spot_img
Home Blog Page 3405

ପଦାରେ ପଡ଼ିଲା ମନମୋହନଙ୍କ ସଭାପତିତ୍ୱକୁ ନେଇ ବିଜେପିର ଅସନ୍ତୋଷ: ବିଜେଡି

ଭୁବନେଶ୍ୱର: ନିଜ ରାଜ୍ୟ ସଭାପତିଙ୍କୁ ହଟହଟା କରିବାକୁ ଚାହୁଁଛି ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ । ମନମୋହନ ସାମଲକୁ ସମସ୍ୟାରେ ପକାଇବାକୁ ହୋଇଛି ଷଡ଼ଯନ୍ତ୍ର । ରାଜ୍ୟ ବିଜେପିରେ ଚାଲିଥିବା ଅନ୍ତଃକନ୍ଦଳକୁ ପଦାରେ ପକାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରେସମିଟ୍ ତାଙ୍କ ଦଳରେ ଚାଲିଥିବା ବିବାଦକୁ ପଦାରେ ପକାଇଦେଇଛି । ବେଦାନ୍ତ ବିଶ୍ବବିଦ୍ୟାଳୟକୁ ଜମି ହସ୍ତାନ୍ତର ସମୟରେ ରାଜସ୍ବ ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ ଦୁଇ ବିଜେପି ନେତା । ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାଜସ୍ବ ମନ୍ତ୍ରୀ ଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ବରିଷ୍ଠ ବିଜେପି ନେତା ସମୀର ଦେ । ଯେଉଁମାନେ କି ଜମି ହସ୍ତାନ୍ତର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ।

ମାତ୍ର ଏବେ ମନମୋହନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ । ସେ ରାଜ୍ୟ ସଭାପତି ହେବା ପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ସମସ୍ୟାରେ ପକାଇବାକୁ ଲାଗିପଡ଼ିଛନ୍ତି । ମନମୋହନଙ୍କୁ ଗ୍ରହଣ କରୁନଥିବା ଗୋଷ୍ଠୀ ଏହି ପ୍ରସଙ୍ଗ ଉଠାଇ ତାଙ୍କୁ ହଟହଟା କରିବାକୁ ଚେଷ୍ଟା କରୁଛି । ଘର କଳିକୁ ବିଜେପି ଦାଣ୍ଡରେ ପକାଇ ରାଜନୀତି କରିବା ଶୋଭନୀୟ ନୁହେଁ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

 

ବିଜେଡିରେ ମିଶିଲେ ଦେବଗଡ଼ ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନ

ଭୁବନେଶ୍ୱର: ବିଜେଡିରେ ମିଶିଲେ ବିଜେପିର ନେତା ଓ କର୍ମୀ । ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଦେବଗଡ଼ ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନ । ୧୯୯୦ ମସିହାରୁ ବିଜେପିରେ କାର୍ଯ୍ୟ କରିଆସୁଥିଲେ ମୀନକେତନ । ବିଭିନ୍ନ ସମୟରେ ପ୍ରଭାରୀ ଭାବେ ଦାୟିତ୍ୱ ମଧ୍ୟ ନେଇଛନ୍ତି ମୀନକେତନ । ମୀନକେତନ ପ୍ରଧାନ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ମୀନକେତନଙ୍କ ବିଜେଡିକୁ ସ୍ୱାଗତ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଦେବଗଡ଼ ଜିଲ୍ଲା ଅବଜର୍ଭର ଅମରେଶ ଜେନା ଓ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ସାମିଲ ଥିଲେ ।

ବିଜେଡିରେ ସାମିଲ ହେଲା ପରେ ଓଡ଼ିଶା ଲୋକଙ୍କର ଓ ଦେବଗଡ଼ ଲୋକଙ୍କ ସେବା କରିବା ପାଇଁ ମୁଁ ବିଜେଡିରେ ସାମିଲ ହେଲି ବୋଲି କହିଛନ୍ତି ମୀନକେତନ ପ୍ରଧାନ । ସେ କହିଛନ୍ତି, ମୁଁ କୌଣସି ଆଶା ନେଇ ବିଜେଡିକୁ ଆସିନାହିଁ, ବିଜେପିରେ ସମନ୍ୱୟର ଅଭାବ ଅଛି । ଦୀର୍ଘ ୩୨ ବର୍ଷ ବିଜେପିରେ ରହିବା ପରେ ସମ୍ମାନ ସେଠି ମିଳିଲା ନାହିଁ । ବିଜେପି ଦଳ ମୋତେ ଅଣଦେଖା କରିଛି ସେଥିପାଇଁ ମୁଁ ବିଜେପି ଛାଡି ବିଜେଡିରେ ସାମିଲ ହେଲି ।

