ଅପରେସନ କାବେରୀରେ ସୁଦାନରୁ ଫେରିଲେ ଭାରତୀୟ

1 min read

ନୂଆଦିଲ୍ଲୀ: ଯୁଦ୍ଧ ବିଧ୍ବସ୍ତ ସୁଦାନରୁ ଫେରିଲେ ଭାରତୀୟ । ଅପରେସନ କାବେରୀରେ ଭାରତ ମାଟିରେ ପାଦ ଦେଇଛନ୍ତି ଭାରତୀୟ । ଦୁଇଟି ବାୟୁସେନା ବିମାନରେ ପ୍ରଥମ ପର୍ଯ୍ୟାୟରେ ବାୟୁସେନା ବିମାନରେ ଫେରିଛନ୍ତି ୨୫୦ ଜଣ । ପୋର୍ଟ ସୁଦାନରେ ସେମାନେ ଏକାଠି ହେବା ପରେ ସେମାନଙ୍କୁ ଭାରତ ଅଣାଯାଇଛି । ପହଞ୍ଚିବା ପରେ ସେମାନେ ବଖାଣିଛନ୍ତି ଦୁର୍ଦ୍ଦଶାର ଚିତ୍ର । ସେମାନେ ପ୍ରାୟ ୩ ଦିନ ଧରି ଉପାସରେ ଥିଲେ । ପ୍ରତି ମୁହୂର୍ତ୍ତରେ ଥିଲା ମୃତ୍ୟୁର ଭୟ । ଯବାନମାନେ ଭାରତୀୟଙ୍କ ମୋବାଇଲ ନେଇଯିବା ସହ ଛାତିରେ ରାଇଫଲ ଲଗାଇଥିଲେ ।

ସୁଦାନରେ ଆହୁରି ଅନେକ ଭାରତୀୟ ଫସିଥିବା ସୂଚନା ମିଳିଛି । ଆର୍ମି ଚିଫ ଆବଦେଲ ଫତହା ଅଲ-ବୁରହାନ ଓ ପାରାମିଲିଟାରୀ ଫୋର୍ସ ମୁଖ୍ୟ ମହମ୍ମଦ ହାମଦାନ ଦାଗଲୋ ବାହିନୀ ମଧ୍ୟରେ ସଂଘର୍ଷ କ୍ରମେ ସାରା ଦେଶରେ ଏବେ ଅସ୍ଥିରତା ଜାରି ରହିଛି । ୭୨ ଘଣ୍ଟାର ଅସ୍ତ୍ରବିରତି ଘୋଷଣା କ୍ରମେ ଭାରତୀୟଙ୍କୁ ଫେରାଇ ଅଣାଯାଇଛି ।