spot_img
Home Blog Page 3408

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୟୂରଭଞ୍ଜର ମିଶନ ଶକ୍ତି ମା’

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୟୂରଭଞ୍ଜର ମିଶନ ଶକ୍ତି ମା’ । ଏସଏଚଜି ଗ୍ରୁପ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମା’ ଙ୍କ କାମରେ ସନ୍ତୋଷ ପ୍ରକାଶ କରିଛନ୍ତି । ଆଗକୁ ମଧ୍ୟ ଭଲ କାମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ନବୀନ ।

ନିରାଡ଼ମ୍ବର ଭାବେ ପାଳିତ ହେବ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ

ଭୁବନେଶ୍ୱର: ଆସନ୍ତା  ୧୭ ତାରିଖରେ ପାଳନ ହେବ ବିଜୁ ବାବୁଙ୍କୁ ତିରୋଧାନ ଦିବସ । ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ପ୍ରବାଦ ପୁରୁଷ, ସ୍ଵାଧୀନତା ସଂଗ୍ରାମୀ, ଅପ୍ରତିଦ୍ୱନ୍ଦୀ ରାଜନେତା ତଥା ଆମ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୬ତମ ତିରୋଧାନ ଦିବସ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନର ସହିତ ବିଜୁ ଜନତା ଦଳର କର୍ମୀ, କର୍ମକର୍ତ୍ତା, ନେତୃବୃନ୍ଦ, ଯୁବ, ଛାତ୍ର, ମହିଳା ଶାଖା ତଥା ସମସ୍ତ ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଦ୍ବାରା ସାରା ରାଜ୍ୟରେ ନିରାଡ଼ମ୍ବର ଭାବରେ ପାଳିତ ହେବ ।

ଚଳିତ ବର୍ଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହା ସହିତ ବିଜୁ ବାବୁଙ୍କ ସାମାଜିକ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ତରଫରୁ ସମୂହ ରକ୍ତଦାନ ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି  । ବିଜୁବାବୁଙ୍କ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ବାଭିମାନର ମୂର୍ତ୍ତିମନ୍ତ ପ୍ରତୀକ । ଦାରିଦ୍ର୍ୟ ବିରୁଦ୍ଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବା ସହିତ ଓଡ଼ିଶାର ସର୍ବାଙ୍ଗୀନ ବିକାଶ, କୃଷି କ୍ଷେତ୍ରର ଅଭିବୃଦ୍ଧି, ଶିଳ୍ପ ସମୃଦ୍ଧି, ଯୁବଶକ୍ତିର ସଦୁପଯୋଗ, ମହିଳା ସଶକ୍ତିକରଣ, ସାମାଜିକ ଏବଂ ଅର୍ଥନୈତିକ ପ୍ରଗତି, ଉତ୍କଳୀୟ ସ୍ଵାଭିମାନର ସୁରକ୍ଷା ପଥର ପୁରୋଧା ଥିଲେ  ।

 

ବାଗଚୀ-ଶ୍ରୀ ଶଙ୍କର କ୍ୟାନସର ହସପିଟାଲ ବୁଲିଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ଭୁବନେଶ୍ୱର: ବାଗଚୀ-ଶ୍ରୀ ଶଙ୍କର କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ର ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍‌ । ଭୁବନେଶ୍ବର ଇନଫୋଭ୍ୟାଲି-୨ ସ୍ଥିତ କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଗୃହ ପ୍ରତିଷ୍ଠା ପୂଜା ଅବସରରେ ଯୋଗ ଦେଇଥିଲେ । ଏହି ଅବସରରେ ହସ୍ପିଟାଲର ପ୍ରମୁଖ ଟ୍ରଷ୍ଟି ସୁବ୍ରତୋ ବାଗଚୀ ଏବଂ ହସ୍ପିଟାଲର ପ୍ରତିଷ୍ଠାତା ଡ. ସାଇନାଥଙ୍କ ସହ ହସ୍ପିଟାଲର ନିର୍ମାଣ ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ଡାକ୍ତରଖାନାର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ ।

