spot_img
Home Blog Page 3676

ଏଲନ ମସ୍କଙ୍କ ଅଭିଯୋଗ; ଟ୍ୱିଟରକୁ ଆପ୍ ଷ୍ଟୋରରୁ ହଟାଇବା ପାଇଁ ଆପଲ ଦେଇଛି ଧମକ

ୱାସିଂଟନ ଡିସି: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟ୍ୱିଟରର ମାଲିକ ଏଲନ ମସ୍କ ଆପଲ କମ୍ପାନୀ ନାଁରେ ବଡ଼ ଅଭିଯୋଗ ଆଣିଛନ୍ତି । ଆଇଫୋନ ମୋବାଇଲ ନିର୍ମାତା କମ୍ପାନୀ ଆପଲକୁ ନେଇ ସେ ବଡ଼ ଅଭିଯୋଗ କରିଛନ୍ତି । ଏଲନ ମସ୍କ ଆରୋପ ଲଗାଇ କହିଛନ୍ତି ଆପଲ ନିଜ ଆପ୍ ଷ୍ଟୋରରୁ ଟ୍ୱିଟରକୁ ହଟାଇବା ପାଇଁ ଧମକ ଦେଇଛି ।

ମସ୍କ କହିଛନ୍ତି ଆପଲ, ଟ୍ୱିଟରକୁ ବ୍ଲକ କରିବା ପାଇଁ ଏହି ପ୍ରକାରର ଚାପ ପକାଉଛି । ଏପରିକି ଆଇଫୋନ ନିର୍ମାତା ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ବିଜ୍ଞାପନ ଦେବା ମଧ୍ୟ ବନ୍ଦ କରିଦେଇଛି । ଏଲନ ମସ୍କ ଆରୋପ ଲଗାଇ କହିଛନ୍ତି କି କଣ୍ଟେଣ୍ଟ ମଡରେସନ ଦାବି କରି ଆପଲ ଟ୍ୱିଟର ଉପରେ ଚାପ ପକାଉଛି । ଆପଲ ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସାମାନ୍ୟ ନୁହେଁ, କାରଣ ବାରମ୍ବାର ଅନ୍ୟ କମ୍ପାନୀ ଉପରେ ମଧ୍ୟ ଏହି ନିୟମ ଲଦିଦେବାକୁ ଉଦ୍ୟମ କରାଯାଉଛି ।

ଏହି ଆଧାରରେ ସେ ଗ୍ୟାବ ଏବଂ ପାର୍ଲର ଭଳି ଆପ୍ସକୁ ହଟାଇ ଦେିଛି । ପାର୍ଲରକୁ ଆପଲ ଦ୍ୱାରା ୨୦୧୧ରେ ଆପ୍ ଦ୍ୱାରା ନିଜର ସାମଗ୍ରୀ ଏବଂ କଣ୍ଟେଣ୍ଟ ମଡରେସନକୁ ଅପଡେଟ କରିବା ପରେ ପୁନଃଚାଲୁ କରାଯାଇଥିଲା । ମସ୍କ କହିଛନ୍ତି, ଆପଲ ଟ୍ୱିଟରକୁ ଅଧିକ ବିଜ୍ଞାପନ ଦେବା ବନ୍ଦ କରିଦେଇଛି । କଣ ସେ ଆମେରିକାରେ ସ୍ୱାଧୀନ ଭାଷଣକୁ ଘୃଣା କରୁଛି? ପରେ ଅନ୍ୟ ଏକ ଟ୍ୱିଟରେ ସେ ଆପଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟିମ କୁକଙ୍କ ଟ୍ୱିଟର ଆକାଉଣ୍ଟକୁ ଟ୍ୟାଗ କରି ପଚାରିଥିଲେ ଯେ ଏଠାରେ କଣ ଚାଲିଛି? ଅବଶ୍ୟ ଆପଲ ଏହାର କୌଣସି ଜବାବ ଦେଇନାହିଁ ।

