spot_img
Home Blog Page 3551

ବିଶ୍ୱ ଦେଖିବ ହକି, ଓଡ଼ିଶା ଆସିବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ହକି ବିଶ୍ୱକପ ପାଇଁ ବିଭିନ୍ନ ରାଜ୍ୟର  ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଓଡ଼ିଶା ସରକାର  । ଓଡିଶାରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ  ।  ଜାନୁଆରୀ ୧୩ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବ ବିଶ୍ୱକପ୍ ହକି  । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ କରିଛନ୍ତି  । ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେଙ୍କୁ ନିମନ୍ତ୍ରଣ କରାଯାଇଛି  ।

ସେହିପରି ମହିଳା ଶସକ୍ତିକରଣ ମନ୍ତ୍ରୀ ବାସନ୍ତି ହେମ୍ୱମ୍ର ତ୍ରିପୁରା ମୁଖ୍ୟମନ୍ତ୍ରୀ  ମାଣିକ ଶାହାଙ୍କୁ  ଭେଟିଥିଲେ  । ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ନମନ୍ତ୍ରଣ ଜାରି ରଖିଛନ୍ତି  । ହକି ବିଶ୍ୱକପ ଓଡିଶାରେ ପୁନର୍ବାର ଆୟୋଜିତ ହେବାକୁ ଯାଉଥିବାରୁ, ରାଜ୍ୟ ସରକାର ଏହାକୁ ଭବ୍ୟ ଭାବେ କରିବାକୁ ଚାହୁଁଛନ୍ତି  । ଯେଉଁଥି ପାଇଁ ସରକାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି  ।

 

ମାତିଛନ୍ତି ସାଇବର ଅପରାଧୀ, ୧୨ ମାସରେ ଗୋଲ୍ ୧୩ କୋଟି

ଭୁଭନେଶ୍ୱର: ମାତିଛନ୍ତି ସାଇବର ଅପରାଧୀ । ସାମ୍ନାକୁ ଆସିଲା ସାଇବର ଠକେଇର ବାର୍ଷିକ ରିପୋର୍ଟ । ୧୨ ମାସରେ ଗୋଲ୍ ହୋଇଛି ୧୩ କୋଟି ଟଙ୍କା । ସେଥିରୁ ୨ କୋଟି ୭୦ ଲକ୍ଷ ଫେରାଇ ଆଣିଛି ପୋଲିସ । ବର୍ଷକରେ ଆସିଛି ୩୮୧୧ ଟି ଅଭିଯୋଗ । ନାନା ରକମର ଥୋପ ପକାଇ ଚୂନ ଲଗାଛନ୍ତି ସାଇବର ଲୁଟେରା । କେତେବେଳେ କ୍ରେଡିଟ୍ କାର୍ଡ ତ କେତବେଳେ ଲୋନ୍ ଆପ, ପୁଣି ଆଉ କେତବେଳେ ଫୁଙ୍ଗୁଳା ଦେହ ଦେଖାଇ ଲୁଟ୍ ।

୨୦୨୨ ମସିହାରେ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ସାଇବର ଠକ । ସୋସିଆଲ ମିଡିଆ ଜରିଆରେ ବର୍ଷକରେ ୫୬୫ଟି ଫ୍ରଡ ହୋଇଥିବା ବେଳେ ୩୨୪୬ ଟି ହୋଇଛି ଫାଇନାନ୍ସସିଆଲ ଫ୍ରଡ । ବର୍ଷକରେ ୧୨ କୋଟି ୯୬ ଲକ୍ଷ ଟଙ୍କା ଠକ ଲୁଟିଥିବା ବେଳେ ୧ କୋଟି ୨୩ ଲକ୍ଷ ଟଙ୍କା ଠକେଇ ଶିକାର ବ୍ୟକ୍ତିକୁ ଫେରାଯାଇଛି । ଅନ୍ୟପଟେ ୧ କୋଟି ୪୬ ଲକ୍ଷ ଟଙ୍କା ବ୍ଲକ କରି ୩୮ ଜଣଙ୍କୁ ଗିରଫ କରିଛି ପୋଲିସ ।

୧୨୦ ଶିକ୍ଷକ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ୧୨୦ ଶିକ୍ଷକ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ମିଳିଲା ଅନୁମୋଦନ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୧୨୦ ଶିକ୍ଷକ ପଦବୀ ପୂରଣ ରାୋଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁମୋଦନ ଦେଇଛନ୍ତି । ଏଥିପାଇଁ ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ଡିସେମ୍ବର ୧୨ରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଡିସେମ୍ବର ୨୦ରେ ଅନଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି ।

ଜାନୁଆରୀ ୧୯ ପର୍ଯ୍ୟନ୍ତ ଜାରି ରହିବ । କେବଳ ଅନଲାଇନ ମାଧ୍ୟମରେ ହିଁ ପଞ୍ଜୀକରଣ କରାଯିବ । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବନି । ତିନୋଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ । ପ୍ରାଥମିକ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ସାର୍ଟିଫିକେଟ୍ ଯାଞ୍ଚ, ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପରୀକ୍ଷା କରାଯିବ । କେବଳ ଇଂରାଜୀ ବିଷୟ ବ୍ୟତୀତ ପରୀକ୍ଷା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ତଥ୍ୟ ପରେ ପ୍ରକାଶ କରାଯିବ । ବିଜ୍ଞପ୍ତି ସମ୍ପର୍କୀତ ସବିଶେଷ ତଥ୍ୟ ୱେବସାଇଟରେ ଉପଲବ୍ଧ ଅଛି ।

ରାୟଗଡ଼ାରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା, ତଦନ୍ତରେ ସନ୍ତୁଷ୍ଟ ଋଷ ସରକାର

ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ାରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା । ସେମାନଙ୍କ ମୃତ୍ୟୁ ସମ୍ପର୍କରେ ଚାଲିଥିବା ତଦନ୍ତ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଋଷ ସରକାର । ଋଷ ସରକାରଙ୍କ ପ୍ରତିନିଧି ଡେନିସ ଆଲିପୋଭ କହିଛନ୍ତି- ଓଡିଶାରେ ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁ କ୍ଷେତ୍ରରେ ଯେପରି ତଦନ୍ତ ଚାଲିଛି ସେଥିରେ ସେ ସନ୍ତୁଷ୍ଟ ଅଛନ୍ତି । ଏହା ସହ ଋଷୀୟ ପରମ୍ପରା ଅନୁସାରେ ତାଙ୍କ ଦେଶରେ ସେମାନଙ୍କ ଶେଷକୃତ୍ୟ କରାଯିବ ।

ସେପଟେ କୋଲକାତାସ୍ଥିତ କନସଲେଟ ଜେନେରାଲଙ୍କ ପକ୍ଷରୁ କୁହାଯାଇଛି- ଭ୍ଲାଦିମିର ବୁଦାନୋଭ ଓ ପାଭେଲ ଆନ୍ଥୋଭଙ୍କ ଶେଷକୃତ୍ୟ କରିବା ସହ ସେମାନଙ୍କ ଦେହାବଶେଷ ବା ଚିତାଭସ୍ମ ଋଷ ନେବାକୁ ସେମାନଙ୍କ ସମ୍ପର୍କୀୟ ଇଚ୍ଛା ପ୍ରକାଶ କରିଛନ୍ତି । ରୁଷ ପର୍ଯ୍ୟଟକ ବ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ରହିଛି  ।

କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ୍ ତଦନ୍ତ ଜାରି ରଖିଛନ୍ତି । ଏଥିରେ ସାଇଁଟିଫିକ ଟିମ୍ ମଧ୍ୟ ରହିଛନ୍ତି। କ୍ରାଇମବ୍ରାଞ୍ଚ ଅଧିକାରୀ ଓ ଗତକାଲି ଅନୁସନ୍ଧାନ ପାଇଁ ଆସିଥିବା ଆଇ.ବି ଟିମ୍ ମଧ୍ୟରେ ସାକ୍ଷାତ ହୋଇଥିଲା। ପାଖାପାଖି ହୋଟେଲରେ ରହୁଥିବା ଦୁଇଟି ତଦନ୍ତକାରୀ ସଂସ୍ଥା କର୍ତ୍ତୃପକ୍ଷ ମଧ୍ୟରେ ସକାଳୁ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ଜିଲ୍ଲା ପୋଲିସ କାର୍ଯ୍ୟାଳୟଯାଇ ସେଠାରେ ଏସପି, ଏସଡିପିଓ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

ମନେ ପଡ଼ିବେ ପୂର୍ବତନ ବାଚସ୍ପତି, ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

0

ବ୍ରଜରାଜନଗର: ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ପାଇଁ ପ୍ରତିମୂର୍ତ୍ତି ଉନ୍ମୋଚିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରଜରାଜନଗରରେ ଉନ୍ମୋଚିତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କିଶୋର ବାବୁଙ୍କ ସରଳତା ତାଙ୍କର ବଡ ପରିଚୟ ଥିଲା। ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ସେ ସରକାରୀ ମୁଖ୍ୟ ସଚେତକ, ସାଂସଦ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ରାଜ୍ୟ ବିଧାନ ସଭାର ବାଚସ୍ପତି ମଧ୍ୟ ହୋଇଥିଲେ। ବିଜୁ ଜନତା ଦଳର ସେ ଜଣେ ଦକ୍ଷ ସଂଗଠକ ଓ ନେତା ଥିଲେ। ଦଳକୁ ମଜବୁତ କରିବାରେ ତାଙ୍କର ବହୁତ ଅବଦାନ ଥିଲା।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦେଇ କହିଛନ୍ତି ଯେ ସ୍ବର୍ଗତ କିଶୋର ବାବୁଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା। ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ସେ ଅନେକ ଉନ୍ନୟନମୂଳକ କାମ କରିଯାଇଛନ୍ତି।

ବିଧାୟକ ତଥା ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରି କହିଛନ୍ତି ଯେ ସ୍ବର୍ଗତ କିଶୋର ମହାନ୍ତି ବ୍ରଜରାଜନଗର ତଥା ସମଗ୍ର ପଶ୍ଚିମ ଓଡିଶାର ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ଅମର ହୋଇ ରହିବେ।

 

ନୂଆବର୍ଷରେ ଶୃଙ୍ଖଳିତ ଜଗା ଦର୍ଶନ, ମାର୍କେଟ ଛକରୁ ବ୍ୟାରିକେଡ଼ ବ୍ୟବସ୍ଥା

0

ପୁରୀ: ଦୁଇଦିନ ପୁରୀ ବଡ଼ ଦାଣ୍ଡରେ ବନ୍ଦ ରହିବ ସମସ୍ତ ଦୋକାନ  । ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି  । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ଓ ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ।

ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି | ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ଭକ୍ତଙ୍କ ବିଶ୍ରାମ, ପାନୀୟ ଜଳ ଯୋଗାଣ ପାଇଁ ହୋଇଛି ବ୍ୟବସ୍ଥା | ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଋଷଭ କହିଲେ ଦୁର୍ଘଟଣାର ଛାତିଥରା କାହାଣୀ, ଅଘଟଣ ପରେ ଏମିତି ଫସିଥିଲେ

ଡେରାଡୁନ: ବ୍ଲାକସ୍ପଟରେ ଦୁର୍ଘଟଣାଗସ୍ତ ହୋଇଛି ଋଷଭ ପନ୍ତଙ୍କ ଗାଡି  । ଦିଲ୍ଲୀ ଡେରାଡୁନ ରାଜପଥରେ ନିୟନ୍ତ୍ରଣ ହରାଇ ଥିଲା ଋଷଭଙ୍କ କାର  । ଏହାପରେ ବହୁ ଥର ଓଲଟି ଗାଡିରେ ନିଆଁ ଲାଗିଯାଇଥିଲା  । ସୌଭାଗ୍ୟବଶତଃ କାରର ୱିଣ୍ଡସ୍କ୍ରିନକୁ ଭାଙ୍ଗି ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା ଡାକ୍ତରଙ୍କୁ କହିଛନ୍ତି ଋଷଭ । ଆଜି ଭୋରୁ ନିଜେ କାର ଚଳାଇ ଉତ୍ତରାଖଣ୍ଡର ରୁରକିରୁ ଦିଲ୍ଲୀ ଆସୁଥିବାବେଳେ ଭୟଙ୍କର ଦୁର୍ଘଟଣା ଘଟିଥିଲା  । ସଠିକ ସମୟରେ ସେ ଗାଡିରୁ ବାହାରିବାରେ ସମର୍ଥ ହୋଇ  ବଡ ଅଘଟଣକୁ ଏଡାଇ ପାରିଛନ୍ତି  ।

