବ୍ୟାଣ୍ଡର ନିଜସ୍ୱ ଗୀତ ’ନବରସମ୍’ ସହ ଏକଦମ୍ ମିଶୁଛି ‘କାନ୍ତାରା’ର ‘ବରାହ ରୁପମ୍’ ।

ପୋଷ୍ଟରେ ଆହୁରି ଲେଖାଯାଇଛି, ‘କାନ୍ତାରା’ ସହ ‘ଥାଇକୁଦମ ବ୍ରିଜ୍’ କୌଣସି ପ୍ରକାର ଜଡିତ ନୁହେଁ ବୋଲି ଆମେ ଦର୍ଶକଙ୍କୁ କହିବାକୁ ଚାହୁଁଛୁ । ଆଉ ଗୀତ ଚୋରି କରିବା ନେଇ ଆମେ ଫିଲ୍ମର କ୍ରିଏଟିଭ୍ ଟିମ୍ ବିରୋଧରେ ଆଇନର ଦ୍ୱାରସ୍ତ ହେଉଛୁ । କାରଣ ଏହି କଣ୍ଟେଣ୍ଟ ଉପରେ ଆମର ରାଇଟସ୍ ନେଇ କୌଣସି ସୂଚନା ଦିଆଯାଇନଥିବା ବେଳେ କ୍ରିଏଟିଭ୍ ଟିମ୍ ଏହାକୁ ନିଜର ଧୁନ୍ ଭାବେ ପ୍ରଚାର କରୁଛି ।

ସାମାଜିକ କଲ୍ୟାଣ ଯୋଜନାରେ ସାମିଲ ହେବେ ଡ୍ରାଇଭର

ଭୁବନେଶ୍ୱର: ଅଣସଙ୍ଗଠିତ ଡ୍ରାଇଭରଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା। ଡ୍ରାଇଭରଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ନିଆଯାଇଛି ପଦକ୍ଷେପ । ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଓ୍ୱାର୍କର୍ସ ରୁଲରେ ହେବ ସଂଶୋଧନ । ସମନ୍ୱିତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପରିବହନ ଓ ଆଇନ ବିଭାଗ ଆର୍ଥିକ ଓ ପ୍ରାଶାସନିକ ଦିଗ ଉପରେ ଧ୍ୟାନ ଦେବ । ଏକ ସପ୍ତାହ ମଧ୍ୟରେ ପରିବହନ କମିଶନର ଯୋଜନାର ଚିଠା ପ୍ରସ୍ତୁତ କରିବେ । ସପ୍ତାହକ ମଧ୍ୟରେ ରୁଲରେ ସଂଶୋଧନ କରାଯିବ । ବିଭିନ୍ନ ଘରୋଇ ଓ ଅଣ-ସଂଗଠିତ ପରିବହନ ସଂସ୍ଥାରେ କାମ କରୁଥିବା ଚାଳକ ଓ କର୍ମଚାରୀମାନଙ୍କର ସଂଖ୍ୟା ଆକଳନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ବୈଠକରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପରିବହନ ଆୟୁକ୍ତ ଅରୁଣ ବୋଥ୍ରାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ଶ୍ରମ ଓ କର୍ମଚାରୀ ରାଜ୍ୟ-ବୀମା ବିଭାଗ ଶାସନ ସଚିବ ଚିତ୍ରା ଅରୁମୁଗମ୍, ଶ୍ରମ ଆୟୁକ୍ତ ଡ଼ାକ୍ତର ଥିରୁମାଲା ନାୟକ ମଧ୍ୟ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ । କିଛିଦିନ ହେବେ ଡ୍ରାଇଭର ମାନେ ନିଜ ସୁବିଧା ଓ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଥିଲେ । ଏନେଇ ବିରୋଧ ମଧ୍ୟ ପ୍ରଦର୍ଶନ କରିଥିଲେ ଡ୍ରାଇଭର । ଏନେଇ ଗତ ଚାରିଦିନ ତଳେ ପ୍ରଶାସନ ପକ୍ଷରୁ ଏକ ବୈଠକ ବସିଥିଲା । ତେବେ ଆଜି ଏହାକୁ ତଜର୍ମା କରି ଏହି ନିଷ୍ପତ୍ତି ନିଆଯାଇଛି ।

ଆଜି ଦ୍ୱିତୀୟ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର ସ୍ମାରକୀ ବକ୍ତୃତା ଆୟୋଜିତ

