ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବ ଅତି ଭୀଷଣ ସାମୁଦ୍ରିକ ଝଡ଼ ମୋକା

ନନ୍ଦିଘୋଷ ବ୍ୟୁରୋ: ଆଜି ସ୍ଥଳଭାଗ ଛୁଇଁବ ଅତି ଭୀଷଣ ସାମୁଦ୍ରିକ ଝଡ଼ ମୋକା । ଅପରାହ୍ମରେ ଏହା ବାଙ୍ଗଲାଦେଶ ଓ ମିଆଁମାର ସୀମାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ସର୍ବାଧିକ ୨୦୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳରେ ଗତକାଲିଠୁ ପ୍ରବଳ ବର୍ଷା ହେଉଛି । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାକୁ ନଥିବାବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ସହିତ କିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହୋଇପାରେ । ଏହି ସମୟରେ ୩୫ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ତେବେ ଉତ୍ତର ଓ ପଶ୍ଚିମ ଦିଗରୁ ଗରମ ବାୟୁ ପ୍ରବାହ ଫଳରେ ବିଭିନ୍ନ ସ୍ଥାନରେ ଖରାର ପ୍ରକୋପ ଜାରି ରହିବ । ଖରା ସହିତ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିବ ।