ଶ୍ରମ ଦିବସ କମାଉଛି କେନ୍ଦ୍ର, ମନରେଗାରେ ମିଳୁନି କର୍ମନିଯୁକ୍ତି

ଭୁବନେଶ୍ୱର: ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗ  ।  ମନରେଗା ଯୋଜନାକୁ ଅବହେଳା କରିଆସୁଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି  । ସାଧାରଣ ଗରିବ ଲୋକ ଏହି ଯୋଜନାରେ କର୍ମନିଯୁକ୍ତ ହୋଇ ଦୁଇ ପଇସା ରୋଜଗାର କରିଥାନ୍ତି  । କିନ୍ତୁ ଏହି ଯୋଜନାକୁ ନେଇ ମଧ୍ୟ କେନ୍ଦ୍ର ଅବହେଳା କରୁଛି  । ଯଦ୍ୱାରା ଶ୍ରମିକ ମଧ୍ୟ ଶ୍ରମ ପାଇପାରୁନାହିଁ   ।

ପ୍ରତ୍ୟେକ ଯୋଜନା ଭଳି ମନରେଗା  ଯୋଜନାରେ ମଧ୍ୟ  ଅର୍ଥ କାଟ କରିଛନ୍ତି କେନ୍ଦ୍ର ସରକାର  ।  ଯେତିକି ଶ୍ରମ ଦିବସ ଅଛି ତାହାକୁ କେନ୍ଦ୍ର କମାଉଛି  ।  ଏହା ବିରୋଧରେ ଓଡ଼ିଶା ପ୍ରତିବାଦ କରିଛି ଆଗକୁ ମଧ୍ୟ କରିବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ  ।