spot_img
Home Blog Page 3407

ହୃଦଘାତର ଶିକାର ହେଲେ ସୁସ୍ମିତା, ସୁସ୍ଥତା କାମନା କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ହୃଦଘାତ । ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅଭିନେତ୍ରୀ  । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି  । ୪୬ ବର୍ଷୀୟ ସୁସ୍ମିତାଙ୍କ କିଛି ଦିନ ପୂର୍ବରୁ ଏଞ୍ଜିଓପ୍ଲାଷ୍ଟି ହୋଇସାରିଛି  । ଅଭିନେତ୍ରୀ ବାପାଙ୍କ ସହ ଏକ ପୋଷ୍ଟ ସେୟାର କରିଛନ୍ତି  । ଯାହା ପରେ ସୁସ୍ମିତାଙ୍କ ସୁସ୍ଥତା କାମନା କରିଛନ୍ତି ପ୍ରଶଂସକ । ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ‘ସୋନା ତୁମ ହୃଦୟକୁ ସବୁବେଳେ ଖୁସିରେ ରଖିବା ସହ ଶକ୍ତିଶାଳୀ ରଖ  । ଏହା ତୁମର ସାଥ୍‌ ଦେବ  । (ଏହି ଶବ୍ଦ ମୋ ବାପା ମୋ ପାଇଁ କହିଥିଲେ)  । କିଛି ଦିନ ପୂର୍ବରୁ ମୁଁ ହୃଦଘାତର ଶିକାର ହୋଇଥିଲି  । ଏଞ୍ଜିଓପ୍ଲାଷ୍ଟି ହୋଇସାରିଛି  । ଏବେ ମୋ ଡାକ୍ତର କହିଛନ୍ତି ଯେ ମୋ ହୃଦୟ ବହୁତ ବଡ ’।

ଅଭିନେତ୍ରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ‘ସମୟରେ ସାହାଯ୍ୟ କରିଥିବାରୁ ବହୁତ ଜଣଙ୍କୁ ଧନ୍ୟବାଦ ଦେବି  । ମୋ ଶୁଭଚିନ୍ତକଙ୍କୁ ଭଲ ଖବର ଦେବା ପାଇଁ ପୋଷ୍ଟଟି କଲି  । ଆଉ କିଛି ବର୍ଷ ଜୀଇଁବା ପାଇଁ ଏବେ ପ୍ରସ୍ତୁତ ଅଛି  । ଆପଣ ସମସ୍ତଙ୍କୁ ମୋ ଭଲ ପାଇବା ’ ।

 

ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ଜଣେ ସିଙ୍ଗଲ୍‌ ମଦର  । ଗତ ୨୦୦୦ରେ ରେନେ ଓ ୨୦୧୦ରେ ଆଲିଶାହ ନାମକ ଦୁଇ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସୁସ୍ମିତା  ।

ଏୟାର ଏସିଆ ଫ୍ଲାଇଟରେ ମାଡ ହେଲା ପକ୍ଷୀ

ଭୁବନେଶ୍ୱର: ବିମାନରେ ପିଟିହେଲା ପକ୍ଷୀ । ଭୁବନେଶ୍ବର ବିମାନ ବନ୍ଦରରେ ମାଡ଼ହେଲା ପକ୍ଷୀ । ମିଳିଥିବା ସୂଚନା ଅନୁଯାୟୀ ଏୟାର ଏସିଆ ଏକ ବିମାନରେ ପକ୍ଷୀ ମାଡ଼ ହୋଇଛି  । ଯେଉଁଥିପାଇଁ ପ୍ରାୟ ୨ଘଣ୍ଟା ଧରି ବିମାନ ଚଳାଚଳ ବିଳମ୍ବ ଘଟିଛି  । ଯାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  ।

ସେପଟେ ବିମାନ ଉଡାଣ ଯୋଗୁଁ ଯାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା  । ଯଥାଶୀଘ୍ର ବିମାନ ଚଳାଚଳ କରିବାକୁ ଦାବି କରିଛନ୍ତି ଯାତ୍ରୀ  । ଭୁବନେଶ୍ୱର ବିମାନ ବନ୍ଦରରେ ଏୟାର ଏସିଆ ବିମାନରେ ମାଡ ହୋଇଥିଲା ଏକ ପକ୍ଷୀ  । ଯେଉଁଥିପାଇଁ ଉଡାଣ ଭରିବାରେ ବିଳମ୍ବ ଘଟିଥିଲା  ।

ତାମିଲନାଡୁ ଛାଡି ପଳାଉଛନ୍ତି ବିହାରୀ ସମ୍ପ୍ରଦାୟ, ରାସ୍ତାରେ ଗୋଡାଇ ହାଣୁଛନ୍ତି

ଚେନ୍ନାଇ: ତାମିଲନାଡୁରେ ବିହାରୀ ସମ୍ପ୍ରଦାୟଙ୍କୁ ମିଳୁଛି ତାଲିବାନୀ ଦଣ୍ଡ  । କାରଣ ହିନ୍ଦୀ କହିବା ଏବେ ପାପ ପାଲଟିଛି  । ଶ୍ରମିକ ମାନଙ୍କ ମଧ୍ୟରେ ଆରମ୍ଭ ଗଣ୍ଡଗୋଳ କାରଣରୁ ହିନ୍ଦୀ ଭାଷାଭାଷୀଙ୍କୁ ବାଛି ବାଛି ହାଣୁଛନ୍ତି ଦୁର୍ବୃତ୍ତ  । ବିହାର ଜମୁଇର ଜଣେ ଶ୍ରମିକ ଅଭିଯୋଗ କରିଛନ୍ତି ଯେ ୧୨ ଜଣ ଶ୍ରମିକଙ୍କୁ ଗୋଟିଏ ଘରେ ବନ୍ଦ କରି ରଶିରେ ଝୁଲାଇ ମୃତ୍ୟୁଦଣ୍ଡ ଦିଆଯାଇଛି  । ଶ୍ରମିକ ମାନେ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି  ।

କୋଏମ୍ବଟୁରରେ ଫସିଥିବା ଜମୁଇର ଜଣେ ଯୁବକ କହିଛନ୍ତି ଯେ ତାମିଲନାଡୁରେ ଲୋକେ ପଚାରୁଛନ୍ତି ଯେ ‘ଏଲା ହିନ୍ଦୀ, ଯଦି ଉତ୍ତରରେ ହଁ ଆସିଲା ସେଠାରେ ସେମାନଙ୍କୁ ହାଣି ଦିଆଯାଉଛି’ । ଯିଏ ଟ୍ରେନରେ ବି ଯାତ୍ରା କରୁଛନ୍ତି ସେମାନଙ୍କୁ ଓହ୍ଲାଇ ପଚରା ଯାଉଛି ‘ତୁମେ ହିନ୍ଦୀ ଭାଷାଭାଷୀର ଲୋକେ କି ’? ପ୍ରଶାସନକୁ ସାହାଯ୍ୟ ମାଗିଲେ ସେଠାରୁ ବି ନିରାଶ ହେବାକୁ ପଡୁଥିବା ଅଭିଯୋଗ ହେଉଛି  । ଜୀବନ ବଞ୍ଚାଇ ଶ୍ରମିକ ମାନେ ତାମିଲନାଡୁ ଛାଡି ପଳାଉଛନ୍ତି  ।

ଶିବକଟ ଓ ତିରପୁରା ଶିଳ୍ପାଞ୍ଚଳ ଅଞ୍ଚଳରେ ସବୁଠାରୁ ଅଧିକ ଲୁହା କାରଖାନା ରହିଛି  । ଏହି ଅଞ୍ଚଳରୁ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ସାମନାକୁ ଆସୁଛି  ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ମାମଲାରେ ଟ୍ବିଟ କରି କହିଛନ୍ତି ଯେ ‘‘ତାମିଲନାଡୁରେ କାମ କରୁଥିବା ବିହାରର ଶ୍ରମିକଙ୍କ ଉପରେ ଅତ୍ୟାଚାର ହେଉଥିବା ଖବର ସମ୍ବାଦପତ୍ରରୁ ଜାଣିବାକୁ ପାଇଲି  । ବିହାରର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ତାମିଲନାଡୁ ସରକାରର ଅଧିକାରୀଙ୍କ ସହ ଆଲୋଚନା କରି ସେଠାରେ ରହୁଥିବା ବିହାର ଶ୍ରମିକଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ’’ ।

ଏହି ଟ୍ବିଟ ପରେ ତାମିଲନାଡୁର ଡିଜିପି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ବସନା ଦେଇଛନ୍ତି  । ସେପଟେ ତାମିଲନାଡୁରେ କାମ କରୁଥିବା ବିହାର ଜମୁଇର ଜଣେ ଶ୍ରମିକ କହିଛନ୍ତି ଯେ କିଛି ମାସ ପୂର୍ବରୁ ହିନ୍ଦୀ କହୁଥିବା ବିହାରୀ ଶ୍ରମିକ ଓ ସ୍ଥାନୀୟ ଶ୍ରମିକଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା  । ବୈଠକରେ ଶ୍ରମିକ ପାଉଣା ୧୦୦୦ ଟଙ୍କାରୁ ୧୨୦୦ ଟଙ୍କା ବୃଦ୍ଧି କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା  । ଏଥିପାଇଁ ଧମକ ବି ଦିଆଯାଇଥିଲା  । କିନ୍ତୁ ବିହାରର ଶ୍ରମିକ ଆରମ୍ଭରୁ ୮୦୦ ଟଙ୍କାରେ କାମ କରିଆସୁଛନ୍ତି ଯାହାକୁ ବିରୋଧ କରୁଛନ୍ତି ତାମିଲନାଡୁର ଶ୍ରମିକ  ।

