ଭୁଶୁଡୁଛି ଆଦାନୀ ସାମ୍ରାଜ୍ୟ, ମାସକର ୮ ହଜାର କୋଟି କ୍ଷତି

ନୂଆଦିଲ୍ଲୀ: ଭୁଶୁଡୁଛି ଆଦାନୀଙ୍କ ସାମ୍ରାଜ୍ୟ । ଧନୀ ତାଲିକାରେ ୩ ନମ୍ବରରୁ ୩୭ ନମ୍ବରକୁ ଖସିଲେ ବିଜନେସ ଟାଇକୁନ ଗୌତମ ଆଦାନୀ । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ ବିରୋଧରେ ଜାଲିଆତି ଓ ହେରେଫେର ଅଭିଯୋଗ ଆଣିବା ପରେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ନିୟମିତ ହ୍ରାସ ପାଇବାରେ ଲାଗିଛି । ଜାନୁଆରୀ ୨୪ ତାରିଖରେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରଠୁ ତାଙ୍କ ସମ୍ପତ୍ତି ମୂଲ୍ୟ ୮୦୦୦ କୋଟିରୁ ଊର୍ଦ୍ଧ୍ବ ଡଲାର ହ୍ରାସ ପାଇଛି । ସେୟାର ବଜାରରେ ନିବେଷକମାନେ ଆଦାନୀ କମ୍ପାନୀର ସେୟାର ବିକ୍ରି କରୁଥିବାରୁ ସେଗୁଡିକର ଦାମ୍ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି ।

ରିପୋର୍ଟରୁ ଜଣାଯାଇଛି, ଗତ ଏକମାସ ଭିତରେ ଆଦାନୀଙ୍କ ବିଭିନ୍ନ କମ୍ପାନୀର ବଜାର ପୁଞ୍ଜି ପରିମାଣ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ପାଇଛି । ଆଦାନୀ ଟୋଟାଲ ଗ୍ୟାସର ବଜାର ପୁଞ୍ଜିରେ ୮୧ ପ୍ରତିଶତ, ଆଦାନୀ ଗ୍ରୀନ ଏନର୍ଜିର ମୂଲ୍ୟ ୭5 ପ୍ରତିଶତ, ଆଦାନୀ ଟ୍ରାନ୍ସମିଶନରେ ୭୪ ପ୍ରତିଶତ ଓ ଆଦାନୀ ଏଣ୍ଟରପ୍ରାଇଜେସ ବଜାର ପୁଞ୍ଜିରେ ୬୨ ପ୍ରତିଶତ ହ୍ରାସ ପାଇଛି । ଏହା ବ୍ୟତୀତ ତାଙ୍କର ଅନ୍ୟାନ୍ୟ କମ୍ପାନୀର ବଜାର ମୂଲ୍ୟ ମଧ୍ୟ ହ୍ରାସ ପାଇଥିବା ଜଣାଯାଇଛି ।