ସମ୍ମାନ ପାଇଁ ଲଢ଼ୁଥିବା ଶ୍ରୀଲଙ୍କାର ଶୋଚନୀୟ ପରାଜୟ; ୩୧୭ ରନରେ ଜିତିଲା ଟିମ୍ ଇଣ୍ଡିଆ

1 min read

ଥିରୁଅନନ୍ତପୁରମ: ଭାରତ-ଶ୍ରୀଲଙ୍କା ଶେଷ ଦିନିକିଆରେ ଭାରତର ବିରାଟ ବିଜୟ । ପ୍ରଥମ ଦୁଇ ମ୍ୟାଚ ହାରିବା ପରେ ସମ୍ମାନ ପାଇଁ ଖେଳୁଥିବା ଶ୍ରୀଲଙ୍କା ଶୋଚନୀୟ ଭାବେ ପରାଜିତ ହୋଇଛି । 317 ରନରେ ଜିତିଲା ଟିମ୍ ଇଣ୍ଡିଆ । ଏଥିସହିତ ସିରିଜ ପୋଛିନେଇଛଇ ମେନ ଇନ୍ ବ୍ଲୁ । ପ୍ରଥମେ ବ୍ୟାଟିଂ କରି ଜବରଦସ୍ତ ପ୍ରଦର୍ଶନ କରିଥିଲା ଭାରତ । ଶୁବମନ ଗିଲ ଓ ବିରାଟ କୋହଲିଙ୍କ ଅପରାଜିତ ଶତକ ବଳରେ ଶ୍ରୀଲଙ୍କାକୁ ୩୯୦ ରନ୍‌ କରିଥିଲା ଭାରତ । ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ହରାଇ ୩୯୦ ରନ୍‌ ସଂଗ୍ରହ କରିଥିଲା ।

ବିରାଟ କୋହଲି ୧୧୦ଟି ବଲ୍‌ ଖେଳି ୧୩ଟି ଚୌକା ଓ ୮ଟି ଛକା ବଳରେ ୧୬୬ ରନ୍‌ ସଂଗ୍ରହ କରିଥିଲେ । ଅନ୍ତର୍ଜାତୀୟ କ୍ୟାରିୟରର ୭୪ତମ ଶତକ ହାସଲ କରିଛନ୍ତି ବିରାଟ ଏଥିସହ ୪୬ତମ ଦିନିକିଆ ଶତକ ଯୋଡ଼ିଛନ୍ତି । ୩୯୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି କ୍ରୀଜକୁ ଓହ୍ଲାଇଥଇବା ଶ୍ରୀଲଙ୍କାର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷ୍କା ଫର୍ଣ୍ଣାଣ୍ଡୋ ଏବଂ ନୁୱାନିଦୁ ଫର୍ଣ୍ଣାଣ୍ଡୋ ଭଲ ଆରମ୍ଭ କରିବାରେ ବିଫଳ ହୋଇଥିଲେ । କୌଣସି ବ୍ୟାଟ୍ସମ୍ୟାନ ୨୦ ରନ୍ ଉପରେ ରନ୍ କରିବାରେ ବିଫଳ ହୋଇଥିଲେ । ନୁୱାନିଦୁ ଫର୍ଣ୍ଣାଣ୍ଡୋ(୧୯ ରନ୍), ଦସୁନ ଶନକା (୧୧ରନ୍) ଓ କସୁନ ରଜିଥା (୧୩ରନ୍)ଙ୍କୁ ଛାଡିଦେଲେ ଅନ୍ୟ ଖେଳାଳି ଦୁଇଅଙ୍କ ଛୁଇଁବାରେ ସଫଳ ହୋଇନଥିଲେ ।

ମାତ୍ର ୨୨ ଓଭର ଚାଲିଥିବା ବେଳେ ନିଜର ସମସ୍ତ ୱିକେଟ୍ ହରାଇ ମାତ୍ର ୭୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ଶ୍ରେଷ୍ଠ ବୋଲିଂ କରିଥିଲେ । ୧୦ ଓଭର ବୋଲିଂ କରି ୩୨ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ସେ ଅକ୍ତିଆର କରିଛନ୍ତି । ସେହିପରି କୁଲଦୀପ ଯାଦବ ଓ ମହମ୍ମଦ ଶାମୀ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ କ୍ରୀଜକୁ ଓହ୍ଲାଇଥିବା ଭାରତର ଦୁଇ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ଚମତ୍କାର ଆରମ୍ଭ କରିଥିଲେ । ଉଭୟ ୯୫ରନର ପାର୍ଟନରସିପ୍ କରିଥିଲେ ।

ହାପରେ ୪୨ ରନ୍ କରି ଅଧିନାୟକ ରୋହିତ ଶର୍ମା ପାଭେଲିଅନ୍ ଫେରିଯାଇଥିଲେ । କିନ୍ତୁ ଏହାପରେ ବିରାଟ କୋହଲି ଏବଂ ଶୁଭମନ ଗିଲଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ସୃଷ୍ଟି ହୋଇଥିଲା । ଦ୍ୱିତୀୟ ୱିକେଟ୍ ପାଇଁ ଉଭୟଙ୍କ ଶତକୀୟ ପାର୍ଟନରସିପ୍ ଭାରତୀୟ ଦଳକୁ ଏକ ଭଲ ସ୍ଥିତିରେ ପହଞ୍ଚାଇଥିଲା । ୯୭ ଟି ବଲେ ଖେଳି ୧୧୬ ରନ୍ କରି ଶୁଭମନ ଗିଲ୍ ପାଭେଲିଅନ୍ ଫେରିଯାଇଥିଲା । ଶୁଭମନ ଗିଲଙ୍କ ପରେ ବିରାଟ କୋହଲି ମଧ୍ୟ ଶତକ କରିଥିଲେ । ୮୫ଟି ବଲରୁ ଏହି ଶତକ ସେ ହାସଲ କରିଥଇଲେ । ଏହା ତାଙ୍କର ୪୬ତମ ଦିନିକିଆ ଶତକ ଅଟେ ।

ସେହିପରି ଅନ୍ତର୍ଜାତୀୟ କ୍ୟାରିୟରର ଏହା ୭୪ତମ ଶତକ । ଏହା ପୂର୍ବରୁ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ମଧ୍ୟ ଶତକ ମାରିଥିଲେ । ବିରାଟ କୋହଲି ଅପରାଜିତ ରହି ୧୧୦ ଟି ବଲରେ ୧୬୬ ରନର ଦମଦାର ଇନିଂସ ଖେଳଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର ୩୨ ଟି ବଲ୍ ଖେଳି ୩୮ ରନ୍ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ କସୁନ ରଜିଥା ଏବଂ ଲହିରୁ କୁମାରା ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ କରୁଣାରତ୍ନେ ଗୋଟେ ୱିକେଟ୍ ହାସଲ କରିଥିଲେ ।