ବଡ଼ଧରଣର ରାକେଟର ପର୍ଦ୍ଦାଫାଶ୍: ନକଲି ଔଷଧର ଉତ୍ତର ପ୍ରଦେଶ ଲିଙ୍କ୍

ଭୁବନେଶ୍ୱର: ନକଲି ଔଷଧ କାରବାର ବିରୁଦ୍ଧରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉତ୍ତର ପ୍ରଦେଶ ଲିଙ୍କ୍ ସଙ୍କେତ ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ ଷ୍ଟେଟ୍ ଟାକ୍ସ ଫୋର୍ସ ସନ୍ଦେହ ଜନକ ସ୍ଥାନରେ ଗତକାଲି ଚଢାଉ କରିଥିଲେ । ଓଡ଼ିଶାର ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ମିଳିଥିବା ସମସ୍ତ ଔଷଧ ଉତ୍ତର ପ୍ରଦେଶରୁ ଅଣାଯାଇଥିବାର ଏହି ଚଢାଉରୁ ଜଣାପଡିଥିଲା ।

ସିକନ୍ଦରାବାଦ ପୋଲିସ ଷ୍ଟେସନ୍ ଅନ୍ତର୍ଗତ ବୁଲନ୍ଦସହରର ଅଶୋକ କୁମାରଙ୍କର ଏକ ଘର ଚଢାଉରୁ ସେ ସମସ୍ତ ଔଷଧର ମହଜୁଦି ବିଷୟ ଜଣାପଡିଥିଲା । ତାଙ୍କୁ ଗିରଫ୍ କରାଯାଇ ତାଙ୍କର ସ୍ୱୀକାରୋକ୍ତି ଭିତ୍ତିରେ ଲହତାରା ଥାନା ଅନ୍ତର୍ଗତ ଅନ୍ୟ ଏକ ଗୋଦାମ ଉପରେ ମଧ୍ୟ ଚଢାଉ କାରଯାଇଥିଲା । ସେଠାରୁ ବହୁ ପରିମାଣର ନକଲି ଔଷଧ ଓ ନଗଦ ଟଙ୍କା ଜବତ ହୋଇଥିଲା । ଜବତ ହୋଇଥିବା ଔଷଧର ମୂଲ୍ୟ ପ୍ରାୟ ୭.୩୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ନଗଦ ଆକାରରେ ଚଢଉସ୍ଥାନରୁ ୪ ଲକ୍ଷ ଟଙ୍କା ମିଳିଛି । ଏହି ଚଢାଉ ଏକ ବଡ଼ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାଶ୍ କରିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମଧ୍ୟ ଭାଗରେ ଆନ୍ତଃରାଜ୍ୟ ନକଲି ଔଷଧ ଅନୁସନ୍ଧାନ ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରି ଉତ୍ତର ପ୍ରଦେଶ ପଠାଇଥିଲେ । ଏହି ତଦନ୍ତରେ ସହାୟତା ନିମନ୍ତେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଉତ୍ତର ପ୍ରଦେଶ ସରକାରଙ୍କ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ । ଓଡ଼ିଶା ଟିମଙ୍କଠାରୁ ପ୍ରାପ୍ତ ସୂଚନା ଭିତ୍ତିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ, ଗିରଫ୍ ଓ ପଚରା ଉଚୁରା ଜାରି ରହିଛି । ରାଜ୍ୟ ସରକାର ପଠାଇଥିବା ସ୍ୱତନ୍ତ୍ର ଟିମ୍ ତାଙ୍କର ଅନୁସନ୍ଧାନ କାର୍ଯ୍ୟ ଚଳାଇ ରଖିଛନ୍ତି ।

ବ୍ରାଇଡାଲ ମେକ୍‌ଅପ୍‌  ଉଦ୍‌ଯାପନୀ ଉତ୍ସବ, ଯୋଗଦେଲେ ମିଶନ ଶକ୍ତି କମିଶନର

ଭୁବନେଶ୍ୱର: ପୂର୍ବାହ୍ନରେ ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ଆୟୋଜିତ ଓଡ଼ିଶା ବ୍ରାଇଡାଲ ମେକ୍‌ଅପ୍‌  ପାଠ୍ୟକ୍ରମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ରାଜ୍ୟ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ  ସୁଜାତା ଆର୍‌. କାର୍ତ୍ତିକେୟନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଆସି ପ୍ରଶିକ୍ଷଣ ନେଉଥିବା ୪୦ ଜଣ କୃତୀ ମହିଳାଙ୍କୁ ‘ବ୍ରାଇଡ୍‌ ଅଫ୍‌
ଓଡ଼ିଶା’ ଉତ୍ତରଣ ଏବଂ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନପୂର୍ବକ ସେମାନଙ୍କୁ ଉତ୍ସାହିତ କରିଥିଲେ ।

ବିଶ୍ୱ ଦକ୍ଷତାକେନ୍ଦ୍ର ଦ୍ୱାରା ମହିଳା ସଶକ୍ତିକରଣ ପାଇଁ ଓଡ଼ିଶା ବ୍ରାଇଡାଲ୍‌ ମେକ୍‌ଅପ୍‌ ପାଠ୍ୟକ୍ରମ ଏକ ନୂତନ ଉଦ୍ୟମ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଏବଂ ମିଶନ ଶକ୍ତି ସଚିବଙ୍କ ନେତୃତ୍ୱରେ ସଫଳ ହୋଇଛି ବୋଲି ଟ୍ରେନିଂ ନେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପ୍ରକାଶ କରିଥିଲେ । ଏହାଦ୍ୱାରା ସେମାନେ ନିଜ ନିଜ ଜିଲ୍ଲାମାନଙ୍କରେ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ ହୋଇପାରିବେ ବୋଲି ପ୍ରକାଶ କରିଥିଲେ ।

ସେମାନେ ନିଜ ଜୀବନରେ କିଛି ଭିନ୍ନ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଏଥି ନିମନ୍ତେ ସୁଯୋଗ ଯୋଗାଇଦେବା ଦିଗରେ ମିଶନ ଶକ୍ତି ମାଧ୍ୟମରେ ବ୍ରାଇଡାଲ୍‌ ମେକ୍‌ଅପ୍‌ ପାଠ୍ୟକ୍ରମ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଯାହାଫଳରେ ସେମାନେ ରୋଜଗାରର ସ୍ୱତନ୍ତ୍ର ପନ୍ଥା ତିଆରି କରିପାରିବେ । ଏହି ଅବସରରେ
ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ଅଭିଜ୍ଞତା ଉପସ୍ଥାପନ ଥିଲେ । ଏପରି ପ୍ରଶିକ୍ଷଣ ଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ସେମାନଙ୍କ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ତାଲିମ ଦେଇ ସ୍ୱାବଲମ୍ବୀ କରାଇବାରେ ସହାୟକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

୧୬୫ କୋଟି ଟଙ୍କାର ନିଶାଦ୍ରବ୍ୟ ଖାଇଦେଲା ଭାଲୁ

ନନ୍ଦିଘୋଷ ବ୍ୟୁରୋ: ନିଶା ତ ମଣିଷ କରନ୍ତି  । କିନ୍ତୁ ପଶୁ – ପକ୍ଷୀ ବି ନିଶାରେ ମସଗୁଲ  । କୋକେନ ବିୟର ନାମକ ଏକ ଫିଲ୍ମ ପରଦାକୁ ଆସିଛି  । ଯେଉଁଥିରେ  ଭାଲୁ  କୋକେନ୍ ଖାଇ କେମିତି ଗଡୁଛି, ତାହା ଦେଖିବାକୁ ମିଳିଥିଲା  । କିନ୍ତୁ ଏଇ ଫିଲ୍ମ ବାସ୍ତବ କାହାଣୀ ଉପରେ ଆଧାରିତ  । ମସିହା ୧୯୮୫  । ଦେଶ ଜର୍ଜିଆ  । ଡ୍ରଗ୍ସ ମାଫିଆ ରିଓ ଥର୍ଟନ ଚଲାଇଥାଏ ବଡ ଧରଣର କଳା ସାମ୍ରାଜ୍ୟ  । ଏମିତିକି ଗୋଟିଏ ପ୍ଲାଇଟ ବୁକ କରି ସେଥିରେ ଲକ୍ଷାଧିକ କେଜିର କୋକେନ ଭର୍ତ୍ତି କରି ଜର୍ଜିଆ ଜଙ୍ଗଲ ଉପରେ ଯାଉଥାଏ  ।

କଲୋମ୍ବିଆରୁ ସଂଯୁକ୍ତ ରାଷ୍ଟ୍ର ଅଭିମୁଖେ ଉଡାଣ ଭରିଥାଏ ଡ୍ରଗ୍ସ ଭର୍ତ୍ତି ଫ୍ଲାଇଟ୍  । ଆଉ ପୋଲିସର ନଜର ମଧ୍ୟ ଥାଏ ମାଫିଆ ଉପରେ  । ଚଢାଉରେ ଭୟରେ  ରିଓ ଥର୍ଟନ ରଚିଥିଲା ଏକ ପ୍ଲାନ  । ଜର୍ଜିଆ ଜଙ୍ଗଲରେ ଫିଙ୍ଗିଦେଇଥିଲା ଲକ୍ଷାଧିକ କେଜିର କୋକେନ    । ଯାହାର ମୂଲ୍ୟ ୧୬୫ କୋଟି  ।  ନିଜେ ମଧ୍ୟ ପାରାସୁଟ୍ ଯୋଗେଁ ଡେଇଁ ପଡିଥିଲା  । କିନ୍ତୁ ଫ୍ଲାଇଟର ଉଚ୍ଚତା ଅଧିକ ଥିବାରୁ ହାର୍ଟଚୋକରେ ମୃତ୍ୟୁ ବରଣ କରିଥିଲା ଡ୍ରଗ୍ସ ମାଫିଆ ରିଓ ଥର୍ଟନ  ।

କିନ୍ତୁ ଜର୍ଜିଆର ଘଞ୍ଚ ଜଙ୍ଗଲରେ ପଡିଥିଲା ହଜାର ହଜାର କେଜିର କୋକେନ ପ୍ୟାକେଟ  । ଖବର ପାଇ ପୋଲିସ ପହଁଚି  ଯାହା ଦେଖେ, ଆଶ୍ଚର୍ଯ୍ୟ ହୋଇପଡ଼େ  । ପୋଲିସ ଆସିବା ଆଗରୁ ଭାଲୁ ଆସି କୋକେନ ଖାଇବାରେ ଲାଗିଛି  । ଏମିତିକି ଭାଲୁଟି ହିଂସ୍ର ହୋଇ ପଡିଛି  । ପରବର୍ତ୍ତୀ ସମୟରେ ଓଭରଡୋଜ ନିଶା ଯୋଗୁଁ ଭାଲୁର ମୃତ୍ୟୁ ଘଟିଥିଲା  । କିନ୍ତୁ ଜଙ୍ଗଲରେ ପଡିଥିବା ୧୬୫ କୋଟି ଟଙ୍କାର କୋକେନକୁ ଖାଇଦେଇଥିଲା  ।  ଆଉ ଯାହାକୁ ନେଇ ଆସିଛି ଫିଲ୍ମ କୋକେନ ବିୟର  ।

କେବଳ ଏତିକି ନୁଏଁ ୧୯ଶହ ଶତାଦ୍ଦୀରେ  ଆଫ୍ରିକାରେ ମଧ୍ୟ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ  । ଯେଉଁଠି ହାତୀ ନିଶାରେ ହିଂସ୍ର ହୋଇଯାଇଥିଲେ  । ଆଫ୍ରିକା ଜଙ୍ଗଲରେ ବାସ କରୁଥିବା ଜୁଲ ଜନଜାତି ଦେଖିବାକୁ ପାଇଥିଲେ ତାଙ୍କ ପାଳିତ ହାତୀ ମାନେ ହିଂସ୍ର ହୋଇ ଉତ୍ପାତ ମଚାଉଥିଲେ  । ଆକ୍ରମଣ କରୁଥିଲେ  । ଏହାର କାରଣ ଖୋଜି ସେମାନେ ଜାଣିପାକୁ ପାଇଥିଲେ  । ହାତୀମାନେ ଜଙ୍ଗଲରେ ଏକ ନିଶା ଜାତୀୟ ଫଳକୁ ଖାଉଥିଲେ  । ଯେବେ ସେହି ଫଳକୁ ହାତୀ ମାନେ ଖାଇବାକୁ ପାଉ ନଥିଲେ ସେବେ ସେମାନେ ହିଂସ୍ର ପାଲଟି ଯାଉଥିଲେ  । ଆଉ ଶାନ୍ତ  ହାତୀ ମାନେ ଆକ୍ରମଣ  କରୁଥିଲ  ।

ସେହିପରି ଆଫ୍ରିକାର ବରବେଡ ବା ନୀଳ ମାଙ୍କଡ ଯେତେବେଳେ ବେରବିୟନ ଆଇଲ୍ୟାଣ୍ଡରେ ପହଁଚିଥିଲେ  । ସେମାନେ ଆଖୁ ରସ ପିଇବା ଆରମ୍ଭ କରିଦେଲେ  । ଯାହା ଫଳରେ ସେମାନେ ଏକ ପ୍ରକାର ନିଶାଗ୍ରସ୍ତ ହୋଇପଡିଥିଲେ  । ଏକ ଷ୍ଟଡି ରିଗପୋର୍ଟରୁ ଜଣା ପଡିଥିଲା କି, ଯଦି ଖାଲି ପାଣି ଏବଂ ନିଶା ମିଶାଯାଇଥିବା ପାଣି ରଖାଯାଏ  । ତେବେ ୫ଟି ମାଙ୍କଡ ମଧ୍ୟରୁ ଗୋଟିଏ ମାଙ୍କଡ ନିଶା ମିଶା ପାଣିକୁ ସେବନ କରୁଥିବା ଦେଖିବାକୁ ମିଳିଥିଲା  । କେବଳ ହାତୀ ବା ମାଙ୍କଡ ନୁହେଁ ପଶୁ-ପକ୍ଷୀ -କୀଟ ସମସ୍ତେ ନିଶା ସେବନ କରୁଥିବା ଜଣା ପଡିଛି  ।

ଭାରତରେ ଦିନକୁ ୮ ଲକ୍ଷ ଲିଟର ମଦ ମୂଷା ପିଇ ଦେଉଥିବା ଅଭିଯୋଗ ହୋଇଥିଲା  । ମଧ୍ୟପ୍ରଦେଶର ଏକ ସ୍ଥାନ ରହିଛି  । ଯାହାର ନାମ ନଶେଡି ତତୋ  । ଏଠାକାର କୃଷକ ଔଷଧ  ପ୍ରସ୍ତୁତରେ ବ୍ୟବହାର ହେଉଥିବା ଅଫିମ ଚାଷ କରିଥାନ୍ତି  । ତାହା ପୁଣି ସରକାରଙ୍କ ଠାରୁ ଲାଇସେନ୍ସ ନେଇ  । କିନ୍ତୁ ଉକ୍ତ ସ୍ଥାନରେ ମଣିଷକୁ ଠାରୁ ଅଧିକ ଅଫିମ ଖାଇଥାନ୍ତି ଶୁଆ   । ଜଙ୍ଗଲରୁ ଉଡି ଆସି ପ୍ରତିଦିନ ଅଫିମ ଫଳକୁ ଥଣ୍ଟରେ ଟେକି ନେଇଯାଇଥାନ୍ତି  । ଯେମିତିକି ଶୁଆଙ୍କୁ ପ୍ରତିଦିନ ଆବଶ୍ୟକ ପଡିଥାଏ ଅଫିମ ନିଶା  ।

ଗଜପତିର ୨ ନେତାଙ୍କୁ ରାଜ୍ୟ ସମ୍ପାଦକ ଦାୟିତ୍ବ, କନ୍ଧମାଳର କର୍ଣ୍ଣ ଜିଲ୍ଲା ସଭାପତି

ଭୁବନେଶ୍ବର: ବିଜେ଼ଡି ସଭାପତି ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଓ ଗଜପତି ଜିଲ୍ଲା ବିଜେଡି କମିଟିର ପୁନର୍ଗଠନ କରିଛନ୍ତି । ଗଜପତି ଜିଲ୍ଲାର ୨ ନେତାଙ୍କୁ ବିଜେଡି ରାଜ୍ୟ ସଂପାଦକ ଦାୟିତ୍ୱ ମିଳିଛି  । ବସନ୍ତ ଦାସ ଓ ପ୍ରଦୀପ ନାୟକ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରକାଶ ପାଇଛି ଦଳୀୟ ନିର୍ଦ୍ଦେଶନାମା  । ଏନେଇ ସୂଚନା ଦେଇଛନ୍ତି ବିଜେଡି ରାଜ୍ୟ ସାଧାରଣ ସଂପାଦକ ମାନସ ମଙ୍ଗରାଜ  । ଗଜପତି ଜିଲ୍ଲା ବିଜେଡି ଜିଲ୍ଲା ସଭାପତି ଭାବେ ଜଗବନ୍ଧୁ ଦାସଙ୍କୁ ନିଯୁକ୍ତି ମିଳିଛି  ।

 

ଏହାଛଡା ୧୩ ଜଣଙ୍କୁ ଉପସଭାପତି, ୧୨ ସାଧାରଣ ସଂପାଦକ ,୧୩ ସଂପାଦକ ଓ ୧୫ଯୁଗ୍ମ ସଂପାଦକଙ୍କୁ ଓ ଜଣେ କୋଷାଧ୍ୟକ୍ଷଙ୍କୁ ଦାୟିତ୍ୱ ମିଳିଛି । ସେହିଭଳି ଜିଲ୍ଲାରେ ଥିବା ପାରଳାଖେମୁଣ୍ଡି ମ୍ୟୁନସିପାଲଟି ସହ କାଶୀନଗର NAC ଏବଂ ୭ ବ୍ଲକର ନୂଆ ସଭାପତି ନିଯୁକ୍ତି ଦିଆଯାଇଛି  ।