ଦୁଇ ପ୍ରତ୍ୟକ୍ଷଦର୍ଶୀ ସେଠାରେ ପହଞ୍ଚି ତାଙ୍କୁ ଠିକ ସମୟରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ  । ତାଙ୍କ ଶରୀରରେ ସେତେଟା ଆଘାତ ନ ଥିଲେ ମଧ୍ୟ ଡାହାଣ ଗୋଡ ଭାଙ୍ଗିଥିବାର ଆଶଙ୍କା କରାଯାଉଛି  । ପ୍ରାଥମିକ ତଦନ୍ତ ପରେ ଋଷଭଙ୍କୁ ଡେରାଡୁନ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଶୁଣିବାକୁ ମିଳୁଛି ଯେ ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଯାଇପାରେ  ।

ଗାଡ଼ି ଚଳାଉଥିବା ବେଳେ ଘୁମେଇ ପଡ଼ିବା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ପନ୍ତଙ୍କ ମର୍ସିଡିସ କାର ଡିଭାଇଡରରେ ପିଟି ହୋଇ ପଲଟିବା ସହ ସମ୍ପୂର୍ଣ୍ଣ ଜଳିଯାଇଛି । ଦୁର୍ଘଟଣା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପନ୍ତଙ୍କୁ ଗାଡ଼ିରୁ ବାହାର କରିଥିଲେ ।

ଗୁରୁତର ଅବସ୍ଥାରେ ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଦୁର୍ଘଟଣା ବେଳେ ପନ୍ତ ନିଜେ ଗାଡ଼ି ଚଳାଉଥିଲେ । ପନ୍ତଙ୍କ ମୁଣ୍ଡ, ପିଠି ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଦୁର୍ଘଟଣାଗ୍ରସ୍ତ ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ସୌଭାଗ୍ୟବଶତଃ ପନ୍ତ ବଞ୍ଚି ଯାଇଛନ୍ତି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା, ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ଲାଗି ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ୪ ପ୍ରତିଶତ ମହଙ୍ଗା ଭତ୍ତା ଓ ଟିଆଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଗତ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ମହଙ୍ଗା ଭତ୍ତା ।

ଏହି ୪ ପ୍ରତିଶତକୁ ମିଶାଇଲେ ବର୍ତ୍ତମାନ ମହଙ୍ଗା ଭତ୍ତା ପରିମାଣ ହେଲା ୩୮ ପ୍ରତିଶତ ।

ଯମଧରରେ ଜଗିଥିଲା ଯମ, ତିନି ଜଣଙ୍କ ଜୀବନ ନେଇଗଲା

0

କେନ୍ଦ୍ରାପଡ଼ା: କଟକ ଚାନ୍ଦବାଲି ରାସ୍ତା ଯମଧର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ । ଅଟୋ ଉପରେ ମାଡିଗଲା ଅଜଣା ଗାଡି । ସମସ୍ତ ମୃତକଙ୍କ ପରିଚୟ ମିଳିଛି  । ସେମାନେ ହେଲେ ଆଳି ଓ ଖୋର୍ଦ୍ଧା ଅଞ୍ଚଳର ହେମନ୍ତ ସୁନ୍ଦରରାୟ, ରାଜେନ୍ଦ୍ର ବଳ ,ଆଶିଷ ବେହୁରା  ।

ସମସ୍ତେ ଭୁବନେଶ୍ୱରରୁ ଆଳି ଫେରୁଥିବା ବେଳେ କଟକ ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା ଘଟିଥିଲା ।

ହୀରାବେନଙ୍କ ଦେହାନ୍ତରେ ମର୍ମାହତ ମୁଖ୍ୟମନ୍ତ୍ରୀ, ମୋଦିଙ୍କ ପରିବାରକୁ ଜଣାଇଲେ ସମବେଦନା

0

ଭୁବନେଶ୍ବର: ହୀରାବେନଙ୍କ ଦେହାନ୍ତ ଖବରରେ ମର୍ମାହତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମବେଦନା ଜଣାଇଛନ୍ତି  ନବୀନ। ଏ ଦୁଃଖଦ ସମୟରେ ଭଗବାନଙ୍କ ନିକଟରେ ପରିବାରକୁ ଧୈର୍ଯ୍ୟ ଓ ସାହସ ଦେବାକୁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କ ଦେହାନ୍ତ ହୋଇଛି । ଶହେ ବର୍ଷ ବୟସରେ ଅହମ୍ମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସ୍ପିଟାଲରେ ହୀରାବେନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅସୁସ୍ଥତା କାରଣରୁ ମଙ୍ଗଳବାର ସନ୍ଧ୍ୟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।