ଅନନ୍ତନାଗରେ ଗୁଳିବିନିମୟ ଜାରି, ୨-୩ ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ

1 min read

ଅନନ୍ତନାଗ: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଅଣ୍ଡୱାନ ସାଗରମ ଅଞ୍ଚଳରେ ରବିବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । କାଶ୍ମୀର ଜୋନ୍ ପୋଲିସ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛି । ଟ୍ୱିଟରେ ସୂଚନା ଦିଆଯାଇଛି ଯେ, ଅଣ୍ଡୱାନ ସାଗରମ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଛି । ସୁରକ୍ଷାକର୍ମୀ ୨-୩ ଆତଙ୍କବାଦୀଙ୍କୁ ଘେରିନେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଏବଂ ସୁରକ୍ଷାକର୍ମୀ ଉପସ୍ଥିତ ଅଛନ୍ତି ।

ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇ ଅପରେସନ ଜୋରଦାର କରାଯାଇଛି । ପ୍ରକାଶଥାଉକି ଏହା ପୂର୍ବରୁ ରାଜୌରୀରେ ଆତଙ୍କବାଦୀଙ୍କ ସହ ସେନାର ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୫ ଯବାନ ଶହୀଦ ହୋଇଯାଇଥିଲେ । ଏହାପରଠୁ ସେନା ପକ୍ଷରୁ ଆତଙ୍କୀ ନିପାତ ଅଭିଯାନ ଜୋରଦାର କରାଯାଇଛି । ଗତ ୪ମଇରେ ବାରମୂଳାର ୱାନିଗନ ପୟିନ କ୍ରିରୀ ଅଞ୍ଚଳରେ ଗୁଳିବିନିମୟ ସମୟରେ ସୁରକ୍ଷାକର୍ମୀ ଦୁଇ ଆତଙ୍କୀଙ୍କୁ ନିପାତ କରିଥିଲା ।