spot_img
Home Blog Page 3653

ଦିନ ମଜୁରିଆ ହେବେ ଡାକ୍ତର, ସ୍ୱପ୍ନରେ ଡେଣା ଲଗାଇଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଭଲ ଡାକ୍ତର ହେବି.. ସମାଜ ପାଇଁ ..ଗାଁ ପାଇଁ କାମ କରିବି । । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କ ଆଖିରେ ଏମିତି ଆଖିଏ ସ୍ବପ୍ନ । ସ୍ବପ୍ନକୁ ସାକାର କରିବାକୁ ନିଷ୍ଠା ଓ ପରିଶ୍ରମ ତାଙ୍କୁ ବାଟ କଢେଇ ନେଉଛି ସତ ମାତ୍ର ଅଭାବ ଓ ଗରିବି ସ୍ବପ୍ନରେ ବାଡ଼ ହୋଇ ଛିଡ଼ା ହେଲା । ଡାକ୍ତର ହେବାର ସ୍ବପ୍ନ ପୂରଣ ପାଇଁ ବିଲରେ ଖଟୁଥିବା ଇଫୁଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଡାକ୍ତରୀ ପାଠପଢ଼ାର ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସହାୟତା ଓ ସହଯୋଗର ପାଣ୍ଠି । ଖୁସିରେ ସେ ଏବେ ଗଦଗଦ । ମୁଖ୍ୟମନ୍ତ୍ରୀଙ୍କୁ ଇଫୁ ଜଣାଇଛନ୍ତି କୃତଜ୍ଞତାର କୋଟି ପ୍ରଣାମ ।

ସ୍ୱପ୍ନରେ ଲାଗିଲା ଡେଣା । ବାଲିଗୁଡ଼ା ବଗ୍ରାମିଲ୍ଲା ଗାଁର ମେଧାବୀ ଛାତ୍ର ଇଫୁ । ଡାକ୍ତର ହେବାକୁ ପିଲାଟି ଦିନରୁ ଇଛା । ଜେଣ ଦିନ ମଜୁରିଆ ପୁଅ ଭାବେ ଏ ସ୍ବପ୍ନକୁ ପୂରଣ କରିବାକୁ କିନ୍ତୁ ସେ କରିଛନ୍ତି ଢ଼େର ପରିଶ୍ରମ । ଫାଷ୍ଟକ୍ଳାସ କ୍ୟାରିୟର ଥିବା ଇଫୁ ଚଳିତ ବର୍ଷ ନିଟରେ ସଫଳ ହେଲେ । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଲେ । ନାମଲେଖା ସିନ ହୋଇଗଲା, ମାତ୍ର ଫି ଭରିବେ କେଉଁଠୁ? କେମିତି ଆଗକୁ ଚାଲିବ ଡାକ୍ତରୀ ପାଠପଢ଼ା । ହଷ୍ଟେଲ ଫି ସାଙ୍ଗକୁ ଆନୁଷଙ୍ଗିକ ଖର୍ଚ୍ଚ । କିଏଦେବ ଟଙ୍କା ।

ଏମିତି ଚିନ୍ତା ମାଡ଼ି ଆସିଲା, ହାର ମାନିନାହାନ୍ତି କିନ୍ତୁ ଇଫୁ । ବିଲରେ ଖଟୁଛନ୍ତି, ମଜୁରିଆ ଭାବେ କାମ କରୁଛନ୍ତି । ଗତ ୧୦ ଦିନ ଭିତରେ ସେ ୨ ହଜାର ଟଙ୍କା ସଂଚୟ କରିଛନ୍ତି । ଡିସେମ୍ବର ୧୫ରୁ କ୍ଳାସ ଆରମ୍ଭ ହେବ । ଆଶା ରଖିଥିଲେ ଧାରଉଧାର କରି କଷ୍ଟେମଷ୍ଟେ ପାଠପଢ଼ା ଆରମ୍ଭ କରିବେ । ମାତ୍ର ମେଧାବୀ ଇଫୁଙ୍କ ଏ ସଂଘର୍ଷର କାହାଣୀ ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ହେବାର ୬ ଘଣ୍ଟା ମଧ୍ୟରେ ପାଠପଢ଼ା ପାଇଁ ପାଣ୍ଠି ମଞ୍ଜୁର କରିଛନ୍ତି । ହଷ୍ଟେଲ ଫି ପାଇଁ ଇଫୁ ଆଉ ମଜୁରିଆ ସାଜିବେନି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ନିବାସକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପରେ ଇଫୁଙ୍କ ସ୍ବପ୍ନ ଏବେ ସାକାର ହେବ । ବିନା ବାଧାରେ ଇଫୁ ମଲ୍ଲିକ ହେବେ ଡାକ୍ତର ଇଫୁ ମଲ୍ଲିକ ।

