spot_img
Home Blog Page 3610

ବିଦେଶରେ ବଢ଼ୁଛି ସଂକ୍ରମଣ, ଗ୍ଲୋବାଲ ଏମର୍ଜେନ୍ସିକୁ ଦେଖି ଭାରତରେ ଆଲର୍ଟ

ନୂଆଦିଲ୍ଲୀ: ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗ୍ଲୋବାଲ ଏମର୍ଜେନ୍ସିକୁ ଦେଖି ଭାରତରେ ଆଲର୍ଟ । ନୂଆବର୍ଷ, କ୍ରୀସମାସ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବତନ୍ତ୍ର ଗାଇଡଲାଇନ । ଆତଙ୍କିତ ନହୋଇ ସତର୍କ ରହିବାକୁ ସବୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।

ସତର୍କ ରହି ଭୂତାଣୁକୁ ପ୍ରତିହତ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ତେବେ କୋଭିଡ ପ୍ରୋଟୋକଲ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଚୀନ, ଜାପାନ, ସାଉଥ କୋରିଆ, ବ୍ରାଜିଲ ଭଳି ରାଷ୍ଟ୍ରରେ ସଂକ୍ରମଣ ବ୍ୟାପୁଥିବା ବେଳେ ଭାରତରେ ସେଭଳି ସ୍ଥିତି ନାହିଁ । ତେଣୁ ଭୟ ନ କରି ଆଲର୍ଟ ରହିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ବିଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କ ରାଣ୍ଡମ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ଓଡିଆ ଭାଷା ପ୍ରତି ଯୁବ ସମାଜ ମଧ୍ୟରେ ସମସ୍ତେ ମିଶି ଆଦର ବୃଦ୍ଧି କରିବା

ଭୁବନେଶ୍ୱର: ଗୋଟିଏ ଜାତିର ଶ୍ରେଷ୍ଠ ସଂପଦ ଓ ବଡ ପରିଚୟ ହେଉଛି ଭାଷା । ଯୁବ ସମାଜ ମଧ୍ୟରେ ଓଡିଆ ଭାଷା ପ୍ରତି ଆଦର ବୃଦ୍ଧି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ପଡ଼ିବ । ଭାଷା ଆଇନ ପୁସ୍ତକ ଉନ୍ମୋଚନ କରି ଏଭଳି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥାଙ୍କ ଦ୍ବାରା ସଂପାଦିତ ଭାଷା ଆଇନ ପୁସ୍ତକରେ ୨୦ଟି ବିଷୟ ସ୍ଥାନ ପାଇଛି ।

ଏଥିରେ ୧୯୪୮ରୁ ୨୦୧୯ ପର୍ଯ୍ୟନ୍ତ ଓଡିଆ ସରକାରୀ ଭାଷା ଆଇନ ପ୍ରସ୍ତାବଠାରୁ ସଂଶୋଧିତ ଦଣ୍ଡବିଧାନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଧେୟକ, ଅଧିନିୟମ, ବିଜ୍ଞପ୍ତି, ନଥି ଓ ଚିଠିପତ୍ର ରହିଛି । ଓଡିଆ ବହୁ ପୁରୁଣା ଭାଷା ଏବଂ ଓଡିଆ ଭାଷାକୁ ନେଇ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡିଶା ଗଠିତ ହୋଇଥିଲା। ୨୦୩୬ରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପାଳନ କରାଯିବ । ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଆଗକୁ ମଧ୍ୟ ନେବେ ବୋଲି ନବୀନ କହିଛନ୍ତି ।

ଔଷଧ ଆସୁଥିବା ରାଜ୍ୟର ପ୍ରବର୍ତ୍ତନ ବ୍ୟବସ୍ଥା ସହ ଯୋଗାଯୋଗ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୂବନେଶ୍ୱର: ନକଲି ଔଷଧ ବିରୁଦ୍ଧରେ ରାଜ୍ୟବ୍ୟାପୀ ଲଢେଇ ଜାରି ରହିଛି । ଏହି କ୍ରମରେ ଆଜି କଟକ ଓ ବରଗଡର ଦୁଇଟି ଗୋଦାମରୁ ନକଲି ଔଷଧ ଜବତ କରାଯାଇଛି ।
ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ କହିଥିଲେ ଯେ ସନ୍ଦେହାତ୍ମକ ଔଷଧ ପ୍ରସ୍ତୁତିରେ ଲିପ୍ତ ସଂସ୍ଥାକୁ ଔଷଧର ପରୀକ୍ଷା ବିବରଣୀ ସହ ସବିଶେଷ ତଥ୍ୟ ଦେବା ପାଇଁ କୁହାଯାଇଥିଲା ।

ତାଙ୍କଠାରୁ ମିଳିଥିବା ତଥ୍ୟର ବୈଧତା ତନଖି କରି ପ୍ରାୟ ୧୧ ପ୍ରକାର ସନ୍ଦେହାତ୍ମକ ଔଷଧ କଟକ ପୁରୀଘାଟସ୍ଥିତ ଏମ୍.ଏଚ୍. ଫାର୍ମାସୁଟିକାଲ୍ ଷ୍ଟୋରରୁ ଜବତ କରାଯାଇଛି । ଜବତ ଔଷଧର ମୂଲ୍ୟପ୍ରାୟ ୨୩.୨୩ ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି । ଏହିସବୁ ଔଷଧ ପଡୋଶୀ ରାଜ୍ୟ ଉତ୍ତର ପ୍ରଦେଶରୁ ଆସିଥିବାର ଜଣାପଡିଥିଲା । ଏହାଛଡା ବରଗଡର ଅଶୋକ ମେଡିକାଲ ଷ୍ଟୋରରୁ ମଧ୍ୟ ସନ୍ଦେହାତ୍ମକ ଔଷଧ ଜବତ କରାଯାଇଛି । ଅଶୋକ ମେଡିକାଲରୁ ଜବତ ଔଷଧକୁ ସନ୍ଦେହାତ୍ମକ ଭିତ୍ତିରେ ପୂର୍ବରୁ ଅଲଗାକରି ତାହାର ବିକ୍ରୀ ବନ୍ଦ କରାଯାଇଥିଲା ।

ପଣ୍ଡିତ୍ ଆହୁରି ମଧ୍ୟ କହିଥିଲେ ଯେ ଓଡିଶାର ପ୍ରବର୍ତ୍ତନ ଟିମଙ୍କୁ ଔଷଧ ଆସୁଥିବା ରାଜ୍ୟର ପ୍ରବର୍ତ୍ତନ ବ୍ୟବସ୍ଥାସହ ଯୋଗାଯୋଗ ସଘନ କରିବାକୁ କୁହାଯାଇଛି । ଏହାଦ୍ବାରା ନକଲି ଔଷଧର ଆମଦାନି ଓ ଯୋଗାଣକୁ ବନ୍ଦ କରାଯାଇ ପାରିବ, ଏବଂ ଧରାପଡିଥିବା ନକଲି ଔଷଧ ପ୍ରସ୍ତୁତକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ତ୍ଵରାନ୍ବିତ ହେବ । ଔଷଧ ପ୍ରବର୍ତ୍ତନ ଟିମମାନେ ବଜାରରେ ଉପଲବ୍ଧ ଔଷଧ ଗୁଡିକର ଯାଂଚ୍ ବ୍ୟାପକ କରିବାସହ କୈାଣସି ପ୍ରକାର ସନ୍ଦେହାତ୍ମକ କାର୍ଯ୍ୟ ଦୂଷ୍ଟିକୁ ଆସିବାମାତ୍ରେ ବିକ୍ରିବନ୍ଦ ନିର୍ଦେଶ ଜାରି କରିବେ ବୋଲି ଶ୍ରୀମତି ପଣ୍ଡିତ୍ କହିଥିଲେ ।

