ବାଇକରୁ ପଡି ଯୁବକଙ୍କ ମୃତ୍ୟୁ..ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଦୃଶ୍ୟ..

ରାୟଗଡ଼ା : ବାଇକରୁ ପଡି ଯୁବକଙ୍କ ମୃତ୍ୟୁ । ସିଟିଟିଭିରେ କଏଦ ହେଲା ମର୍ମନ୍ତୁଦ ଦୁର୍ଘଟଣାର ଦୃଶ୍ୟ । ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ମୁଖ୍ୟ ବଜାର ରାସ୍ତାରେ । ରାସ୍ତାରେ ଥିବା ଏକ ମାଟିଗଦା ଉପରେ ଗାଡ଼ି ଚଢ଼ିଯିବାରୁ ଭାରସାମ୍ୟ ହରାଇ ବାଇକ ସହ ଘୋଷାଡ଼ି ହୋଇ କିଛି ବାଟ ଚାଲିଯାଇଥିଲେ ଯୁବକ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗୁଣ୍ଡରିଗୁଡ଼ାର ଅଜୟ ହିକକା । ଘଟଣା ସ୍ଥଳରେ କଲ୍ୟାଣସିଂହପୁର ପୁଲିସ ପହଞ୍ଚି ମୃତଦେହ ଜବତ କରିଛି । ସୂଚନା ଅନୁସାରେ କଲ୍ୟାଣସିଂହପୁରରେ ଚାଲିଥିବା ଶିବରାତ୍ରୀ ଯାତ୍ରା ଦେଖି ପାହାନ୍ତିଆ ଫେରିବା ବେଳେ ଘଟିଥିଲା ଦୁର୍ଘଟଣା ।