ମସ୍କ ଆଉ ଟ୍ୱିଟରେ ଆପଲ ଆପ୍ ଷ୍ଟୋରରରୁ ଅନ୍ୟ ଆପ୍ ଡାଉନଲୋଡ କରିବାକୁ ନିଆଯାଉଥିବା ଶୁଳ୍କକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି । ମସ୍କ ଲେଖିଛନ୍ତି, କଣ ଆପଣ ଜାଣିଛନ୍ତି ଆପଲ ନିଜ ଆପ୍ ଷ୍ଟୋର ମାଧ୍ୟମରେ କିଣାଯାଉଥିବା ପ୍ରତ୍ୟେକ ଜିନିଷ ଉପରେ ଗୁପ୍ତ ରୂପରେ ୩୦ ପ୍ରତିଶତ ଟ୍ୟାକ୍ସ ଲଗାଇଥାଏ ।

ପୁଣି ତାଇଓ୍ବାନ ବିରୋଧରେ ଓ୍ବାରମୁଡରେ ଚୀନ

ନନ୍ଦିଘୋଷ ବ୍ୟୁରୋ: ପୁଣି ବଢିଲା ଚୀନ-ତାଇଓ୍ବାନ ଟେନସନ । ତାଇଓ୍ବାନ ସୀମାରେ ପଶିଲା ୯ଟି ଚୀନ ଜେଟ । ସୀମାରେ ମୁତୟନ ହେଲା ୪ଟି ଯୁଦ୍ଧଜାହାଜ । ଏହାସହ ମୁତୟନ ହୋଇଛି ପାଟ୍ରୋଲ ଏୟାରକ୍ରାଫ୍ଟ ଓ ଭୂପୃଷ୍ଠରୁ ନିକ୍ଷେପ ହୋଇପାରୁଥିବା ମିସାଇଲ । ଚୀନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କା କରି ତାଇଓ୍ବାନ ଆର୍ମି ସତର୍କ ହୋଇଛି ଏବଂ ଯୁଦ୍ଧ ବିମାନକୁ ଆଲର୍ଟରେ ରଖିଛି । ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଏୟାରପାଟ୍ରୋଲ ଉପରେ ବର୍ତ୍ତମାନ ଗୁରୁତ୍ବ ଦିଆଯାଉଛି ଏବଂ ଚୀନର ମିସାଇଲ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ଚୀନର ବିମାନଗୁଡିକ ତାଇଓ୍ବାନ ଷ୍ଟ୍ରେଟର ମଧ୍ଯମା ଲାଇନକୁ ଅତିକ୍ରମ କରିଥିବା ସୂଚନା ମିଳିଛି । ରବିବାର ଚୀନର ୮ଟି ଯୁଦ୍ଧବିମାନ ଓ ୪ଟି ନୌଜାହାଜ ମୁତୟନ ହେବା ପରେ ସୋମବାର ପୁଣି ଥରେ ଓ୍ବାର ଫୁଟେଜରେ ରହି ଯୁଦ୍ଧାସ୍ତ୍ର ମୁତୟନ କରିଛି ।ଗତ ନଭେମ୍ବର ୬ ତାରିଖରେ ତାଇଓ୍ବାନ ସୀମା ଭିତରେ ଚୀନର ୪୬ଟି ଯୁଦ୍ଧବିମାନ ଓ ୪ଟି ନୌଜାହଜ ସମରାଭ୍ୟାସ ପ୍ରଦର୍ଶନ କରିଥିଲେ । ପୂର୍ବରୁ କିଛି ଦିନ ତଳେ ରେଡଲାଇନ ଅତିକ୍ରମ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସତର୍କ କରାଇଥିଲେ ଚୀନ ପ୍ରତିପକ୍ଷା ସି ଜିନପିଙ୍ଗ ।

ବିଶ୍ବର ପ୍ରଥମ ନାଜାଲ ଭାକ୍ସିନ ଭାବେ ଇନକୋଭାକକୁ ମଞ୍ଜୁରୀ ଦେଲା ଆମେରିକା ସିଡିଏସସିଓ

ନୂଆଦିଲ୍ଲୀ: ବିଶ୍ବର ପ୍ରଥମ ନାଜାଲ ଭାକ୍ସିନ ଭାବେ ଇନକୋଭାକକୁ ମଞ୍ଜୁରୀ ଦେଲା ଆମେରିକା ସିଡିଏସସିଓ । ପୂର୍ବରୁ ଭାରତର ପ୍ରଥମ କୋଭିଡ ନାଜାଲ ଭାକ୍ସିନ ଭାବେ ଆସିଥିଲା ଇନକୋଭାକ । ଏହି ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଥିଲେ ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । କୋଭିଡ ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଇନକୋଭାକର ଜରୁରୀକାଳୀନ ବ୍ୟବହାର ହୋଇପାରିବ ।

