ଟ୍ରକ୍-ଟ୍ରାକ୍ଟର ମୁହାମୁହିଁ ଧକ୍କା.. ୩ ମୃତ, ୧୮ରୁ ଅଧିକ ଗୁରୁତର

1 min read

ପଶ୍ଚିମବଙ୍ଗ : ଟ୍ରକ୍-ଟ୍ରାକ୍ଟର ମୁହାମୁହିଁ ଧକ୍କା । 3 ମୃତ 18ରୁ ଅଧିକ ଗୁରୁତର । ଘଟଣା ଘଟିଛି ପଶ୍ଚିମବଙ୍ଗ ଜଲପାଇଗୁଡ଼ି ମୟନାଗୁଡ଼ିରେ । ଉଲ୍ଲାସବାଡ଼ି ଯୋଡାବନ୍ଧ ସଡ଼କରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଅପର ପଟୁ ଆସିଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଟ୍ରାକ୍ଟରରେ ଥିବା 21ଜଣ ଶ୍ରମିକ ଓ ଟ୍ରାକ୍ଟର ଚାଳକଙ୍କ ମଧ୍ୟରୁ 3 ଜଣଙ୍କ ମୃତ୍ୟୁ ହୋଇଛି । 18ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତକୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ଟ୍ରକ ଚାଳକକୁ ଗିରଫ କରିବା ସହ ତଦନ୍ତ ଚଳାଇଛି ।