ପ୍ରଥମଥର ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ଉପରାଷ୍ଟ୍ରପତି, ସ୍ୱାଗତ କଲା ବିଜେଡି

ନୂଆଦିଲ୍ଲୀ: ରାଜ୍ୟସଭାରେ ପ୍ରଥମ ଥର ପାଇଁ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ବିଜେଡି ପକ୍ଷରୁ ସ୍ୱାଗତ କରିଛନ୍ତି ସାଂସଦ ଡ.ସସ୍ମିତ ପାତ୍ର । ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ସଂସଦ ମର୍ଯ୍ୟାଦା ରକ୍ଷା କରି ଗୃହ କିପରି ସୁରୁଖୁରରେ ଚାଲିପାରିବ ସେନେଇ ସବୁ ପ୍ରକାର ସହଯୋଗ କରିବେ ବୋଲି ସାଂସଦ ଡ. ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି । ସଂସଦୀୟ କାର୍ଯ୍ୟଧାରାରେ ଲକ୍ଷ୍ମଣ ରେଖା ଉଲ୍ଲଘଂନ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।

ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ଠିକ ଭାବେ ଗୃହରେ ଅନୁପାଳନ କରିବୁ ବୋଲି ସସ୍ମିତ ପ୍ରତିଶ୍ରୁତି ଦେଇଛନ୍ତି । ସସ୍ମିତ ତାଙ୍କ ଅଭିଭାଷଣରେ ଉପରାଷ୍ଟ୍ରପତି ଧନଖଡଙ୍କୁ ଅନୁଭବି, ଜ୍ଞାନର ଭଣ୍ଡାର କହିବା ସହ ତାଙ୍କର ମାନବିକତା ଦିଗ ପ୍ରତି ଉଲ୍ଲେଖ କରିଛନ୍ତି । ବିଜନେସ ଆଡଭାଇଜାରୀ କମିଟି ବୈଠକରେ ପ୍ରଥମେ ବିରୋଧୀ, ତାପରେ ଶାସକ ଏବଂ ଶେଷରେ ପୁଣି ବିରୋଧିଙ୍କୁ ଶୁଣିବେ ବୋଲି ଉପରାଷ୍ଟ୍ରପତି ଦେଇଥିବା ବକ୍ତବ୍ୟକୁ ବିଜେଡି ତରଫରୁ ସ୍ୱାଗତ କରାଯାଇଛି ।

ଶୂନ୍ୟକାଳ, ସ୍ପେଶାଲ ମେନସନ ସମୟରେ ଆଞ୍ଚଳିକ ଦଳଗୁଡିକୁ ଅଧିକ ସୁଯୋଗ ଦେବା ପାଇଁ ସସ୍ମିତ ଅନୁରୋଧ କରିଛନ୍ତି । ଅଭିଭାଷଣ ଶେଷରେ ଓଡ଼ିଆରେ ଅଧ୍ୟକ୍ଷଙ୍କୁ ସ୍ୱାଗତ, ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ସସ୍ମିତ ପାତ୍ର । ସସ୍ମିତ ପାତ୍ର ଗତକାଲି ପୁଣି ଥରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନିତ ହୋଇଛନ୍ତି ।