ନାକରେ ନିଆଯାଉଥିବା ଏହି ଟିକା ଶରୀରରେ ପ୍ରତିରୋଧକ ଶକ୍ତି ବଢାଇବା ସହ ରୋଗୀକୁ କୋଭିଡ ସଂକ୍ରମଣରୁ ରକ୍ଷା କରିଥାଏ । ଉଭୟ କୋଭାକ୍ସିନ ବା କୋଭିସିଲ୍ଡର ଦୁଇଟି ଡୋଜ ନେଇ ସାରିଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ଇନକୋଭାକକୁ ନେଇପାରିବେ । ନାସା ରନ୍ଧ୍ରରେ ପ୍ରବେଶ କରୁଥିବା କୋଭିଡ ଭୂତାଣୁକୁ ଏହି ଟିକା ଦ୍ବାରା ରୋକା ଯାଇପାରିବ ।

ଏହା ସହ କୋଭିଡ ଭୂତାଣୁର ସଂକ୍ରମଣଜନିତ ରୋଗ, ସଂକ୍ରମଣ ଆଦି କ୍ଷେତ୍ରରେ ଶକ୍ତିଶାଳୀ ପ୍ରତିରୋଧକ ସାଜିବ ଇନକୋଭାକ । କୋଭିଡର ଦୁଇ ବର୍ଷ ପରେ ଏବେ ବି ଦେଶର ଅନେକ ରାଜ୍ୟରେ କୋଭିଡର ବିଭିନ୍ନ ପ୍ରକାର ଭାରିଆଣ୍ଟର ସଂକ୍ରମଣ ଦେଖାଯାଉଛି । କୋଭିଡ ଟିକାର ଦ୍ବିତୀୟ ଡୋଜ ନେବାର 6 ମାସ ପରେ ଇନକୋଭାକକୁ ନିଆଯାଇପାରିବ ।

ଇନକୋଭାକର ବଜାର ପ୍ରବେଶ ଲାଗି ଭାରତ ବାୟୋଟେକ ଡିସିଜିଆଇଙ୍କ ନିକଟରେ ଆବେଦନ କରିଛି । ଗତ ଏପ୍ରିଲରୁ ଦେଶରେ ବୁଷ୍ଟର ଡୋଜ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡର ନୂଆ ଭାରିଆଣ୍ଟ ଗୁଡ଼ିକ ଲୋକଙ୍କ ପ୍ରତି ପ୍ରାଣଘାତୀ ସାବ୍ୟସ୍ତ ହେଉଥିବାବେଳେ ଇନକୋଭାକ ହୋଇପାରିବ ସଞ୍ଜୀବନୀ । ଏବେ ବି ଦେଶରେ ଦୈନିକ ଶତାଧିକ କୋଭିଡ ସଂକ୍ରମିତ ଚିହ୍ନଟ ହେଉଥିବା ସୂଚନା ମିଳିଛି ।

ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ବାଣପୁର: ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ । ପୋଲିସ୍ ଶବ ଜବତ କରି ଆରମ୍ଭ କରିଛି ତଦନ୍ତ । ଘଟଣା ଘଟିଛି ବାଣପୁର ଥାନା ବଉଳାବନ୍ଧ ଗାଁରେ । ଦୁଇ ବର୍ଷ ତଳେ ଗଣେଷ ବେହେରା ସେହି ଗ୍ରାମର ପିଙ୍କି ବେହେରାଙ୍କୁ ବୈଦୀକ ରୀତିରେ ବିବାହ କରିଥିଲେ । ଗତ ଗଣେଷ ପୂଜା ଦିନ ପିଙ୍କିଙ୍କର ମଧ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଗଣେଶ ବାହାରେ ମୁଲ ଲାଗି ପରିବାର ପୋଷନ୍ତି ।