ଭୁବନେଶ୍ୱର: ଲକ୍ଷ୍ମଣ କୁମାର ମହାପାତ୍ର ମେମୋରିଆଲ୍ ଟ୍ରଷ୍ଟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ସ୍ନାତକୋତ୍ତର ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଦ୍ୱିତୀୟ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର ସ୍ମାରକୀ ବକ୍ତୃତା ଆୟୋଜିତ ହୋଇଛି।

ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର (୧୯୨୯-୨୦୨୦)  ଜଣେ ବିଶ୍ୱ ପ୍ରସିଦ୍ଧ ନୃତତ୍ତ୍ୱବିତ୍ ତଥା ଶିକ୍ଷାବିତ୍ ଥିଲେ।  ଉତ୍କଳ ବିଶ୍ୱବିଦ୍ୟାଳୟରେ ନୃତତ୍ତ୍ୱ ବିଜ୍ଞାନ ବିଭାଗର ଖ୍ୟାତି ଓ ପ୍ରସିଦ୍ଧି ଦିଗରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ତାଙ୍କ ଉଦ୍ୟମ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର  ନୃତତ୍ତ୍ୱ ବିଜ୍ଞାନ ବିଭାଗ ଭାରତର ଦୁଇଟି ପ୍ରମୁଖ ନୃତତ୍ତ୍ୱ ଉଚ୍ଚତର ଶିକ୍ଷା କେନ୍ଦ୍ର ମଧ୍ୟରୁ ଅନ୍ୟତମ ଭାବରେ ପରିଗଣିତ ହୋଇପାରିଛି।  ଦକ୍ଷିଣ ପୂର୍ବ ଏସିଆନ୍ ଷ୍ଟଡିଜ୍ ଏବଂ  ସାମ୍ପ୍ରତିକ ବିକାଶମୂଳକ ନୃତତ୍ତ୍ୱ ବିଜ୍ଞାନ ଓ ଜନସଂଖ୍ୟାମୂଳକ ନୃତତ୍ତ୍ୱ ବିଜ୍ଞାନ କ୍ଷେତ୍ରରେ ଉଲ୍ଳେଖଜନକ ଗବେଷଣା ପାଇଁ ସେ ଚିର ସ୍ମରଣୀୟ ହୋଇ ରହିଛନ୍ତି।  ସେ ଉତ୍କଳ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ତଥା ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା  କେନ୍ଦ୍ରର ଅଧ୍ୟକ୍ଷ  ଭାବରେ ମଧ୍ୟ କାର୍ଯ୍ୟ  ନିର୍ବାହ କରିଥିଲେ।

ଆଜି Historical Wrongs and the Aftermath: Journey of a Tribe  ଶୀର୍ଷକ ଦ୍ୱିତୀୟ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରିଛନ୍ତି ଶିଲଂ ସ୍ଥିତ ଉତ୍ତର ପୂର୍ବାଞ୍ଚଳ ପାର୍ବତ୍ୟ ବିଶ୍ୱବିଦ୍ୟାଳୟର  (NEHU) ପ୍ରଫେସର ଗୀତିକା ରଂଜନ । ଯାହାଙ୍କର ସର୍ବଭାରତୀୟ ଓ ଆନ୍ତର୍ଜାତିକ ସ୍ତରରେ ଜଣେ ବିଶିଷ୍ଟ ନୃତତ୍ତ୍ୱ ବିଜ୍ଞାନୀ ଭାବରେ ସୁନାମ ରହିଛି ।

କୋରୋନା ମହାମାରୀ ଯୋଗୁଁ ପୂର୍ବରୁ ଅନଲାଇନ ଜରିଆରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ପି ସି ଯୋଶୀଙ୍କ ଦ୍ୱାରା ପ୍ରଥମ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର  ସ୍ମାରକୀ ବକ୍ତୃତା ପ୍ରଦତ୍ତ ହୋଇଥିଲା ।

