spot_img
Home Blog Page 3646

କେନ୍ଦୁପତ୍ର ଉପରୁ ୧୮% ଜିଏସଟି ଛାଡ଼ କରିବାକୁ ରାଜ୍ୟସଭାରେ ବିଜେଡି ସାଂସଦଙ୍କ ଦାବି

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ଼ କରିବାକୁ ରାଜ୍ୟସଭାରେ ଦାବି କଲେ ବିଜେଡି ସାଂସଦ ନିରଞ୍ଜନ ବିଶି ଓ ସୁଜିତ କୁମାର। ଓଡିଶାର ୮ଲକ୍ଷ ଆଦିବାସୀ ଓ ମହିଳା କେନ୍ଦୁପତ୍ର ତୋଳି ଗୁଜରାଣ ମେଣ୍ଟାଉଛନ୍ତି। କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବାରୁ ଏହା ୮ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁର୍ବରୁ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ଅନୁରୋଧ କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଇନଥିବା ସାଂସଦ କହିଛନ୍ତି। ୮ଲକ୍ଷରୁ ଅଧିକ ଗରିବ ଆଦିବାସୀଙ୍କ ଜୀବନ ଜୀବିକା ଓ ସାମୂହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଉଠାଇ ଦେବାକୁ ଦାବି କରିଛନ୍ତି ସାଂସଦ ନିରଞ୍ଜନ ବିଶି ଓ ସୁଜିତ କୁମାର।

ବାଚସ୍ପତିଙ୍କୁ ଭେଟିଲେ ବର୍ଷା; ସୋମବାର ବିଧାୟିକା ଭାବେ ନେବେ ଶପଥ

ଭୁବନେଶ୍ୱର: ପଦମପୁରରେ ବିଜୟୀ ହେବା ପରେ ବାଚସ୍ପତିଙ୍କୁ ଭେଟିଲେ ବିଧାୟିକା ବର୍ଷା ସିଂ ବରିହା । ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବର୍ଷା । ଆସନ୍ତା ସୋମବାର ବର୍ଷା ବିଧାୟିକା ଭାବେ ଶପଥ ନେବେ । ପଦମପୁରବାସୀଙ୍କ ସ୍ବପ୍ନକୁ ସାକାର କରିବେ ବୋଲି ସେ କହିଛନ୍ତି । ପ୍ରତିଶ୍ରୁତି ପୂରଣ କରିବା ସହ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ବର୍ଷା । ଲୋକ କିପରି ସରକାରୀ ଯୋଜନାର ସୁବିଧା ପାଇପାରିବେ, ସେନେଇ ଗୁରୁତ୍ବ ଦେବା ସହ ଲୋକଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବେ ବୋଲି ବର୍ଷା ସିଂ ବରିହା କହିଛନ୍ତି ।

ସୋମବାର ବିଧାୟିକା ଭାବେ ଶପଥ ନେବେ ବର୍ଷା

ଭୁବନେଶ୍ୱର: ଆସନ୍ତା ସୋମବାର ବିଧାୟିକା ଭାବେ ଶପଥ ନେବେ ବର୍ଷା ସିଂ ବରିହା । ପଦମପୁରରେ ବିଜୟୀ ହେବା ପରେ ଆଜି ବାଚସ୍ପତିଙ୍କୁ ଭେଟିଥିଲେ ବିଧାୟିକା ବର୍ଷା ସିଂ ବରିହା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବର୍ଷା । ଆସନ୍ତା ସୋମବାର ବର୍ଷା ବିଧାୟିକା ଭାବେ ଶପଥ ନେବେ । ପଦମପୁରବାସୀଙ୍କ ସ୍ବପ୍ନକୁ ସାକାର କରିବେ ବୋଲି ସେ କହିଛନ୍ତି । ପ୍ରତିଶ୍ରୁତି ପୂରଣ କରିବା ସହ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ବର୍ଷା ।

ଲୋକ କିପରି ସରକାରୀ ଯୋଜନାର ସୁବିଧା ପାଇପାରିବେ, ସେନେଇ ଗୁରୁତ୍ବ ଦେବା ସହ ଲୋକଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବେ ବୋଲି ବର୍ଷା ସିଂ ବରିହା କହିଛନ୍ତି । ସୂଚନାଥାଉକି, ଗତ ୫ ତାରିଖରେ ପଦମପୁରରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଦୀପ ପୁରୋହିତଙ୍କଠାରୁ ୪୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ବର୍ଷାଙ୍କ ବାପା ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏଠାରେ ନିର୍ବାଚନ ହୋଇଥିଲା ।

ବାଂଲାଦେଶ-ଭାରତ ଶେଷ ଦିନିକିଆ: ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ

ଚଟୋଗ୍ରାମ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ ଚଟୋଗ୍ରାମରେ ଚାଲିଛି । ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ପରାଜିତ ହୋଇଛି । ଆଜି ସମ୍ମାନ ରକ୍ଷା ପାଇଁ ଟିମ ଇଣ୍ଡିଆ ଖେଳୁଛି । ସେହିପରି କ୍ଲିନ ସ୍ୱିପ୍ କରିବାର ଲକ୍ଷ୍ୟ ରଖିଛି ବାଂଲାଦେଶ । ଆଜିର ମ୍ୟାଚରେ ପ୍ରଥମେ ଟସ୍ ଜିତି ବାଂଲାଦେଶ ବୋଲିଂ ନିଷ୍ପତ୍ତି ନେଇଛି । ସେହିପରି ଆହ୍ୱାନ କ୍ରମେ ଭାରତ ବ୍ୟାଟିଂ କରୁଛି । ଭାରତ ପକ୍ଷରୁ ଶିଖର ଧୱନ ଓ ଇଶାନ କିଷାନ କ୍ରୀଜକୁ ଓହ୍ଲାଇଛନ୍ତି । ତେବେ ଆରମ୍ଭରୁ ଭାରତ ଟିକେ ଧିମା ଆରମ୍ଭ କରିଛି । ଅନ୍ୟପକ୍ଷରେ ଆଘାତ କାରଣରୁ ଆଜିର ମ୍ୟାଚ ଖେଳୁନାହାନ୍ତି ରୋହିତ ଶର୍ମା । ଭାରତୀୟ ଦଳର କମାନ ସମ୍ଭାଳୁଛନ୍ତି କେଏଲ ରାହୁଲ ।

ବାଂଲାଦେଶ: ଏନାମୁଲ ହକ୍, ଲିଟନ ଦାସ (ଅଧିନାୟକ), ୟାସିର ଅଲୀ, ଶାକିବ ଅଲ ହସନ, ମୁଫିକୁର ରହିମ (ୱିକେଟକିପର), ମହମୁଦୁଲ୍ଲାହ, ଅଫିପ ହୁସେନ, ମେହଦୀ ହସନ ମିରାଜ, ଇବାଦତ ହୁସେନ, ମୁସ୍ତାଫିଜୁର ରେହମାନ, ତକ୍ସିନ ଅହମଦ ।

ଭାରତ: ଶିଖର ଧୱନ, ଇଶାନ କିଷାନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ଅଧିନାୟକ/ୱିକେଟକିପର), ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଶ୍ରାଦ୍ଧୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଉମରାନ ମଲିକ ।

ସାଲେପୁର ଲୁଟ୍ ଓ ହତ୍ୟାକାଣ୍ଡ ମାମଲା; ମାଷ୍ଟରମାଇଣ୍ଡ ମୃତ ହୃଷିକେଶଙ୍କ ନାତି ଗିରଫ

ସାଲେପୁର: ସାଲେପୁର ନେମାଳରେ ନାତି ସାଜିଥିଲା ହତ୍ୟାକାରୀ । ଲେଣ୍ଡୁରା ଭଗବାନପୁରରେ ଡକାୟତି ପରେ ବୀଭତ୍ସ ହତ୍ୟା ଓ ଅଗ୍ନିକାଣ୍ଡ ଘଟଣାର ହୋଇଛି ପର୍ଦ୍ଦାଫାଶ । ମର୍ଡରର ମାଷ୍ଟର ମାଇଣ୍ଡ ମୃତ ହୃଷୀକେଶ ମୁଦୁଲିଙ୍କ ନାତି । ଘଟଣା ଜଣାପଡିବା ପରେ ଅଭିଯୁକ୍ତ ନାତି ଓମ୍ ପ୍ରକାଶ ମୁଦୁଲିକୁ ଗିରଫ କରିଛି ପୋଲିସ । ଘଟଣାରେ ଅଭିଯୁକ୍ତର ବାପା ବାଦଲ ମୁଦୁଲି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

ହତ୍ୟାକାଣ୍ଡକୁ ଲୁଟ୍‌ର ରୂପ ଦେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ । ମୁଖ୍ୟ ଉଦ୍ଦେଶ୍ୟ କିନ୍ତୁ ଥିଲା ଘରୁ ସୁନା ଅଳଙ୍କାର, ଟଙ୍କା ପଇସା ନେଇଯିବା । ତେଣୁ ମର୍ଡର ପ୍ଲଟ୍ ପ୍ରସ୍ତୁତ କରିଥିଲା ନାତି ଓମ୍ ପ୍ରକାଶ । ଲୁଟ୍ ବେଳେ ସେ ବି ଆହତ ହୋଇଥିବା ପୋଲିସ ଆଗରେ ବଖାଣିଥିଲା । ଆଉ ରଚିଥିଲା ଲୁଟ୍ ଓ ହତ୍ୟାର ଜଘନ୍ୟ ଖେଳ । ପୋଲିସ ଆଗରେ କହିଥିଲା ଲୁଟ୍ ପରେ ଦୁର୍ବୃତ୍ତ ଜେଜେ ଓ ଜେଜେମା’ଙ୍କୁ ଆକ୍ରମଣ କରିଥିଲେ ।

ଆଉ ତା ଆଙ୍ଗୁଠି କାଟି ଘରେ ବନ୍ଦ କରି ଦେଇଥିଲେ । ହେଲେ ସତ କେବେ ଲୁଚି ରହେନା । ଜେଜେ ନାତିଙ୍କ ମଧ୍ୟରେ ଏମିତି କଣ ଘଟିଥିଲା ଯେ ହତ୍ୟାକାଣ୍ଡ ଭିଆଇଲା ଓମ୍ ? ନା ଟଙ୍କା ସୁନା ଲୋଭରେ ଆତ୍ମୀୟଙ୍କ ଜୀବନ ନେଇଗଲା ସୈତାନ ନାତି ? ଏସବୁ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣାରେ ଜେତେ ତଥା ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ମୁଦୁଲିଙ୍କର ମୃତ୍ୟୁ ହୋଇଛି । ସେପଟେ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଆଈ କନକଲତାଙ୍କ ଚିକିତ୍ସା ଜାରି ରହିଛି ।

ନୀଳଗିରି କୁଳଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ବର ନୀଳଗିରି କୁଳଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ । ନୀଳଗିରି ପଞ୍ଚଲିଙ୍ଗେଶ୍ବର ଫରେଷ୍ଟ ସେକ୍ସନ୍ ବାବନ୍ଧ ବିଟ୍ ଅଧିନ କଦମଶୋଳରେ ଏକ ମାଇ ହାତୀର ମୃତଦେହ ଉଦ୍ଧାର କରିଛି କୁଳଡିହା ବନ ବିଭାଗ। ଗତକାଲି ରାତିରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଗର୍ଭ ଯନ୍ତ୍ରଣା ଯୋଗୁ ମାଇ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ଅସଲ କାରଣ ଅସ୍ପଷ୍ଟ ଥିବା ବେଳେ, ଘଟଣାସ୍ଥଳରେ ନୀଳଗିରି କୁଳଡିହା ରେଞ୍ଜର ଓ ସବୁଜ ବାହିନୀ କର୍ମଚାରୀ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି । ଏହାକୁ ମିଶାଇ ଚଳିତ ବର୍ଷ କୁଳଡିହା ଅଭୟାରଣ୍ୟରେ ଛୋଟବଡ କରି ମୋଟ ୫ଟି ହାତୀର ମୃତ୍ୟୁ ହୋଇ ସାରିଲାଣି ।

ଇଫୁ ଡାକ୍ତର ହେବେ, ତାଙ୍କ ଉଜ୍ଜ୍ୱଳ ଭବିଷ୍ଯତ କାମନା କରୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କନ୍ଧମାଳର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, “କନ୍ଧମାଳର ମେଧିବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ଭେଟିଲି । ତାଙ୍କ ଉଚ୍ଚାଭିଳାଷ ଓ ପାଠ ପଢ଼ିବାର ପ୍ରତିବଦ୍ଧତା ବିଷୟରେ ଜାଣି ବହୁତ ଖୁସି ହେଲି । ବାସ୍ତବରେ ଲକ୍ଷ୍ୟ ସ୍ଥିର ଓ ଦୃଢ଼ ଇଚ୍ଛା ଶକ୍ତି ଥିଲେ କିଛି ବି ପ୍ରତିବନ୍ଧକ ସାଜି ନପାରେ । ତାଙ୍କ ଡାକ୍ତର ହେବାର ସ୍ୱପ୍ନ ପୂରଣ ହେବ ।

