spot_img
Home Blog Page 3429

ମଡେଲ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ସୌମ୍ୟଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମର ତନାଘନା

ଭୁବନେଶ୍ୱର: ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲା। ସୌମ୍ୟଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମର ତନାଘନା। ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ତନାଘନା କରୁଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ୩ ମାସ ଭିତରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ୨୦୨୦ ଜାନୁଆରୀ ୩୦ରେ ଆତ୍ମହତ୍ୟା କରିଥିଲେ ସୌମ୍ୟ। ସୌମ୍ୟଙ୍କ ମୃତ୍ୟୁ ପାଇଁ ବାନ୍ଧବୀ ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ ପରିବାର ଲୋକେ।

ମୋତେ ୮୦ ବର୍ଷ ହେଲାଣି, ଆଉ ନିର୍ବାଚନ ଲଢିବିନି: ସୁର ରାଉତରାୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି କେ ପାଣ୍ଡିଆନଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ବଡ଼ ପୁଅ ତଥା ପର୍ବତାରୋହି ସିଦ୍ଧାର୍ଥ ରାଉତରାୟଙ୍କ ସହ ଗତକାଲି ନବୀନ ନିବାସରେ କରିଥିଲେ ସାକ୍ଷାତ।

ଏନେଇ ସେ କହିଛନ୍ତି, ସାକ୍ଷାତ କେବଳ ସୌଜନ୍ୟମୂଳକ ଥିଲା କୌଣସି ପ୍ରକାର ରାଜନୈତିକ ଆଲୋଚନା ହୋଇନାହିଁ। ପୁଅ ସିଦ୍ଧାର୍ଥଙ୍କ ଦ୍ୱାରା ୫ଟି ଉଚ୍ଚତମ ଶୃଙ୍ଗ ସଫଳ ପର୍ବତରୋହଣ ଜାଣି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ସୁର ରାଉତରାୟ କହିଛନ୍ତି । ତାଙ୍କୁ ୮୦ ବର୍ଷ ହେଲାଣି । ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନରେ ଜଟଣୀରୁ ନିର୍ବାଚନ ଲଢିବେ । ମୁଁ ହେଉଛି କଂଗ୍ରେସ , ୫୫ ବର୍ଷ ହେଲା ମୁୁଁ କେବେ କମ୍ପ୍ରୋମାଇଜ୍ କରିନି । ମୋ ପୁଅ ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ଲଢିବ । ଆମ ଜନ୍ମ ହେଉଛି କଂଗ୍ରେସରେ ଏବଂ ମରିବୁ କଂଗ୍ରେସରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସୁର ।

ମହିଳା ଟି-୨୦ ବିଶ୍ୱକପ: ଆଜି ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ

କେପଟାଉନ୍: ଆଜି ମହିଳା ଟି-୨୦ ବିଶ୍ୱକପରେ ଖେଳାଯିବ ପ୍ରଥମ ସେମିଫାଇନାଲ । ଦକ୍ଷିଣ ଆଫ୍ରିକାର କେପଟାଉନରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ମହିଳା ଟି-୨୦ ବିଶ୍ୱକପରେ ଗ୍ରୁପ୍-୧ରେ ଟପ୍ କରିଥିବା ଅଷ୍ଟ୍ରେଲିଆକୁ ଭେଟିବ ଗ୍ରୁପ-୨ରେ ଟପ୍ କରିଥିବା ଭାରତ । ଏହି ନକଆଉଟ ମ୍ୟାଚରେ ଭଲ ପ୍ରଦର୍ଶନ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ଚଳିତ ଟି-୨୦ ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଭାରତ । ଗ୍ରୁପ୍ ପର୍ଯ୍ୟାୟରେ ଖେଳାଯାଇଥିବା ୪ଟି ମ୍ୟାଚରୁ ୩ଟି ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଗ୍ରୁପ୍ ପର୍ଯ୍ୟାୟରେ କେବଳ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା ଭାରତ । ତେବେ ଗ୍ରୁପ୍ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ ପରେ ଏବେ ଟିମ୍ ଇଣ୍ଡିଆର ଲକ୍ଷ୍ୟ ସେମିଫାଇନାଲ ଉପରେ । ସେମିଫାଇନଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲ ଖେଳିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ସେପଟେ ଅଷ୍ଟ୍ରେଲିଆ କଥା ଯଦି କହିବା ତାହାଲେ ଅଷ୍ଟ୍ରେଲିଆ ଲଗାତର ଭାବରେ ବଡ଼ ଟୁର୍ଣ୍ଣାମେଣ୍ଟ ଚମତକାର ପ୍ରଦର୍ଶନ କରିଆସୁଛି । ଚଳିତ ଟି-୨୦ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ସମସ୍ତ ୪ଟି ମ୍ୟାଚ୍ ଜିତି ଗ୍ରୁପ୍-୧ରେ ଶୀର୍ଷ ସ୍ଥାନରେ ରହିଥିଲା । ତେବେ ଅଷ୍ଟ୍ରେଲିଆ ଗ୍ରୁପ୍ ପର୍ଯ୍ୟାୟରେ ସଫଳତା ପାଇବା ପରେ ସେମିଫାଇନାଲରେ ମଧ୍ୟ ବିଜୟ ଲାଭ କରି ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବ ।