ଆଜି ଦ୍ୱିତୀୟ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରି ପ୍ରଫେସର ରଂଜନ ଉତ୍ତରପ୍ରଦେଶର ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ ଭୋକାସାଙ୍କ ବିଷୟରେ ଆଲୋକପାତ କରିଥିଲେ। ସ୍ଥିତିରେ ଉନ୍ନତି ଆଣିବା ପାଇଁ ଯୋଜନା ପ୍ରଣୟନ ଓ ଏବଂ ଯୋଜନା ସ୍ଵତ୍ତ୍ୱେ ଭୋକାସା ଜନଜାତି କିଭଳି ଦୁର୍ବଳ ତଥା ଅସୁରକ୍ଷିତ, ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଲକ୍ଷ୍ମଣ କୁମାର ମହାପାତ୍ର ସ୍ମାରକୀ ବକ୍ତୃତା ଉତ୍ସବରେ ନୃତତ୍ତ୍ୱ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର କାହ୍ନୁ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ରଙ୍କ ଛାତ୍ରୀ, ନୃତତ୍ତ୍ୱ ବିଜ୍ଞାନ ବିଭାଗର ପ୍ରାକ୍ତନ ମୁଖ୍ୟ ତଥା ସମ୍ପ୍ରତି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସାବିତା ଆଚାର୍ଯ୍ୟ। ଏହି ଅବସରରେ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ରଙ୍କ ବୌଦ୍ଧିକ ଉତ୍ତରାଧିକାର ସମ୍ବନ୍ଧରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଏନ ସି ଦାଶ ବିଶେଷ ଆଲୋଚନା କରିଥିଲେ। ଏହାବ୍ୟତୀତ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ଓ ସାମାଜିକ ବିଜ୍ଞାନର ବିଶିଷ୍ଟ ବିଦ୍ୱାନ ଏବଂ ଛାତ୍ରଛାତ୍ରୀମାନେ ମାନେ ଯୋଗ ଦେଇଥିଲେ।

ଚଳିତ ବର୍ଷ ପ୍ରାରମ୍ଭରେ ଲକ୍ଷ୍ମଣ କୁମାର ମହାପାତ୍ର ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ପ୍ରଫେସର ମହାପାତ୍ରଙ୍କ ବାସଭବନ ୧୬  ସତ୍ୟନଗର ଠାରେ ଲକ୍ଷ୍ମଣ କୁମାର ମହାପାତ୍ର କେନ୍ଦ୍ର ଏବଂ ପାଠାଗାର ସ୍ଥାପନ ହୋଇଥିଲା।  ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ସ୍ନାତକତ୍ତୋର ବିଭାଗର ପୂର୍ବତନ ଛାତ୍ର ତଥା ସମ୍ପ୍ରତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଥିଲେ। ଲକ୍ଷ୍ମଣ କୁମାର ମହାପାତ୍ର ମେମୋରିଆଲ୍ ଟ୍ରଷ୍ଟ ଏବଂ ବକୁଳ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ହେଉଛି ଲକ୍ଷ୍ମଣ କୁମାର ମହାପାତ୍ର କେନ୍ଦ୍ର ।  ଲକ୍ଷ୍ମଣ କୁମାର ମହାପାତ୍ର କେନ୍ଦ୍ର ବର୍ତମାନ ଏକ ରେଫରେନ୍ସ ଲାଇବ୍ରେରୀ ବା ତଥ୍ୟଲବ୍ଧ ପାଠାଗାର ଭାବରେ କାର୍ଯ୍ୟ କରୁଛି।

ପଦ୍ମପୁର ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି

ଭୁବନେଶ୍ବର: ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଆଜି  ପଦ୍ମପୁର  ନିର୍ବାଚନ ମଣ୍ଡଳୀ ପାଇଁ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି।

ପଦ୍ମପୁର ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକାଶ ହେଉଛି ଆମର ପରିଚୟ। ଚାଷୀ, ମହିଳା, ଯୁବବର୍ଗ ମାନଙ୍କୁ ସଶକ୍ତ କରି ସାରା ଓଡିଶାକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ପଦ୍ମପୁର ଓଡିଶାର ଭାତହାଣ୍ଡି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାକୁ ସବୁଠାରୁ ଅଧିକ ଚାଉଳ ପଦ୍ମପୁର ହିଁ ଯୋଗାଇ ଦେଉଛି ।  ପଦ୍ମପୁରର ଚାଷୀମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କାର ୨୦ଟି ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏଥିସହିତ କୃଷି ବଜାର ଭିତ୍ତିଭୂମି ବିକାଶ ପାଇଁ ୧୮ କୋଟି ୪୮ ଲକ୍ଷ ଟଙ୍କାର ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରିଛନ୍ତି।