ଗତକାଲି ରାତିରେ ପୁଅକୁ ଧରି ଶୋଇଥିଲେ ପିଙ୍କି । ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ପିଙ୍କିକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ପିଙ୍କିଙ୍କୁ ମୃତ୍ୟୁ ଘୋଷମା କରିଛନ୍ତି । ଲୋକଙ୍କ କଥାରେ ତାଳମେଳ ରହୁନଥିବାରୁ କାର୍ଯ୍ୟରତ ଡାକ୍ତର ସନ୍ଦେହ ପ୍ରକାଶ କରି ପୋଲିସକୁ ଜଣାଈଛନ୍ତି । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ୍ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଦମ୍ପତି ମୃତ, ପୋଲିସର ତଦନ୍ତ ଜାରି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଲସର୍ଦା ଗାଁରେ ଦମ୍ପତିଙ୍କୁ ଗୁଳିମାଡ଼ ଘଟଣା । ବଲାଣୀ ପୋଲିସର ଛାନବିନ । ଗତକାଲି ରାତିରେ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ସ୍ବାମୀ ଲକ୍ଷ୍ମୀଧର ଆପଟ ଓ ସ୍ତ୍ରୀ ମଞ୍ଜୁଲତା ଆପଟ । ଲକ୍ଷ୍ମୀଧରଙ୍କ ତେଜରାତି ଦୋକାନରେ ପଶି ଗତକାଲି ରାତି ପ୍ରାୟ ସାଢେ ୮ରେ ୪ଜଣ ଦୁର୍ବୃତ୍ତ ଗୁଳି କରିଥିଲେ ।

ଦୁଇଜଣ ଦ୍ରୁବୁର୍ତ୍ତ ଏକ ବାଇକ ଯୋଗେ ବିଆରପିଏଲ ରାସ୍ତାରେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ଘର ସାମନାରେ ଥିବା ପାହାଡ଼ ଦେଇ ଦୌଡ଼ି ପଳାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଗୁଳିକାଣ୍ଡ ପରେ ବଲାଣୀ ପୋଲିସ ଘଟଣାସ୍ଥଳରେ ଛାନଭିନ ଜାରି ରଖିଥିବା ବେଳେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

କେନ୍ଦ୍ରର ଜନମାରଣ ନୀତି ବିରୋଧରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚାର ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ଯୁଦ୍ଧଂ ଦେହୀ ଡାକରା । ପଛୁଆ ବର୍ଗଙ୍କ ଦାବି ପୂରଣ ନ କରିବା ନେଇ ତାତିଲା ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା । ଆଜି ଭାରତ ବନ୍ଦ ଡାକରା ଦେଇଛି ମୋର୍ଚ୍ଚା । ଜାତୀୟ ନାଗରିକ ରେଜିଷ୍ଟର ବିରୋଧରେ ବି ଗର୍ଜିଛି ସଂଘ । ଦେଶରେ ଏନଆରସି ବିରୋଧୀ ଆନ୍ଦୋଳନକୁ ତୀବ୍ରତର କରିବା, ଜାତିଭିତ୍ତିକ ଜନଗଣନା, ପଛୁଆ ବର୍ଗଙ୍କ ଲାଗି ୫୨ ପ୍ରତିଶତ ସଂରକ୍ଷଣ ଆଦି ଦାବିରେ ଏହି ବନ୍ଦ ପାଳନ କରାଯାଉଛି ।

ଏହା ସହ ଇଭିଏମ ହଟାଓ ଗଣତନ୍ତ୍ର ବଞ୍ଚାଓ, ଶ୍ରମିକ ବିରୋଧୀ ଆଇନ ହଟାଇବା, ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଲାଗି ଦାବି କରାଯାଇଛି । ସେହିପରି ଉଦାରୀକରଣ, ଘରୋଇକରଣ, ଜଗତୀକରଣ ନୀତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ପତ୍ର ଲେଖିଛନ୍ତି ।