ତାଙ୍କର ଆହୁରି ସଫଳତା ଓ ଉଜ୍ଜ୍ୱଳ ଭବିଷ୍ତ କାମନା କରୁଛି ।” ପ୍ରକାଶଥାଉକି, ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ ଗରିବ ଘରର ପୁଅ ଇଫୁ ମଲ୍ଲିକ  । ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା ଦିନ ମଜୁରିଆ ଇଫୁଙ୍କୁ ସହାୟତାର ହାତ ବଢାଇଥିଲେ ମୁଖ୍ୟମନ୍ତ୍ରୀ  ।  ଇଫୁଙ୍କ ପାଠ ପଡା ଲାଗି ସହାୟତା ପ୍ରଦାନ କରିବା ସହ ତାଙ୍କ ସ୍ୱପ୍ନ ପୂରଣ କରିବାର ପ୍ରତିଶ୍ରୁତି ଦେଇଥିଲେ  । ଏଥି ସହିତ ମୁଖ୍ୟମନ୍ତ୍ରୀ ତାଙ୍କ ଉଚ୍ଚଶିକ୍ଷା ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ବୋଲି କହିଛନ୍ତି  ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିଥିଲେ  । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତାକୁ ଇଫୁଙ୍କୁ ବୁଝାଇ କହିଥିଲେ  । ଏଥି ସହିତ ଇଫୁ କାହିଁକି ଡାକ୍ତର ହେବେ ଏବଂ ଡାକ୍ତର ହୋଇ କଣ କରିବେ ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ  । ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ  ଇଫୁ ଡାକ୍ତର ହୋଇ ଗରିବୀ ଲୋକଙ୍କ ସେବା କରିବାର ଆହ୍ୱାନ ଦେଇଥିଲେ  । ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ନେଲା ବେଳେ ତାଙ୍କ ଫୋନଟି ତଳେ ପଡିଯାଇ ଭାଙ୍ଗି ଯାଇଥିଲା  ।

ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ଇଫୁଙ୍କୁ ଏକ ମୋବାଇଲ୍ ଫୋନ୍ ଉପହାର ଦେଇଥିବା ମଧ୍ୟ ସେ କହିଛନ୍ତି । ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।

ଇଫୁଙ୍କ ପ୍ରତିଭାର ଉଚ୍ଚପ୍ରଶଂସା କରିବା ସହିତ ଆଗକୁ ଏହିପରି ଉଦ୍ୟମ ଜାରି ରଖି ଦେଶବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଫୁଙ୍କ ସହିତ ସେଲ୍‌ଫି ଉଠାଇବା ସହିତ ଏକ ପୁସ୍ତକ ମଧ୍ୟ ଉପହାର ଦେଇଥିଲେ । ସୂଚନାଯୋଗ୍ୟ ଯେ ଇଫୁ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଜଣେ ଗରିବ, ଆଦିବାସୀ ଯୁବକ। ନିଜର ପ୍ରତିଭା ଓ ଉଦ୍ୟମ ଯୋଗୁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ମେଡିକାଲ ପଢିବା ପାଇଁ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।

କିନ୍ତୁ ଅର୍ଥାଭାବ ଯୋଗୁ ତାଙ୍କର ଏ ଆଶା ପୂରଣ ହେବା ସଂପର୍କରେ ସେ ସନ୍ଦିହାନ ଥିଲେ । ସାମାଜିକ ଗଣମାଧ୍ୟମରୁ ଏ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମେଡିକାଲ ପଢିବା ପାଇଁ ସମସ୍ତ ଆବଶ୍ୟକୀୟ ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଏବଂ ଇଫୁଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ 5-ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ଇଫୁଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଥିଲେ।