ଏହାସହିତ ପଦ୍ମପୁରରେ ଯୋଗାଯୋଗର ବିକାଶ ପାଇଁ ୨୬୦ କୋଟି ଟଙ୍କାରେ ୩୮ଟି ସେତୁ ଓ ୧୩୬ କୋଟି ଟଙ୍କାରେ ୨୫ଟି ରାସ୍ତା କାମର ଶୁଭାରମ୍ଭ  କରାଯିବା ସହିତ ୯ କୋଟି ଟଙ୍କାରେ ଗ୍ରାମ୍ୟ ଭିତ୍ତିଭୂମି ପ୍ରକଳ୍ପ, ୬୦ ଲକ୍ଷ ଟଙ୍କାରେ ୪ଟି ଗ୍ରାମୀଣ ବଜାର ଓ ୪ କୋଟି ୨୨ ଲକ୍ଷ ଟଙ୍କାରେ ୧୬ଟି ପୌରାଞ୍ଚଳ ଭିତ୍ତିଭୂମି ଯୋଜନା ମଧ୍ୟ ଆରମ୍ଭ କରାଯାଇଛି ।

ସେହିପରି ନୃସିଂହନାଥ ଓ ବେଦ ବରାହ ପୀଠର ବିକାଶ ପାଇଁ ୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଶିକ୍ଷାର ବିକାଶରେ ୫-ଟି ସ୍କୁଲ ରୂପାନ୍ତର ବିଶେଷ ଭୂମିକା ନେଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁରର ୩୦ଟି ହାଇସ୍କୁଲର ରୂପାନ୍ତର ହୋଇଛି । ଆଉ ୪୪ଟି ପାଇଁ କାମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ଏହା ସହିତ ଆଜି ପଦ୍ମପୁର ଅଞ୍ଚଳର ୩ଟି ବ୍ଲକ୍‌ ଓ ସହରାଞ୍ଚଳ  ପାଇଁ ୩୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଉଦ୍‌ଘାଟିତ ହୋଇଥିଲା।  ଏଥିରେ ୨୦ଟି କଲ୍ୟାଣମଣ୍ଡପ ସହିତ ପଞ୍ଚାୟତ ଭବନ, ଗ୍ରାମୀଣ ବଜାର ଓ କମନ୍ ଫାସିଲିଟି ସେଣ୍ଟର କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଚନ ପୂଜାରୀ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ଭଟଲୀ ବିଧାୟକ ସୁଷାନ୍ତ ସିଂ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଓ  ଅତାବିରା ବିଧାୟକ ସ୍ନେହାଙ୍ଗୀନି ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ ।

 

 

 

 

ଭିଜିଲାନ୍ସ ଜାଲରେ RWSSର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ୧୫ ଘଣ୍ଟାର ମାରାଥାନ ରେଡ ପରେ ଫେରିଲା ଟିମ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ RWSSର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାଶ ପଡିବା ଘଟଣା। ବିଦେଶରେ ଥିବା କ୍ରିପ୍ଟୋ କରେନସି ଏକ୍ସଚେଞ୍ଜକୁ ଚିଠି ଲେଖିଲା ଭିଜିଲାନ୍ସ ବିଭାଗ । କ୍ରିପ୍ଟୋରେ ଇନଭେଷ୍ଟମେଣ୍ଟ ଥିବା ୧ କୋଟି ୭୫ ଲକ୍ଷ ଟଙ୍କାକୁ ଫ୍ରିଜ କରିବାକୁ ଚିଠି ଲେଖିଲା ଭିଜିଲାନ୍ସ। କ୍ରିପ୍ଟୋ କରେନସି ଏକ୍ସଚେଞ୍ଜକୁ ଇମେଲ ଜରିଆରେ ଲେଖି ଅବଗତ କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା କହିଛନ୍ତି।

ରାଜ୍ୟ ବାହାର କ୍ରିପ୍ଟୋ ଏକ୍ସପର୍ଟମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। କ୍ରିପ୍ଟୋ କରେନ୍ସିର ଇନଭେଷ୍ଟ ବୃଦ୍ଧି ହେବାର ସମ୍ଭାବନା ରହିଛି । କ୍ରିପ୍ଟୋ ୱାଲେଟର ଜବତ ଡକ୍ୟୁମେଣ୍ଟକୁ ଅନୁଧ୍ୟାନ କରାଯାଉଥିବା ନିର୍ଦ୍ଦେଶକ କହିଛନ୍ତି । ୧୫ ଘଣ୍ଟାର ମାରାଥନ ରେଡ୍ କରିଥିଲା ଭିଜିଲାନ୍ସ । ନିହାରଙ୍କୁ ପଚରାଉଚରା କରିଛନ୍ତି ଡିରେକ୍ଟରଙ୍କ ସମେତ ୧୦ ଜଣିଆ ଟିମ ।

ଏହି ୧୦ ଜଣିଆ ଟିମରେ ଅଛନ୍ତି ବ୍ୟାଙ୍କ, ସିଏ, ଭିଜିଲାନ୍ସର EOW ଟିମ, ସାଇବର ସେଲ, ଫାଇନାନ୍ସ ୱିଙ୍ଗ। କ୍ରିପ୍ଟୋ କରେନସି ଲିଙ୍କ ନେଇ ଖୋଳତାଡ଼ ଜାରି ରହିଛି। ଏବେ ସୁଦ୍ଧା ୫ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ ହୋଇଛି । ଆହୁରି ସମ୍ପତ୍ତି ବାହାରିବା ନେଇ ଭିଜିଲାନ୍ସ ଅନୁମାନ କରୁଛି।

FIH Pro League: ଆଜି ମୁହାଁମୁହିଁ ହେବେ ସ୍ପେନ ଓ ନ୍ୟୁଜିଲାଣ୍ଡ ଟିମ୍

ଭୁବନେଶ୍ୱର: କମ୍ପୁଛି କଳିଙ୍ଗ ଷ୍ଟାଡିୟମ୍। ଆଜି କଳିଙ୍ଗରେ ମୁହାଁମୁହିଁ ହେବେ ସ୍ପେନ ଓ ନ୍ୟୁଜିଲାଣ୍ଡ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଗତକାଲି ଠାରୁ ଏଫଆଇଏଚ ପ୍ରୋ-ଲିଗ ଆରମ୍ଭ ହୋଇଥିବା ବେଳେ ଆଜି ଦ୍ବିତୀୟ ମ୍ୟାଚ ଖେଳାଯିବ । ଯେଉଁଥିରେ ସ୍ପେନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ସନ୍ଧ୍ୟା ୭ ଟାର ଏହି ମ୍ୟାଚ ଖେଳାଯିବ ।

ତେବେ ଗତକାଲି ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ଉଦଘାଟନୀ ମୁକାବିଲାରେ ଭାରତ ୪-୩ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ଏହି ବିଜୟରୁ ପ୍ରୋ ଲିଗ୍ ଅଭିଯାନ ଆରମ୍ଭ କରିଥିଲା ଟିମ୍ । ଆଜି ମ୍ୟାଚ ପରେ ସ୍ପେନ୍ ଟିମ ଭାରତ ବିପକ୍ଷରେ ମଧ୍ୟ ପଡ଼ିଆକୁ ଓହ୍ଲାଇବ ।

ଭାରତ ଯୋଡୋ ଯାତ୍ରା; ତେଲେଙ୍ଗାନା ଜନଜାତିଙ୍କ ସହ ନାଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କମାଲ। ତେଲେଙ୍ଗାନା ଭଦ୍ରାଚଳମରେ ଆଦିବାସୀଙ୍କ ଗହଣରେ ନାଚିଛନ୍ତି ରାହୁଲ । ଭାରତ ଯୋଡୋ ଯାତ୍ରାକୁ ସ୍ବାଗତ କରିବା ଲାଗି ସ୍ଥାନୀୟ କଂଗ୍ରେସ କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଥିଲା । ସେଠାରେ କୋମୁ କୋୟା ଆଦିବାସୀମାନେ ସୁସଜ୍ଜିତ ପୋଷାକ ପିନ୍ଧି ନୃତ୍ୟ କରିଥିଲେ ।

ପାରମ୍ପରିକ ବାଦ୍ୟରେ ସେମାନେ ମସଗୁଲ ହୋଇଥିବାବେଳେ ସେମାନଙ୍କ ସହ ନାଚିଥିଲେ ରାହୁଲ ଗାନ୍ଧୀ । ପୂର୍ବରୁ ତେଲଙ୍ଗାନାର ନାରାୟଣପେଟ ଜିଲ୍ଲାରେ କଳାକାରଙ୍କ ସହ ଢୋଲ୍ ଖେଳିବାର ଭିଡିଓ ଚର୍ଚ୍ଚାର ପରିସରକୁ ଆସିଥିଲା। ୨୦୧୯ରେ ବି ରାହୁଲ ଛତିଶଗଡ଼ ରାଇପୁରରେ ଆଦିବାସୀଙ୍କ ଗହଣରେ ନାଚିଥିଲେ।

ତେବେ ଗତ ସେପ୍ଟେମ୍ବର ୭ ତାରିଖରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ପ୍ରତି ବିପୁଳ ସମର୍ଥନ ପ୍ରକାଶ ପାଇ ଆସୁଥିବାବେଳେ ବର୍ତ୍ତମାନ ସୁଦ୍ଧା ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରେ ସରିଛି ଅଭିଯାନ ।