ଆଇନଶୃଙ୍ଖଳା ପରିସ୍ଥିତି ପ୍ରତି ସଜାଗ ରହିବା, ଜରୁରୀକାଳୀନ ସେବା ପ୍ରତି ଗୁରୁତ୍ବ ଦେବା ଲାଗି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଲୋକସେବା ଭବନ, ଖାରବେଳ ଭବନ, ରୀଜୀବ ଭବନ, ବିଭାଗୀୟ ମୁଖ୍ୟାଳୟ ଆଦିର ସୁରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀଙ୍କ ପରିଚୟ ପତ୍ର, ପାସ୍ ଆଦି ଯାଞ୍ଚ କରିବା ସହ ଭିଜିଟରଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାଲାରେ ୨ଜଣଙ୍କୁ ୧୦ ବର୍ଷ ଜେଲଦଣ୍ଡ

ଯାଜପୁର: ଯାଜପୁର ଜିଲ୍ଲା ଫାଷ୍ଟ ଟ୍ରାକ ଅଦାଲତ ଗୁରୁତ୍ବପୂର୍ଣ ରାୟ । ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୨ ଜଣକୁ ୧୦ ବର୍ଷ କାରାଦଣ୍ଡାଦେଶ ସହିତ ୫୦ ଓ ୩୦ ହଜାର ଟଙ୍କା ଜୋରିମାନା । ୨୦୧୮ ଅକ୍ଟୋବର ୨୯ ତାରିଖ ଦିନ ପାଣିକୋଇଲି ଥାନା ଅଂଚଳରୁ ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଘଟଣାରେ ଶିବ ଜେନା ଏବଂ ମାନସ ଜେନାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଦାଲତ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଶିବ ଜେନାକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଏବଂ ମାନସ ଜେନାକୁ ୧୦ ବର୍ଷ କାରାଦଣ୍ଡାଦେଶ ସହିତ ୩୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ଗୁଜୁରାଟ ନିର୍ବାଚନ: ସର୍ବାଧିକ ୧୫୪ କୋଟିପତିଙ୍କୁ ଟିକେଟ୍ ଦେଇଛି ବିଜେପି

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି । ହେବିୱେଟ ନେତାମାନେ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଲାଗିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୧ ତାରିଖରେ ହେବାକୁ ଥିବା ବେଳେ ୫ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ସୋମବାର କହିଛି ଯେ ଗୁଜୁରାଟ ବିଧାନସଭା ଲଢୁ଼ିଥିବା ୧,୬୨୧ ପ୍ରାର୍ଥୀମାନଙ୍କ ମଧ୍ୟରୁ ୪୫୬ ଅର୍ଥାତ ପ୍ରାୟ ୨୮ ପ୍ରତିଶତ ପ୍ରାର୍ଥୀ କୋଟିପତି ଅଟନ୍ତି । ସୋମବାର ଜାରି ଏହି ରିପୋର୍ଟ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟର ୯୩ ଆସନ ପାଇଁ ମୋଟ ୮୩୩ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି ।

ଏହି ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ୮୩୩ ପ୍ରାର୍ଥୀମାନଙ୍କ ମଧ୍ୟରେ ୧୬୩ ଜଣଙ୍କ ଉପରେ ଅପରାଧିକ ମାମଲା ରୁଜୁ ଅଛି । ୨୦୧୭ ମୁକାବିଲାରେ ଏଥିରେ ବୃଦ୍ଧି ଘଟିଛି । ୨୦୧୭ରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ୮୨୨ ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୦୧ ଜଣଙ୍କ ନାଁରେ ଅପରାଧିକ ମାମଲା ରୁଜୁ ଥିଲା । ସେହିପରି ୮୩୩ ପ୍ରାର୍ଥୀଙ୍କ ମଧ୍ୟରୁ ୨୪୫ କୋଟିପତି ରହିଛନ୍ତି । ୨୦୧୭ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହିଭଳି ପ୍ରାର୍ଥୀଙ୍କ ସଂଖ୍ୟା ୧୯୯ ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସର ୯୦ ଦାଗି ପ୍ରାର୍ଥୀ ମଇଦାନରେ ଥିବା ବେଳେ ବିଜେପି ଓ ଏଏପିର ୯୩ ଲେଖାଏଁ ଦାଗି ପ୍ରାର୍ଥୀ ରହିଛନ୍ତି ।