ଆସିଲା ନୂଆ କୋଭିଡ ଆଡଭାଇଜରି, ରାଜ୍ୟରେ ବଢ଼ାଯିବ ଟେଷ୍ଟିଂ ଓ ସର୍ଭେଲାନ୍ସ

ଭୁବନେଶ୍ୱର: କୋଭିଡର ଭୟବହତା ପୁନର୍ବାର ବୃଦ୍ଧି ଘଟିଛି  । ଚାଇନା ଠୁ ଭାରତ ସବୁଠି ଦେଖାଗଲାଣି କୋଭିଡର ଉତ୍ପାତ  । ଏହାକୁ ଦୃଷ୍ଟିରେ ରଖି ନୂଆ ଆଡଭାଇଜରି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ  ।  ଗତ ୨ସପ୍ତାହ ଧରି ବିଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ  । ରାଜ୍ୟରେ ୨୦୨୨ ନଭେମ୍ବର ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି  ।
ହସ୍ପିଟାଲରେ ଜଣେ ବି କରୋନା ସଂକ୍ରମିତ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଳୀନ ପଣ୍ଡିତ  ।

ରାଜ୍ୟରେ ୨୦୨୨ ନଭେମ୍ବର ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି  । ବର୍ତ୍ତମାନ ହସ୍ପିଟାଲରେ ଜଣେ ବି କରୋନା ସଂକ୍ରମିତ ନାହାଁନ୍ତି  । ଓମିକ୍ରନର ନୂଆ ଭ୍ୟାରିଆଣ୍ଟ ଅଧିକ ସଂକ୍ରାମକ ହୋଇଛି  । ICMR ଗାଇଡଲାଇନ ଅନୁସାରେ ରାଜ୍ୟରେ ଟେଷ୍ଟିଂ ଓ ସର୍ଭେଲାନ୍ସ ବଢ଼ାଯିବ  । ବିମାନବନ୍ଦର ଓ ସାମୁଦ୍ରିକ ବନ୍ଦରରେ ସର୍ଭେଲାନ୍ସ ବଢ଼ାଯାଇଛି  ।
କୋଭିଡ ପଜିଟିଭ ଚିହ୍ନଟ ହେଲେ ଜେନମ ସିକ୍ୟୁଏନ୍ସିଂ କରାଯାଉଛି  । ସେହିପରି RMRC, ILS ମାଧ୍ୟମରେ ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନ୍ସିଂ କରାଯାଉଥିବା କହିଛନ୍ତି ଶାଳୀନ ପଣ୍ଡିତ  ।

କଟକ, ବ୍ରହ୍ମପୁର, ବୁର୍ଲା ମେଡିକାଲରେ ୨୦ଟି ଲେଖାଏଁ ବେଡ୍ ପ୍ରସ୍ତୁତ ଅଛି  । ଏହା ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ  । ଆବଶ୍ୟକସ୍ଥଳେ ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି  । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସହ ପର୍ଯ୍ୟାପ୍ତ ଅକ୍ସିଜେନ ରହିଛି  । ସବୁ ଡାକ୍ତରଖାନାରେ ୨୭ତାରିଖରୁ ହେବ ମକଡ୍ରିଲ୍  । ସବୁ ମେଡିକାଲରେ ମାନବ ସମ୍ବଳ, ପରିବହନ, ଔଷଧ, ଶଯ୍ୟା ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଳୀନ ପଣ୍ଡିତ  ।

 

IPL ନିଲାମୀ: ସାମଙ୍କ ଦାମ ସର୍ବାଧିକ, ଜାଣନ୍ତୁ କାହାର ଦାମ୍ କେତେ ?

ନନ୍ଦିଘୋଷ ବ୍ୟୁରୋ: IPL ପାଇଁ ଆରମ୍ଭ ହୋଇଛି ନିଲାମ ପକ୍ରିୟା  ।  ଆଇପିଏଲରେ ନୂଆ ରେକର୍ଡ କରିଛନ୍ତି ଇଂଲଣ୍ଡର କ୍ରିକେଟର ସାମ କୁରାନ । ଚଳିତ ନିଲାମ ପକ୍ରିୟାରେ ସର୍ବାଧିକ ଦାମରେ ନିଲାମ ହୋଇଛନ୍ତି ସାମ କୁରାନ୍  ।   ୧୮.୫୦ କୋଟି ଟଙ୍କାରେ ସାମ୍ କୁରାନଙ୍କୁ ଦଳରେ ସାମିଲ କରିଛି ପଞ୍ଜାବ କିଙ୍ଗସ । ସେହିପରି  ଇଂଲଣ୍ଡର ଖେଳାଳୀ ହ୍ୟାରୀ ବ୍ରୁକଙ୍କୁ ୧୩.୨୫ କୋଟି ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ । ହ୍ୟାରୀଙ୍କର ବେସ୍ ପ୍ରାଇସ ୧.୫ କୋଟି ଥିବା ବେଳେ ପ୍ରଥମେ ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । କିନ୍ତୁ ଶେଷରେ ହାଇଦ୍ରାବାଦ ଏହି ରେସରେ ସାମିଲ ହେବା ସହ ହ୍ୟାରୀଙ୍କୁ ଦଳରେ ସାମିଲ କରିଥିଲା ।