ଏହି ସମୟରେ ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ, ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ, ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନ ଓ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ଏହି ହସ୍ପିଟାଲର ନିର୍ମାଣ ସମ୍ଭବ ହୋଇପାରିଛି ବୋଲି ପ୍ରତିଷ୍ଠାତା ସାଇନାଥ କହିଥିଲେ । ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆସନ୍ତା ରଥଯାତ୍ରାରୁ ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ ହେବ ।

ଏମ୍‌ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍‌ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟରେ ପ୍ରଥମ କରି ଦୁଇ ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ଗତକାଲି ହୋଇଥିବା ଏହି ବୁଝାମଣା ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସମ୍ମୀଶ୍ରଣ ଘଟିବ। ଏହା ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ କରମାଲକର ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି।

ସାଧାରଣଲୋକଙ୍କ ହିତ ପାଇଁ ଉଭୟ ଅନୁଷ୍ଠାନ ରୋଗର ତ୍ବରିତ ଚିହ୍ନଟ, ଶୀଘ୍ର ନିରାକରଣ, କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଏବଂ ତଥ୍ୟର ବିଶ୍ଳେଷଣ, ଜୈବ ପ୍ରାଦ୍ୟୋଗିକ ଜ୍ଞାନକୌଶଳ, ରୋଗର ପୂର୍ବାନୁମାନ କୌଶଳ ସୃଷ୍ଟି, ଡିଜିଟାଲ ସ୍ୱାସ୍ଥ୍ୟ, ଚିକିତ୍ସା କ୍ଷେତ୍ର ନିମନ୍ତେ ବିଭିନ୍ନ ଉପକରଣର ବିକାଶ ଏବଂ ଏହି କ୍ଷେତ୍ରରେ ଉନ୍ନତ ଗବେଷଣା ନିମନ୍ତେ ସହଯୋଗ କରିବାକୁ ସହମତ ହୋଇଛନ୍ତି। ରାଜ୍ୟରେ ପ୍ରଥମ କରି ହୋଇଥିବା ଏପରି ପ୍ରୟାସ ଜନସ୍ୱାସ୍ଥ୍ୟ ଏବଂ ରୋଗୀ ଚିକିତ୍ସା କ୍ଷେତ୍ରରେ ରହିଥିବା ବିଭିନ୍ନ ଆହ୍ବାନଗୁଡ଼ିକର ସମାଧାନ ପାଇଁ ନୂତନ ମାର୍ଗ ପ୍ରସ୍ତୁତ କରିବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ରୋଗର ନିରାକରଣ ଏବଂ ଚିକିତ୍ସାରେ ବେଶ ସହାୟକ ହେବବୋଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି।

ଏହି ବୁଝାମଣା ଫଳରେ ବିଭିନ୍ନ ରୋଗର ଚିହ୍ନଟ, ଚିକିତ୍ସାଉପକରଣ, ଆପ୍, ପରିଧାନଯୋଗ୍ୟ ସେନ୍ସର ବିକାଶ, ପ୍ରତିଛବିଭିତ୍ତିକ ନିରାକରଣ(ଇମେଜିଂ) ଆଦି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗକୁ ସୁଦୃଢ଼ କରିବ। ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଏପରି ବୁଝାମଣାକୁ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍‌ ମାଣ୍ଡଭିୟ ସର୍ବଦା ଉତ୍ସାହିତ କରିଥାଆନ୍ତି। ସଫତଳାର ସହିତ ଏହି ଏମଓୟୁ ସ୍ବାକ୍ଷରିତ ହେବାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ତେଣୁ ଉଭୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଡ. ବିଶ୍ବାସ। ଏପରି ନିଆରା ବୁଝାମଣାରେ ଖୁସି ପ୍ରକଟ କରିବା ସହିତ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ୍ କରମଲକର କହିଛନ୍ତି ଯେ ଆଇଆଇଟି ଭୁବନେଶ୍ୱର ଏବଂ ଏମ୍‌ସ ସାମୂହିକ ଭାବେ ସମ୍ଭାବ୍ୟ ପାରସ୍ପରିକ ଭାଗିଦାରୀ ଉପରେ ଦୃଷ୍ଟି ରଖିଛନ୍ତି। ଏହି ଦୁଇଟି ଅନୁଷ୍ଠାନ ମଧ୍ୟରେ ହୋଇଥିବା ବୁଝାମଣା ରାଜ୍ୟ ତଥା ସମଗ୍ର ଦେଶରେ ସାମାଜିକ ପ୍ରଭାବ ବୃଦ୍ଧି କରିବ। ଜନହିତକର କାର୍ଯ୍ୟ ପାଇଁ ଏହି ପ୍ରୟାସ ବେଶ ସଫଳ ହେବ।

ଏପରି ଏମଓୟୁକୁ ଉତ୍ସାହିତ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଶ୍ରୀ କରମଲକର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏପରି ଜ୍ଞାନକୌଶଳର ପ୍ରୟୋଗ ଠୋସ୍ ଫଳାଫଳ ଆଣିବା ନେଇ ଶତପ୍ରତିଶତ ପ୍ରୟାସ କରାଯିବ ବୋଲି କହିଛନ୍ତି ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ। ଅସ୍ଥିଶଲ୍ୟ, ରେଡିଓଲୋଜି, କର୍କଟ ଭଳି ବିଭିନ୍ନ ବିଭାଗରେ କୃତ୍ରିମ ବୁଦ୍ଧିମତାର ପୟୋଗ ଫଳରେ ବେଳ ଥାଉ ଥାଉ ସ୍ତନ କର୍କଟ ଭଳି ରୋଗକୁ ମଧ୍ୟ ଚିହ୍ନଟ କରାଯାଇପାରିବ। ଯାହାକି ଏହାର ଚିକିତ୍ସାକୁ ସହଜ କରିବ। ସେହିପରି ଉଭୟ ଅନୁଷ୍ଠାନ ଏକ ଉତ୍ସର୍ଗୀକୃତ ଅତ୍ୟାଧୁନିକ ଗବେଷଣାଗାର ବିକାଶ ଉପରେ ଧ୍ୟାନ ଦେବେ। ଏଥିସହିତ “ବାୟୋମେଡିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି” ଭଳି ଏକ ଉନ୍ନତ ଅନୁସନ୍ଧାନ କେନ୍ଦ୍ର ସ୍ଥାପନା ସହିତ ବିଭିନ୍ନ ଚିକିତ୍ସା ସାମଗ୍ରୀ ଏବଂ ଉପକରଣ ଉତ୍ପାଦନର ମାର୍ଗ ପ୍ରସ୍ତୁତ ହେବ।

ଡାକ୍ତରୀ ଏବଂ ବୈଷୟିକ ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ଅନୁଷ୍ଠାନ ଏକାଧିକ ସ୍ବଳ୍ପକାଳୀନ ପାଠ୍ୟକ୍ରମ ଆରମ୍ଭ କରିବା ନେଇ ଯୋଜନା ରହିଛି। ଉଭୟ ଅନୁଷ୍ଠାନ ମଧ୍ୟରେ ଅଧ୍ୟାପକ ଏବଂ ଛାତ୍ର ବିନିମୟ କାର୍ଯ୍ୟକ୍ରମ ସହିତ ତାଲିମ ପାଠ୍ୟକ୍ରମର ପ୍ରବର୍ତ୍ତନ ଏହି କ୍ଷେତ୍ରରେ ଉତ୍କର୍ଷ ଆଣିବ। ପ୍ୟାଟେଣ୍ଟିଂ, ଉତ୍ପାଦ ବିକାଶ, ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଏବଂ ଶିଳ୍ପ ସହଯୋଗ ଆଦି ଦିଗରେ ଉଭୟ ଅନୁଷ୍ଠାନ ପରସ୍ପରକୁ ସହଯୋଗ କରିବେ। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଚ୍ଚତର ଗବେଷଣା ନିମନ୍ତେ ପ୍ରେରଣା ସୃଷ୍ଟି କରିବ। ଏହା ମଧ୍ୟ ଆମର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ସଫଳ କରିବାରେ ସହଯୋଗ କରିବ। ଏହି ଅବସରରେ ଏମ୍‌ସ ଭୁବନେଶ୍ୱର ଷ୍ଟାଣ୍ଡିଂ ଏକାଡେମିକ୍ କମିଟିର ଅଧ୍ୟକ୍ଷ ପ୍ରଫେସର ଯୋଗେଶ କେ ଚାୱଲା, ମେଡିକାଲ୍ ଅଧିକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ସହଯୋଗୀ ଡିନ୍‌ (ଅନୁସନ୍ଧାନ) ଡ. ଭାଗିରଥୀ ଦ୍ୱିବେଦୀ, ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ, ଭାରପ୍ରାପ୍ତ ଡିଡିଏ ରଶ୍ମୀରଂଜନ ସେଠୀ, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଦିନାକର ପାସ୍‌ଲା, ପି କେ ସାହୁ, ବ୍ରହ୍ମ ଦେଓ ଏବଂ ଟି ଭି ସତ୍ୟମ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବଲପୁରରେ ପଥର ମାଡ଼, ୨ IIC ଗୁରୁତର

ସମ୍ବଲପୁର:  ହନୁମାନ ଜୟନ୍ତୀ ବାଇକରାଲି ସମୟରେ ପଥରମାଡ଼ । ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲିରେ ପଥର ମାଡ଼ ହୋଇଛି  । ଅନ୍ୟଏକ ଗୋଷ୍ଠୀର ପଥର ମାଡରେ ୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଧନୁପାଲ୍ଲୀ ଥାନା ଓ ଟାଉନ ଥାନା ଆଇଆଇସି ଗୁରୁତର ହୋଇଛନ୍ତି । ସେମାନଙ୍କ ମୁଣ୍ଡରେ ଲାଗିଛି ଆଘାତ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କିଛି ଲୋକଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ରହିଛି । ଅଟୋ ଓ କାର ଆଦିକୁ ଭାଙ୍ଗିଦେଇଛନ୍ତି ଉତ୍ତେଜନାକାରୀ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିବାବେଳେ ପୋଲିସ ମୁତୟନ ହୋଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରର ମତିଜୀରା ମସଜିଦ ନିକଟରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି ।

ନନ୍ଦନକାନନରେ ପ୍ରାଣୀଙ୍କ ପାଇଁ ତିଆରି ହେଉଛି ଚାଳ ଘର, ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିଲାବେଳେ ପ୍ରାଣୀଜଗତ ମଧ୍ୟ ଅସହ୍ୟ ତାତିରୁ ନିସ୍ତାର ପାଉନାହାନ୍ତି । ନନ୍ଦନକାନନରେ ପଶୁପକ୍ଷୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଦେବାକୁ ନିଆଯାଇଛି ବିଭିନ୍ନ ପଦକ୍ଷେପ । ଅସହ୍ୟ ତାତିରୁ ସୁରକ୍ଷା ଦେବାକୁ ପ୍ରାଣୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ଚାଳ ଛପର ଆବାସସ୍ଥଳୀ । ପଶୁପକ୍ଷୀଙ୍କ ଉପରେ ୧୨ ଘଣ୍ଟିଆ ଜଳ ସିଞ୍ଚନ କରାଯିବା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

କୃତ୍ରିମ ବର୍ଷାରେ ଭିଜୁଛି ଭାଲୁ । କିଏ ଗଛ ଉପରେ ଚଢି ମଜା ନେଉଛି ଆଉ କିଏ ଦେହକୁ ସମ୍ପୂର୍ଣ୍ଣ ଓଦା କରି ନିଜକୁ ଥଣ୍ଡା କରୁଛି । ଏପଟେ ଜଳ କ୍ରୀଡ଼ାରେ ଲାଗିଛନ୍ତି ହାତୀ । ପାଣି ଭିତରେ ଶୁଣ୍ଢ ହଲାଇ ଗାଧୋଇବାର ମଜା ନେଉଛନ୍ତି । ପକ୍ଷୀମାନେ ମଧ୍ୟ ସୁରକ୍ଷିତ ଥଣ୍ଡା ସ୍ଥାନରେ ଆସ୍ଥାନ ଜମାଇଛନ୍ତି । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଚାରିଆଡ଼େ ତ୍ରାହି ତ୍ରାହି ଶୁଭୁଛି ।

ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ପ୍ରାଣୀଙ୍କ ସୁରକ୍ଷା ପାଇଁ ଏପରି ବ୍ୟବସ୍ଥା ଅବଲମ୍ବନ କରାଯାଇଛି । ପଶୁକ୍ଷୀମାନଙ୍କ ପାଇଁ ଚାଳଛପର ବାସସ୍ଥଳୀ ସହିତ ଥଣ୍ଡାପାଣିର ସୁବିଧା କରିଛନ୍ତି କର୍ତ୍ତୃପକ୍ଷ । ଖୁଆଡ଼ ଭିତରେ ପଶୁଙ୍କ ଉପରେ ଚାଲିଛି ଜଳସିଞ୍ଚନ । ପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ବସା କରାଯାଇଥିବାବେଳେ ଥଣ୍ଡା ପରିବେଶ ପାଇ ତୁପ୍ତ ହେଉଛନ୍ତି ପଶୁପକ୍ଷୀ ।

ପ୍ରାଣୀମାନଙ୍କ ଉପରେ ଜଳ ଛିଞ୍ଚନ ସହ ଖୁଆଡ଼ରେ ଗାଧୋଇବା ପାଇଁ ବ୍ୟବସ୍ଥା କରାଯାଇଛି । ବାଘ ଓ ସିଂହଙ୍କ ପାଇଁ ହୋଇଛି ଶୀତଳ ଛାୟା ଆବାସସ୍ଥଳୀ । ଯେଉଁଠାରେ ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇଁ ବିଶ୍ରାମ ନେଉଛି ସିଂହ । ତାତିରୁ ଆଶ୍ବସ୍ତି ପାଇଁ ରାଜକୀୟ ଠାଣିରେ ଘୁରି ବୁଲୁଛି ମହାବଳ । ଏପଟକୁ ଟିକେ ନଜର ପକାନ୍ତୁ । ସ୍ବତନ୍ତ୍ର ବ୍ୟବସ୍ଥା ଦ୍ବାରା ଖୁସିରେ ଘୁରି ବୁଲୁଛନ୍ତି ବିଲୁଆ ଛୁଆ । ଖରା ଆରମ୍ଭରୁ ପ୍ରାଣୀଙ୍କ ସୁରକ୍ଷା ପାଇଁ ନନ୍ଦକାନନ କର୍ତ୍ତୃପକ୍ଷଙ୍କ ତତ୍ପରତାକୁ ଉଭୟ ପର୍ଯ୍ୟଟକ ଓ ପଶୁପ୍ରେମୀ ପ୍ରଶଂସା କରିଛନ୍ତି ।

ପ୍ରଚଣ୍ଡ ଉତପ୍ତ ପାଇଁ ପ୍ରତି ହସ୍ପିଟାଲରେ ଖୋଲିଲା ସ୍ୱତନ୍ତ୍ର ୱାର୍ଡ

ଭୁବନେଶ୍ୱର: ହିଟୱେଭ ପାଇଁ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ୍ ଜାରି କରିଛି । ସମସ୍ତ ମେଡିକାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ଖରାରେ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । କିଛି ଦିନ ଧରି ଏପରି ପ୍ରଚଣ୍ଡ ଖରା ଜାରି ରହିବ, ତେଣୁ ସବୁ ମେଡିକାଲରେ ଏସି ରୁମ ରଖିବାକୁ ନିର୍ଦେଶ ଦିଆଯାଇଛି ।

ଆମ୍ବୁଲାନ୍ସ ରଖିବାକୁ ନିର୍ଦ୍ଦେଶ ସହ ପ୍ରତି ଜିଲ୍ଲାରେ ରହିବ କଲ ସେଣ୍ଟର । ସର୍ତକ ରହିବାକୁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି । ଲୋକଙ୍କୁ ସଚେତନ କରାଇବାକୁ ଜିଲ୍ଲାପ୍ରଶାସନକୁ ନିର୍ଦେଶ ଦିଆଯାଇଛି l