ଗୋପବନ୍ଧୁ ଜଣେ ଯୁଗପୁରୁଷ, ଓଡ଼ିଶା ସବୁବେଳେ ତାଙ୍କ ନିକଟରେ ଋଣୀ ରହିବ: ମୁଖ୍ୟମନ୍ତ୍ରୀ ନବୀନ

ପୁରୀ: ଭୋଗ ନୁହେଁ ତ୍ୟାଗ ମହାନ, ସେବା ହିଁ ଶ୍ରେଷ୍ଠ। ମାନବ ସମାଜର ମଣି ଥିଲେ ଉତ୍କଳମଣି। ତାଙ୍କ ତ୍ୟାଗ, ଦେଶଭକ୍ତି, ସେବା ଓ ଜାତିପ୍ରୀତିର ତୁଳନା ନାହିଁ। ସୁଆଣ୍ଡୋରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ ଅବସରରେ ଏହା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉତ୍କଳମଣିଙ୍କ ଜନ୍ମମାଟି ପବିତ୍ର ଭୂମି ସୁଆଣ୍ଡୋକୁ ପ୍ରଣାମ ଜଣାଇଛନ୍ତି।

ଗୋପବନ୍ଧୁଙ୍କ ଜନ୍ମମାଟିର ବିକାଶ 5T ସଂସ୍କାରରେ ଅତିସୁନ୍ଦର ଭାବେ କରାଯାଇଛି। ଷଠିଘର ବିକାଶ ସହ ମ୍ୟୁଜିୟମ, ଲୋକେଶ୍ବର ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯାଇଛି। ଏଥିସହ ଉତ୍କଳମଣିଙ୍କ ବିରାଟ ଷ୍ଟାଚ୍ୟୁ ପ୍ରତିଷ୍ଠା କରାଯାଇଛି। ଉତ୍କଳମଣିଙ୍କ ପରିବାର ଓ ସୁଆଣ୍ଡୋବାସୀ ପୂର୍ଣ୍ଣ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଗୋପବନ୍ଧୁ ଜଣେ ଯୁଗପୁରୁଷ ଥିଲେ, ସବୁବେଳେ ଓଡ଼ିଶା ତାଙ୍କ ନିକଟରେ ଋଣୀ ରହିବ। ଆଗକୁ ମଧ୍ୟ 5T ସଂସ୍କାରରେ ରାଜ୍ୟର ବିଭିନ୍ନ ବରପୁତ୍ରଙ୍କ ଜନ୍ମସ୍ଥାନର ବିକାଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଉତ୍କଳ ଗୌରବ ମଧୁସୁଦନ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକଙ୍କ ଭଳି ବରପୁତ୍ରଙ୍କ ତ୍ୟାଗ ଅସାଧାରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡ଼ିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତି, ରାଜନୀତି, ମାନବିକତାରେ ଗୋପବନ୍ଧୁ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି। ଓଡ଼ିଶାରେ ଜାତୀୟତାବାଦୀ ବିକାଶର ସେ ଥିଲେ କର୍ଣ୍ଣଧାର। ଗୋପବନ୍ଧୁ ସବୁବେଳେ ପ୍ରେରଣା ହୋଇରହିବେ। ଗୋପବନ୍ଧୁଙ୍କ ବାର୍ତ୍ତାକୁ ଜୀବନ ବ୍ରତ କରି ନୂଆ ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନକୁ ନେଇ ଦିଲ୍ଲୀ ଏମସିଡି ଗୃହରେ ହଙ୍ଗାମା

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗଲ ପାର୍ଟ ଟୁ । ଗତକାଲି ହାଇଭୋଲଟେଜ ମେୟର ନିର୍ବାଚନ ସରିବା ପରେ ସରିଲାନି ହାଇଡ୍ରାମା । ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନକୁ ନେଇ ଦିଲ୍ଲୀ ଏମସିଡି ଗୃହରେ ଆପ୍ ଓ ବିଜେପି ସଦସ୍ୟଙ୍କ ମଧ୍ୟରେ ହାତାହାତି । ବୋତଲ ଓ ଚପଲ ଫିଙ୍ଗା ଘଟଣାରେ କମ୍ପିଛି ଗୃହ ।

ରାତି ତମାମ ହାଇଡ୍ରାମା ପରେ ପୁଣି ଆଜି ଆରମ୍ଭ ହୋଇଥିଲା ଭୋଟିଂ । ମାତ୍ର ଗୃହରେ ଉତ୍ତେଜନା ବୃଦ୍ଧି ଯୋଗୁ ନିର୍ବାଚନକୁ ଆସନ୍ତାକାଲି ଯାଏ ସ୍ଥଗିତ ରଖାଯାଇଛି । ଦିଲ୍ଲୀ ମେୟର ନିର୍ବାଚନରେ ବିଜେପିକୁ ଶକ୍ତ ଧକ୍କା ଲାଗିଥିବାରୁ ବିଜେପି ସଦସ୍ୟ ଗୁଣ୍ଡାଗର୍ଦ୍ଦି କରୁଥିବା ଆପ୍ କହିଛି ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ବହୁ ଆପ ନେତା ଅଭିଯୋଗ କରିଛନ୍ତି ବିଜେପି କାଉନସିଲରମାନେ ବାଲଟ ବକ୍ସ ନେଇଯିବା ଲାଗି ଉଦ୍ୟମ କରିଛନ୍ତି । ଗତକାଲି ହୋଇଥିବା ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ଶେଲୀ ଓବରୟ ୩୪ଟି ଭୋଟରେ ଓ ଡେପୁଟୀ ମେୟର ପ୍ରାର୍ଥୀ ଆସଲେ ମହମ୍ମଦ ଇକବଲ ୩୧ଟି ଭୋଟରେ ବିଜୟୀ ହୋଇଥିଲେ ।

ଏକ୍ସପ୍ରେସ ଟ୍ରେନ ରହଣୀ ନେଇ ବାମରା ଷ୍ଟେସନରେ ଉତ୍ତେଜନା

ବାମରା: ଏକ୍ସପ୍ରେସ ଟ୍ରେନ ରହଣୀକୁ ନେଇ ବାମରା ଷ୍ଟେସନରେ ପୁଣି ଉତ୍ତେଜନା। ଗତକାଲି ଡିଆରଏମଙ୍କ ପ୍ରତିଶ୍ରୁତି ପରେ ବି ଟ୍ରେନ ନଅଟକିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଷ୍ଟେସନ ମାଷ୍ଟରଙ୍କୁ ବାହାର କରି ଅଫିସ ଓ ସିଗନାଲ ରୁମକୁ ଉତ୍ତ୍ୟକ୍ତ ଲୋକେ ବନ୍ଦ କରିଦେଇଛନ୍ତି। ସିଗନାଲ ନଥିବାରୁ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ ଅଟକି ରହିଛି ।

maxresdefault.jpg (1280×720)

ଏହାସହ ଏହି ରୁଟ୍‌ ଦେଇ ଯାଉଥିବା ଅନ୍ୟ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଗତକାଲି ଏକ୍ସପ୍ରେସ ଟ୍ରେନ ରହଣୀ ଦାବି କରି ସ୍ଥାନୀୟ ଲୋକେ ରେଳରୋକ କରିଥିଲେ । ସମସ୍ତ ଏକ୍ସପ୍ରେସ ଟ୍ରେନ ରହିବ ବୋଲି ଡିଆରଏମ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ଟ୍ରେନ ନଅଟକିବାରୁ ରେଳ ଷ୍ଟେସନରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଗତକାଲିର ପ୍ରତିଶ୍ରୁତିକୁ ଡିଆରଏମ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି । ଏବେ ବି ବାମରା ରେଳ ଷ୍ଟେସନରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି।