ସେହିଭଳି ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ୮.୨୫ କୋଟି ଟଙ୍କାରେ କିଣିଛି ହାଇଦ୍ରାବାଦ ।  ମିନି ନିଲାମୀରେ ଇଂଲଣ୍ଡ କ୍ରିକେଟରଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ହ୍ୟାରୀ ବ୍ରୁକ୍, ସାମ କୁରାନଙ୍କ ପରେ ବେନ ଷ୍ଟୋକ୍ସଙ୍କ ଚାହିଦା ଆକାଶଛୁଆଁ ହୋଇଛି ।  ବେନ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଅନ୍ୟପଟେ ଅଷ୍ଟ୍ରେଲୀୟ ବ୍ୟାଟର କ୍ୟାମେରନ ଗ୍ରୀନଙ୍କୁ ୧୭.୫୦ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଟିମରେ ସାମିଲ କରିଛି ।

କାରବିଆନ ଅଲରାଉଣ୍ଡର ଜେସନ ହୋଲଡରଙ୍କୁ ୫.୭୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ କିଣିଥିବା ବେଳେ ସିକନ୍ଦର ରାଜାଙ୍କୁ ୫୦ ଲକ୍ଷରେ ପଞ୍ଜାବ ନିଜ ପଲଟନରେ ସାମିଲ କରିଛି । ଏହାବାଦ୍ ଓଡେନ ସ୍ମିଥଙ୍କୁ ୫୦ ଲକ୍ଷ ଟଙ୍କାରେ ଗୁଜରାଟ କିଣିଥିବା ବେଳେ ସାକିବ ଅଲ ହାସନଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନାହାନ୍ତି ।  କେନ୍ ୱିଲିୟମସନଙ୍କୁ ବେସ୍ ପ୍ରାଇସ୍ ୨ କୋଟି ଟଙ୍କାରେ କିଣିଛି ଗୁଜୁରାଟ ଟାଇଟନ୍ସ ।  ରାହାଣେଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଯଦି ବା ନିଲାମୀ ଆରମ୍ଭରୁ ପଞ୍ଜାବ କିଙ୍ଗସ ଆଗ୍ରହ ପ୍ରକାଶ କରିଥିଲା, ଶେଷ ପର୍ଯ୍ୟନ୍ତ ସାମ କୁରାନଙ୍କୁ କିଣିବାକୁ ବିଭିନ୍ନ ଫ୍ରାଞ୍ଚାଇଜ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲେ ମଧ୍ୟ ପଞ୍ଜାବ ସାମ କୁରାନଙ୍କୁ କିଣିବାରେ ସଫଳ ହୋଇଛି  ।

 

ପୋଲିସରେ ପୂରଣ ହେବ ୪ ହଜାର ୭୯୦ କନେଷ୍ଟବଳ ପଦବୀ

ଭୁବନେଶ୍ୱର: ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀ ଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖାଲିଥିବା ଥିବା ଏ ସମସ୍ତ ପଦବୀ ପୂରଣ ପାଇଁ ପକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ  ।

ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ତଥା କମିଶନରେଟ୍‌ ପୋଲିସରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ବାରା ବିଭିନ୍ନ ଜିଲ୍ଲା ତଥା ଥାନା ମାନଙ୍କରେ ଖାଲି ଥିବା କନେଷ୍ଟବଳ ପଦବୀ ପୂରଣ ହୋଇପାରିବ ଏବଂ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ । ସରକାରୀ ସ୍ତରରେ ଏତେସଂଖ୍ୟକ ନିଯୁକ୍ତି ପିଲା ମାନଙ୍କ ପାଇଁ ସୁଯୋଗ ସ୍ରୁଷ୍ଟି କରିବ ବୋଲି ଆଶା କରାଯାଏ.