ଛୁଟି ଘୋଷଣା ସତ୍ୱେ ମାନିଲେନି କର୍ତ୍ତୃପକ୍ଷ, ଖରାରେ ଆସିଲେ ଛାତ୍ରଛାତ୍ରୀ

କଟକ/ଗଜପତି: ସରକାରୀ ନିୟମ ଉଲଂଘନ । ସ୍କୁଲ ଛୁଟି ପାଇଁ ରାଜ୍ୟ ସରକାରଙ୍କ ଛୁଟି ଘୋଷଣାକୁ ଉଲଘଂନ କରିଛି କଟକ ପୁରୀଘାଟ ଅଞ୍ଚଳରେ ଏକ ଘରୋଇ ସ୍କୁଲ । ସ୍କୁଲ କର୍ତ୍ତୃପକ୍ଷ ନିୟମ ଅଣଦେଖା କରି ପିଲାମାନଙ୍କୁ ପାଠ ପଢାଉ ଥିବା ଦେଖିବାକୁ ମିଳିଥିଲା । ହେଲେ ଗଣ ମାଧ୍ରମ ପ୍ରତିନିଧି ପହଞ୍ଚିବାରୁ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ଛୁଟି କରିଦେଇଥିଲେ ।ସେହିପରି ସରକାରଙ୍କ ସ୍କୁଲ ଛୁଟି ଘୋଷଣାକୁ ମୋହନାରେ ବେଖାତିର  ।

ତାପମାତ୍ରା ବୃଦ୍ଧି ଯୋଗୁଁ ଆଜିଠାରୁ 16 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର  । ହେଲେ ଆଜି ଗଜପତି ଜିଲ୍ଲା ମୋହନା ସେଣ୍ଟ ପିଟର କନଭେଣ୍ଟ ସ୍କୁଲ ଖୋଲିଥିବା ଦେଖିବାକୁ ମିଳିଥିଲା । ପାଠପଢା ସହ ପ୍ରଚଣ୍ଡ ଖରାରେ ପିଲାମାନେ ସ୍କୁଲ ପରିସର ପଡ଼ିଆରେ ଖେଳୁଥିବା ମଧ ଦେଖିବାକୁ ମିଳିଥିଲା  । ସେପଟେ ବିଦ୍ୟାଳୟକୁ ସେଭଳି କୌଣସି ଚିଠି ଆସିନି ତେଣୁ ବିଦ୍ୟାଳୟ ଖୋଲାଯାଇଥିବା କହିଛନ୍ତି ବିଦ୍ୟାଳୟ କମିଟି ସମ୍ପାଦକ  ।

କଲବଲ କରୁଛି ତାତି, ଝାରସୁଗୁଡା ବିଶ୍ୱର ଅଷ୍ଟମ ଉତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ତାତିର ଅଘୋଷିତ କର୍ଫ୍ୟୁ । ଜଳୁଛି ଉପାନ୍ତରୁ ଉପକୂଳ । ଝାରସୁଗୁଡା ବିଶ୍ବର ଅଷ୍ଟମ ଉତତ୍ପ ସହର ଭାବେ ରେକର୍ଡ କରାଯାଇଛି । ଶ୍ରେଷ୍ଟ ୧୫ ତାଲିକାରେ ଭାରତର ଦୁଇ ସହର ରହିଛି । ଆଜି ଦିନ 2ଟା 30 ସୁଦ୍ଧା ରାଜ୍ୟର 3 ସହରର ତାପମାତ୍ରା 40 ପାର କରିଛି । 42.4 ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା ।

ସେହିଭଳି ସମ୍ବଲପୁର-41.9, ହୀରାକୁଦ-40.4 ଡ଼ିଗ୍ରୀ ରେକର୍ଡ କରାଯାଇଛି । ଚାନ୍ଦବାଲିରେ 39.6 ଡ଼ିଗ୍ରୀ, ଭୁବନେଶ୍ବରରେ 39.4 ଡ଼ିଗ୍ରୀ, କେନ୍ଦୁଝର-38, ବାଲେଶ୍ବର-37.2 ଡ଼ିଗ୍ରୀ, ପୁରୀରେ 35.2 ଡ଼ିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

କାଲିଠୁ ୧୫ ତାରିଖ ଯାଏ ଅତିପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଶୁଷ୍କ ବାୟୁ ପ୍ରବାହ ବଢିଛି । ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ କମିବା ସହ ସୂର୍ଯ୍ୟଙ୍କ ତେଜ କିରଣ ପାଇଁ ତାତି ବଢୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

