ରାହୁଲ ଗାନ୍ଧୀଙ୍କ ମାମଲାରୁ ନିଜକୁ ଦୂରେଇଲେ ଗୁଜରାଟ ହାଇକୋର୍ଟର ବିଚାରପତି

ଗାନ୍ଧୀନଗର: ରାହୁଲ ଗାନ୍ଧୀଙ୍କ ମାନହାନୀ ମାମଲାର ଶୁଣାଣି କରିବେ ନାହିଁ କହିଛନ୍ତି ଗୁଜରାଟ ହାଇକୋର୍ଟର ଜଣେ ବିଚାରପତି  । ଗୁଜରାଟ ହାଇକୋର୍ଟରେ ମାମଲାର ଶୁଣାଣି ପୂର୍ବରୁ ବିଚାରପତି ନିଜକୁ ଦୂରେଇ ରଖିଛନ୍ତି । ଗତକାଲି ତଳ କୋର୍ଟ ଦେଇଥିବା ରାୟ ବିରୋଧରେ ରାହୁଲ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତାଙ୍କ ଆବେଦନର ଶୁଣାଣି କରିବାକୁ ଥିବା ବିଚାରପତି ଏବେ ନିଜ ଆଡ଼ୁ ମାମଲାରୁ ଓହରି ଯାଇଛନ୍ତି । ରାହୁଲ ଗାନ୍ଧି ଗୁଜରାଟ ହାଇକୋର୍ଟରେ ଆବେଦନ କରିବା ପରେ ଜଷ୍ଟିସ ଗୋପୀଙ୍କ ଖଣ୍ଡପୀଠରେ ଶୁଣାଣି ପାଇଁ ଏହାକୁ ଧାର୍ଯ୍ୟ କରାଯାଇଥିଲା । ହେଲେ ସେ କୋର୍ଟ ରେଜିଷ୍ଟ୍ରୀକୁ ନିର୍ଦ୍ଦେଶ ଦେଇ ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ମୁଖ୍ୟ ବିଚାରପତି ଆଉ କେଉଁ ଖଣ୍ଡପୀଠରେ ଆବେଦନର ଶୁଣାଣି ପାଇଁ ଏହାକୁ ତାଲିକା ଭୁକ୍ତ କରିବେ । ଜଷ୍ଟିସ ଗୋପୀ ଏହାର ଶୁଣାଣି କରିବାକୁ ଚାହୁଁ ନଥିବା କହିଛନ୍ତି । ଏହା ପଛର କାରଣ ସମ୍ପର୍କରେ ସେ କିଛି କହି ନାହାନ୍ତି ।