ଗାଁ କାନ୍ଦୁଛି, ଗୋଟିଏ ଦିନରେ ୩ କଅଁଳ ଶିଶୁଙ୍କୁ ଛଡାଇ ନେଲା କାଳ

କେନ୍ଦ୍ରାପଡ଼ା: ଜିଲ୍ଲା ରାଜନଗରରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ୩ଶିଶୁଙ୍କ ମୃତ୍ୟୁ ହୋଇଛି । ପୂର୍ବାହ୍ନରେ ବଗପାଟିଆ ଗାଁର ୩ଜଣ ଶିଶୁ ପୋଖରୀକୁ ଶୌଚ ହେବାକୁ ଯାଇଥିବାବେଳେ ବୁଡ଼ିଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକ । ପରେ ପୋଖରୀରୁ ସମସ୍ତଙ୍କୁ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତକ ହେଲେ ୧୦ବର୍ଷୀୟ ବିଶାଳ ରାଉତ, ସନ୍ଦୀପ ସାହୁ ଓ ବିସେନ ପରିଡା । ଗାଁ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଗାଁରେ ବିଧାୟକ ଧ୍ରୁବ ସାହୁ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଭଳି ଘଟଣା ସମଗ୍ର ଅଞ୍ଚଳକୁ ସ୍ତମ୍ବୀଭୁତ କରିଦେଇଛି  । ଗୋଟିଏ ଗାଁରେ ଏକାବେଳକେ ଯାଇଛି ୩ ଜଣଙ୍କ ଜୀବନ  । ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଁଚି ମୃତକଙ୍କ ପରିବାର ସହ ଆଲୋଚନା କରିଥିଲେ  ।

ଖାଇକୁ ଖସିଲା ବସ୍, ୧୬ ଯବାନ ମୃତ

ସିକିମ୍: ଯବାନଙ୍କ ଗାଡି ଦୁର୍ଘଟଣା  । ଭାରତ-ଚୀନ  ସୀମାରେ ଘଟିଛି ଭୟାଭୟ ଦୁର୍ଘଟଣା  । ଉତ୍ତର ସିକିମ୍ ଜେମା ଅଞ୍ଚଳରେ ସେନା ଭର୍ତ୍ତି ଏକ ଗାଡି ଯାଉଥିବାବେଳେ ଖାଇକୁ ଖସିଥିଲା ବସ  । ଫଳରେ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ୧୬ ଜଣ ଯବାନ ଏହି ଘଟଣାରେ ଆଖି ବୁଜିଛନ୍ତି  । ମିଳିଥିବା ସୂଚନା ମୁତାବକ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି  । ଆହତ ଯବାନଙ୍କୁ ଏୟାରଲିଫ୍ଟ କରାଯାଇଛି  ।

ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  । ଦୁର୍ଘଟଣା ପରେ ପ୍ରତ୍ୟକ୍ଷ ପ୍ରତିରକ୍ଷା ମନ୍ତ୍ରୀ ଏହାର ଅନୁଧ୍ୟାନ କରୁଥିଲେ  । କାହିଁକି ଓ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଛି  । ଅନୁମାନ କରାଯାଉଛି ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ  । ପାହାଡରୁ ତଳକୁ ଖସିବା ପରେ ବସଟି ଭାଙ୍ଗି ଚୁରମାର ହୋଇଯାଇଛି  । ମୃତ ୧୬ ଜଣ  ଯବାନଙ୍କ ମଧ୍ୟରେ ୩ ଜଣ ଜୁନିୟର କମିସନଡ ଅଫିସର ରହିଥିବାବାଳେ ୩ ଜଣ ଯବାନ ରହିଛନ୍ତି  ।

 

ହକି ବିଶ୍ବକପ୍‌ ପାଇଁ ଭାରତୀୟ ଟିମ ଘୋଷଣା, ଉପଅଧିନାୟକ ଦାୟିତ୍ୱରେ ଓଡିଆ ଖେଳାଳୀ

ଭୁବନେଶ୍ବର: ହକି ବିଶ୍ବକପ୍ ପାଇଁ ଘୋଷଣା ହେଲା ଭାରତୀୟ ଖେଳାଳିଙ୍କ ନାଁ । ଭାରତୀୟ ଦଳରେ ୨ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି । ଟିମରେ ଅମିତ ରୋହିଦାସଙ୍କ ସହ ନୀଲମ ସଂଜୀପ ଖେସ୍ ରହିଛନ୍ତି । ହରମନପ୍ରୀତ ସିଂ କ୍ୟାପଟେନ ଥିବା ବେଳେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଭାଇସ୍-କ୍ୟାପଟେନ୍ ରହିଛନ୍ତି ।

୧୮ ଜଣିଆ ଟିମରେ କ୍ରିଷ୍ଣ ବାହାଦୂର ପାଠକ, ଶ୍ରୀଜେଶ ରବୀନ୍ଦ୍ରନ, ଜରମନପ୍ରୀତ ସିଂ, ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂ, ବରୁଣ କୁମାର, ଅମିତ ରୋହିଦାସ ରହିଛନ୍ତି । ସେହିପରି ନୀଲମ ସଂଜୀବ ଖେସ୍, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଳକଣ୍ଠ ଶର୍ମା, ସାମସେର ସିଂ, ବିବେକ ସାଗର ପ୍ରସଦା, ଅକ୍ଷଦୀପ ସିଂ, ମନଦୀପ ସିଂ, ଲଳିତ ଉପାଧ୍ୟାୟ, ଅଭିଷେକ, ସୁଖଜିତ ସିଂ । ବିକଳ୍ପ ଖେଳାଳି ଭାବେ ରହିଛନ୍ତି ରାଜକୁମାର ପାଲ ଓ ଯୁଗରାଜ ସିଂ ।

ଆସନ୍ତା ଜାନୁଆରୀ ୧୩ରୁ ହକି ବିଶ୍ବକପ୍ ଆରମ୍ଭ ହେବ। ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ଇଂଲଣ୍ଡ, ସ୍ପେନ ଓ ଓ୍ୱେଲ୍ସ ସହ ଗ୍ରୁପ୍- ଡି’ରେ ରହିଛି ଭାରତ ।

ହତ୍ୟା ଧମକ ଦେଇ ଶିକ୍ଷୟତ୍ରୀଙ୍କୁ ବିବାହ କଲେ, ଉଠାଇ ଆଣିଲା ପୋଲିସ

କଳାହାଣ୍ଡି: ଶିକ୍ଷୟିତ୍ରୀଙ୍କୁ ଉଠାଇ ନେଇ ଜୋର ଜବରଦସ୍ତି ବିବାହ କଲେ ଯୁବକ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗତ ୧୬ ତାରିଖରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କିଡିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ନେଇ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଟାଉନ ଥାନା ପୋଲିସ ମାମଲା ରୁଜୁ କରି ଶିକ୍ଷୟତ୍ରୀଙ୍କୁ ମୁନିଗୁଡାର ଯୁବକ ପ୍ରତାପ ପାତ୍ରିକାଙ୍କ ସହ ଠାବ କରି ଥାନାକୁ ଆଣିଥିଲେ।

ହେଲେ ଯୁବକ ଜଣଙ୍କ ବିବାହ କରିଥିବା ଥାନାରେ କହିବାରୁ ପୋଲିସ ତାଙ୍କୁ ଛାଡିଦେଇଥିଲା । ପରବର୍ତ୍ତୀ ସମୟରେ ଯୁବକଙ୍କ ନାଁରେ ଶିକ୍ଷୟିତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । ପ୍ରତାପ ତାଙ୍କୁ ମାରଣାସ୍ତ୍ର ଦେଖାଇ ଜୋର ଜବରଦସ୍ତ ବିବାହ କରିଥିଲେ । ବିବାହ ନକଲେ ପରିବାର ଲୋକଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲା ବୋଲି ପୋଲିସ ଆଗରେ ଶିକ୍ଷୟିତ୍ରୀ ଜଣଙ୍କ କହିଛନ୍ତି । ପୋଲିସ ମାମଲା ରୁଜୁ କରି ପ୍ରତାପଙ୍କୁ ଗିରଫ କରିଛି ।