ଇଡି ଚାର୍ଜସିଟରୁ ଏନସିପି ନେତାଙ୍କ ନାଁ ଉଭାନ, ପଦାରେ ପଡିଲା ପାତରଅନ୍ତର ମନୋଭାବ

ମୁମ୍ବାଇ: ପଦାରେ ପଡିବାରେ ଲାଗିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପାତରଅନ୍ତର ମନୋଭାବ । ବହୁଚର୍ଚ୍ଚିତ ଏମଏସସି ବ୍ୟାଙ୍କ ସ୍କାମ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ଚାର୍ଜିସିଟରେ ଆଶ୍ଚର୍ଯ୍ୟଜନକ ଭାବେ ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନାମ ଉଭାନ ହୋଇଛି । ଏହା ସହ ଚାର୍ଜସିଟରେ ତାଙ୍କ ପତ୍ନୀ ସୁନେତ୍ରଙ୍କ ନାମ ବି ନଥିବା ସୂଚନା ମିଳିଛି । ତେବେ ଚାର୍ଜସିଟରେ କିଛି କମ୍ପାନୀଙ୍କ ନାମ ରହିଥିବା ଜଣାଯାଇଛି ।

ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ବା ଏମଏସସି ବ୍ୟାଙ୍କ ସ୍କାମରେ ସାମିଲ ଥିବା ଅଭିଯୋଗରେ ପୂର୍ବରୁ ଅଜିତ ପାଓ୍ବାର ଓ ପତ୍ନୀ ସୁନେତ୍ରଙ୍କ ମାଲିକାନାରେ ଥିବା ଏକ ଚିନି କଳକୁ ଆଟାଚ୍‌ କରିଥିଲା ଇଡି । ଅଜିତ ଏମଏସସି ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ଥିବାବେଳେ ଏହି ଦୁର୍ନୀତି ଘଟିଥିଲା । ଜୁଲାଇ ୨୦୨୧ରେ ମହାରାଷ୍ଟ୍ର ସତାରା ଜିଲ୍ଲାରେ ଥିବା ଜରାନ୍ଦେଶ୍ବର ସଖରୀ ସୁଗାର ମିଲସର ଜମି, କୋଠା, ପ୍ଲାଣ୍ଟ ଓ ଯନ୍ତ୍ରପାତିକୁ ଆଟାଚ କରାଯାଇଥିଲା । ଏହାର ଦାମ ମୋଟ ୬୫ କୋଟି ଟଙ୍କା ଥିଲା । ଏହି ସମସ୍ତ ସମ୍ପତ୍ତି ଗୁରୁ କମୋଡିଟି ସର୍ଭିସେସ ପ୍ରାଇଭେଟ ଲିମିଟେଡ ନାମରେ ରହିଥିଲା ।

ପରେ ଇଡି ଜାଣିବାକୁ ପାଇଥିଲା- ଜରାନ୍ଦେଶ୍ବର ସଖରୀ ସୁଗାର ମିଲ୍ସର ଅଧିକାଂଶ ସେୟାର ସ୍ପାର୍କଲିଂ ସଏଲ ପ୍ରାଇଭେଟ ଲିମିଟେଡ ନାମରେ ରହିଛି ଯାହା ଅଜିତଙ୍କ ମାଲିକାନାରେ ଥିଲା । ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଏହି ମିଲ୍ସକୁ ୨୫ ହଜାର କୋଟି ଟଙ୍କା ବେଆଇନ ଭାବେ ପ୍ରଦାନ କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ଏହି ଘଟଣାକୁ ନେଇ ମାମଲା ଦାୟର ହେବା ପରେ ଅର୍ଥନୈତିକ ଅପରାଧ ଶାଖା ଜରିଆରେ ତଦନ୍ତ କରିବା ଲାଗି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ପରେ ଜଣାପଡିଥିଲା ଗୁରୁ କମୋଡିଟି ସର୍ଭିସେସ କମ୍ପାନୀ ଏକ ଡମି କମ୍ପାନୀ ଥିଲା । ଗତ କିଛିଦିନ ଧରି ଅଜିତ ପାଓ୍ବାର ଏନସିପିର ଧାରାରୁ ବିଚ୍ୟୁତ ହେବା ପରିଲକ୍ଷିତ ହୋଇଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ଦେଖାଯାଉଛି ।