ସେହିପରି କନ୍ଧମାଳ ଜିଲ୍ଲା ବିଜେଡି କମିଟିରେ ଜିଲ୍ଲା ସଭାପତି ଭାବେ ସରୋଜ କର୍ଣ୍ଣଙ୍କୁ ନବୀନ ନିଯୁକ୍ତି ଦେଇଛନ୍ତି । ଜିଲ୍ଲା କମିଟିରେ ୭ ଉପସଭାପତି ଓ ୧୭ ସାଧାରଣ ସଂପାଦକ, ୧୯ସଂପାଦକ ଓ ୧୫ଯୁଗ୍ମ ସଂପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କ ସହ ଡିଜିଟାଲ ଓ ମିଡିଆ ପାଇଁ ସାଧାରଣ ସମ୍ପାଦକ ଓ ସମ୍ପାଦକ ନିଯୁକ୍ତ ହୋଇଛନ୍ତି  । ଜିଲ୍ଲାର ମ୍ୟୁନସିପାଲଟି, ବ୍ଲକ ଓ ଏନଏସି ପାଇଁ ମଧ୍ୟ ନୂତନ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ  ।

ଏହି ଗାଁରେ କାଦୁଅରେ ନାଚି ବରଯାତ୍ରୀଙ୍କୁ କରାଯାଏ ସ୍ବାଗତ, ଜାଣନ୍ତୁ କେଉଁଠି ?

ରାୟପୁର: ଭାରତରେ ବିବାହର ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ  । ଅଲଗା ଅଲଗା ଧର୍ମ ଓ ସମୁଦାୟରେ ବିବାହର ପରମ୍ପରା ଭିନ୍ନ ହୋଇଥାଏ  । କେଉଁଠି ନାଚଗୀତ ସହ ଧୂମଧାମରେ ବାହାଘର ହୁଏ ତ ପୁଣି କେଉଁଠି ଅତି ସାଧାରଣ ଭାବେ ବିବାହ ସମ୍ପର୍ନ୍ନ ହୋଇଥାଏ  । ଆଜି ଆମେ ଆପଣଙ୍କୁ ଏମିତି ପରମ୍ପରାର ବିବାହ ବିଷୟରେ କହିବୁ ଯାହା ଆପଣ ବିଶ୍ବାସ କରି ପାରିବେ ନାହିଁ  ।

 

ଛତିଶଗଡର ଅମ୍ବିକାପୁର ନିକଟ ମୈନପାଟରେ ମାଝୀ ସମ୍ପ୍ରଦାୟ ବିବାହ ସମୟରେ ବରଯାତ୍ରୀଙ୍କୁ ନିଆରା ଅନ୍ଦାଜରେ ସ୍ବାଗତ କରିଥାନ୍ତି  । କନିଆଁ ଘରେ ଯେତେବେଳେ ବରଯାତ୍ରୀ ପହଞ୍ଚନ୍ତି ସେତେବେଳେ କନ୍ୟାପକ୍ଷ କାଦୁଅରେ ନାଚି ସେମାନଙ୍କ ସ୍ବାଗତ କରିଥାନ୍ତି  । ଥକିପଡିବା ପର୍ଯ୍ୟନ୍ତ ସେମାନେ କାଦୁଅରେ ଗଡି ବରଯାତ୍ରୀଙ୍କ ମନୋରଞ୍ଜନ କରିଥାନ୍ତି  । ଶେଷରେ ଯିଏ ଜିତିଯାଏ ତାଙ୍କୁ ସର୍ବପ୍ରଥମେ ବରଯାତ୍ରୀଙ୍କ ସ୍ବାଗତ କରିବାକୁ ସୁଯୋଗ ମିଳେ  ।

 

ଯେତେବେଳେ ବରଯାତ୍ରୀ କନିଆଁ ଘର ନିକଟରେ ପହଞ୍ଚନ୍ତି ସେତେବେଳେ କନ୍ୟାପକ୍ଷ କାଦୁଅରେ ନାଚିବା ଆରମ୍ଭ କରିଦିଅନ୍ତି  । ବ୍ୟାଣ୍ଡ୍‌ ବାଜା ବଜାଇ ପଶୁଙ୍କ ଭଳି ସେମାନେ ବେଶଭୂଷା ଧାରଣ କରନ୍ତି  । କିଏ ମାଙ୍କଡ ସାଜେ ତ ପୁଣି କିଏ ପଶୁ ମାନଙ୍କ ସ୍ବରରେ ଡାକିଥାନ୍ତି  । ଏହି ପରମ୍ପରା ପୀଢି ଧରି ଚାଲି ଆସୁଥିବା କୁହନ୍ତି ମାଝୀ ସମ୍ପ୍ରଦାୟ  । ପରମ୍ପରା ଦେଖିବାକୁ କନ୍ୟା ଘର ନିକଟରେ ଅନ୍ୟ ସମାଜର ଲୋକେ ଭିଡ ଜମାଇଥାନ୍ତି  ।

୯ ବର୍ଷରେ ଗ୍ୟାସ ଦର ତିନି ଗୁଣା, ହାଣ୍ଡିଶାଳରେ ଚଡ଼କ

ଭୁବନେଶ୍ୱର: ପ୍ରତିଦିନ ଦରଦାମ ହୁହୁ ହୋଇ ବଢୁଥିବା ବେଳେ ଗ୍ୟାସ ଦରବୃଦ୍ଧି ଜନତାଙ୍କୁ କନ୍ଦାଇଲାଣି । ସାଧାରଣ ଜନତା ଦରଦାମ୍ ବୃଦ୍ଧିରେ ଅତିଷ୍ଠ ହେଉଥିବା ବେଳେ ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛି ବିଜେଡି। ପୁଣି ଗ୍ୟାସ ଦର ୫୦ଟଙ୍କା ବଢାଇଛନ୍ତି କେନ୍ଦ୍ର ସରକାର, ସାଧାରଣ ଲୋକଙ୍କୁ ଏହା ବାଧୁଛି।

ହେଲେ ଏନେଇ ମୁହଁ ଖୋଲୁନାହାନ୍ତି ରାଜ୍ୟ ବିଜେପି ନେତା। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଆସିବା ପରେ ଉଜ୍ଜ୍ବଳା ଯୋଜନାରେ ଘରେ ଘରେ ସହଜ ଓ ସୁଲଭ ମୂଲ୍ୟରେ LPG ସିଲିଣ୍ଡର ଦିଆଯିବ ବୋଲି କହିଥିଲେ। ହେଲେ ୨୦୧୪ରେ ଗ୍ୟାସ ସିଲିଣ୍ଡର ଦର ୪୧୦ ଥିବା ବେଳେ ଏବେ ୧୧ଶହ ଟପିଲାଣି। ମାତ୍ର ୮, ୯ ବର୍ଷ ଭିତରେ ଗ୍ୟାସ ଦର ତିନି ଗୁଣା ବଢିଛି।

କରୋନା ସମୟରେ ଗରିବଙ୍କ ପାଇଁ ଅତିରିକ୍ତ ୫କିଲୋ ଚାଉଳ ବ୍ୟବସ୍ଥା କରାଯାଇଥିଲା। ହେଲେ ଜାନୁଆରି ୧ରୁ ତାକୁ କାଟି ଦେଇଛନ୍ତି କେନ୍ଦ୍ର ସରକାର। ଚାଉଳ କାଟିଲେ, ରାନ୍ଧିବା ପାଇଁ ଆବଶ୍ଯକ ଗ୍ୟାସ ସିଲିଣ୍ଡର ଦର ବି ବଢ଼ାଇ ଦେଲେ। ସବୁ ଘରେ ଏହାର ପ୍ରଭାବ ପଡିଛି। ଏବେ ଏହା ସମସ୍ତଙ୍କୁ କନ୍ଦାଇବାକୁ ଲାଗିଲାଣି । ହେଲେ ବିଜେପି ଚୁପ ରହିଛି।

ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରୀଙ୍କୁ ଛୁରାମାଡ ଅଭିଯୋଗ

ଗୁଣୁପୁର: ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରୀଙ୍କୁ ଛୁରାମାଡ। ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୁମୁଡା ଦ୍ରୌପଦୀ ବିଦ୍ୟାପୀଠର ଜଣେ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ। ଜଗନ୍ନାଥ ମନ୍ଦିର ରାସ୍ତାରେ ଛାତ୍ରୀଙ୍କୁ ଅଭିଯୁକ୍ତ ଯୁବକ ଛୁରାମାଡ଼ କରିଥିବା ଜଣାପଡ଼ିଛି ।

ତେବେ ଛାତ୍ରୀଙ୍କ ବେକରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୀଡ଼ିତା ଯୁକ୍ତ ଦୁଇ କଳା ବିଭାଗର ଛାତ୍ରୀ । ପୋଲିସ ଘଟଣସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଅଟକ ରଖିଥିବା ସୂଚନା।