କୋଲାବ ଜଳଭଣ୍ଡାରରେ ବଡ଼ ଅଘଟଣ, ତେନ୍ତୁଳିପଡ଼ା ଘାଟରେ ଦେଶୀ ଡଙ୍ଗାବୁଡି ଜଣେ ମୃତ

ଲମତାପୁଟ: କୋରାପୁଟ କୋଲାବ ଜଳଭଣ୍ଡାରରେ ଡଙ୍ଗାବୁଡ଼ି । ତେନ୍ତୁଳିପଡ଼ା ଘାଟରେ ଡଙ୍ଗାବୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ନିଖୋଜ ଅଛନ୍ତି । ଡଙ୍ଗାରେ ମୋଟ ୮ଜଣ ଥିବାବେଳେ ସମସ୍ତେ ଉମ୍ବେଲ ଗାଁରୁ ଯାତ୍ରା ଦେଖି ସେମିଳିଗୁଡ଼ା ବ୍ଲକ ମୁଖିବିଡ଼ଇ ଗାଁକୁ ଫେରୁଥିଲେ । ଦେଶୀ ଡଙ୍ଗାରେ ଯିବାବେଳେ ହଠାତ ଡଙ୍ଗାଟି ବୁଡ଼ିଯାଇଥିଲା । ୪ ଜଣ ପହଁରି ପହଁରି କୂଳକୁ ଆସିଥିବାବେଳେ ଆଉ ୪ ଜଣ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ନିଖୋଜଙ୍କୁ ଖୋଜୁଛି ପୋଲିସ ।

ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା କରି ଜୟପୁରରେ ଲାଗୁ ହେଲା ୧୪୪ ଧାରା

ଜୟପୁର: ଜୟପୁର ଉପଖଣ୍ଡରେ ଲାଗିଲା ୧୪୪ ଧାରା । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାକୁ ଆଶଙ୍କା କରି ଜୟପୁରରେ ଲାଗୁ ହୋଇଛି ୧୪୪ ଧାରା । ଆଜିଠୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୭ ଦିନ ପର୍ଯ୍ୟନ୍ତ କଟକଣା ଜାରି ରହିବ । ପ୍ରତିଦିନ ଅପରାହ୍ନ ୩ଟାରୁ ପରଦିନ ସକାଳ ୯ଟା ଯାଏ ୧୪୪ ଧାରା ବଳବତ୍ତର ରହିବ । କୌଣସି ସ୍ଥାନରେ ଦୁଇରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ ।

ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି ନ କରନ୍ତୁ କେନ୍ଦ୍ରମନ୍ତ୍ରୀ: ବିଜେଡି

ଭୁବନେଶ୍ୱର: ସମ୍ବଲପୁରରେ ଅଶାନ୍ତି ପ୍ରସଙ୍ଗ । ଶାନ୍ତି ଓ ସୌହାର୍ଦ୍ଦ୍ୟ ବଦଳରେ ଏହାକୁ ନଷ୍ଟ ଲାଗି କେନ୍ଦ୍ରମନ୍ତ୍ରୀ କରୁଛନ୍ତି ହୀନ ଉଦ୍ୟମ । ଶାନ୍ତି ସୌହାର୍ଦ୍ଦ୍ୟ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ । ସ୍ପର୍ଶକାତର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ରାଜନୀତି ନକରନ୍ତୁ ବୋଲି କହିଛି ବିଜେଡି । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି- କର୍ଣ୍ଣାଟକ, ଉତ୍ତରପ୍ରଦେଶ ଆଦି ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚିନ୍ତାଜନକ । ହେଲେ ବିଜେପିର ମନ୍ତ୍ରୀ ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟକୁ ନେଇ ନାନା ଦାୟିତ୍ୱହୀନ ଟିପ୍ପଣୀ ଦେଉଛନ୍ତି । ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଆଇନହୀନ ବ୍ୟକ୍ତି କହିବା ଦୁର୍ଭାଗ୍ୟଜନକ । ସାମ୍ବିଧାନିକ ପଦବୀରେ ଥାଇ ଏଭଳି  ବିବାଦୀୟ ମନ୍ତବ୍ୟ ଦୁର୍ଭାଗ୍ୟଜନକ । ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର ।

ଝାରସୁଗୁଡ଼ା ଉପନିର୍ବାଚନରେ ଲକ୍ଷେ ଭୋଟ ବ୍ୟବଧାନରେ ଜିତିବ ବିଜେଡି: ପ୍ରମିଳା ମଲ୍ଳିକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ଲକ୍ଷେ ଭୋଟ ବ୍ୟବଧାନରେ ଜିତିବ ବିଜେଡି । ଲୋକଙ୍କ ପାଇଁ କାମ କରିଛି ବିଜେଡି, ସେମାନଙ୍କ ସହ ରହିଛି । ପ୍ରମୁଖ ବିରୋଧୀ ୧୦ ବର୍ଷ ହେବ କେନ୍ଦ୍ରରେ ଶାସନ କରୁଛନ୍ତି । ସେମାନେ ଲୋକଙ୍କ ପାଇଁ କ’ଣ କରିଛନ୍ତି ବୋଲି ପଚାରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। କେନ୍ଦ୍ର ସରକାରଙ୍କ ପାଇଁ ବରିଷ୍ଠ ନାଗରିକ କାନ୍ଦୁଛନ୍ତି, ପେନସନ୍ ଠିକ୍ ଭାବେ ମିଳୁନି । ବ୍ୟାଙ୍କ ଯାଇ ଟିପ ଚିହ୍ନ ଦେଇ ହଇରାଣ ହେଉଥିବା ପ୍ରମିଳା କହିଛନ୍ତି ।

ସେପଟେ ବଡ଼ ବ୍ୟବଧାନରେ ବିଜେଡିକୁ ବିଜୟୀ କରିବାକୁ ମନସ୍ଥ କରି ସାରିଛନ୍ତି ଭୋଟର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ମୂଳକ କାର୍ଯ୍ୟକ୍ରମ ଦଳକୁ ଜିତାଇବ ବୋଲି ବିଜେଡି ବିଧାୟକ ଭୂପିନ୍ଦର ସିଂହ କହିଛନ୍ତି । ସ୍ୱର୍ଗତ ନବ ଦାସ ଝାରସୁଗୁଡ଼ା ପାଇଁ ବହୁତ କାମ କରିଥିଲେ । ଉପନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଦ୍ୱିତୀୟ ସ୍ଥାନ ପାଇଁ ଲଢେଇ ହେବ ବୋଲି କହିଛନ୍ତି ଭୂପିନ୍ଦର ସିଂ ।

 

ସାରା ରାଜ୍ୟରେ ପ୍ରବଳ ଖରା, ଦିନ ସାଢେ ୨ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ୫ ସହର

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ । ଦିନ ସାଢ଼େ ଦୁଇଟା ସୁଦ୍ଧା ଝାରସୁଗୁଡ଼ା ହୋଇଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡ଼ାରେ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସମ୍ବଲପୁରରେ ୪୧.୨, ଭୁବନେଶ୍ବରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚାନ୍ଦବାଲି, ହୀରାକୁଦରେ ୪୦ ଡିଗ୍ରୀ ଲେଖାଏ ପାରଦ ରେକର୍ଡ ହୋଇଥିବାବେଳେ କେନ୍ଦୁଝରରେ ୩୯.୨, ବାଲେଶ୍ବରରେ ୩୮.୪, ଗୋପାଳପୁରରେ ୩୪.୬, ପୁରୀରେ ୩୪.୨ ଓ ପାରାଦୀପରେ ୩୨. ୮ ଡିଗ୍ରୀ ତାତି ରେକର୍ଡ ହୋଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ଖରା ଜାରି ରହିବ ।

ଅନ୍ୟପକ୍ଷରେ ଆସନ୍ତାକାଲି ୮ଟି ଜିଲ୍ଲା ଏବଂ ୧୫ ତାରିଖରେ ୯ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହୋଇପାରେ । ସେହିଭଳି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ତାତି ୪୦ ଡିଗ୍ରୀ ଅତିକ୍ରମ କରିବ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଫସଲ ପରିଚାଳନା ପାଇଁ ଓୟୁଏଟି ଦେଇଛି ପରାମର୍ଶ । ୨୦ ତାରିଖ ପର୍ଯ୍ୟନ୍ତ ହେଲ୍ପଲାଇନ ନମ୍ବର ଜାରି କଲା ଓୟୁଏଟି । ଏନେଇ ସୂଚନା ଦେଇଛନ୍ତି ଓୟୁଏଟି କୁଳପତି ପ୍ରଭାତ କୁମାର ରାଉଳ ।

 

ହୁଗୁଳି ନଦୀ ତଳେ ଚାଲିଲା ଦେଶର ପ୍ରଥମ ମେଟ୍ରୋ

କୋଲକାତା: ପ୍ରଥମ ଥର ପାଣି ତଳେ ଯାତ୍ରା କରି ରେକର୍ଡ କଲା କୋଲକତା ମେଟ୍ରୋ ଟ୍ରେନ  । ଏସପ୍ଲାନେଡ ଠୁ ହାୱଡା ମଇଦାନ ଷ୍ଟେସନ ପର୍ଯ୍ୟନ୍ତ ଏହାର ଟ୍ରାଏଲ ଆରମ୍ଭ ହୋଇଛି  । ପାଣି ତଳେ ରେକ୍‌ ନମ୍ବର ଏମ ଆର ୬୧୨ର ପରୀକ୍ଷାମୂଳକ ସେବା ଆରମ୍ଭ କରାଯାଇଛି  । ପ୍ରଥମ ପର୍ଯ୍ୟାୟରେ ଦୁଇଟି ମେଟ୍ରୋକୁ ପରୀକ୍ଷାମୂଳକ ବ୍ୟବହାର କରାଯାଇଛି  । ଏଥିରେ ମେଟ୍ରୋର ବରିଷ୍ଠ ଅଧିକାରୀ ମାନେ ଯାତ୍ରା କରିଛନ୍ତି  । ପ୍ରଥମେ ସାତ ମାସ ପର୍ଯ୍ୟନ୍ତ ଏସପ୍ଲାନେଡରୁ ହାୱଡା ମଇଦାନ ପର୍ଯ୍ୟନ୍ତ ପରୀକ୍ଷା ମୂଳକ ଭାବେ ଏହି ଅଣ୍ଡରଗ୍ରାଉଣ୍ଡ ସେବା ଆରମ୍ଭ କରାଯିବ  ।

ବହୁ ଘାତ ପ୍ରତିଘାତ ପରେ ହୁଗୁଳି ନଦୀକୁ ଚିରି ମେଟ୍ରୋ ସେବା ଆରମ୍ଭ ହେବାକୁ ଯାଉଛି  । ଏହା ରାଜ୍ୟ ପରିବହନ କ୍ଷେତ୍ରରେ ଏକ ମାଇଲଷ୍ଟୋନ ଭାବେ ଉଭା ହେବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି  । ପଶ୍ଚିମବଙ୍ଗ ବାସୀଙ୍କ ପାଇଁ ଭାରତୀୟ ରେଳର ଏହା ନୂଆବର୍ଷ ଉପହାର ହେବାକୁ ଯାଉଥିବା ଅଧିକାରୀ କହିଛନ୍ତି  ।

ପରୀକ୍ଷଣ ସଫଳ ହେଲେ ଖିୁବଶୀଘ୍ର ପାଣିତଳେ ବ୍ୟବସାୟିକ ସେବା ଆରମ୍ଭ ହେବ  । ପ୍ରତିଦିନ ୪.୮ କିଲୋମିଟର ଚାଲିବ ଏହି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ  । ମାତ୍ର ୪୫ ସେକେଣ୍ଡରେ ହୁଗୁଳି ନଦୀ ଭିତରେ ୫୨୦ ମିଟର ରାସ୍ତା ଅତିକ୍ରମ କରିବ ମେଟ୍ରୋ  । ନଦୀ ଶଯ୍ୟାରୁ ୩୨ ମିଟର ତଳେ ଏହି ଟନେଲ ନିର୍ମାଣ କରାଯାଇଛି  । ଏଭଳି ହେଲେ ହାୱଡା ଦେଶର ଗଭୀରତମ ମେଟ୍ରୋ ଷ୍ଟେସନ ପାଲଟିବ  ।  .

ଏନସିଇଆରଟିର ଏକାଦଶ ଶ୍ରେଣୀ ବହିରୁ ବାଦ ପଡିଲେ ପ୍ରଥମ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଏନସିଇଆରଟି ଏକାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ବିଷୟରୁ ହଟିଲା ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀଙ୍କ ନାମ । ସ୍ବାଧୀନତା ସଂଗ୍ରାମ ତଥା ଶିକ୍ଷା ସଂସ୍କାର କ୍ଷେତ୍ରରେ ଜଡିତ ମୌଲାନା ଆବୁଲ କଲାମ ଆଜାଦଙ୍କ ନାମ ପାଠ୍ୟପୁସ୍ତକରୁ ବାଦ୍ ପଡିବାକୁ ନେଇ ସୃଷ୍ଟି ହୋଇଛି ବିତର୍କ ।

ପୂର୍ବରୁ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ଓ ସ୍ବାଧୀନୋତ୍ତର ଭାରତ ଲାଗି ତାଙ୍କର ଅବଦାନ ବିଷୟ ପାଠ୍ୟପୁସ୍ତକରୁ ବାଦ୍ ପଡିଥିଲା । ଏବେ ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଟ ଟ୍ରେନିଂ ବା ଏନସିଇଆରଟିର ଏକାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପୁସ୍ତକରୁ ବାଦ ପଡିଛନ୍ତି ଆଜାଦ । ରାଜନୀତି ବିଜ୍ଞାନ ପୁସ୍ତକର ପ୍ରଥମ ବିଭାଗରେ ଥିବା ’ସମ୍ବିଧାନ- କାହିଁକି ଓ କିପରି’ ବିଷୟର ଏକ ଧାଡିକୁ ବାଦ୍ ଦେଇଛନ୍ତି କମିଟି ।

ଏହି ଧାଡିରେ ମୌଲାନା ଆଜାଦଙ୍କ ନାମ ସ୍ଥାନିତ ଥିଲା । ସେହି ଧାଡ଼ିରେ ଅନ୍ୟ ଯେଉଁମାନେ ସ୍ଥାନିତ ହୋଇଛନ୍ତି ସେମାନେ ହେଲ ଜବାହାରଲାଲ ନେହରୁ, ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ପଟେଲ ଓ ବିଆର ଆମ୍ବେଦକର । ଦେଶର ନୂଆ ସାମ୍ବିଧାନିକ ସଭା ଲାଗି ହୋଇଥିବା ୧୯୪୬ ନିର୍ବାଚନରେ ପ୍ରମୁଖ ଭୂମିକା ନେଇଥିଲେ ଆଜାଦ । ଏହା ସହ ଭାରତ ସହ ଜମ୍ମୁ ଓ କାଶ୍ମୀରର ସର୍ତ୍ତମୂଳକ ମିଶ୍ରଣ ବିଷୟକୁ ମଧ୍ୟ ପାଠ୍ୟପୁସ୍ତକରୁ ବାଦ୍ ଦିଆଯାଇଛି ।

ବିରୋଧୀଙ୍କୁ ଏକାଠି କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ, ୨୪ ପାଇଁ ଚାଲିଛି ମେଳି

ନୂଆଦିଲ୍ଲୀ: ୨୪ ପୂର୍ବରୁ ଦିଲ୍ଲୀରେ ବିରୋଧୀଙ୍କ ମେଳି । ରାଜଧାନୀରେ ବିଜେପି ବିରୋଧରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିରୋଧୀ ଦଳଙ୍କୁ ଏକାଠି କରି ମହାମେଣ୍ଟ ଗଠନ ପାଇଁ ରଣନୀତି ଚଳାଇଛନ୍ତି ନୀତିଶ। ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ବୈଠକ ପରେ ଆଜି ଲେଫ୍ଟ ପାର୍ଟି ସହ ମିଟିଂ କରିବେ ନୀତୀଶ କୁମାର ।

ସିପିଆଇ ନେତା ଡି ରାଜା, ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ନୀତୀଶଙ୍କ ବାସଭବନରେ ବୈଠକ ବସିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଧର୍ମନିରପେକ୍ଷ ପାର୍ଟି ଗୁଡ଼ିକ ଏକାଠି ହୋଇ ବିଜେପି ବିରୋଧରେ ଲଢ଼େଇ କରିବା ସହ ଦେଶର ଗଣତନ୍ତ୍ରକୁ ରକ୍ଷା କରିବାକୁ ଆହ୍ବାନ ଦେଇଛନ୍ତି ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ।