ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ, ରଥଖଳାରେ ହେବ ଗୁଜ ଅନୁକୁଳ ନୀତି ସମ୍ପାଦନ

ପୁରୀ: ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ଏହି ଅବସରେ ପୁରୀ ରଥଖଳାରେ ଗୁଜ ଅନୁକୁଳ ନୀତି ସମ୍ପାଦନ କରାଯିବ। ରୂପକାର ସେବାୟତମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ନଡ଼ିଆ ବାଡେଇ ରଥ ସହିଂତା ଅନୁସାରେ ଗୁଜ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି । ଅନୁକୂଳ ପରେ ଗୁଜ ଗୁଡିକରେ ନୃସିଂହ ବିରାଳ, ନର ବିରାଳ, ହସ୍ତୀ ବିରାଳ, ସିଂହ ବିରାଳ ଆଦି ଖୋଦେଇ କରାଯିବ।

ଏହାସହ ଭୋଇ ସେବକ ମାନେ ଯନ୍ତାଗାଡ଼ ନିର୍ମାଣ ଆରମ୍ଭ କରିବେ । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ୩ ରଥର ଚକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ତୁମ୍ବ ନିର୍ମାଣ କରୁଛନ୍ତି ମହାରଣା ସେବାୟତ । ତିନି ରଥର ତୁମ୍ବରେ ବିନ୍ଧ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅଗର ବିନ୍ଦ କାମ ମଧ୍ୟ ସରିଛି । ତୁମ୍ବ ଗୁଡିକରେ ପନ୍ଦାରି ବିନ୍ଧ କରୁଛନ୍ତି ମହାରଣା ।