ଜିରୋ କୋଭିଡ ପଲିସିକୁ ବିରୋଧ, କୋହଳ ହେଲା କଟକଣା

ବେଜିଂ: ଜିରୋ କୋଭିଡ ପଲିସିକୁ ନେଇ ଦେଶବ୍ୟାପୀ ସଂଗ୍ରାମ ପରେ କୋହଳ ହେଲା କଟକଣା। ତୀବ୍ର ବିରୋଧ ପରେ ନରମିଲେ ଚୀନର ଏକଛତ୍ରବାଦୀ ଶାସକ । କରୋନା କଟକଣାରେ କୋହଳ କରାଯାଇଛି । ସପିଂ ମଲ୍, ସୁପର ମାର୍କେଟ, କମରସିଆଲ ବିଲ୍ଡିଂକୁ ଯିବା ପାଇଁ ଏଣିକି RTPCR ନେଗେଟିଭ ରିପୋର୍ଟର ଆବଶ୍ୟକ ପଡ଼ିବ ନାହିଁ । ଏହାସହ ଲକଡାଉନ ନିୟମରେ ମଧ୍ୟ କୋହଳ କରାଯାଇଛି । ନୂଆ ବର୍ଷରେ ସହରରେ ବୁଲାବୁଲି ପାଇଁ ମଧ୍ୟ କଟକଣା ରହିବ ନାହିଁ ।

ଦୁଇ ବର୍ଷ ଧରି କଟା କଟକଣା ଯୋଗୁ ପୁରା ଦେଶରେ ଗୃହ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା । ଲକଡାଉନ ଓ କରୋନା କଟକଣା ହଟାଇବାକୁ ଦାବି କରି ହଜାର ହଜାର ଲୋକ ସଡ଼କ ଉପରେ ସଂଗ୍ରାମ କରିଥିଲେ । କୋଭିଡ ପ୍ରୋଟୋକଲ ନାଁରେ ଚୀନରେ ମାନବାଧିକାର ଉଲ୍ଲଂଘନ କରାଯାଉଥିବା ଭଳି ରିପୋର୍ଟ ମଧ୍ୟ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଆଣ୍ଟି ହ୍ୟୁମାନ କୋଭିଡ ପଲିସିକୁ ନେଇ ଜୋରଦାର ବିରୋଧ ପରେ ମୁଣ୍ଡ ନୁଆଁଇଛନ୍ତି ଚୀନ୍ ସରକାର ।

‘୫୦୦ ଟଙ୍କା ଦିଅ, ଜାତିଗତ ପ୍ରମାଣ ପତ୍ର ନିଅ ’; ଭାଇରାଲ ହେଉଛି ଲାଞ୍ଚ ମାଗିବାର ଭିଡ଼ିଓ

ଭଦ୍ରକ : ‘୫୦୦ ଟଙ୍କା ଦିଅ, ଜାତିଗତ ପ୍ରମାଣ ପତ୍ର ନିଅ । ଆରଆଇର ମୁଣ୍ଡ କଣ ୨୦୦ ଟଙ୍କା ନା। ଗୋଟେ ସରକାରୀ ଅଫିସରର କଣ ମୁଣ୍ଡ ୨୦୦ଟଙ୍କା କି। କାମ ନେବ, ହେଲେ 200 ଟଙ୍କା ଦେବ।’ ଏମିତି କିଛି କହୁଛନ୍ତି ଧାମନଗର ତହସିଲ ଅଧିନ ଦଳାଙ୍ଗ ରାଜସ୍ବ ମଣ୍ଡଳର ରାଜସ୍ବ ନିରୀକ୍ଷକ ତାପସ ଜେନା । ଲାଞ୍ଚ ମାଗିବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଦଳାଙ୍ଗ ରାଜସ୍ବ ମଣ୍ଡଳ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଝିଅର ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ବାରମ୍ବାର ତହସିଲ ଅଫିସ ଓ ଆରଆଇ ଅଫିସ ଦୌଡ଼ିଥିଲେ ବି କାମ ହେଲା ନାହିଁ। ତହସିଲ ଅଫିସରେ ତାଙ୍କୁ କୁହାଗଲା ଆରଆଇ ଏଯାଏ ପଠାଇ ନାହାନ୍ତି। ପୁଣି ସେ ଆରଆଇ ଅଫିସକୁ ଆସିଲେ। ଆରଆଇ ଅଫିସରେ ପହଞ୍ଚିବା ପରେ ରାଜସ୍ୱ ନିରୀକ୍ଷକ ତାପସ ଜେନା ତାଙ୍କୁ ସାର୍ଟିଫିକେଟ୍ ବାବଦକୁ ୫୦୦ଟଙ୍କା ମାଗିଥିଲେ। ହେଲେ ସଂପୃକ୍ତ ବ୍ୟକ୍ତି ମାତ୍ର 200 ଟଙ୍କା ଦେବାକୁ କହିଥିଲେ। ହେଲେ ଆରଆଇ ଏଥିରେ ରାଜି ହୋଇନଥିଲେ। ସଂପୃକ୍ତ ବ୍ୟକ୍ତି ୫୦୦ ଟଙ୍କା ଦେବାରୁ ସେ ତାଙ୍କ ଜାତିଗତ ପ୍ରମାଣପତ୍ର ତହସିଲଦାରଙ୍କ ନିକଟକୁ ଫରୱାର୍ଡ କରିଥିବା ସୂଚନା ମିଳିଛି । ତେବେ ଏନେଇ ରାଜସ୍ବ ନିରୀକ୍ଷକ ତାପସ ଜେନା କିମ୍ବା ତହସିଲଦାର କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଦିଲ୍ଲୀର ଦିଲ୍ ଜିତିଲା ଆପ୍: ୧୫ ବର୍ଷ ବିଜେପି ଶାସନରେ ଝାଡୁ ଲଗେଇଲା ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ :  ଦିଲ୍ଲୀ ଏମସିଡିରେ ଚାଲିଲା ଝାଡୁ । ୧୫ ବର୍ଷ ବିଜେପି ଶାସନରେ ଝାଡୁ ଲଗେଇଲା ଆମ ଆଦମୀ ପାର୍ଟି । ନଗର ନିଗମ ନିର୍ବାଚନରେ ଆପ୍‌ର ବାଜିମାତ । କେଜରିଓ୍ବାଲଙ୍କ ଦଳ ବହୁମତ ସଂଖ୍ୟା ପାର କରିସାରିଥିବା ବେଳେ ବିଜେପି ଦୁଇ ନମ୍ବରକୁ ଖସି ଆସିଛି । ଦୀର୍ଘ ଦେଢ଼ ଦଶନ୍ଧୀ ପରେ ଏମସିଡିରେ ଭାରତୀୟ ଜନତା ପାର୍ଟିର ରାଜ୍ ଶେଷ ହେବାକୁ ଯାଉଛି । ୨୫୦ ଆସନରୁ ଏବେସୁଦ୍ଧା ୧୩୨ ଅକ୍ତିଆର କରିଛି ଆପ୍ । ୧୦୫ ସିଟରେ ଆପ୍ ପ୍ରାର୍ଥୀ ଜିତି ସାରିଥିବା ବେଳେ ୩୦ ଆସନରେ ଆପ୍ ଆଗରେ ରହିଛି । ବିଜେପି ୮୫ ସିଟ୍ ଜିତି ସାରିଥିବା ବେଳେ ୧୦ ସିଟରେ ଆଗରେ ରହିଛି ।

ଏବେସୁଦ୍ଧା କଂଗ୍ରେସକୁ ୪ ଆସନରେ ବହୁମତ ମିଳି ସାରିଥିବା ବେଳେ ୬ ଆସନରେ ଆଗରେ ରହିଛି । ଏମସିଡିରେ ବହୁମତ ପାଇଁ ୧୨୬ ଆସନ ଆବଶ୍ୟକ । ସେପଟେ ବହୁମତ ଠାରୁ ଅଧିକ ସିଟ ପାଇବା ପରେ ଆପ୍ ପାର୍ଟି ଅଫିସରେ ଉତ୍ସବର ମାହୋଲ । ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଆପ୍ ବହୁ ମାର୍ଜିନରେ ଜିତିବ ବୋଲି ଜାରି କରିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ । ଦିଲ୍ଲୀ ଜନତା ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସଞ୍ଜୟ କହିଛନ୍ତି ।

ଦିଲ୍ଲୀବାସୀ ହିଂସା ଓ ଘୃଣା ରାଜନୀତିକୁ ନପସନ୍ଦ କରିଛନ୍ତି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ କହିଛନ୍ତି । ମହାନଗର ନିଗମର ୨୫୦ଟି ଓ୍ବାର୍ଡରେ ୧୩୪୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ଦିଲ୍ଲୀର ମିନି ସରକାର ଗଠନ ପାଇଁ ଆପ୍ ସପକ୍ଷରେ ଭୋଟ ଯିବ ବୋଲି ଏକଜିଟ ପୋଲ ସର୍ଭେରୁ ଜଣାପଡ଼ିଥିଲା । ଏଗଜିଟ ପୋଲ କରିଥିବା ଅଧିକାଂଶ ସଂସ୍ଥା ଆମ ଆଦମୀ ପାର୍ଟିକୁ ପୂର୍ଣ୍ଣ ବହୁମତ ମିଳିଥିବା ରିପୋର୍ଟ କରିଥିଲେ ।

ଗାଁରେ ବର୍ଷୁଛି ଗୁଳି , ପ୍ରଶାସନକୁ ଜଣାଇଲେ ଫଳ ଶୂନ୍

ଆଠଗଡ଼ : ଗାଁରେ ବର୍ଷୁଛି ଗୁଳି । ଭୟଭୀତ ଅବସ୍ଥାରେ ଗ୍ରାମବାସୀ। ଘର ଠାରୁ ବଜାର। ସବୁଆଡେ ମେଞ୍ଚା ମେଞ୍ଚା ପଡୁଛି ଗୁଳି । ଲୋକଙ୍କ ଦେହରେ ବାଜୁଛି କିନ୍ତୁ ପ୍ରଶାସନକୁ ଜଣାଇଲେ ମଧ୍ୟ ଫଳ ଶୂନ୍ । ପୋଲିସ ବିଭାଗ ଓ ଜିଲ୍ଲା ପ୍ରଶାସନ କହୁଛନ୍ତି ଆମେ କିଛି ଜାଣିନୁ । କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ନୂଆ ଶାସନ ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ଗୁଳି ବର୍ଷାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ଓ ଲୋକ ।

ଗାଁର ଅନେକ ଲୋକଙ୍କ ଘର ଆଜବେଷ୍ଟ କଣା କରି ଗୁଳି ପଶିଥିବା ବେଳେ କେତେକଙ୍କ ହାତ ଓ ଗୋଡରେ ଗୁଳି ବାଜିଛି। ଗତ ୩ ବର୍ଷରୁ ଅଧିକ ସମୟ ଧରି ଏପରି ସ୍ଥିତି ଲାଗି ରହିଥିବା ବେଳେ ଏହାର ସମାଧାନ ହୋଇପାରୁ ନାହିଁ । ଏଭଳି ଗୁଳିବର୍ଷା କେଉଁଠୁ ହେଉଛି ? କିଏ କରୁଛି ? କାହିଁକି ବନ୍ଦ ହୋଇପାରୁନି ନାହିଁ ? ତଦନ୍ତ କାହିଁକି କରାଯାଉ ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ସେପଟେ ଏହାକୁ ନେଇ ଜିଲ୍ଲାପାଳ ଓ ଅତିରିକ୍ତ ଡିସିପି କହିଛନ୍ତି ଏ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ଘଟଣାର ସତ୍ୟତା ଜାଣିବା ପାଇଁ ତଦନ୍ତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି।

ରୁଚିକା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର : ଯାଜପୁର ମେଡ଼ିକାଲ ଛକ ନିକଟରେ ଥିବା ରୁଚିକା ହୋଟେଲରେ ଅଗ୍ନିକାଣ୍ଡ। ଆଜି ମଧ୍ୟାହ୍ନ ସମୟରେ ହୋଟେଲର ରୋଷେଇ ଘରୁ ହଠାତ ନିଆଁ ଲାଗିଯାଇଥିଲା। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ନିଆଁ ଚାରି ଆଡକୁ ବ୍ୟାପିଯାଇଥିଲା।

ଗ୍ୟାସ ଲିକ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ବ୍ୟବସାୟୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀର ୩ଟି ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି। ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

କାଲି ପଦମପୁର ରେଜଲ୍ଟ : ୧୪ଟି ଟେବୁଲରେ ହେବ ୨୩ ରାଉଣ୍ଡ ଗଣତି

ପଦମପୁର : କାଲି ପଦମପୁର ରେଜଲ୍ଟ । ଗଣତି ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଥମେ ସକାଳ ୮ରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟ ଗଣତି । ୭ଟା ୫୯ସୁଦ୍ଧା ଆସିଥିବା ସମସ୍ତ ପୋଷ୍ଟାଲ ବାଲଟ ଗଣାଣିବ । ୨୯୬ ପୋଷ୍ଟାଲ ବାଲଟ ଏବେସୁଦ୍ଧା ଆସିଥିବାରୁ ତାକୁ ଆଗ ଗଣତି ହେବ । ଏହାପରେ ସାଢେ ୮ରୁ ଲଗାତର ଭାବେ ଇଭିଏମ କାଉଣ୍ଟିଂ କରାଯିବ । ମୋଟ୍ ୩୧୯ ବୁଥ ପାଇଁ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ଏହାସହ ରିଟର୍ଣ୍ଣିଂ ଅଫିସରଙ୍କ ଗୋଟିଏ ଟେବୁଲ ରହିବ ।

୫ଟି ବୁଥର ହେବ ଭିଭିପାଟ୍ ଗଣତି । ଗଣତି କେନ୍ଦ୍ରରେ ନିର୍ବାଚନ କମିଶନଙ୍କ ତରଫରୁ ଜେନେରାଲ ଅବଜରଭର ନିଯୁକ୍ତ ଅଛନ୍ତି । ସମସ୍ତ ଗଣତି ପ୍ରକ୍ରିୟାକୁ ସେ ତଦାରଖ କରିବେ । ସେହିପରି ଦୁଇଜଣ ଟେକନିକାଲ ଅବଜରଭର ଅଛନ୍ତି । ଇଭିଏମରେ କୌଣସି ତ୍ରୁଟି ହେଲେ ସଙ୍ଗେସଙ୍ଗେ ବ୍ୟବସ୍ଥା କରିବେ । ସେହିପରି ପ୍ରତି ପ୍ରାର୍ଥୀଙ୍କର କାଉଣ୍ଟିଂ ଏଜେଣ୍ଟ ମଧ୍ୟ ଇସିଆଇ ପ୍ରଦତ୍ତ ନିଯୁକ୍ତି ପତ୍ର ଧରି ଉପସ୍ଥିତ ରହିବେ ।

ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିଆରପିଏଫ୍, ଷ୍ଟେଟ ଆର୍ମ ଫୋର୍ସ ଓ ରାଜ୍ୟ ପୋଲିସ ନିଯୁକ୍ତ ହୋଇଛନ୍ତି । ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ପାସ୍ ଦିଆଯାଇଛି । ଗଣତି କେନ୍ଦ୍ର ଆଗରେ ଗଣମାଧ୍ୟମର ସୁବିଧା ପାଇଁ ବ୍ୟବସ୍ଥା ହୋଇଛି । ଏପଟେ ଭୁବନେଶ୍ବର ସିଇଓ ଅଫିସରେ ମଧ୍ୟ ଗଣମାଧ୍ୟମ ଫଳାଫଳ ଜାଣିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

ରାଜ୍ୟସଭାରେ ଉପରାଷ୍ଟ୍ରପତିଙ୍କୁ ବିଜେଡିର ସ୍ବାଗତ , ଗୃହ ପରିଚାଳନାରେ ସହଯୋଗ କରିବୁ : ସସ୍ମିତ

ନୂଆଦିଲ୍ଲୀ : ରାଜ୍ୟସଭାରେ ପ୍ରଥମ ଥର ପାଇଁ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ବିଜେଡି ପକ୍ଷରୁ ସ୍ୱାଗତ କରିଛନ୍ତି ସାଂସଦ ଡ.ସସ୍ମିତ ପାତ୍ର । ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ସଂସଦ ମର୍ଯ୍ୟାଦା ରକ୍ଷା କରି ଗୃହ କିପରି ସୁରୁଖୁରରେ ଚାଲିପାରିବ ସେନେଇ ସବୁ ପ୍ରକାର ସହଯୋଗ କରିବେ ବୋଲି ସାଂସଦ ଡ. ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି ।

ସଂସଦୀୟ କାର୍ଯ୍ୟଧାରାରେ ଲକ୍ଷ୍ମଣ ରେଖା ଉଲ୍ଲଘଂନ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି । ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ଠିକ ଭାବେ ଗୃହରେ ଅନୁପାଳନ କରିବୁ ବୋଲି ସସ୍ମିତ ପ୍ରତିଶ୍ରୁତି ଦେଇଛନ୍ତି । ସସ୍ମିତ ତାଙ୍କ ଅଭିଭାଷଣରେ ଉପରାଷ୍ଟ୍ରପତି ଧନଖଡଙ୍କୁ ଅନୁଭବି, ଜ୍ଞାନର ଭଣ୍ଡାର କହିବା ସହ ତାଙ୍କର ମାନବିକତା ଦିଗ ପ୍ରତି ଉଲ୍ଲେଖ କରିଛନ୍ତି ।

ବିଜନେସ ଆଡଭାଇଜାରୀ କମିଟି ବୈଠକରେ ପ୍ରଥମେ ବିରୋଧୀ, ତା’ପରେ ଶାସକ ଏବଂ ଶେଷରେ ପୁଣି ବିରୋଧିଙ୍କୁ ଶୁଣିବେ ବୋଲି ଉପରାଷ୍ଟ୍ରପତି ଦେଇଥିବା ବକ୍ତବ୍ୟକୁ ବିଜେଡି ତରଫରୁ ସ୍ୱାଗତ କରାଯାଇଛି । ଶୂନ୍ୟକାଳ, ସ୍ପେଶାଲ ମେନସନ ସମୟରେ ଆଞ୍ଚଳିକ ଦଳଗୁଡିକୁ ଅଧିକ ସୁଯୋଗ ଦେବା ପାଇଁ ସସ୍ମିତ ଅନୁରୋଧ କରିଛନ୍ତି । ଅଭିଭାଷଣ ଶେଷରେ ଓଡ଼ିଆରେ ଅଧ୍ୟକ୍ଷଙ୍କୁ ସ୍ୱାଗତ, ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ସସ୍ମିତ ପାତ୍ର । ସସ୍ମିତ ପାତ୍ର ଗତକାଲି ପୁଣି ଥରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନିତ ହୋଇଛନ୍ତି ।

ମୁଖ୍ୟ ରାସ୍ତା ବନ୍ଧକୁ ପଶିଗଲା କାର୍‌

ଦିଗପହଣ୍ଡି : ଦିଗପହଣ୍ଡି ଡେଙ୍ଗାଉସ୍ତା ଛଣମେରି ମୁଖ୍ୟ ରାସ୍ତା ବନ୍ଧକୁ ପଶିଗଲା କାର୍‌ । ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି କାର୍‌କୁ ଉଦ୍ଧାର କରିଛନ୍ତି । କେହି ଆହତ ହୋଇନଥିବା ସୂଚନା।