spot_img
Home Blog Page 3432

କେନ୍ଦୁଝରରେ ହୁ ହୁ ହୋଇ ଜଳିଲା ଜଙ୍ଗଲ

କେନ୍ଦୁଝର: ହୁ ହୁ ହୋଇ ଜଳିଗଲା ଜଙ୍ଗଲ। କେନ୍ଦୁଝର ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ୍ ଭାଲୁପାହାଡ଼ି ପଟାସ୍ ଜଙ୍ଗଲରେ ନିଆଁ ଲାଗି ଜଳିଯାଇଛି ଶହ ଶହ ଗଛ। ଜଙ୍ଗଲ ନିକଟରେ ଲୋକଙ୍କର ଘର ଥିବାରୁ ନିଆଁକୁ ଦେଖି ଭୟଭୀତ ହୋଇଛନ୍ତି।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗତ କିଛି ଦିନ ହେବ ପାଟଣା ରେଞ୍ଜ୍‌ର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଜଣାପଡ଼ିଛି। ପୂର୍ବରୁ ବ୍ରାହ୍ମଣୀଦେଓ ପଟାସ୍ ଜଙ୍ଗଲ ଓ ଦ୍ଵାରିକାପଶି ଆକାଶିଆ ଜଙ୍ଗଲରେ ନିଆଁ ଲାଗିବା ସହ ଅନ୍ୟ କେତେକ ଜଙ୍ଗଲରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଜଳିଯାଇଥିବା ସୂଚନା ମିଳିଛି।

କେନ୍ଦ୍ର ସରକାର ଚାଷୀଙ୍କ ପେଟକୁ ଲାତ ମାରିଛନ୍ତି: ସୁର ରାଉତରାୟ

ଭୁବନେଶ୍ୱର: ଧାନ ଏମଏସପି ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। କେନ୍ଦ୍ର ସରକାର ଚାଷୀଙ୍କ ପେଟକୁ ଲାତ ମାରିଛନ୍ତି l ଶିଳ୍ପପତିଙ୍କ ପ୍ରତି ପ୍ରୀୟlପ୍ରିତି ଦେଖାଉଛନ୍ତି, ହେଲେ ଚାଷୀଙ୍କୁ ହତାଶ କରୁଛନ୍ତି।

ଧାନ କିଣା ଅର୍ଥ ୮୦ପ୍ରତିଶତ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଧାନ କିଣାରେ କେନ୍ଦ୍ର ୨୦ହଜାର କୋଟି କାଟିଦେଇଛି। ଧାନର ଏମଏସପି ୨୯୩୦ଟଙ୍କା କରିବାକୁ ଦାବି ହୋଇଛି। ବିଧାନସଭାରେ ସର୍ବସମ୍ମତି କ୍ରମେ ଏମଏସପିକୁ ୨୯୩୦ଟଙ୍କା କରିବାକୁ ସଂକଳ୍ପ ପାରିତ ହୋଇଥିଲା l ତାହା ଏଯାଏ କାର୍ଯ୍ୟକାରୀ କରାଯାଇନାହିଁ l କଣ ପାଇଁ କରାଯାଉନାହିଁ ବୋଲି ପ୍ରଶ୍ନ କଲେ ସୁର?

ଆଉ ବିଳମ୍ବ ନ କରି ତାହାକୁ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ସୁର। ଧାନ କିଣାରେ ୨୦ହଜାର କୋଟି ହ୍ରାସ ପାଇଛି। ଚାଷୀଙ୍କୁ ତାଙ୍କ ହକ ଦିଅ ବୋଲି କହିଛନ୍ତି। କେନ୍ଦ୍ର ସରକାର ଏହାକୁ ନ ମାନିଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ।