ସେହିପରି ବିଟିପିର ୧୨ ଦାଗୀ ନେତା ରହିଛନ୍ତି । ଦୁଇଟି ପର୍ଯ୍ୟାୟ ମିଶାଇଲେ ତେବେ ମୋଟ ୧୬୨୧ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ଏଥିରେ ୩୩୦ ଅର୍ଥାତ ପ୍ରାୟ ୨୦ ପ୍ରତିଶତଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ଅଛି । ସବୁଠୁ ଅଧିକ ଦାଗି ପ୍ରାର୍ଥୀ ଆମ ଆଦମି ପାର୍ଟିର ଅଛନ୍ତି । ଏଏପିର ୬୧ ପ୍ରାର୍ଥୀଙ୍କ ଉପରେ ଅପରାଧିକ ମାମଲା ରହିଛି । ୨୦୧୭ ମୁକାବିଲାରେ ଦାଗି ପାର୍ଥୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ୨୦୧୭ରେ ମୋଟ ୨୩୮ ପ୍ରାର୍ଥୀଙ୍କ ଉପରେ ଅପରାଧିକ ମାମଲା ରୁଜୁ ଥିଲା । ଏଡିଆର ରିପୋର୍ଟ ମୁତାବିକ କଂଗ୍ରେସର ୬୦ ପ୍ରାର୍ଥୀଙ୍କ ଉପରେ ଅପରାଧିକ ମାମଲା ଚାଲୁଛି ।

ସେହିପରି କ୍ଷମତାଶୀନ ବିଜେପିର ୩୨ ପ୍ରାର୍ଥୀଙ୍କ ଉପରେ ମାମଲା ଚାଲୁଛି । ମୋଟ ୧୯୨ ପ୍ରାର୍ଥୀଙ୍କ ଉପରେ ହତ୍ୟା, ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ ଭଳି ଗମ୍ଭୀର ଧାରାରେ ମକଦ୍ଦମା ରୁଜୁ ରହିଛି । ଏଥିମଧ୍ୟରେ ୯୬ ପ୍ରାର୍ଥୀ ବିଜେପି, କଂଗ୍ରେସ ଓ ଏଏପିର ଟିକେଟରେ ରହିଛନ୍ତି । ପ୍ରଥମ ପର୍ଯ୍ୟର ୧୬୭ ପ୍ରାର୍ଥୀ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟର ମୋଟ ୩୩୦ ପ୍ରାର୍ଥୀଙ୍କ ଉପରେ ଅପରାଧିକ ମାମଲା ରୁଜୁ ହୋଇଛି ।

ଆମ ଆଦମି ପାର୍ଟିର ସର୍ବାଧିକ ୪୩ ପ୍ରାର୍ଥୀଙ୍କ ଉପରେ ଗମ୍ଭୀର ଧାରାରେ ମାମଲା ରହିଛି । ସେହିପରି କଂଗ୍ରେସର ୨୮ ତ ବିଜେପିର ୨୫ ପ୍ରାର୍ଥୀଙ୍କ ଉପରେ ଗମ୍ଭୀର ଧାରାରେ ମକଦ୍ଦମା ରୁଜୁ ହୋଇଛି । ଏଡିଆ ରିପୋର୍ଟରୁ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହାର ମୁତାବିକ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ଏପରି ପାଞ୍ଚ ପ୍ରାର୍ଥୀ ମଇଦାନରେ ଅଛନ୍ତି ଯାହାଙ୍କ ପାଖରେ ମୂଳରୁ କିଛି ସମ୍ପତି ନାହିଁ ।

ଅବଶ୍ୟ, ଏହି ତାଲିକାରେ ବିଜେପି, କଂଗ୍ରେସ, ଆମ ଆଦମି ପାର୍ଟି ବା ବିଟିପି ଭଳି ଦଳର ପ୍ରାର୍ଥୀ ନାହାନ୍ତି । ପ୍ରଥମ ପର୍ଯ୍ୟାରେ ମଧ୍ୟ ଜଣେ ପ୍ରାର୍ଥୀଙ୍କ ପାଖରେ କୌଣସି ସମ୍ପତ୍ତି ନଥିଲା । ଉଭୟ ପର୍ଯ୍ୟାୟକୁ ମିଶାଇ ବିଜେପିର ୧୮୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୪ କୋଟିପତି ଅଟନ୍ତି । କଂଗ୍ରେସର ୧୭୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୨ କୋଟିପତି ଅଟନ୍ତି । ଆମ ଆଦମି ଦଳର ମୋଟ ୧୮୧ ପ୍ରାର୍ଥୀଙ୍କ ମଧ୍ୟରୁ ୬୮ ପ୍ରାର୍ଥୀ କୋଟିପତି ଅଛନ୍ତି ।

ଏଡିଆର ରିପୋର୍ଟରେ କୁହାଯାଇଛି ଯେ, ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨.୫୬ କୋଟି ଟଙ୍କା ଅଟେ । ଗାନ୍ଧିନଗରର ମନସା ଆସନରୁ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ଜୟନ୍ତୀ ପଟେଲ ୬୬୧ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି । ୩୭୨ କୋଟି ଟଙ୍କା ସହ ସିଦ୍ଧପୁର ଆସନରୁ ପ୍ରାର୍ଥୀ ଥିବା ବଲଭନ୍ତ ରାଜପୁତ ଦ୍ୱିତୀୟରେ ଅଛନ୍ତି । ସେହିପରି ତୃତୀୟ ସ୍ଥାନରେ ୩୪୨ କୋଟି ସମ୍ପତ୍ତି ସହ ଆମ ଆଦମି ପାର୍ଟି ପ୍ରାର୍ଥୀ ଅଜିତସିଂ ଠାକୋର ରହିଛନ୍ତି ।

ଜିଏସଟି ଚଢାଉ ବେଳେ ବିଜେପି ନେତାଙ୍କ ଦାଦାଗିରି, ମହିଳା ଅଧିକାରୀଙ୍କୁ ଆକ୍ରମଣ କଲେ

ବରଗଡ଼: ପରାଜୟ ଭୟରେ ରକ୍ତମୁଖା ହେଲା ବିଜେପି । ରେଡ୍ ବେଳେ ଜିଏସଟି ଅଧିକାରୀଙ୍କୁ ଆକ୍ରମଣ କଲେ ବିଜେପି ନେତା ଓ କର୍ମୀ । ପଦମପୁର ଜଗଦମ୍ବା କ୍ଳଥ୍ ଷ୍ଟୋରରେ ରେଡ ବେଳେ ଉତ୍ତେଜନା ଲାଗି ରହିଛି । ଶହଶହ ବିଜେପି ନେତା ଓ କର୍ମୀ ଚଢାଉ ଚାଲିଥିବା ଦୋକାନ ଆଗରେ ଭିଡ଼ ଜମାଇବା ସହ ଜିଏସଟି ଅଧିକାରୀଙ୍କ ଯାଞ୍ଚକୁ ଭଣ୍ଡୁର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଆଇନକୁ ହାତକୁ ନେବା ସହ ଚଢାଉରେ ସାମିଲ୍ ଅଧିକାରୀଙ୍କୁ ଘେରାଓ କରି ରଖିଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ ବିଜେପି କର୍ମୀଙ୍କ ଆକ୍ରମଣରୁ ବାଦ୍ ପଡି ନାହାଁନ୍ତି ମହିଳା ଜିଏସଟି ଅଧିକାରୀ ।

ଜିଏସଟି ଫାଙ୍କିବା ଅଭିଯୋଗରେ ଚଢାଉ ଜାରି ରହିଥିବା ବେଳେ ବିଜେପିର କିଛି ନିର୍ଦ୍ଦିଷ୍ଟ ନେତା ସେଠାରେ ଉପସ୍ଥିତ ରହି ହଙ୍ଗାମା କରୁଥିବା ଦେଖିବାକୁ ମିଳିଛି । ପ୍ରଶ୍ନ ଉଠୁଛି ଜିଏସଟି ରେଡବେଳେ କାହାରିକୁ ପ୍ରବେଶ ଅନୁମତି ନଥିବାବେଳେ ବିଜେପି ନେତାମାନେ ସ୍ପଟକୁ ଧସେଇ ପଶିବା କେତେଦୂର ଯୁକ୍ତିଯୁକ୍ତ ? ବ୍ୟବସାୟୀଙ୍କ ଘରେ ଓ ପ୍ରତିଷ୍ଠାନରେ କର ଫାଙ୍କି ଅଭିଯୋଗରେ ଜିଏସଟି ଟିମ ରେଡ କରିଥିଲା ।

କିନ୍ତୁ ବିଜେପି ନେତାମାନେ ସେଠାରେ ପହଞ୍ଚି ବାଧା ଦେବାକୁ କିଏ ? ଯଦିଓ ସେମାନଙ୍କ ଅଭିଯୋଗ ଯେ, କପଡ଼ା କିଣିବାକୁ ଯାଇଥିଲେ । ହେଲେ କପଡ଼ା କିଣି ଚୁପଚାପ ଚାଲିନଆସି ସେଠାରେ ହଙ୍ଗାମା କରିବାକୁ କିଏ ଅନୁମତି ଦେଲା ? ବ୍ୟବସାୟୀଙ୍କ ଘରେ ଓ ବ୍ୟବସାୟ ପ୍ରତିଷ୍ଠାନରେ ଛାପା ମାରିବା କାହିଁକି ବିଜେପି ନେତାଙ୍କୁ ବିବ୍ରତ କଲା ? କାହିଁକି ଏହି ଅସାଧୁ ବ୍ୟବସାୟୀଙ୍କ ସୁରକ୍ଷା କବଚ ହେବାକୁ ଚାହିଁଲେ ବିଜେପି ନେତା ? ଏହି ସବ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛି ସାଧାରଣ ଜନତା ।

 

ମହଙ୍ଗା ପଡ଼ିଲା ଛାତ୍ରଙ୍କୁ ଆତଙ୍କବାଦୀ କହିବା, ନିଲମ୍ବିତ ହେଲେ ଅଧ୍ୟାପକ

ବେଙ୍ଗାଲୁରୁ: ମହଙ୍ଗା ପଡ଼ିଲା ଛାତ୍ରଙ୍କୁ ଆତଙ୍କବାଦୀ କହିବା । ବେଙ୍ଗାଳୁରୁସ୍ଥିତ ମଣିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବା ଏମଆଇଟିର ପ୍ରଫେସର ହୋଇଛନ୍ତି ସସପେଣ୍ଡ । କଲେଜ ପରିସର ଭିତରେ ଜଣେ ମୁସଲିମ ଛାତ୍ରଙ୍କୁ ସେହି ପ୍ରଫେସର ଜଣେ ଆତଙ୍କବାଦୀ ବୋଲି ସମ୍ବୋଧନ କରିଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କଲେଜ କର୍ତ୍ତୃପକ୍ଷ ।

ଗତ ୨୬ ତାରିଖରେ ଘଟିଥିଲା ଏହି ଘଟଣା । ଜଣେ ମୁସଲିମ ହୋଇଥିବାରୁ ତାଙ୍କୁ ବାରମ୍ବାର ଏପରି ଦୁର୍ବବ୍ୟବହାର ପ୍ରଦର୍ଶନ କରାଯାଉଛି ବୋଲି ଛାତ୍ର କହିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣାର ତଦନ୍ତ ଜାରି ରହିଥିବାବେଳେ ପ୍ରଫେସରଙ୍କୁ ସସପେଣ୍ଡ କରାଯାଇଛି । ବିଶ୍ବବିଦ୍ୟାଳୟର ପବ୍ଲିକ ରିଲେସନ ନିର୍ଦ୍ଦେଶକ ଏସ.ପି. କର କହିଛନ୍ତି- ବିଶ୍ବବିଦ୍ୟାଳୟରେ ଘଟିଥିବା ଏହି ଘଟଣା ଦୁର୍ଭାଗ୍ୟଜନକ ।