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ନବୀନ, ଲୋକର୍ପିତ କଲେ ପ୍ରତିମୂର୍ତ୍ତି

ସୁଆଣ୍ଡୋ: ନୂଆରୂପ ପାଇଛି ଉତ୍କଳମଣିଙ୍କ ଜନ୍ମମାଟି। ଐତିହାସିକ ଗ୍ରାମରେ ରୂପାନ୍ତରିତ ହୋଇଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ । ସୁଆଣ୍ଡୋ ଯାଇ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଥମେ ଶିବ ମନ୍ଦିରକୁ ଯାଇ ପୂଜା କରିଥିଲେ ମୁଖ୍ୟମନ୍ତ୍ରୀ ପରେ ଷଠିଘର ବୁଲିଲେ। ପରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ। ଜନ୍ମମାଟିର ନବକଳେବର କରାଯାଇଥିବା ବେଳେ ଗ୍ରାମରେ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ସବୁ ସ୍ଥାନର ବିକାଶ କରାଯାଇଛି। ୨୫ କୋଟି ଟଙ୍କା ବ୍ୟୟରେ ଗାଁର ବିକାଶ କରାଯାଇଥିବା ବେଳେ ପ୍ରକଳ୍ପ ଭିତରେ ରହିଛି ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣିଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଓ ଷଠିଘର ନିର୍ମାଣ।

ଘରେ ଥିବା ଢିଙ୍କି, ଲଣ୍ଠନ, ଲୋଟା, ଖଟ ଉତ୍କଳମଣିଙ୍କ ସ୍ମୃତିକୁ ତାଜା କରୁଛି। ଘରର ସବୁ ବସ୍ତୁକୁ ଅତି ସୁନ୍ଦରଭାବେ ସଜାଇ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ଷଠି ଘର, ଗ୍ରାମ୍ୟ ଶିବ ମନ୍ଦିର, ଗୋପବନ୍ଧୁଙ୍କ ସଂଗ୍ରହାଳୟ, ଶିଶୁ ଉଦ୍ୟାନ ସହିତ ଗୋପବନ୍ଧୁଙ୍କ ୧୫ ଫୁଟ ଉଚ୍ଚତା ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିଥିଲେ।

ସଭାସ୍ଥଳରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ଏସଏଚଜି ମହିଳା ମାନେ ଆସି ଫୁଲତୋଡା ଦେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ କରିଥିଲେ । ଗୋପବନ୍ଧୁଙ୍କ ଜନ୍ମସ୍ଥଳୀର ଏଭଳି ବିକଶୀତ କରିଥିବାରୁ କୃତଜ୍ଞତା ଜଣାଇଥିଲେ।

ବିଧାନସଭାର ତୃତୀୟ ଦିନରେ ସୁରୁଖୁରୁରେ ଚାଲିଛି ଗୃହ

ଭୁବନେଶ୍ୱର: ବିଧାନସଭାର ତୃତୀୟ ଦିନରେ ସୁରୁଖୁରୁରେ ଚାଲିଲା ଗୃହ। ପ୍ରଶ୍ନକାଳରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ବିଭାଗୀୟ ମନ୍ତ୍ରୀ। ମହାନଦୀ ଅବବାହିକା ସୁବର୍ଣ୍ଣପୁର ଜିଲ୍ଲାର ଖଇରମାଲ ଓ ଗୋଧନେଶ୍ୱର ଠାରେ ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ କରାଯିବ। ବିନା ବିସ୍ଥାପନରେ ଏହା ହେବ ।

୬ ବର୍ଷ ଭିତରେ ସବୁଠାରେ ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ସରିବ। ସାରା ରାଜ୍ୟରେ ୩୨ଟି ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର କରାଯିବ। ୧୬ଟି ପ୍ରଥମ ପର୍ଯ୍ୟାୟରେ ସରିବ ଏବଂ ବାକିର ଟେଣ୍ଡର ଖୁବ ଶୀଘ୍ର କରାଯିବ ବୋଲି ବିଧାନସଭାରେ ସ୍ପଷ୍ଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ।

ଅନ୍ୟପଟେ ବିଧାନସଭାରେ ଆସିଥିବା ପ୍ରଶ୍ନର ଉତ୍ତର ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଝି, ଟିଟିଲାଗଡ଼, ବରଗଡ଼ ଜିଲ୍ଲାର ପଦମପୁର ଓ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼କୁ ଜିଲ୍ଲା କରିବା ପାଇଁ ଦାବି ପତ୍ରଗୁଡିକ ରାଜସ୍ବ ବିଭାଗ ପାଇଛି ।

ସେହିପରି ଭାରତ ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟ ଦ୍ବାରା ୨୦୨୧ ମସିହା ପାଇଁ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ସଡ଼କ ଦୁର୍ଘଟଣା ସଂଖ୍ୟା ଦେଶରେ ସର୍ବାଧିକ ନୁହେଁ । ସୁପ୍ରିମକୋର୍ଟ କମିଟି ବିଭିନ୍ନ ରାଜ୍ୟରେ ସଡ଼କ ଦୁର୍ଘଟଣାର ସମୀକ୍ଷା କରୁଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ସଡ଼କ ଦୁର୍ଘଟଣା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ଅଡିଟ ଏହି କମିଟି କରାଇଥିଲେ । ଅଡିଟ ରିପୋର୍ଟ ଅନୁଯାୟୀ ସୁପ୍ରିମକୋର୍ଟ କମିଟି ସଡ଼କ ଦୁର୍ଘଟଣା ରୋକିବା ନିମନ୍ତେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଆଜି ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହା କହିଛନ୍ତି ।

ଆହୁରି ମଧ୍ୟ ଭୂମିକମ୍ପ ଜୋନରେ ଅନୁଗୁଳର ତାଳଚେର ବ୍ଲକ ଓ ଏହାର ପ୍ବାର୍ଶବର୍ତ୍ତୀ ଅଞ୍ଚଳକୁ ମୋଡରେଟ ଡ୍ୟାମେଜ ରିସ୍କ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି । ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଓ ବିଲଡିଂ ମାଟେରିଆଲ ଏବଂ ଟେକ୍ନୋଲୋଜି ପ୍ରମୋସନ କାଉନସିଲ ଦ୍ବାରା ୨୦୦୬ରେ ଏହା ପ୍ରକାଶିତ ହୋଇଛି । ଭୂମିକମ୍ପ ସମୟରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଓଡ୍ରାଫ ସଦସ୍ୟଙ୍କୁ କୋଲାପ୍ସ ଷ୍ଟ୍ରକଚର, ସର୍ଚ୍ଚ ଏବଂ ରେସକ୍ୟୁ ପାଇଁ ସ୍ବତନ୍ତ୍ର ତାଲିମ ଦିଆଯାଇଛି ବୋଲି ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

ଏଣିକି ୬ବର୍ଷରେ କ୍ଲାସ୍ ଓ୍ବାନ୍ ପଢ଼ିବେ ପିଲା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରର ନିର୍ଦ୍ଦେଶ

ଭୁବନେଶ୍ୱର: ଏଣିକି ୬ବର୍ଷରେ କ୍ଲାସ୍ ଓ୍ବାନ୍ ପଢ଼ିବେ ପିଲା। ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ୬ବର୍ଷ ବୟସରେ ପିଲାଙ୍କର ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ଅଭିଭାବକ। ଏ ନେଇ ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି।

ନୂଆ ନିୟମ ଅନୁପାଳନ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ୩ବର୍ଷରୁ ପିଲାଙ୍କୁ ପ୍ଲେ-ସ୍କୁଲ ପଠାଯିବା ସହ ୬ବର୍ଷରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଆମ୍ବୁଲାନ୍ସରେ ଚାଲିଥିଲା ଗଞ୍ଜେଇ ଚାଲାଣ, ଧରିଲା ଅବକାରୀ ବିଭାଗ

ବୌଦ୍ଧ: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ। ଆମ୍ବୁଲାନ୍ସରୁ ୪କୁଇଣ୍ଟାଲ ୨୦କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ବୌଦ୍ଧ ଜିଲ୍ଲା ମନୁମୁଣ୍ଡାରୁ ଛତିଶଗଡ ଚାଲାଣ ହେଉଥିଲା ଗଞ୍ଜେଇ। ଜବତ ଗଞ୍ଜେଇର ଆନୂମାନିକ ମୂଲ୍ୟ ୩୦ ଲକ୍ଷ ହେବା ନେଇ ସୂଚନା। ଗିରଫ ଅଭିଯୁକ୍ତ ହେଲେ ରାୟପୁରର ଉପେନ୍ଦ୍ର ସାହୁ।