ପୁଣି ରେପୋରେଟ୍ ବଢାଇଲା RBI, ମହଙ୍ଗା ହେବ ଇଏମଆଇ

ନୂଆଦିଲ୍ଲୀ: ଏଣିକି ଇଏମଆଇ ହେବ ମହଙ୍ଗା । ୨୫ ବେସିସ ପଏଣ୍ଟ ବଢ଼ିଲା ରେପୋରେଟ । ରେପୋରେଟ ହୋଇଛି ୬ ଦଶମିକ ୫ ପ୍ରତିଶତ । ଲଗାତର ୬ ଥର ଲାଗି ବଢ଼ାଇଛନ୍ତି ରିଜର୍ଭ ବ୍ୟାଙ୍କ । ମୁଦ୍ରାନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଆରବିଆଇର ଏହା ଚୂଡ଼ାନ୍ତ ବୃଦ୍ଧି ବୋଲି ଆଶା କରିଛନ୍ତି ବିଶେଷଜ୍ଞ । ଗତବର୍ଷ ମେ ମାସ ପରଠାରୁ ବର୍ତ୍ତମାନ ସୁଦ୍ଧା ଆରବିଆଇ ପକ୍ଷରୁ ରେପୋରେଟ ବୃଦ୍ଧି କରାଗଲାଣି ୨୫୦ ବେସିସ ପଏଣ୍ଟ । ଆରବିଆଇର ୩ ସଦସ୍ୟ ଓ ଅନ୍ୟ ୩ ଜଣ ବାହ୍ୟ ସଦସ୍ୟଙ୍କୁ ନେଇ ଗଠିତ କମିଟି ଏହି ନିର୍ଦ୍ଧାରଣ କରିଛନ୍ତି ।

ରିଜର୍ଭ ବ୍ଯାଙ୍କ ପକ୍ଷରୁ କୁହାଯାଇଛି ଆଦାନୀ ଷ୍ଟକ ଝଡ଼ ସତ୍ତ୍ବେ ବ୍ୟାଙ୍କ କ୍ଷେତ୍ର ସ୍ଥିର ରହିଛି । ଗତ ଫେବ୍ରୁଆରୀ ୧ରେ ବଜେଟ ଆଗତ ପରଠାରୁ ୨୫ ବେସିସ ପଏଣ୍ଟ ବଢ଼ାଇବା ନେଇ ବିଭିନ୍ନ ମହଲ ପକ୍ଷରୁ ଆକଳନ କରାଯାଉଥିଲା । ଗତ ବର୍ଷ ନଭେମ୍ବରରେ ମୁଦ୍ରାସ୍ଫୀତି ହାର ୫ ଦଶମିକ ୮୮ ପ୍ରତିଶତ ଥିବାବେଳେ ଡିସେମ୍ବରରେ ଏହି ହାର ରହିଥିଲା ୫ ଦଶମିକ ୭୨ ପ୍ରତିଶତ ।

ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ମନିଟାରୀ ପଲିସି କମିଟି ବା ଏମପିସିର ୬ ସଦସ୍ଯଙ୍କ ମଧ୍ୟରୁ ୪ ଜଣ ସଦସ୍ୟ ୨୫ ବେସିସ ପଏଣ୍ଟ ବୃଦ୍ଧି ଲାଗି ନିଷ୍ପତ୍ତି ନେଇଛନ୍ତି। ରେପୋରେଟ ୨୫ ବେସିସ ପଏଣ୍ଟ ବୃଦ୍ଧି ପରେ ଷ୍ଟାଣ୍ଡିଂ ଡିପୋଜିଟ ଫାସିଲିଟି ବା ଏସଡିଏଫ ୬ ଦଶମିକ ୨୫ ପ୍ରତିଶତ ହୋଇଥିବାବେଳେ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ବା ଏମଏସଏଫ ୬ ଦଶମିକ ୭୫ ପ୍ରତିଶତ ହୋଇଛି।

ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣା, ତଦନ୍ତ ଆରମ୍ଭ

ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ମାରିବା ଘଟଣା। ଭାଇରାଲ ଭିଡିଓ ଆଧାରରେ ତଦନ୍ତ କରୁଛି ପୋଲିସ। ୪ରୁ ୫ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। ଆଜି ପୁଣି ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ପଚରାଉଚରା କରିବ ପୋଲିସ। ଗତକାଲି ଯୁବତୀଙ୍କ ଡାକ୍ତରୀ ମାଇନା କରିଥିଲା ପୋଲିସ।

ଆଜି ଯୁବତୀ ଓ ତାଙ୍କ ପରିବାର ଲୋକଙ୍କର ବୟାନ ରେକର୍ଡ କରିବ ପୋଲିସ। କଲୋନୀ ବାସିନ୍ଦା ରାତି ସାରା ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସୂଚନା ଅନୁସାରେ କଲୋନୀର ଜଣେ ଯୁବକଙ୍କ ଶହ ମିଳାମିଶା ନକରିବା ପାଇଁ ଯୁବତୀଙ୍କୁ କଲୋନୀ ବାସିନ୍ଦା ବାରଣ କରିଥିଲେ । ହେଲେ ଯୁବତୀ ଏହାକୁ ନମାନି ନିୟମିତ ଭାବେ ଯୁବକଙ୍କ ପାଖକୁ ଯିବା ଆସିବା କରୁଥିଲେ ।

ଏଥିପାଇଁ କଲୋନୀ ବାସିନ୍ଦା ଏକଜୁଟ ହୋଇ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଇଥିବା ସୂଚନା ମିଳିଛି । ଯୁବତୀଙ୍କୁ ଉଦ୍ଧାର କରିବା ସହ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ ।

ନବକିଶୋର ଦାସ ହତ୍ୟା ମାମଲା; କ୍ରାଇମ ସ୍ପଟରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ଡିଜି

ଝାରସୁଗୁଡା: ନବକିଶୋର ଦାସ ହତ୍ୟା ମାମଲାରେ ଛାନବିନ୍। କ୍ରାଇମସ୍ପଟକୁ ଯାଇ ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି। କିପରି ଘଟିଲା ଘଟଣା, ସେ ସମ୍ପର୍କରେ ଟିକିନିଖି ଅନୁଧ୍ୟାନ କରିଛନ୍ତି। ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ପୋଲିସ ଡିଜି।

ସେହିପରି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ମଧ୍ୟ କ୍ରାଇମସ୍ପଟକୁ ଯାଇ ତଦନ୍ତର ତଦାରଖ କରିଛନ୍ତି। ତଦନ୍ତ ଠାକ୍ ବାଟରେ ଚାଲୁଥିବା ନେଇ କହିଛନ୍ତି ଜଷ୍ଟିସ ଦାସ । ତଦନ୍ତର ଅଗ୍ରଗତି ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ଠାରୁ ପଚାରି ବୁଝିଛନ୍ତି । ଅଭିଯୁକ୍ତର କ୍ରାଇମସିନ୍ ରିକ୍ରିଏସନ ହୋଇଛି । ଯାହାକି ତଦନ୍ତରେ ସହାୟକ ହେବ ।

ଅନ୍ୟପଟେ ଆଜି ସରୁଛି ଅଭିଯୁକ୍ତ ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ । ଶେଷ ଦିନରେ ଆଉ କିଛି ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ। ଗତକାଲି ରିମାଣ୍ଡର ତୃତୀୟ ଦିନରେ ନବ କିଶୋରଙ୍କ ହତ୍ୟାର ଡେମୋ ଦେଖାଇଥିଲା ଅଭିଯୁକ୍ତ। ୨୯ ତାରିଖର ପୂରା କ୍ରାଇମ ସିକ୍ବେନ୍ସର ଡେମୋ କ୍ରାଇମବ୍ରାଞ୍ଚକୁ ଦେଖାଇଛି ଗୋପାଳ।

