spot_img
Home Blog Page 3384

ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ ଆସେମ୍ବ୍ଲିକୁ ପ୍ରତିନିଧିତ୍ୱ କରିବେ ସସ୍ମିତ ପାତ୍ର

ନୂଆଦିଲ୍ଲୀ: IPUରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ସାସଂଦ ସସ୍ମିତ ପାତ୍ର । ୧୪୬ତମ IPUରେ ପୁଣିଥରେ  ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଛି ଗୁରୁ ଦାୟିତ୍ୱ   ।  ମାର୍ଚ୍ଚ ୧୧ ତାରିଖରୁ ୧୫ ତାରିଖ ମଧ୍ୟରେ ବାହାରିନରେ ଅନୁଷ୍ଠିତ ହେବାକୁ ଯାଉଛି IPU ଅଧିବେସନ  । ବିଶ୍ୱର ୧୭୮ଟି ଦେଶର ସାଂସଦ ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେବେ  ।

ବିଭିନ୍ନ ଦେଶ ପରସ୍ପର ଭିତରେ ଆଲୋଚନା ଓ ପର୍ଯ୍ୟାଲୋଚନା ପାଇଁ ଏହା  ସବୁଠାରୁ ବଡ଼ ମଞ୍ଚ  । ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି ସାଂସଦ ସସ୍ମିତ ପାତ୍ର  । ଗତବର୍ଷ ମଧ୍ୟ ମନୋନୀତ ହୋଇଥିଲେ ସାଂସଦ ସସ୍ମିତ ପାତ୍ର  ।  ଭାରତ ପକ୍ଷରୁ  ବିଦେଶ ଗସ୍ତ କରିଥିଲେ ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ଖୁବ୍ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟାଠୁ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଓଡ଼ିଶାର ପରିଚାଳନା ଖୁବ ଭଲ । ଏଥିପାଇଁ ଓଡିଶାକୁ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲଗାତାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର 2023 ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ତୃତୀୟ ବିପର୍ଯ୍ୟୟ ବିପଦ ହ୍ରାସ ମଞ୍ଚ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀରେ କେନ୍ଦ୍ର ସରକାର ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ osdma କୁ ଏହି ସମ୍ମାନ ପ୍ରଦାନ ପାଇଁ ଘୋଷଣା କରିଥିଲେ ।

ପୁରସ୍କାର ବାବଦରେ 51 ଲକ୍ଷ ଟଙ୍କା ର ଆର୍ଥିକ ଅର୍ଥ ରାଶି ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଛି । 1999 ମସିହା ବାତ୍ୟାରେ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା । ଏହା ଅନେକ କିଛି ଶିକ୍ଷା ଦେଇଛି । ଏହାପରେ ଆହୁରି 7 ଟି ବାତ୍ୟା କୁ ସମ୍ମୁଖୀନ କରିଛି ଓଡ଼ିଶା । କିନ୍ତୁ କୌଣସି ଧନ ଜୀବନ ନଷ୍ଟ ହୋଇନାହିଁ । ଓଡିଶା ପ୍ରଥମ ରାଜ୍ୟ ଯିଏ କି, ଅଗ୍ନିଶମ ବିଭାଗକୁ multi tasking force ଭାବେ ବ୍ୟବହାର କରିଛି ।

ଭାରତ ମାଟ୍ରିମୋନୀକୁ ନେଇ ଅସନ୍ତୋଷ, ଟ୍ରେଣ୍ଡ କରୁଛି ବୟକଟ ଭାରତ ମାଟ୍ରିମୋନୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହାସଟ୍ୟାଗ୍ ବୟକଟ୍ ଭାରତ ମାଟ୍ରିମୋନୀ । ଆପଣ ଭାବୁଥିବେ ଫିଲ୍ମ ପରେ ଏବେ ଲୋକେ ମାଟ୍ରିମୋନୀ ସାଇଟକୁ ବୟକଟ କରିବାକୁ ଲାଗିଲେଣି କି?  ଆଜ୍ଞା ନା, ଭାରତ ମାଟ୍ରିମୋନୀ ବିବାଦ ଘେରରେ ଛନ୍ଦି ହେବାର କାରଣ ହେଉଛି ଏହାର ଏକ ବିଜ୍ଞାପନ ।

ସୋସିଆଲ ମିଡିଆରେ ଏହାର ବିଜ୍ଞାପନ ଦର୍ଶକଙ୍କୁ ପସନ୍ଦ ଆସିନି । ସେଥିପାଇଁ ଏବେ ଚିଡି ଯାଇଛନ୍ତି ସୋସିଆଲ ମିଡିଆ ୟୁଜର୍ । ଏବେ ଜାଣନ୍ତୁ କ’ଣ ରହିଛି ପୂରା ଘଟଣା ।

ହୋଲି ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ମାଟ୍ରିମୋନୀରେ ଏକ ବିଜ୍ଞାପନ ଆସିଥିଲା । ହୋଲି ଅବସରରେ ନିର୍ଯାତନା ଯୋଗୁ ଅନେକ ମହିଳା ହୋଲି ପାଳିବା ବନ୍ଦ କରିଦେଇଥିବା ବିଜ୍ଞାପନରେ ଦର୍ଶାଯାଇଥିଲା ।

ଏହାସହ ଆଉ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି, ଯାହା ଏହା ସୂଚାଉଛି ଯେ, ମହିଳାଙ୍କ ଦେହରେ ଲାଗିଥିବା ହୋଲି ରଙ୍ଗ ତ ଧୋଇଯାଏ କିନ୍ତୁ ନିର୍ଯାତନାର ଦାଗ ମନରୁ କେବେ ଲିଭି ନଥାଏ ।

ତେବେ ହୋଲି ଭଳି ଗୋଟେ ହିନ୍ଦୁ ପର୍ବ ପର୍ବାଣୀ ଅବସରରେ ଏପରି ବିଜ୍ଞାପନକୁ ବିଭିନ୍ନ ହିନ୍ଦୁ ସଂଗଠନ ବିରୋଧ କରିଛନ୍ତି । ଟ୍ବିଟରେ ଏହାକୁ ବହୁ ସମାଲୋଚନା କରାଯାଉଛି । ୟୁଜର୍ସ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇବା ସହ କମେଣ୍ଟ ବି କରିଛନ୍ତି ।

ଅନ୍ୟ ସବୁ ପର୍ବ ପର୍ବାଣୀରେ ଭାରତ ମାଟ୍ରିମୋନୀ ଶୁଭେଚ୍ଛା ଜଣାଇବା ସହ ହୋଲିରେ ମହିଳାଙ୍କୁ ନେଇ ଏପରି ବିଜ୍ଞାପନକୁ ୟୁଜର୍ସ ଗ୍ରହଣ କରିନାହାନ୍ତି । ଏଥିପାଇଁ ମାଟ୍ରିମୋନୀ କ୍ଷମା ମାଗୁ ବୋଲି ମଧ୍ୟ ଦାବି ଉଠୁଛୁ ।

୨୦ ମହଲାରୁ ଖସିପଡିଲେ OYO ମାଲିକଙ୍କ ବାପା

ଗୁରୁଗ୍ରାମ: ଓୟୋ ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କ ବାପାଙ୍କ ମୃତ୍ୟୁ  । ଗୁରୁଗ୍ରାମର ସେକ୍ଟର ୫୪ର ୨୦ ମହଲାରୁ ଖସିପଡିଥିଲେ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା  । ଫଳରେ ତାଙ୍କର ମୃତ୍ୟୁ ଘଟିଛି  । ପୋଲିସ ପହଁଚି  ଶବ ଜବତ କରିବା ସହ ବ୍ୟବଛେଦ ମଧ୍ୟ କରିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଜାରି ରଖିଛି  ।

ସେପଟେ  ଦୁଇ ଦିନ ତଳେ ବାହା ହୋଇଥିଲେ ରିତେଶ ଅଗ୍ରଓ୍ବାଲ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ସହ ଧର୍ମିଣୀଙ୍କ ସହ ନିମନ୍ତ୍ରଣ କାର୍ଡ ଦେଇଥିଲେ ରିତେଶ  । କିନ୍ତୁ ବିବାହର ଦୁଇ ଦିନ ପରେ ବାପାଙ୍କ ମୃତ୍ୟୁ ଘଟିଛି  । ଆକସ୍ମିକ ଖସିପଡିଲେ  । ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ  ।

ବର୍ଷାଙ୍କ ପାଇଁ ବରଦାନ ସାଜିଲା BSKY, ଚିକିତ୍ସା ପାଇଲେ ମାନସିକ ଭିନ୍ନକ୍ଷମ ମା’

ଗଞ୍ଜାମ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ.) ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମର ମିଳିତ ପ୍ରଚେଷ୍ଟା ଗଞାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କଇଥପୋଲି ହରିଜନ ସାହିର ନାବାଳିକା ବର୍ଷା ନାଇକ (୧୭ ବର୍ଷ) ପାଇଁ ବରଦାନ ସାବସ୍ତ୍ୟ ହୋଇଛି । ମାନସିକ ଭିନ୍ନକ୍ଷମ ହୋଇଯାଇଥିବା ବର୍ଷାର ମା’ ଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇଛି । ସେ ଆରୋଗ୍ୟ ଲାଭ କରିଛନ୍ତି । ପାଠ ପଢା ପାଇଁ ମଧ୍ୟ ବର୍ଷାକୁ ସହାୟତା ମିଳିଛି ।

ଘଟଣାର ବିବରଣୀରୁ ଜଣାପଡିଛି ଯେ ବର୍ଷାଙ୍କର ମା’ ପ୍ରଭାସିନୀ ନାଇକ ମାନସିକ ରୋଗଗ୍ରସ୍ତ ହୋଇପଡିଥିଲେ । ବର୍ଷାକୁ ଘରର କାମ, ଖାଦ୍ୟ ଯୋଗାଡ, ମା’ ଙ୍କର ଯତ୍ନ ଆଦି ସମସ୍ତ କାମ କରିବାକୁ ପଡୁଥିଲା । ଆର୍ଥିକ ଦୁରାବସ୍ଥା ମଧ୍ୟ ଆଉ ଏକ ବାଧକ ଥିଲା । ଗଣମାଧ୍ୟମରୁ ଏକଥା ଜାଣିବାମାତ୍ରେ ବି.ଏସ୍.କେ.ୱାଇ. ଟିମ୍ ମିଶନ୍ ମୋଡରେ କାମ ଆରମ୍ଭ କରିଥିଲେ । ଜନସ୍ୱାସ୍ଥ୍ୟ ନିର୍ଦେଶାଳୟ, ଗଞାମ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମ୍, ବେଲଗୁଣ୍ଠା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରଙ୍କ ମିଳିତ ସହଯୋଗିତାରେ ଦଳଗତ ଉଦ୍ୟମ ଆରମ୍ଭ ହୋଇଥିଲା ।

ପ୍ରଭାସିନୀ ରହୁଥିବା ଗ୍ରାମରେ ପହଞ୍ଚି ଏହି ଟିମ୍ ସ୍ଥାନୀୟ ଲୋକ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ସହାୟତାରେ ପ୍ରଭାସିନୀଙ୍କ ପରିବାର ସହ ଆଲୋଚନା କରିଥିଲେ । ତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ହେବ ବୋଲି ବୁଝାଇଥିଲେ । ଲଗାତର ଦୁଇ ତିନିଥର ସିଧାସଳଖ ଆଲୋଚନା, ବୁଝାସୁଝା ଏବଂ ପ୍ରତିଶୃତି ଆଦି ପରେ ପରିବାରଙ୍କ ପୂର୍ଣ୍ଣ ସହମତିରେ ଜଣେ ଆତ୍ମୀୟ ସହାୟକଙ୍କ ସହିତ ପ୍ରଭାସିନୀଙ୍କୁ ଫେବୃଆରୀ ୧୬ ତାରଖ ଦିନ ସ୍ୱତନ୍ତ୍ର ଗାଡିରେ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଆବଶ୍ୟକୀୟ ଚିକିତ୍ସାପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ପରିସରରେ ଥିବା ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଓ ନିଶାନିବାରଣ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଆଡମିଶନ କରି ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା ।

ବିଶେଷଜ୍ଞମାନଙ୍କ ଦ୍ୱାରା ପଦ୍ଧତିଗତ ଚିକିତ୍ସା ଓ ନିରନ୍ତର ପର୍ଯ୍ୟବେକ୍ଷଣ ଯୋଗୁ ପ୍ରଭାସିନୀଙ୍କ ମାନସିକ ସ୍ଥିତିରେ ଦୃତ ଉନ୍ନତ୍ତି ସାଧନ ହୋଇଥିଲା । ସେ ଧିରେ ଧିରେ ଆରୋଗ୍ୟ ଲାଭ କରିଥିଲେ । ହସ୍ପିଟାଲରେ ତାଙ୍କ ପାଖରେ ଥିବା ନିଜ ପୁଅ ଏବଂ ଡ଼ାକ୍ତର ଓ ନର୍ସମାନଙ୍କ ସହ ସ୍ୱାଭାବିକ କଥାବାର୍ତ୍ତା କରିବା ଆରମ୍ଭ କଲେ । ଶେଷରେ ଗତକାଲି (ତା ୯/୩/୨୦୨୩ ରିଖ) ପ୍ରଭାସିନୀଙ୍କୁ ହସ୍ପିଟାଲରୁ ଡିସଚାର୍ଯ କରାଯାଇଥିଲା । ସଂପୂର୍ଣ୍ଣ ଚିକିତ୍ସା ଓ ଔଷଧ ଆଦି ତାଙ୍କୁ ମାଗଣାରେ ଯୋଗାଯାଇଥିଲା । ହସ୍ପିଟାଲରୁ ଡିସଚାର୍ଯ ସମୟରେ ଏକ ମାସ ପାଇଁ ଔଷଧ ଦିଆଯାଇଥିଲା । ପରବର୍ତ୍ତି ଅନୁସରଣ ଚିକିତ୍ସା ବିଷୟରେ ତାଙ୍କର ପୁଅ ଓ ପରିବାର ଲୋକମାନଙ୍କୁ ମଧ୍ୟ ବୁଝାଇ ଦିଆଯାଇଥିଲା । ଆଜି ମିଳିଥିବା ଖବର ଅନୁସାରେ ବର୍ତ୍ତମାନ ପ୍ରଭାସିନୀ ପ୍ରାୟ ସ୍ୱାଭାବିକ ଜୀବନ ଆରମ୍ଭ କରୁଛନ୍ତି । ବି.ଏସ୍.କେ.ୱାଇ. ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମ୍ ମଧ୍ୟ ତାଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି ।

ଇତି ମଧ୍ୟରେ ବର୍ଷାଙ୍କୁ ଶିକ୍ଷା ବାବଦ ଜରୁରୀ ଖର୍ଚ୍ଚ ନିମନ୍ତେ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ‘ବୁକ୍ ବ୍ୟାଙ୍କ୍’ ରୁ ମାଗଣାରେ ତାଙ୍କୁ ବହି ଯୋଗାଇ ଦିଆଯାଇଛି । ବର୍ଷାର +୨ ଶିକ୍ଷା ନିମନ୍ତେ ସମସ୍ତ ଫିସ୍ ଛାଡ କରିବା ପାଇଁ ଭଞନଗର ଉପଜିଲ୍ଲାପାଳ ସଂପୃକ୍ତ +୨ କଲେଜକୁ ନିର୍ଦେଶ ଦେଇଛନ୍ତି । ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ଗ୍ରାମୀଣ ଆବାସ ଯୋଜନାରେ ସାମିଲ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଭାସିନୀଙ୍କ ପୁଅ ଦୀପକ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ମୋର ମା’କୁ ଭଲ କଲା ଏବଂ ଆମ ପରିବାରକୁ ରକ୍ଷାକଲା । ଆମେ ଏଥିପାଇଁ ଚିର କୃତଜ୍ଞ ।” ପ୍ରଭାସିନୀଙ୍କୁ ସହାଯତା କରୁଥିବା ତାଙ୍କର ବଡ଼ ଭଉଣୀ ବିଭାସିନୀ କହିଛନ୍ତି, “ଓଡ଼ିଶା ସରକାରଙ୍କ ପାଇଁ ଦୀର୍ଘଦିନ ଧରି ମାନସିକ ରୋଗାଗ୍ରସ୍ତ ଥିବା ମୋର ଭଉଣୀ ଭଲ ହେଲା, ତା’ର ପିଲା ଛୁଆ ପରିବାର ରକ୍ଷା ହେଲା । ବି.ଏସ୍.କେ.ୱାଇ. ସତରେ ଜୀବନ ରକ୍ଷାକାରୀ ଯୋଜନା ।

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି

ରାଉରକେଲା: ନବନିର୍ମିତ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ଷ୍ଟାଡିୟମ । ସେଠାରେ 10 ହଜାରରୁ ଅଧିକ ଦର୍ଶକ କ୍ଷମତା ବିଶିଷ୍ଟ ଫୁଟବଲ ଷ୍ଟାଡିୟମ, ଆଥଲେଟିକ ଟ୍ରାକ ଓ ସୁଇମିଂ ପୁଲ କମ୍ପ୍ଲେକ୍ସ ଓ 180ଟି କାର ପାର୍କିଂ ବିଶିଷ୍ଟ ମଲଟି ଲେବୁଲ କାର ପାର୍କିଂର ଲୋକାର୍ପଣ କରିଛନ୍ତି । ଏହାସହ ଜିଲ୍ଲାର ବିକାଶ ପାଇଁ ୯୦୦କୋଟି ଟଙ୍କାର ୬୦୦ରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୧୫୭. ୨୧ କୋଟି ଟଙ୍କା ମୂଲ୍ୟରେ ୧୦ ଏକର ଜମିରେ ଏହି ଷ୍ଟାଡିୟମ୍‌ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନିର୍ମିତ ହୋଇଛି । ପ୍ରାୟ ୧୦ହଜାର ଦର୍ଶକ ଏକକାଳୀନ ଏଠାରେ ବସି ଖେଳ ଉପଭୋଗ କରିପାରିବେ । ଏଠାରେ ଫୁଟବଲ ସମେତ ଡ୍ରାଗ୍‌ ଆଣ୍ଡ ଫିଲ୍ଡ ବିଭାଗର ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିବ । ଏଥିସହିତ ଏଠାରେ ନିର୍ମିତ ସୁଇମିଂ ପୁଲରେ ସନ୍ତରଣ ନେଇ ପ୍ରଶିକ୍ଷଣ ଦିଆଯିବା ସହ ରାଜ୍ୟ ତଥା ଜାତୀୟସ୍ତରୀୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ । ଏହା ସହିତ ୨ମହଲା ବିଶିଷ୍ଟ ମଲ୍ଟି ଲେବଲ୍‌ କାର‌ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି । ଆଜିର ଏହି ଷ୍ଟାଡିୟମ୍‌ର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାବାସୀଙ୍କ ପାଇଁ ଏହି ଷ୍ଟାଡିୟମ‌ ଉତ୍ସର୍ଗୀକୃତ କରିବା ସହ ଉପସ୍ଥିତ ହଜାର ହଜାର ଜନସଧାରଣଙ୍କୁ ଷ୍ଟାଡିୟମ‌ର ଉଦ୍‌ଘାଟନ ନେଇ ଆପଣମାନେ ଖୁସି ତୋ ପଚାରିଥିଲେ । ପ୍ରତିତ୍ତ୍ୟୁରରେ ଲୋକମାନେ ବହୁତ ଖୁସି ଥିବା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକଙ୍କ ଖୁସିରେ ସେ ଖୁସି ଥିବା କହିଥିଲେ ।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ସ୍ବାସ୍ଥ୍ୟ, ଶିକ୍ଷା, ରାସ୍ତା ଘାଟ, ପରିମଳ, କୃଷି ଏବଂ ପର୍ଯ୍ୟଟନ ଇତ୍ୟାଦିର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଉଦ‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଯେପରିକି ୫୩.୫୩ କୋଟି ଟଙ୍କାର ପାନପୋଷଠାରେ ବଜାର ଗୃହ ନିର୍ମାଣ, ୧୧.୭୭ କୋଟି ଟଙ୍କାର ଆସ୍ଥା ଗୃହ (ମାନସିକ ରୋଗଗ୍ରସ୍ତ ମହିଳାଙ୍କ ପାଇଁ), ୨୩୨ କୋଟି ଟଙ୍କାର ୫ଗୋଟି ଉଚ୍ଚ କ୍ଷମତା ସମ୍ପନ୍ନ ଉଠା ଜଳ ସେଚନ ପ୍ରକଳ୍ପ, ଟାଙ୍ଗରପାଲ୍ଲୀ ବ୍ଳକ୍‌ର ଉଜ୍ଜଳପୁର ଠାରେ ୨.୫୫ କୋଟି ଟଙ୍କା ମୂଲ୍ୟର ମାର୍କେଟ ୟାର୍ଡ ଓ ଗୋଦାମ ଗୃହ, ୩୩.୯୦ କୋଟି ଟଙ୍କାର ୧୪ ଗୋଟି ଅନୁସୂଚିତ ଜାତି ଓ ଜନଜାତି / ପଛୁଆ ବର୍ଗଙ୍କ ନିମନ୍ତେ ଛାତ୍ରାବାସ, ୨୩୭.୨୦ କୋଟି ଟଙ୍କାର ୬୬ ଗୋଟି ରାସ୍ତା ପ୍ରକଳ୍ପ, ୧୧.୫୦ କୋଟି ଟଙ୍କାର ୨୭୩ ଗୋଟି ପଞ୍ଚାୟତସ୍ତରୀୟ ବର୍ଜ୍ୟବସ୍ତୁ ପୃଥକୀକରଣ ଓ ଗୋଟିଏ କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ସରଫଗଡ଼ ଠାରେ ୭୫ ଲକ୍ଷ ଟଙ୍କାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ, ୬.୪୭ କୋଟି ଟଙ୍କାରେ ନିର୍ମିତ ୨୩ ଗୋଟି ଅଙ୍ଗନଓ୍ବାଡି କେନ୍ଦ୍ର, ୬୩.୨୯ କୋଟି ଟଙ୍କାରେ ନିର୍ମିତ ୪୭ ଗୋଟି ଗୋଷ୍ଠୀ ସଭା ଗୃହ, ୨୫.୩୭ କୋଟି ଟଙ୍କାରେ ନିର୍ମିତ ୮୫ ଗୋଟି ବିଦ୍ୟାଳୟ ଗୃହ, ୧.୩୪ କୋଟି ଟଙ୍କାରେ ନିର୍ମିତ ୩ଟି ଗୋଷ୍ଠୀ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ ।

ଏହା ସହିତ ୬୬.୯୩ କୋଟି ଟଙ୍କାର ବ୍ୟାୟରେ ନିର୍ମିତ ହେବାକୁ ଥିବା ୨୩ ଗୋଟି ରାସ୍ତା, କଲଭର୍ଟ ଏବଂ ଗୃହ ନିର୍ମାଣ କାର୍ଯ୍ୟ , ୮.୭୯ କୋଟି ଟଙ୍କାରେ ହେବାକୁ ଥିବା ୨୯ ଗୋଟି ଗୋଷ୍ଠୀ ସଭା ଗୃହ, ୩୫.୨୬ କୋଟି ଟଙ୍କା ମୂଲ୍ୟରେ ହେବାକୁ ଥିବା ୭୩ ଗୋଟି ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରକଳ୍ପ, ୧୬.୧୦ କୋଟି ଟଙ୍କାରେ ଲାଇଙ୍ଗ‌ ଠାରେ ହେବାକୁ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳର ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନ ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ‌, କ୍ରୀଡ଼ା ଏବଂ ଯୁବ ସେବା ସଚିବ ଆର. ଭିନିଲ୍‌ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ କର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ମହାଜନ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏହି କାମ, କାଙ୍ଗାଳ ହୋଇପାରନ୍ତି

ନନ୍ଦିଘୋଷ ବ୍ୟୁରୋ: ଧର୍ମ ଏବଂ ସଂସ୍କୃତିର ଦେଶ ଭାରତ। ହିନ୍ଦୁ ଧର୍ମ ଶାସ୍ତ୍ରରେ ପ୍ରତି କାମ ପାଇଁ କିଛି ନା କିଛି ନିୟମ ରହିଛି। ଧାର୍ମିକ ମାନ୍ୟତା ଅନୁଯାୟୀ ସନ୍ଧ୍ୟା ସମୟରେ କିଛି କାମ ରହିଛି ଯାହାକୁ କରିବା ଅନୁଚିତ। ଏହା କରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ବଢ଼ିଥାଏ। ଏମିତି ଅନେକ କାମ ରହିଛି ଯାହାକୁ ଆମେ ଅଜାଣତରେ କରିଦେଇଥାଉ। ଯାହାଦ୍ୱାରା ଖରାପ ପ୍ରଭାବ ପଡ଼ିଥାଏ। କୁହାଯାଏ, ନିୟମକୁ ମାନି କାମ କଲେ ଭଗବାନଙ୍କ ଆଶିର୍ବାଦ ମିଳିଥାଏ। ସେହିପରି କିଛି କାମ କରିଛି, ଯାହାକୁ ସନ୍ଧ୍ୟା ସମୟରେ କରିବା ଅଶୁଭ ବୋଲି ବିବେଚନା କରାଯାଏ  । ଏବେ ଜାଣନ୍ତୁ ସନ୍ଧ୍ୟା ସମୟରେ କେଉଁ କାମ କରିବେ ନାହିଁ।

ସାନ୍ଧ୍ୟକାଳର ପୂଜା ଠିକ୍ ସମୟରେ କରିବା ଉଚିତ୍ । ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପୂର୍ବରୁ କିମ୍ବା ସୂର୍ଯ୍ୟାସ୍ତର ୧ ଘଣ୍ଟା ମଧ୍ୟରେ ପୂଜା କରିବା ଉଚିତ୍ । ସନ୍ଧ୍ୟା ପୂଜା ବିଳମ୍ବରେ କରିବା ଅନୁଚିତ୍। ଏପରି କରିବା ଦ୍ୱାରା ଖରାପ ପ୍ରଭାବ ପଡିଥାଏ । ସେହିପରି ରାତିରେ ଫୁଲ୍ ଛିଣ୍ଡାଇବାକୁ ଅଶୁଭ ମନାଯାଇଥାଏ ।

ରାତିରେ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ୍ । ସନ୍ଧ୍ୟା ସମୟରେ ତୁଳସୀ ଚଉରା ପାଖରେ ଦୀପ ଲଗାଇଲେ ପରିବାରରେ ଶାନ୍ତି ବଜାୟ ରହିଥାଏ। ଚଡରାରେ ପୂଜା ପାଉଥିବା ତୁଳସୀକୁ ସକାଳ ସମୟରେ ଜଳଦାନ କରାଯାଏ। ସନ୍ଧ୍ୟା ସମୟରେ ତୁଳସୀ ଗଛରେ ଜଳଦାନ କରାଯାଇ ନଥାଏ କି ତୁଳସୀପତ୍ର ଛିଣ୍ଡା ଯାଇ ନଥାଏ। ନିୟମ ନମାନିଲେ ମା’ ଲକ୍ଷ୍ମୀ କୋପ କରୁଥିବାର ଶାସ୍ତ୍ରରେ ବର୍ଣ୍ଣିତ ।

ଶାସ୍ତ୍ର ଅନୁସାରେ ସନ୍ଧ୍ୟାରେ ଝାଡ଼ୁ କରିବା ମଧ୍ୟ ଅନୁଚିତ। ଏହା ଦ୍ୱାରା ମଇଳା ସହ ଘରର ସୁଖ ଶାନ୍ତି ବି ବାହାରକୁ ଚାଲିଯାଏ। ଏଣୁ ସବୁବେଳେ ସନ୍ଧ୍ୟା ପୂର୍ବରୁ ଘର ଝାଡ଼ୁ କରିବା ଉଚିତ୍। ଯେଉଁ ଘରେ ଲୋକମାନେ ସନ୍ଧ୍ୟା ବେଳେ ଶୋଇଥାଆନ୍ତି ସେଠାରେ ଲକ୍ଷ୍ମୀ ବାସ କରିନଥାନ୍ତି। ଏଣୁ ସନ୍ଧ୍ୟାରେ କେବେ ବି ଶୁଅନ୍ତୁ ନାହିଁ।

କୋଭିଡ୍‌ ପରେ ମାତିଲା H3N2 ଭାଇରସ୍‌

ନୂଆଦିଲ୍ଲୀ : କରୋନା ପରେ ଦେଶରେ ଆତଙ୍କ ମଚାଇଛି H3N2 ଭାଇରସ୍। ଏହି ଭାଇରସରେ ପ୍ରଥମଥର ଭାରତରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି କର୍ଣ୍ଣାଟକ ଓ ହରିଆଣାର ବାସିନ୍ଦା । ଦେଶରେ ପ୍ରଥମ H3N2 ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
ଦେଶରେ ଏବେସୁଦ୍ଧା ୯୦ H3N2 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଟି ଯାକ ଭୂତାଣୁ ଆକ୍ରାନ୍ତଙ୍କଠାରେ ଦେଖାଯାଉଥିବା ଲକ୍ଷ୍ୟଣ କୋଭିଡ ସହ ପ୍ରାୟତଃ ସମାନ । ଆକ୍ରାନ୍ତଙ୍କଠାରେ କଫ, ଜ୍ବର, ଥଣ୍ଡା, ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେବା ଆଦି ଲକ୍ଷ୍ୟ ଦେଖାଯାଉଛି । ଦେଶରେ ଗତ ଦୁଇ ମାସ ଧରି ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ H3N2 ବା ହଙ୍ଗକଙ୍ଗ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଭଳି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

H3N2 ଇନଫ୍ଲୁଏଞ୍ଜା ଏକ ଭୁତାଣୁ ଜନିତ ଫ୍ଲୁ ରୋଗ ଅଟେ। ଏହା କାଶ, ଛିଙ୍କରେ ବାହାରୁଥିବା ସୂକ୍ଷ୍ମ ଜଳକଣିକା ଦ୍ବାରା ବ୍ୟାପେ। ରୋଗୀର ଲାଳ, ଛେପ, ଖଙ୍କାର ଆଦି ସଂସ୍ପର୍ଶରେ ଆସିଲେ ମଧ୍ଯ ସଂକ୍ରମଣ ହୋଇଥାଏ। ନିଶ୍ୱାସ ପ୍ରଶ୍ୱାସ ନେବାରେ ଲୋକେ ଅସୁବିଧା ଭୋଗୁଛନ୍ତି ।ଏହି ଭୂତାଣୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ । କୋଭିଡ ଭଳି ଡ୍ରୋପଲେଟ୍ ଦ୍ୱାରା ବ୍ୟାପିଥାଏ

ଏଚ୍୩ଏନ୍୨ ହେଉଛି ‘ଇନଫ୍ଲ୍ୟୁଏଞ୍ଜା ଭାଇରସ୍ । ଯାହା ପ୍ରତିବର୍ଷ ଏହି ସମୟରେ ଆସିଥାଏ । ଜନଗହଳିପୂର୍ଣ୍ଣ ଇଲାକାରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା କରନ୍ତୁ ରକ୍ଷା ଲାଗି ପରାମର୍ଶ ଦେଲେ ଦିଲ୍ଲୀ ଏମସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସଂକ୍ରମଣ ନେଇ ଆଇସିଏମଆର ଜାରି କରିଛି ଗାଇଡଲାଇନ ।
ନିୟମିତ ଭାବେ ହାତକୁ ବାରମ୍ବାର ଧୁଅନ୍ତୁ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧନ୍ତୁ । କାହା ସହିତ ହାତ ମିଳାନ୍ତୁ ନାହିଁ । ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ ।ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ । ସାମାଜିକ ଦୂରତା ରକ୍ଷା କରନ୍ତୁ । ଫ୍ଲୁ ଭଳି ଲକ୍ଷଣ ଥିଲେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ ।

ପୁରୀରେ 5T ସଚିବ, ଶ୍ରୀଜିଉଙ୍କୁ କଲେ ଦର୍ଶନ

ପୁରୀ: ପୁରୀ ଗସ୍ତରେ ଫାଇଭ-ଟି ସଚିବ । ଭି କାର୍ତ୍ତିକେୟନ ପାଣ୍ଡିଆନ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ସେ ଶ୍ରୀମନ୍ଦିର ଭିତରେ ରହିଥିଲେ । ଏହି ସମୟରେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହା ସହିତ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଅନ୍ୟାନ୍ୟ ଠାକୁରଙ୍କୁ ଦର୍ଶନ କରିଥିଲେ।

୨ଟି ଫୋନ୍ କଲରେ ହେଲା ୬୫ବର୍ଷର ସମସ୍ୟାର ସମାଧାନ

ମୟୂରଭଞ୍ଜ: ୨ଟି ଫୋନ୍ କଲରେ ହେଲା ୬୫ବର୍ଷର ସମସ୍ୟାର ସମାଧାନ। ମୟୂରଭଞ୍ଜ ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଅଁଳାଡୋଭା ମୌଜାରେ ରାଇରଙ୍ଗପୁର ଗୋଶାଳା କମିଟିକୁ ୫ଏକର ସରକାରୀ ଜମି ଲିଜ୍ ପ୍ରଦାନ କରାଯାଇଛି।

ଗୋଶାଳା କମିଟି ଦଖଲରେ ଥିବା ଏହି ସରକାରୀ ଜମିକୁ କମିଟି ସମ୍ପାଦକଙ୍କୁ ବିନା ପ୍ରିମିୟମ ଓ ବିନା ଆନୁସଙ୍ଗିକ ଦେୟରେ ଲିଜ ପ୍ରଦାନରୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଗତ ମାର୍ଚ୍ଚ ୩ତାରିଖରେ ଫାଇଭ୍-ଟି ସଚିବ ମୟୂରଭଞ୍ଜ ଗସ୍ତରେ ଯାଇଥିବା ବେଳେ ଗୋଶାଳା କମିଟି ସଦସ୍ୟ ସମସ୍ୟା ଜଣାଇଥିଲେ ।

ସ୍ପଟରୁ ହିଁ ଫୋନ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ ଫାଇଭ୍-ଟି ସଚିବ। ଏଥିସହ ମୁଖ୍ୟ ଶାସନ ସଚିବ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ସହ ଆଲୋଚନା କରିଥିଲେ। ଗତକାଲି ରାଜ୍ୟ କ୍ୟାବିନେଟରେ ରାଇରଙ୍ଗପୁର ଗୋଶାଳା କମିଟିକୁ ୫ଏକର ଜମି ବିନା ପ୍ରିମିୟମରେ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଏଥିସହ ୧୯୫୮ ମସିହାରୁ ସେହି ସରକାରୀ ଜମିକୁ ଦଖଲ କରିଥିବାରୁ ଗୋଶାଳା କମିଟିଠାରୁ ଆଦାୟ କରାଯିବାକୁ ଥିବା ସମସ୍ତ ଜରିମାନା ଏବଂ ଅନ୍ୟାନ୍ୟ ଦେୟ ମଧ୍ୟ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଜମି ଲିଜ ପାଇଁ ଗୋଶାଳା କମିଟିକୁ ଜମିର ବଜାର ମୂଲ୍ୟର ୦.୨୫% ହାରରେ ବାର୍ଷିକ ଖଜଣା ଓ ଖଜଣାର ୭୫% ହାରରେ ସେସ ଦେବାକୁ ପଡିବ।