ପଞ୍ଜାବରେ ପୁଣି ରକେଟ୍ ଲଞ୍ଚରରେ ଆକ୍ରମଣ

ଚଣ୍ଡିଗଡ଼: ପଞ୍ଜାବରେ ପୁଣି ରକେଟ୍ ଲଞ୍ଚରରେ ଆକ୍ରମଣ ହୋଇଛି । ତରନତାନ ଜିଲ୍ଲା ଥାନା ସରହାୱଲିରେ ଶୁକ୍ରବାର ବିଳମ୍ବିତ ରାତିରେ ରକେଟ୍ ଲଞ୍ଚର ମାଡ଼ କରାଯାଇଛି । ଅବଶ୍ୟ ଏହି ରକେଟ୍ ଲଞ୍ଚର ମାଡ଼ରେ କୌଣସି ବଡ଼ କ୍ଷତି ହୋଇନାହିଁ । କିନ୍ତୁ ଥାନା ସରୱାଲିର ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଥାନାର କବାଟ ଓ ଝରକା କାଚ ସବୁ ଭାଙ୍ଗିଯାଇଛି । କୁହାଯାଉଛି ଯେ, ଲଞ୍ଚର ପ୍ରଥମେ ଏହା ଅନ୍ୟ ସ୍ଥାନରେ ପଡ଼ିଥିଲା ଏବଂ ପରେ ଡାଇଭର୍ଟ ହୋଇ ପୋଲିସ ଥାନା ଉପରେ ପଡ଼ିଥିଲା ।

ଏହି ଲଞ୍ଚର ମାଡ଼ ପରେ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ପ୍ରକାଶଯୋଗ୍ୟ, ଏହା ସେହି ସ୍ଥାନ ଅଟେ ଯେଉଁଠାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହରଭିନ୍ଦର ସିଂହ ଓରଫ ରିନ୍ଦାଙ୍କ ପୈତୃକ ଘର ରହିଛି । ଗୁଇନ୍ଦା ବିଭାଗ ମଧ୍ୟ ଏହି ମାମଲାକୁ କନଫର୍ମ କରିଛି । ଆଶଙ୍କା କରାଯାଉଛି ଯେ, ସିଧା ମାଡ଼ ନହୋଇଥିବା କାରଣରୁ ଏହାର ପ୍ରଭାବ କମ୍ ହୋଇଛି । କୁହାଯାଉଛି, ମୋହାଲିରେ ପଞ୍ଜାବ ଇଣ୍ଟେଲିଜେନ୍ସର କାର୍ଯ୍ୟାଳୟରେ ଯେଉଁ ପ୍ରକାରର ଆକ୍ରମଣ ହୋଇଥିଲା ସେହିପରି ଆକ୍ରମଣ ଏଠାରେ ହୋଇଛି । ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ଆତଙ୍କୀ ସଂଗଠନ ଏଥିରେ ନିଜକୁ ଦାୟୀ କରିନାହିଁ ।

କିଏ ହେବ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ? ନିଷ୍ପତ୍ତି ନେବ ହାଇକମାଣ୍ଡ

ସିମଲା: କିଏ ହେବ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଥିବା କଂଗ୍ରେସ ହାଇକମାଣ୍ଡ ନେବେ ନିଷ୍ପତ୍ତି । ଗତକାଲି ସଂଧ୍ୟାରେ ସିମ୍ଲାରେ କଂଗ୍ରେସ ବିଧାୟକ ଦଳର ବୈଠକ ହୋଇଥିବା ବେଳେ କିଛି ନିଷ୍ପତ୍ତି ହୋଇପାରିନି । ଏନେଇ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ଫାଇନାଲ ହେବ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ନିର୍ବାଚନ ଜିତିବା ପରେ କଂଗ୍ରେସର ଦଳୀୟ କନ୍ଦଳ ପଦାକୁ ଆସିଛି ।

କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଜୋର ବିବାଦ । ମୁଖ୍ୟମନ୍ତ୍ରୀ ଆସନ ଗୋଟିଏ, କିନ୍ତୁ ଆଶାୟୀଙ୍କ ଲମ୍ବା ଲାଇନ୍ । ବିଧାୟକଙ୍କ ମଧ୍ୟରେ ବଡ଼ ବିଭାଜନ ଦେଖିବାକୁ ମିଳୁଥିବା ବେଳେ ବିଜୟୀ ପ୍ରାର୍ଥୀଙ୍କ ଦେଖାନାହିଁ । ସରକାର ଗଢିବା ପାଇଁ ବିଧାୟକଙ୍କ ମଧ୍ୟରେ ତତ୍ପରତା ଦେଖାଯାଉନଥିବା ବେଳେ ୬ଜଣ ବରିଷ୍ଠ ବିଧାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ରଖିଛନ୍ତି । ଏଭଳି କ୍ଷେତ୍ରରେ ରାଜ୍ୟପ୍ରଭାରୀ ରାଜୀବ ଶୁକ୍ଲା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା ପ୍ରଭାରୀ ଭୁପେଶ ବାଘେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ରାଜ୍ୟପାଳଙ୍କୁ ଭେଟି କଂଗ୍ରେସ ସରକାର ଗଠନ କରିବା ନେଇ ପ୍ରସ୍ତାବ ଦେଇଛନ୍ତି ।

ଏଥିସହ ବିଧାୟକଙ୍କ ତାଲିକା ମଧ୍ୟ ପ୍ରଦାନ କରିଛନ୍ତି ତେବେ ବଡ଼ କଥା ହେଉଛି, ଏହି ସମୟରେ ରାଜ୍ୟର କୌଣସି ନେତା କିମ୍ବା କଂଗ୍ରେସ ବିଧାୟକ ଉପସ୍ଥିତ ନଥିଲେ । ତେବେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ କହିଛନ୍ତି ଯେ ରାଜ୍ୟ କଂଗ୍ରେସରେ କୌଣସି ଅସୁବିଧା ନାହିଁ । ଖୁବଶୀଘ୍ର ନୂଆ ସରକାର ଶପଥ ନେବେ ବୋଲି କହିଛନ୍ତି ।

ପ୍ରତିଭା ସିଂଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମର୍ଥକ ଦାବି କରୁଥିବା ବେଳେ ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ବିରୋଧ କରିଛନ୍ତି । ସେପଟେ ସୁକବିନ୍ଦର ସିଂହ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ ଅଛନ୍ତି । ସେ କିଛି ବିଧାୟକଙ୍କୁ ନେଇ ହୋଟେଲରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ଚଳିତ ନିର୍ବାଚନରେ ୬୮ଟି ଆସନ ମଧ୍ୟରୁ କଂଗ୍ରେସ ୪୦ଟି ସିଟ୍ ଜିତି ବହୁମତ ହାସଲ କରିଛି ।

ଆଜି ଭାରତୀୟ ଅଲମ୍ପିକ ସଂଘର ନିର୍ବାଚନ, ସଭାପତି ପାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ ପିଟି ଉଷା

ନୂଆଦିଲ୍ଲୀ: ଆଜି ଭାରତୀୟ ଅଲମ୍ପିକ ସଂଘ ବା ଆଇଓଏର ନିର୍ବାଚନ । ଅଧ୍ୟକ୍ଷ, ଜଣେ ବରିଷ୍ଠ ଉପାଧ୍ୟକ୍ଷ, ଦୁଇଜଣ ଉପାଧ୍ୟକ୍ଷ, ଜଣେ କୋଷାଧକ୍ଷ, ସଂଯୁକ୍ତ ସଚିବ, କାର୍ଯ୍ୟକାରୀ ପରିସଦ ସଦସ୍ୟ ପଦ ପାଇଁ ମତଦାନ ହେବ । ସଂଘର ପ୍ରଥମ ମହିଳା ସଭାପତି ହେବେ ପିଟି ଉଷା । ଏନେଇ ନିଶ୍ଚିତ ହୋଇସାରିଥିବାବେଳେ ଆଜି ଔପଚାରିକ ଘୋଷଣା କରାଯିବ । ଅଧ୍ୟକ୍ଷ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପିଟି ଉଷା ନାମାଙ୍କନ ଭରିଥିଲେ ।

ଏଣୁ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ନିଶ୍ଚିତ । ୫୮ ବର୍ଷୀୟ ପିଟି ଉଷା ଏସିୟ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 1984 ମସିହା ଅଲିମ୍ପିକ୍ସରେ ୪୦୦ ମିଟର ଦୌଡରେ କାଂଶ୍ୟ ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ଅନ୍ୟ ୧୪ ଜଣ ବ୍ୟକ୍ତି ମଧ୍ୟ ଭିନ୍ନ ଭିନ୍ନ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । କାର୍ଯ୍ୟକାରିଣୀ ସଦସ୍ୟର ୪ପଦ ପାଇଁ ୧୨ଆଶାୟୀ ମଇଦାନରେ ଅଛନ୍ତି ।