କେମିତି ନବକିଶୋର ଦାସଙ୍କୁ ଗୁଳି ମାରିଲା, ହାତରେ ବନ୍ଧୁକ ଧରି ଡେମୋ ଦେଖାଇ ଥିଲା ଅଭିଯୁକ୍ତ । ଘଟଣାର ପ୍ରତିଟି ଦିଗ ନେଇ ଅନୁଧ୍ୟାନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ସିନ୍ ରିକ୍ରିଏସନର ଭିଜୁଆଲ ରେକର୍ଡିଂ ପାଇଁ ଲାଗିଥିଲା ଡ୍ରୋନ୍ କ୍ୟାମେରା । ଥରେ କି ଦୁଇ ଥର ନୁହେଁ ୫ଥର ପୂରା ଘଟଣାର ଦୃଶ୍ୟ ଦେଖାଇଛି ଗୋପାଳ । ପ୍ରତି ଥରର ଡେମୋକୁ ପରେ ମେଳ କରାଯିବ । ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଝାରସୁଗୁଡ଼ାରେ ଅଛନ୍ତି ନିମହାନ୍ସ ଟିମ୍ । ବୈଷୟିକ ଜ୍ଞାନ କୌଶଳର ସହାୟତାରେ ହତ୍ୟା ମାମଲାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ହେଉଛି।

ପୋଲିସ କବଜାରେ ଦୁଇ ସାଇବର ଠକ

ଭୁବନେଶ୍ୱର: ପୋଲିସ କବଜାରେ ସାଇବର ଠକ। ରାଜ୍ୟ ବାହାରୁ ୨ ଜଣ ସାଇବର ଠକଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ। ୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି ପୋଲିସ। କୋଲକାତାରୁ ସେମାନଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ସୌକତ ପଲ, ଆନନ୍ଦ ରୋହିତ।

ସେମାନଙ୍କ ନିକଟରୁ ପ୍ରି-ଆକ୍ଟିଭେଟେଡ ସିମ, ମୋବାଇଲ, ଟଙ୍କା ଓ କିଛି ଡକ୍ୟୁମେଣ୍ଟ ଜବତ ହୋଇଛି। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଭୁବନେଶ୍ବରରର ଜଣେ ମହିଳାଙ୍କ ଠାରୁ ପର୍ଯ୍ୟାୟ କ୍ରମେ ୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ତଦନ୍ତ କରୁଥିଲା ପୋଲିସ।

ତୁର୍କୀ-ସିରିଆ ଭୂକମ୍ପ; ସହାୟତା ପାଇଁ ପହଞ୍ଚିଲେ ଏହି ଦେଶର ରେସ୍କ୍ୟୁ ଟିମ୍

ତୁର୍କୀ: ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୮ ହଜାର ଛୁଇଁଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ ତୁର୍କୀରେ ୫୮୯୪ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୪ ହଜାରରୁ ଉର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ତୁର୍କୀର ଭାଇସ୍ ପ୍ରେସିଡେଣ୍ଟଙ୍କ ଷ୍ଟେଟମେଣ୍ଟ ଅନୁସାରେ ଉତ୍ତରପଶ୍ଚିମ ସିରିଆରେ ୧୨୨୦ଙ୍କ ଜୀବନ ଯାଇଥିବା ବେଳେ ୨୬୦୦ରୁ ଅଧିକ ଆହତ ହୋଇଛନ୍ତି ।

ଏହି ଭୂକମ୍ପରେ ସହାୟତା ପାଇଁ ଚୀନ୍ ପକ୍ଷରୁ ଏକ ରେସକ୍ୟୁ ଟିମ୍ ବୁଧବାର ଦିନ ତୁର୍କୀ ଏୟାରପୋର୍ଟରେ ପହଞ୍ଚିଛି । ଏହି ଟିମରେ ୮୨ ସଦସ୍ୟଙ୍କ ସହ ରେସକ୍ୟୁ କୁକୁର ଓ ବହୁ ମାତ୍ରାରେ ମେଡିକାଲ୍ ଉପକରଣ ଥିବା ଜଣାପଡିଛି ।

ସେହିପରି ଭାରତୀୟ ବାୟୁସେନାର ଦୁଇଟି ଏୟାରକ୍ରାଫ୍ଟ ତୁର୍କୀରେ ପହଞ୍ଚିଛି । ଇଣ୍‌ଡିଆନ୍ ଆର୍ମି ଫିଲ୍ଡ ହସ୍ପିଟାଲ୍ ସହ ୩୦ ବେଡ ବିଶିଷ୍ଟ ମେଡିକାଲ୍ ସୁବିଧା ରହିଥିବା ନେଇ ତୁର୍କୀର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । ପୂର୍ବରୁ ମୋବାଇଲ୍ ହସ୍ପିଟାଲ୍, ରେସ୍କ୍ୟୁ ଟିମ୍ ।  ମେଡିକାଲ୍ ଉପକରଣ, ମେଡିସିନ୍ ସହ ପ୍ରାୟ ୬ ଟନର ରିଲିଫ୍ ସାମଗ୍ରୀ ପଠାଇଛି ଭାରତ । ଏହି ଦୁଇ ଦେଶରେ ବଡ଼ ଧରଣର ଭୂକମ୍ପ ପରେ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ କହିଛି ଡବ୍ଲ୍ୟୁଏଚଓ ।

ଆମେରିକା, ଚୀନ, ଗଲଫ୍ ଷ୍ଟେଟ୍, ଋଷୀଆ, ଫ୍ରାନ୍ସ,, ଇସ୍ରାଏଲ୍ ସହ ୟୁରୋପୀୟ ଦେଶ ମଧ୍ୟ ସହାୟତାର ହାତ ବଢାଇଛି । ପ୍ରକୃତି ଏଭଳି ତାଣ୍ଡବରେ ତୁର୍କୀର ୧୦ଟି ପ୍ରଦେଶକୁ ଡିଜାଷ୍ଟର ଜୋନ୍ ଭାବେ ଘୋଷଣା କରିଛି ଇରଡୋଗନ୍। ଏଥିସହ ୩ ମାସ ପାଇଁ ଏମରଜେନ୍ସି ଘୋଷଣା କରିଛନ୍ତି ସରକାର ।

ଆଜିଠୁ ଦୁଲୁକିବ ଯାଜପୁର, ଆରମ୍ଭ ହେଉଛି ଜିଲ୍ଲା ମହୋତ୍ସବ

ଯାଜପୁର: ଆଜିଠୁ ଦୁଲୁକିବ ଯାଜପୁର। ଆରମ୍ଭ ହେବ ଜିଲ୍ଲା ମହୋତ୍ସବ ‘ଯଯାତି ଏବଂ ପଲ୍ଲିଶ୍ରୀ ମେଳା’। ବାଳାଶ୍ରମ ପଡିଆରେ ଆୟୋଜିତ ହେବାକୁ ଥିବା ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ଉତ୍ସବରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ,ରାଜସ୍ୱମନ୍ତ୍ରୀ ପ୍ରମିଳା ମଳ୍ଲିକ,ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଂଜନ ଘଡାଇଙ୍କ ସମେତ ଜିଲାର ସମସ୍ତ ବିଧାୟକ ଓ ସାଂସଦ ମାନେ ଉପସ୍ଥିତ ରହିବେ ।

ଆଜି ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ସୁନିଧି ଚୌହ୍ୱାନ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହୋତ୍ସବରେ ପ୍ରତିଦିନ ଓଲିଉଡ ଓ ବଲିଉଡ କଳାକାର ମାନେ ଯୋଗଦେବେ। ଏହାସହ ପଲ୍ଲିଶ୍ରୀ ମେଳାରେ ପଡୁଛି ସ୍ବୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ୧୫୦ରୁ ଉର୍ଦ୍ଧର୍ ଷ୍ଟଲ।

ତେବେ ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜିତ ଏହି ମହୋତ୍ସବକୁ ଉପଭୋଗ କରିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରର ଲକ୍ଷାଧିକ ଦର୍ଶକଙ୍କ ଭିଡ ହେବାର ସମ୍ଭାବନା ରହିଛି। ଏହି ଅବସରରେ ଜିଲ୍ଲାର କଳା,ସଂସ୍କୃତି ଓ ପର୍ଯ୍ୟଟନର ପ୍ରଚାର ପ୍ରସାର କରାଯିବ।

ତୁର୍କୀ-ସିରିଆ ଭୂକମ୍ପ; ମୃତ୍ୟୁ ସଂଖ୍ୟା ୭,୮୦୦ ଛୁଇଁଲା

ପ୍ରଳୟଙ୍କରୀ ଭୂକମ୍ପରେ ଥରିଲା ତୁର୍କୀ ଓ ସିରିଆ। ପ୍ରକୃତି କୋପରେ ଭୟଙ୍କର ବିପର୍ଯ୍ୟୟର ସାମ୍ନା କଲା ଦୁଇ ରାଷ୍ଟ୍ର। ଏବେ ଧ୍ବସ୍ତ ବିଧ୍ବସ୍ତ ସହରକୁ ସଜାଡିବାରେ ବ୍ୟସ୍ତ ଲୋକେ। ୫୦ଟି ଦେଶରୁ ଆସୁଛି ସହାୟତା। ଭାରତରୁ ମଧ୍ୟ ଏନଡିଆରଏଫ ଟିମ୍ ସହାୟତା ନେଇ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ତୁର୍କୀ ଓ ସିରିଆରେ ୭,୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ  ଲୋକ ଗୁରୁତର ହୋଇଛନ୍ତି।

ଅନେକ ଲୋକଙ୍କର ମାଟି ତଳେ ଜୀବନ ଚାଲିଯାଇଥିବା ଆଶଙ୍କା କରାଯାଉଛି । ସିରିଆରେ ମଧ୍ୟ ପ୍ରକୃତିର କରାଳ ରୂପ କିଛି କମ୍ ନୁହେଁ। ଉଭୟ ଦେଶରେ ବଡ଼ ବଡ଼ କୋଠା ଧରାଶାୟୀ ହୋଇଛି। ଟନ୍ ଟନ୍ ଭଗ୍ନାଂଶ ତଳେ ଜୀବନ ଚାପି ହୋଇଯାଇଛି  । ଏବେ ବି ହଜାର ହଜାର ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ମୃତଦେହ ଗଣି ଗଣି ନୟାନ୍ତ ହେଲେଣି ଉଦ୍ଧାରକାରୀ ଟିମ୍।

ପ୍ରକୃତି ଏଭଳି ତାଣ୍ଡବରେ ତୁର୍କୀର ୧୦ଟି ରାଜ୍ୟରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ହୋଇଛି। ଏଥିପାଇଁ ୩ ମାସ ପାଇଁ ଏମରଜେନ୍ସି ଘୋଷଣା କରିଛନ୍ତି ସରକାର। ଭୂମିକମ୍ପରେ ତୁର୍କୀର ବିଭିନ୍ନ ଐତିହାସିକ ସ୍ଥଳି ଶ୍ମଶାନ ପାଲଟିଛି।

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆଜି ଫାଲଗୁନ କୃଷ୍ଣ ପକ୍ଷ ତୃତୀୟା ତିଥି। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ହେବେ ତିନିଠାକୁର।

ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ହରିତାଳ, ହିଙ୍ଗୁଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ବିଶେଷନୀତି ପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ନୀତି ସମାପ୍ତ ପରେ ଶ୍ରଦ୍ଧାଳୁ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିପାରିବେ।