spot_img
Home Blog Page 3376

ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ

ଭୁବନେଶ୍ୱର:  ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ |  ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ | ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରରେ ତାଙ୍କର ପରଲୋକ ହୋଇଛି ।   ବ୍ରେନ ଷ୍ଟ୍ରୋକରେ ୮୩ ବର୍ଷ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ପୂର୍ବତନ ସାଂସଦ । ସୂଚନା ଅନୁସାରେ ଶରୀର ଅସୁସ୍ଥ ହେତୁ ପ୍ରାୟ ଏକ ମାସ ଧରି ଚିକିତ୍ସାଧୀନ ଥିଲେ ତ୍ରିଲୋଚନ |  ୧୯୯୯ରୁ ୨୦୦୪ ଯାଏଁ ତ୍ରିଲୋଚନ କାନୁନଗୋ ଥିଲେ ସାଂସଦ । ସେ ତିନି ଥର ବିଧାୟକ ଓ ଥରେ ସାଂସଦ ଥିଲେ  ।

୧୯୭୧ ଓ ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୪ ମସିହାରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ  ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୪୦ ମସିହାର ସେପ୍ଟେମ୍ବର ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ତ୍ରିଲୋଚନ ।

ଜମିଲାଣି ଉପନିର୍ବାଚନ ପ୍ରଚାର, ଆଜି ହେବ ପ୍ରାର୍ଥୀପତ୍ର ଯାଞ୍ଚ୍‌

ଭୁବନେଶ୍ୱର:  ଝାରସୁଗୁଡ଼ାରେ ଜମିଲାଣି ଉପନିର୍ବାଚନ ପ୍ରଚାର । ଗ୍ରାଉଣ୍ଡରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଆରମ୍ଭ କରିଦେଲେଣି କ୍ୟାମ୍ପେନିଂ । ପ୍ରଚାରରେ ଆଗରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଆଗକୁ ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଗତକାଲି ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କରିଛି । ଟିମରେ ଉଭୟ ବରିଷ୍ଠ ଓ ଯୁବ ଅଭିଜ୍ଞଙ୍କୁ ସ୍ଥାନ ମିଳିଛି । ତାଲିକାରେ ୬ ମନ୍ତ୍ରୀଙ୍କ ସହିତ ପଶ୍ଚିମ ଓଡ଼ିଶାର ୫ ଜଣ ମହିଳା ନେତ୍ରୀ ରହିଛନ୍ତି । ଏକ ନମ୍ବରରେ ସୁପ୍ରିମୋ ନବୀନ ପଟ୍ଟନାୟକ ରହିଥିବା ବେଳେ ଦୁଇ ନମ୍ବରରେ ରହିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ବଡ଼ ବ୍ୟବଧାନରେ ବିଜୟୀ ହେବାନେଇ ରଣନୀତି କରିଛି ଶାସକ ଦଳ ।

ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ମିଶ୍ରଣ ପର୍ବ ଜରିଆରେ ନିଜର ଶକ୍ତିବୃଦ୍ଧି କରୁଛି ବିଜେଡି । ବିଭିନ୍ନ ସ୍ଥାନରେ ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ ପୁରୁଷ ଓ ମହିଳା । ସେପଟେ ଭଲ ପ୍ରଦର୍ଶନ କରିବାକୁ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟ ଲାଗି ପଡ଼ିଛନ୍ତି । ଉଭୟ ଦଳ ଷ୍ଟାର ପ୍ରଚାରକ ଘୋଷଣା କରିଥିବାବେଳେ ଖୁବଶୀଘ୍ର ମଇଦାନକୁ ଓହ୍ଲାଇବେ । ସେପଟେ ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଥିବାବେଳେ ଆଜି ପ୍ରାର୍ଥିପତ୍ର ଯାଞ୍ଚ ଓ ୨୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ରହିବ ।

ମଦ୍ୟପଙ୍କ ଛୁରାମାଡରେ ପୁଅ ମୃତ, ବାପା ଗୁରୁତର

ଭୁବନେଶ୍ୱର:  ବାପାକୁ ବଞ୍ଚାଇବାକୁ ଯାଇ ପୁଅର ମୃତ୍ୟୁ । ମଦ୍ୟପଙ୍କ ଛୁରାମାଡରେ ପୁଅ ମୃତ, ବାପା ଗୁରୁତର । ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଳୁଙ୍ଗାବନ୍ଦୀ ଗାଁରେ । ଜଣେ ମଦ୍ୟପ ଯୁବକଙ୍କ ଛୁରା ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ୨୦ ବର୍ଷୀୟ ମଦନ ମଲ୍ଲିକ ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ମଦନଙ୍କ ବାପା ସୁକାନ୍ତ ମଲ୍ଲିକ । ଆହତ ସୁକାନ୍ତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଛୁରାମାଡ କରିଥିବା ଗଣେଷ ମଲ୍ଲିକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ଯାଜପୁର ରୋଡ଼ ପୋଲିସ।

\

ଗତକାଲି ବିଳମ୍ବିତ ରାତିରେ ମଦ ପିଇ ଗଣେଶ ଅସଭ୍ୟ ଭାଷାରେ ଗାଲି ଗୁଲଜ କରୁଥିଲା । ସୁକାନ୍ତ ମନା କରିବାରୁ ତାଙ୍କୁ ଆକ୍ରମଣ କରିଥିଲା ଗଣେଶ । ବାପାକୁ ବଞ୍ଚାଇବାକୁ ଯାଇ ଗମେଶର ଛୁରା ମାଡ଼ର ଶିକାର ହେଲା ପୁଅ ମଦନ ।

ଭୁବନେଶ୍ୱର ମଧୁସୂଦନ ମାର୍ଗରେ ପଥପ୍ରାନ୍ତ ଉତ୍ସବ ଅନୁଷ୍ଠିତ

0

ଭୁବନେଶ୍ୱର:  ବିଶ୍ୱ ଦେଖୁଛି ଓଡ଼ିଶାର ଦକ୍ଷତା । କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ । ଆଜି ଦ୍ୱିତୀୟ ଦିନରେ ଭୁବନେଶ୍ୱର ମଧୁସୂଦନ ମାର୍ଗରେ ଦକ୍ଷତା ବିକାଶ ଉପରେ ପଥପ୍ରାନ୍ତ ଉତ୍ସବ ଅନୁଷ୍ଠିତ ହେଉଛି । ଏହା ସହିତ କଳିଙ୍ଗ ଷ୍ଟାଡିୟମରେ ଷ୍ଟାର୍ଟଅପ୍ ଓ ବିଭିନ୍ନ ଦକ୍ଷତା ବିକାଶ ଉପରେ ପ୍ରଦର୍ଶନୀ ଷ୍ଟଲ୍ ଏବଂ ଓଡ଼ିଆ ପିଲାଙ୍କ ନୂଆ ଉଦ୍ଭାବନ ନେଇ ପ୍ରଦର୍ଶନୀ କରାଯିବ ।

ଇଞ୍ଜିନିୟରିଂ, ଆଇଟିଆଇ, ପଲିଟେକନିକ ଓ ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରାୟ ୩ ହଜାର ଛାତ୍ରଛାତ୍ରୀ ଓ କମ୍ପାନୀ । ଏମଏସଏମଇ ଉଦ୍ୟୋଗୀ ଭାବେ ଏଥିରେ ସାମିଲ ହୋଇଛନ୍ତି ମହିଳା ଏସଏଚଜି । ଦେଢ ଶହରୁ ଅଧିକ ପ୍ରଦର୍ଶନୀ ଷ୍ଟଲ ସହ ଓଡିଆ ପିଲାଙ୍କ ଦ୍ୱାରା ଇ-ଯାନ, ଡ୍ରୋନ, ରୋବୋ, ସ୍ୱୟଂଚାଳିତ ୱାଟର ପ୍ୟୁରିଫାୟର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଦକ୍ଷତାର ଏଭଳି ଏକ ପ୍ଲାଟଫର୍ମ ଦେଶରେ କେବେ ଆଗରୁ ହୋଇନଥିଲା ।

ଓଡ଼ିଶାର ଏହି ଦକ୍ଷତା ମହାକୁମ୍ଭ ଏବେ ଅନ୍ୟ ରାଜ୍ୟ ପାଇଁ ପାଲଟିଛି ଉଦାହରଣ । ଏହି ମହାପର୍ବରେ ଗ୍ଲୋବାଲ ପାର୍ଟନର ଭାବେ ଓଡ଼ିଶା ସହ ପାଦରେ ପାଦ ମିଳାଇଛି ସିଙ୍ଗାପୁର ITEES । ଗତକାଲି ଉଦଘାଟନୀ ଉତ୍ସବରେ ଯୋଗଦେଇ ଦେଶର ଆର୍ଥିକ ବିକାଶ ପାଇଁ ଦକ୍ଷତାର ବିକାଶ ଅପରିହାର୍ଯ୍ୟ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜିଠୁ ସ୍କୁଲରେ ଖରାଛୁଟି, ହିଟ୍‌ଓ୍ୱେଭ୍‌ ପାଇଁ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର:  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସ୍କୁଲରେ ଖରାଛୁଟି । ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ମେ’ ୫ରୁ ଜୁନ୍ ୧୭ ଯାଏଁ ଖରା ଛୁଟି ଘୋଷଣା କରାଯାଇଥିଲା। ହେଲେ ହିଟଓ୍ୱେଭ୍‌ ପାଇଁ ନିର୍ଦ୍ଧାରିତ ତାରିଖର ୧୫ ଦିନ ପୂର୍ବରୁ ଖରାଛୁଟି କରାଯାଇଛି । ଗତ ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ ହୋଇଥିଲା । ହେଲେ ସେହି ଦିନର ଅସମ୍ଭାଳ ତାତି ଯୋଗୁଁ ଏପ୍ରିଲ ୧୬ଯାଏ ସ୍କୁଲ ଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ଦୁଇ ଦିନ ସ୍କୁଲ ଚାଲିବା ପରେ ୧୯ ଓ ୨୦ ତାରଖରେ ସ୍କୁଲ ବନ୍ଦ ରଖାଗଲା । ହେଲେ ତାତିରୁ ନିସ୍ତାର ନମିଳିବାରୁ ଆଜିଠୁ ଖରା ଛୁଟି ଘୋଷଣା କରାଯାଇଛି ।

ଅଧିକ ଦିନ ଛୁଟି ଯେପରି ପାଠପଢାକୁ ପ୍ରଭାବିତ ନ କରେ, ସେଥିପାଇଁ ଅବକାଶକାଳୀନ ଶିକ୍ଷା ବା ସମର କୋର୍ସ ପାଇଁ  ସ୍ୱତନ୍ତ୍ର ସିଲାବସର ବ୍ୟବସ୍ଥା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥିରେ ପ୍ରତି ୧୦ଜଣ ପିଲାଙ୍କୁ ନେଇ ହୋଇଥିବା ଗ୍ରୁପର ମନିଟରିଂ କରିବେ ଜଣେ ଶିକ୍ଷକ। ପ୍ରତି ସପ୍ତାହରେ ସମର କୋର୍ସରେ ପିଲାର ଅଗ୍ରଗତି ନେଇ ଫୋନ୍ ଯୋଗେ ଅଭିଭାବକମାନଙ୍କ ଠାରୁ ଫିଡବ୍ୟାକ୍ ନେବେ। ଅନ୍ୟପଟେ ଆଜି ରାଜ୍ୟସ୍ତରୀୟ ପ୍ୟାରେଣ୍ଟସ୍ ଟିଚର୍ସ ମିଟିଂ । ଖରା ଯୋଗୁଁ ଏହି ମିଟିଂରେ ପିଲାମାନେ ଯୋଗ ଦେବେନି । ସକାଳ ୭ରୁ ୧୦ଟା ଭିତରେ ହେବାକୁ ଥିବା ଏହି ବୈଠକରେ ଅଭିଭାବକଙ୍କୁ ସାଇବର ସିକ୍ୟୁରିଟି ସମେତ ୧୩ଟି ପ୍ରସଙ୍ଗ ନେଇ ସଚେତନ କରାଯିବ।

ଆଜିଠୁ ତାତିରେ ଲାଗିବ ବ୍ରେକ୍, ବର୍ଷା ଦେବ ଆଶ୍ୱସ୍ତି

0

ଭୁବନେଶ୍ୱର:  ଆଜିଠୁ ତାତିରେ ଲାଗିବ ବ୍ରେକ୍ । ଖସିବ ପାରା । ରାଜ୍ୟରେ ବଢିବ କାଳବୈଶାଖୀ ପ୍ରଭାବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ପାଇଁ ଜାରି ହୋଇଥିବା ଚେତାବନୀ ହଟେଇ ଦିଆଯାଇଥିବା ସୂଚନା ମିଲିଛି । ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି । ଗତକାଲି ୪୦ ଡିଗ୍ରୀ ଉପରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ରହିଥିଲା ।

ଅନ୍ୟପଟେ ଖୁବଶୀଘ୍ର ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ ।  ପାଗରେ ପରିବର୍ତ୍ତନ ହୋଇ କାଳବୈଶାଖୀ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡଘଡି ଓ ବିଜୁଳି ସହ ବର୍ଷା ହେବ । ୨୪ରୁ ବଢିବ ବର୍ଷାର ବିସ୍ତୃତି । ପ୍ରଭାବରେ ଅନେକ ସ୍ଥାନରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ତାପମାତ୍ରା କମିବ । ୨୬ ତାରିଖ ଯାଏଁ ତାପମାତ୍ରା ସାମାନ୍ୟ କମ ରହି ୨୭ରୁ ପୁଣି ବଢିବାନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ସହିଦ ୫ ଯବାନଙ୍କ ଭିତରେ ସତ୍ୟବାଦୀର ପୁଅ ଦେବାଶିଷ ବିଶ୍ୱାଳ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀର ପୁଞ୍ଚରେ ଗ୍ରେନେଡ ହମଲା । ଆକ୍ରମଣରେ ୫ ଯବାନ ସହିଦ ହୋଇଥିବା ବେଳେ, ଜଣେ ଯବାନ ଆହତ ହୋଇଛନ୍ତି । ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ନେଇ ସ୍ପଷ୍ଟ ହୋଇଛି । ଆତଙ୍କବାଦୀମାନେ ହମଲା କରିବା ପରେ ସେନା ଟ୍ରକରେ ନିଆଁ ଲାଗି ଯାଇଥିଲା। ଏହି ହମଲାରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି । ସହିଦ ଯବାନ ହେଲେ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଦେବାଶିଷ ବିଶ୍ବାଳ ।

ମିଳିଥିବା ସୂଚନା ଅନୁଯାୟୀ ଯବାନ ଜାମୁ କାଶ୍ମୀରରେ ସେନାରେ କାର୍ଯ୍ୟରତ ଥିଲେ । ଗତବର୍ଷ ସେ ବିବାହ କରିଥିଲେ । ପୁରୀ ସତ୍ୟବାଦୀ ଆଳୁଗୁମ ଖଣ୍ଡାୟତ ସାହିରେ ଦେବାଶିଷ ବିଶ୍ବାଳଙ୍କ ଘର । ଆତଙ୍କବାଦୀମାନେ ବର୍ଷା ଓ କମ୍ ଦୃଶ୍ୟମାନର ସୁଯୋଗ ନେଇ ହମଲା କରିଥିଲେ। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଦ୍ୱାରା ପରିଚାଳିତ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ବା ପିଏଏଫଏଫ ହମଲା ପାଇଁ ନିଜକୁ ଦାୟୀ କରିଛି ।

ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ନିରୋଧ ଅପରେସନରେ ସାମିଲ ହୋଇଥିବା ରାଷ୍ଟ୍ରୀୟ ରାଇଫଲ୍ସର ଯବାନଙ୍କୁ ଟାର୍ଗେଟ କରି ଏପରି ଆକ୍ରମଣ କରାଯାଇଛି । ସେନା ପକ୍ଷରୁ କୁହାଯାଇଛି ଯେ, ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଯବାନଙ୍କ ଟ୍ରକ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ । ଆହତ ହୋଇଥିବା ଯବାନଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳରେ ଜମ୍ମୁ ଏଡିଜିପିଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

ରାଜଧାନୀରେ ଫୁଟିଲା ବୋମା, ଉର୍ମି ହୋଟେଲକୁ ଦୁର୍ବୃତ୍ତଙ୍କ ଆଟାକ୍

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ବୋମା । ରସୁଲଗଡ଼ରେ ଉର୍ମି ହୋଟେଲ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ । ବାଇକରେ ଆସି ୨ଟି ବୋମା ଫିଙ୍ଗିଥିବା ଜଣାପଡିଛି । ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ କେଉଁ କାରଣରୁ ଏହି ବୋମା ମାଡ଼ କରାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ବୋମା ମାଡ଼ରେ ହୋଟେଲର କିଛି କାଚ ଭାଙ୍ଗିଥିବା ସୂଚନା ମିଳିଛି ।

ଝାରସୁଗୁଡ଼ା ପାଇଁ ବିଜେଡି ପ୍ରକାଶ କଲା ଷ୍ଟାର କ୍ୟାମ୍ପନର ତାଲିକା

ଭୁବନେଶ୍ୱର: ଝାରସୁଗୁଡ଼ା ପାଇଁ ଷ୍ଟାର କ୍ୟାମ୍ପନରଙ୍କ ତାଲିକା ପ୍ରକାଶ କଲା ବିଜୁ ଜନତା ଦଳ  । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ସର୍ବାଗ୍ରେ ରହିଥିବାବେଳେ ଦ୍ୱିତୀୟରେ ଅଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  । ଦେବୀ ପ୍ରସାଦ  ମିଶ୍ର, ପ୍ରଶନ୍ନ ଆଚାର୍ଯ୍ୟ, ଶାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପଦ୍ମନାଭ ବେହେରା ତାଲିକାରେ ରହିଛନ୍ତି  ।

ସେହିପରି ସୁଶାନ୍ତ ସିଂ, ପ୍ରଦାପ କେଶରୀ ଦେବ  ଅତୁନ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଦାପ ଜେନା, ସ୍ନେହାଙ୍ଗୀନି ଛୁରିଆ, ଟୁକୁନି ସାହୁ, ପ୍ରଶାନ୍ତଚ ମୁଦୁଲି, ପୁଷ୍ପେନ୍ଦ ସିଂଦେଓ, ଦିବ୍ୟ ଶଙ୍କର ମିଶ୍ର, ରିତା ସାହୁ, ଅଳକା ମହାନ୍ତି, ଚନ୍ଦ୍ରଶେଖର ସାହୁ, ବ୍ରଜ କିଶୋର ପ୍ରଧାନ, ପ୍ରଣବ ବଳବନ୍ତରାୟକିଶୋପ ନାୟକ, ଦେବୀ ରଞ୍ଜନ ତ୍ରିପାଠୀ , ସୌଭିକ ବିଶ୍ୱାଳ, ସ୍ୱରୂପ କୁମାର ଦାସ, ରୁଦ୍ର ପ୍ରତାପ ମହାରଥି , ଯୋଗେଶ ସିଂ , ରୋମାଞ୍ଚ ରଞ୍ଜନ ବିଶ୍ୱାଳ ରହିଛନ୍ତି  ।

ଅଭିନେତାଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚୟନ କରିଛି ଦଳ  । ଯଥା ଅରିନ୍ଦମ ରୟ ଏବଂ ସତ୍ୟବ୍ରତ ତ୍ରିପାଠୀ ବା କୁନା ତ୍ରିପାଠୀଙ୍କୁ ଷ୍ଟାର କ୍ୟାମ୍ପନର ଭାବେ ଚୟନ କରିଛି ଦଳ  ।

ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଝାରସୁଗୁଡ଼ା: ଉପନିର୍ବାଚନ ପୂର୍ବରୁ ଝାରସୁଗୁଡ଼ାରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି । ବିରୋଧୀ ଦଳକୁ ମୁହଁମୋଡ଼ି ବିଜେଡିରେ ସାମିଲ ହେଉଛନ୍ତି ବିଭିନ୍ନ ଦଳର ନେତା ଓ କର୍ମୀ । ଝାରସୁଗୁଡା ନିର୍ବାଚନମଣ୍ଡଳୀର କୁମୁଡାପାଲିଠାରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ନେତୃତ୍ବରେ ବିଜେଡିରେ ଯୋଗଦେଇଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ କାର୍ଯ୍ୟ ଓ ସ୍ବର୍ଗତ ନବଦାସଙ୍କ ଲୋକପ୍ରିୟତା ପାଇଁ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । କୁମୁଡାପାଲିସ୍ଥିତ ମାଆ ଦୁର୍ଗାଙ୍କ ମନ୍ଦିରରେ ଦର୍ଶନ କରିବାପରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଦୀପାଳି l ପ୍ରାର୍ଥିପତ୍ର ଯାଞ୍ଚ ପରେ ଘରକୁ ଘର ବୁଲି ଜନତାଙ୍କ ଆଶୀର୍ବାଦ ମାଗିବେ ବୋଲି ଦୀପାଳି କହିଛନ୍ତି ।