spot_img
Home Blog Page 3289

ଅରୁଣାଚଳରେ ବସିଲା G-20 ସମ୍ମିଳନୀ ବୈଠକ, ଆସିଲାନି ଚୀନ୍

ଇଟାନଗର: ଅରୁଣାଚଳରେ ଅନୁଷ୍ଠିତ G-20 ସମ୍ମିଳନୀର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେଲାନି ଚୀନ । ଅରୁଣାଚଳ ରାଜଧାନୀ ଇଟାନଗରରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଚୀନ ପ୍ରତିନିଧି ଭାଗ ନେଇ ନଥିବା ଜଣାପଡ଼ିଛି । ଭାରତର ଏହି ପୂର୍ବୋତ୍ତର ରାଜ୍ୟକୁ ଚୀନ ନିଜର ବୋଲି ଦାବି କରିଆସୁଛି । ତେଣୁ ଚୀନ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିବା କୁହାଯାଉଛି ।

ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠି ହେବ। ଏହାପୂର୍ବରୁ ଜି-୨୦ର ଅଂଶବିଶେଷ ଭାବେ ଭାରତର ପ୍ରାୟ ୫୦ଟି ସହରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏହି କ୍ରମରେ ରବିବାର ଅରୁଣାଚଳ ପ୍ରଦେଶର ଇଟାନଗରରେ ବୈଠକ ବସିଥିଲା । ଏଥିରେ ବିଭିନ୍ନ ରାଷ୍ଟ୍ରର ୫୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। କିନ୍ତୁ ନିମନ୍ତ୍ରଣ ସତ୍ତ୍ୱେ ଚାଇନା ବୈଠକରେ ସାମିଲ ହୋଇନାହିଁ । ହେଲେ ସାମିଲ ନହେବା ନେଇ ଚୀନ ପକ୍ଷରୁ ସରକାରୀ ଭାବେ ଭାରତ ସମ୍ମୁଖରେ ବିରୋଧ କରାଯାଇ ନଥିବା ଜଣାପଡ଼ିଛି ।

ଘରକୁ ଆସିଲେ ଲକ୍ଷ୍ମୀ, ବାପା ହେଲେ ତେଜସ୍ବୀ ଯାଦବ

ପାଟନା: ବାପା ହେଲେ ବିହାର ଉପମୁଖ୍ୟମନ୍ତ୍ରୀ ତଜସ୍ବୀ ଯାଦବ । ଘରକୁ ଆସିଲା କୁନି ଅତିଥି । କନ୍ୟା ସନ୍ତାନର ବାପା ହେଲେ ତେଜସ୍ବୀ ଯାଦବ ।

ତେଜସ୍ବୀ ଟ୍ବିଟ କରି ଏହି ଖୁସି ଖବର ଦେଇଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି ଇଶ୍ବର ଖୁସି ହୋଇ କନ୍ୟାରତ୍ନକୁ ଉପହାର ରୂପରେ ଦେଇଛନ୍ତି । ଘରେ ଝିଅ ହେବା ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି ।

କେବଳ ଏତିକି ନୁହେଁ ତେଜସ୍ବୀଙ୍କ ଭଉଣୀ ମଧ୍ୟ ଟ୍ବିଟ କରିଛନ୍ତି । ରୋହିଣୀ କହିଛନ୍ତି ଯେ, ମୋ ଘରେ ଆଜି ଖୁସିର ଲହରୀ ଖେଳିଯାଇଛି । ଖୁସିର ଏମିତି ଉପହାର ଭଗବାନ ଦେଇଛନ୍ତି ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚହୁଁଛୁ ଯେ, ୨୦୨୧ରେ ତଜସ୍ବୀ ବିବାହ କରିଥିଲେ ।

କେନ୍ଦୁଝର ବିରିକଳା ଗାଁରେ ଏକ ସନ୍ଦିଗ୍ଧ ବେଲୁନ୍ ଓ ଯନ୍ତ୍ରାଂଶ ଠାବ

କେନ୍ଦୁଝର: ପାରା ପରେ ସନ୍ଦିଗ୍ଧ ବେଲୁନକୁ ନେଇ ଚର୍ଚ୍ଚା ଜୋର । କେନ୍ଦୁଝର ଜିଲ୍ଲା ଯୋଡ଼ା ବିରିକଳା ଗାଁରେ ଏକ ସନ୍ଦିଗ୍ଧ ବେଲୁନ୍ ଓ ଯନ୍ତ୍ରାଂଶ ଠାବ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏକ ଆମ୍ବ ଗଛରେ ଗୋଟିଏ ଯନ୍ତ୍ରାଂଶ ଲାଗିଥିବା ବେଳେ, ବେଲୁନ୍ ତଳେ ପଡ଼ି ଫାଟି ଯାଇଛି ।

ଆକାଶ ମାର୍ଗରୁ ଏହି ବେଲୁନ ଗଛରେ ଘଷି ହୋଇ ଫାଟି ଯାଇଥିବା ଅନୁମାନ କରାଯାଉଛି । ତେବେ ବେଲୁନ କିଏ ଉଡ଼ାଉଥିଲା ଓ ଉଦ୍ଦେଶ୍ୟ କଣ ସେନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ତଦନ୍ତ ପାଇଁ ଲୋକମାନେ ଦାବି କରିଥନ୍ତି ।

୮ ବର୍ଷର ଶିଶୁ ହେବ ତିବ୍ବତର ତୃତୀୟ ଧର୍ମଗୁରୁ

ନୂଆଦିଲ୍ଲୀ: ୮୭ ବର୍ଷୀୟ ତିବ୍ବତୀୟ ଧାର୍ମିକ ନେତା ଦଲାଇ ଲାମା ଚୀନ୍‌କୁ ବଡ଼ ଝଟକା ଦେଇଛନ୍ତି। ଆମେରିକାରେ ଜନ୍ମ ହୋଇଥିବା ଏକ ୮ ବର୍ଷର ମୋଙ୍ଗୋଲିଆ ଶିଶୁକୁ ତିବ୍ବତୀୟ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ଧର୍ମଗୁରୁ କରିଛନ୍ତି। ଦଲାଇ ଲାମା ଏହି ଶିଶୁକୁ ଦଶମ ଖାଲଖା ଜେଟସନ୍ ଧମ୍ପା ରିନ୍ପୋଚେଙ୍କ ପୁନର୍ଜନ୍ମ ବୋଲି କହିଥିଲେ।

ମାର୍ଚ୍ଚ ୮ରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ନୂଆ ଧାର୍ମିକ ଗୁରୁଙ୍କୁ ଭେଟିବାର ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ୬ଶହ ମୋଙ୍ଗୋଲିଆ ଯୋଗ ଦେଇଥିଲେ । ଦଲାଇ ଲାମା କହିଛନ୍ତି ଯେ, ଆମ ପୂର୍ବଜ ଚକ୍ରସମ୍ବର କୃଷ୍ଣଚାର୍ଯ୍ୟ ଦେଶ ସହ ଗଭୀର ସମ୍ପର୍କ ଥିଲା । ମୋଙ୍ଗୋଲିଆରେ ଏକ ମଠର ସ୍ଥାପନା କରାଯାଇଥିଲା । ଏଭଳି ପରିସ୍ଥିତିରେ ମୋଙ୍ଗୋଲିଆରେ ତୃତୀୟ ଧାର୍ମିକ ନେତାଙ୍କୁ ଭେଟିବା ଅତ୍ୟନ୍ତ ଶୁଭ ଅଟେ।

ମାଙ୍ଗୋଲିଆ ଗଣମାଧ୍ୟମ ଅନୁଯାୟୀ, ନୂଆ ତିବ୍ବତୀୟ ଧର୍ମଗୁରୁ ମୋଙ୍ଗୋଲିଆର ଏକ ଗଣିତ ପ୍ରଫେସରଙ୍କ ଯାଆଁଳା ଶିଶୁଙ୍କ ମଧ୍ୟରୁ ଜଣେ। ଏହି ପିଲାମାନଙ୍କର ନାମ ହେଉଛି ଆଗୁଡାଇ ଏବଂ ଅଚିଲାଇ । ଶିଶୁଙ୍କ ଜେଜେମା ମୋଙ୍ଗୋଲିଆରେ ସାଂସଦ ମଧ୍ୟ ଥିଲେ। ପିଲାଟି ଧାର୍ମିକ ଗୁରୁ ହେବାର ଖବର ଆସିବା ମାତ୍ରେ ଲୋକମାନେ ମୋଙ୍ଗୋଲିଆରେ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି ।

ସମାଧିରୁ ବାହାରିଲା ସୁନା, ହାଡ଼କଙ୍କାଳ

ଆର୍ମେନିଆ: ମାଟିତଳୁ ମିଳିଲା ସୁନାର କବର । ଆର୍ମେନିଆର ପ୍ରତ୍ନତତ୍ତ୍ୱବିତମାନେ ଏପରି କବର ଖୋଜି ପାଇଛନ୍ତି । ପ୍ରତ୍ନତତ୍ତ୍ୱବିତମାନେ ୩୨ଶହ ବର୍ଷ ପୁରୁଣା କବର ଖୋଜି ପାଇଛନ୍ତି । ଏହି କବରରରେ କେବଳ ସୁନା ନୁହେଁ ଦୁଇଟି କଙ୍କାଳ ବି ମିଳିଛି ।

ପ୍ରତ୍ନତତ୍ତ୍ୱବିତଙ୍କ କହିବା ଅନୁସାରେ, ଏହି କବରରେ ହାଡ ଗୁଡିକୁ ଭଲ ଭାବରେ ସଂରକ୍ଷିତ କରାଯାଇଥିଲା। ଉଭୟ କଙ୍କାଳର ଗୋଡ ସାମାନ୍ୟ ବଙ୍କା ହୋଇଯାଇଛି । ପ୍ରାଥମିକ ଆକଳନ ଅନୁଯାୟୀ, ଏହି ଦମ୍ପତିଙ୍କ ବୟସ ୩୦ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବ। ପ୍ରତ୍ନତତ୍ତ୍ୱବିତ୍ମାନେ କବର ଭିତରୁ ଶହେରୁ ଅଧିକ ମୋତି ଏବଂ ସୁନା ପେଣ୍ଡେଟ ଆବିଷ୍କାର କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ସେଲଟିକ୍ କ୍ରସ୍ ପରି ଦେଖାଯାଉଛି ।

ପୋଲାଣ୍ଡ ଏବଂ ଆର୍ମେନିଆ ପ୍ରତ୍ନତତ୍ତ୍ୱବିଙ୍କ ଏକ ଟିମ୍ ମେଟସମୋର ଏକ ସ୍ଥାନରୁ ଏହି ଗୋଲଡେନ ସମାଧି ଆବିଷ୍କାର କରିଛନ୍ତି। ଦୁଇ ଜଣଙ୍କ କବର ଖନନ ବେଳେ ଦଳ ତିନିଟି ସୁନା ହାରର ମଧ୍ୟ ଆବିଷ୍କାର କରିଛନ୍ତି।

ଏଥିରେ କାଂସ୍ୟ ଯୁଗରୁ ସୁନା ଅଳଙ୍କାର ରହିଛି । ମେଟସମର୍ ହେଉଛି ସେହି ସ୍ଥାନ ଯେଉଁଠାରେ ଆର୍ମେନିଆ ଅଞ୍ଚଳରେ ସର୍ବ ପୁରାତନ ସୁନା ଅଳଙ୍କାର ମିଳିଥିଲା ​ ।

ପ୍ରତ୍ନତତ୍ତ୍ୱବିତ୍ମାନେ ସମାଧି ଭିତରୁ ଶହେରୁ ଅଧିକ ମୋତି ଏବଂ ସୁନା ପେଣ୍ଡେଟ ଆବିଷ୍କାର କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ସେଲଟିକ୍ କ୍ରସ୍ ପରି ଦେଖାଯାଉଛି ।

ଏହି ସମାଧି ରାମେସେସ ଦ୍ୱିତୀୟଙ୍କ ଶାସନ କାଳର ବୋଲି ଜଣାପଡ଼ିଛି । ମେଟସମୋର୍ ହେଉଛି ଏକ ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣ ସ୍ଥାନ । ୧୯୬୫ ମସିହାରୁ ଏହି ଅଞ୍ଚଳରେ ଖନନ କାର୍ଯ୍ୟ ଚାଲିଛି, ଯେଉଁଥିରେ ସିଂହଦ୍ୱାରର ଚିତ୍ର ଥିବା ସୁନା ହାର ଏବଂ ସୁନା ପାଣି ଦିଆଯାଇଥିବା ବେଲ୍ଟ ବି ବାହାରିଥିଲା ।

ଏହିଠାରେ ସବୁଠୁ ଅଧିକା ଅଧ୍ୟୟନ କରାଯାଇଛି । ଶ୍ମଶାନରେ ମଧ୍ୟ ରିସର୍ଚ୍ଚ କରାଯାଇଥିଲା । ଏହି ଜମି ୨ଶହ ହେକ୍ଟରରୁ ଅଧିକ । ଏବେ ଏହି ସ୍ଥାନରୁ ସୁନା ବାହାରିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଧାନସଭାରୁ ସଂସଦ ସବୁଠି କଳା ପୋଷାକରେ କଂଗ୍ରେସ ସାଂସଦ

ଭୁବନେଶ୍ୱର\ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ସାଂସଦ ସଦସ୍ୟ ପଦ ରଦ୍ଦ ପ୍ରତିବାଦରେ ବିଧାନସଭାରେ ତାତି । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସର ସମସ୍ତ ସଦସ୍ୟ କଳା ପୋଷାକ ପିନ୍ଧି ଗୃହ ମଧ୍ୟଭାଗରେ ବିଜେପି ବିରୋଧରେ ନାରାବାଜି କରିଥିଲେ । କେନ୍ଦ୍ରରେ ଥିବା ବିଜେପି ସରକାର ଗଣତନ୍ତ୍ର ହତ୍ୟାକାରୀ । ଏପରି ସ୍ଲୋଗାନ ଦେଇ କେନ୍ଦ୍ର ସରକାର ବିରୋଧରେ ନାରାବାଜି ଦେଇଥିଲା କଂଗ୍ରେସ । ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି କରିଥିଲେ ବାଚସ୍ପତି ।

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରତିବାଦରେ କଂଗ୍ରେସ ନେତୃତ୍ୱରେ ବିଜେପିକୁ ବାଦ ଦେଇ ଅନେକ ରାଜନେତାଙ୍କ ପ୍ରତିବାଦ। ରାଜଭବନ ଚାଲ ଅଭିଯାନରେ ସାମିଲ ହେଲେ ୧୨ ଟି ରାଜନୈତିକ ଦଳ। କଂଗ୍ରେସ ସମେତ ବାମ ଦଳ, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, ଏନସିପି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ।

ସେପଟେ ସଡ଼କରୁ ସଂସଦ ଯାଏଁ ସଂଗ୍ରାମ କରୁଛି କଂଗ୍ରେସ । ଆଜି କଳା ପୋଷାକ ପିନ୍ଧି ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି ବିରୋଧୀ ସାଂସଦ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ କଳା ପୋଷାକରେ ସଂସଦରେ ପହଞ୍ଚିଛନ୍ତି । ସଂସଦ ଭିତରେ ଓ ବାହାରେ ସରକାରଙ୍କୁ ଘେରିବାକୁ ଆଜି ବିରୋଧୀ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହେବ ।

ଚେନ୍ନାଇରେ କଂଗ୍ରେସ ବିଧାୟକମାନେ କଳା ପୋଷାକ ପିନ୍ଧି ବିଧାନସଭାରେ ପହଞ୍ଚିବା ସହ ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଛନ୍ତି । ବିହାର ବିଧାନସଭାରେ ବି ମେଣ୍ଟସରକାର ସମର୍ଥନରେ ଥିବା ଦଳର ବିଧାୟକମାନେ କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଛନ୍ତି । କେନ୍ଦ୍ର ବିଜେପି ଶାସନରେ ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି ବିଧାୟକମାନେ ନାରା ଦେଇଛନ୍ତି । ଅନ୍ୟପଟେ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଗାନ୍ଧୀ ପରିବାରକୁ ନେଇ ନୂଆ ପୋଷ୍ଟ କରିଛନ୍ତି । ସତ୍ୟ, ସାହସ ଓ ବଳିଦାନ ଗାନ୍ଧୀ ପରିବାରର ଶକ୍ତି ବୋଲି କହିଛନ୍ତି ରାହୁଲ ।

୩୦ ଜିଲ୍ଲାରେ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ବିଜେଡିର ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ । ପର୍ଯ୍ୟବେକ୍ଷକ ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି  । ସେହିପରି ଅନେକ ବିଧାୟକଙ୍କୁ ମିଳିଛି ୩୦ ଜିଲ୍ଲା ଦାୟିତ୍ବ । ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି । ସେହିପରି ଗଜପତି ଓ ରାୟଗଡ଼ା ଦାୟିତ୍ବ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି । ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ମିଳିଛିୀ ବାଲେଶ୍ବର ଦାୟିତ୍ବ ।

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଟକ, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡ଼େଇକୁ ସୁନ୍ଦରଗଡ଼, ପ୍ରଦୀପ ଅମାତଙ୍କୁ ଗଞ୍ଜାମ ଓ ଅଶୋକ ପଣ୍ଡାଙ୍କୁ ଯାଜପୁର ଦାୟିତ୍ୱ ମିଲିଛି ।  ବଲାଙ୍ଗୀର ପାଇଁ ସୁଧିର ସାମଲ, ଭଦ୍ରକ ପ୍ରତାପ ଜେନା, ଦେଓଗଡ଼ ଅମରେଶ ଜେନା , ଜଗତସିଂହପୁର ଅରୁଣ କୁମାର ସାହୁ, କନ୍ଧମାଳ ବିଦଜୟ ନାୟକ , ଖୋର୍ଦ୍ଧା ରବୀନ୍ଦ୍ର କୁମାର ଜେନା , କୋରାପୁଟ-ମାଲକାନାଗିରି ପାଇଁ ଦିବ୍ୟ ଶଙ୍କର ମିଶ୍ର, ନବରଙ୍ଗପୁର ପାଇଁ ଇଶ୍ୱର ପାଣିଗ୍ରାହୀ , ନୟାଗଡ଼ ପଦ୍ମନାଭ ବେହେରା  ।

ନୂଆପଡ଼ା ସ୍ନେହାଙ୍ଗୀନୀ ଛୁରିଆ  । କଳାହାଣ୍ଡି- ପ୍ରଣବ ବଳବନ୍ତରାୟ, ଗଞ୍ଜାମ ପ୍ରଦୀପ୍ତ କୁମାର ଅମାତ, ବୌଦ୍ଧ ସୈଭାଗ୍ୟ ନାୟକ, ଝାରସୁଗୁଡ଼ା ସାରଦା ପ୍ରସାଦ ନାୟକ, ମୟୁରଭଞ୍ଜ ପ୍ରଶାନ୍ତ ମୁଦୁଲି  । ସୁବର୍ଣ୍ଣପୁର ପାଇଁ ଦେବେଶ ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

GST ଠକେଇ ଅଭିଯୋଗ, ରାଉରକେଲାରେ ବଡ ଧରଣର ରେଡ୍‌

ରାଉରକେଲା: ଜିଏସଟି ଠକେଇ ଅଭିଯୋଗରେ ରାଉରକେଲା ସହରରେ ବଡ ଧରଣର ରେଡ୍‌। ରାଉରକେଲା ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ରାଉରକେଲା ସହରର ସିଭିଲ ଟାଉନସିପରେ ଦୁଇଟି ବାସଭବନ ଓ ଅଫିସରେ ରେଡ୍ ହୋଇଛି । କଲୁଙ୍ଗାରେ ଥିବା ୪ଟି ଟ୍ରେଡର୍ସ ଓ ଗୋଟିଏ କାରଖାନା, ଛେଣ୍ଡ କଲୋନୀର ଗୋଟିଏ ସ୍ଥାନ, କ୍ରିଷ୍ଣା ଚନ୍ଦ୍ର ଜୟସ୍ବାଲଙ୍କ ଅରିନା ଟ୍ରେଡର୍ସରେ ରେଡ୍‌ ହୋଇଛି ।

ସେହିପରି ମୁସାଫିର ଜୟସ୍ବାଲଙ୍କ ଜେଏମ ଷ୍ଟିଲ ଟ୍ରେଡର୍ସ ଓ ଗୌରୀଶଙ୍କର ଜୟସ୍ବାଲଙ୍କ ଡିଡି ଆଇରନ ଏଣ୍ଡ ଷ୍ଟିଲ ଟ୍ରେଡର୍ସ, ଜୟନ୍ତ କୁମାର ଜୟସ୍ବାଲଙ୍କ ଜୁମ ଟ୍ରେଡର୍ସରେ ଜିଏସଟି ବିଭାଗ ପକ୍ଷରୁ ରେଡ୍ ହୋଇଛି । ସମସ୍ତ ବ୍ୟବସାୟୀ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି ।

ଗୃହ ଆରମ୍ଭରୁ ମୁଲତବୀ, ବିଧାନସଭାରେ ରାହୁଲ ତାତି

ଭୁବନେଶ୍ୱର: ଗୃହ ଆରମ୍ଭରୁ ମୁଲତବୀ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ନେଇ ଗୃହରେ ନାରାବାଜୀ କରିଥିଲେ କଂଗ୍ରେସ ବିଧାୟକ ।  ସାଂସଦ ସଦସ୍ୟ ପଦ ରଦ୍ଦ ପ୍ରତିବାଦରେ ବିଧାନସଭାରେ ତାତି ।ମିନିଟ ଟିଏ ମଧ୍ୟ ଚାଲିପାରିଲା ନାହିଁ ଗୃହ  । ଯାହା ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସର ସମସ୍ତ ସଦସ୍ୟ କଳା ପୋଷାକ ପିନ୍ଧି ଗୃହ ମଧ୍ୟଭାଗରେ ବିଜେପି ବିରୋଧରେ ନାରାବାଜି କରିଥିଲେ । କେନ୍ଦ୍ରରେ ଥିବା ବିଜେପି ସରକାର ଗଣତନ୍ତ୍ର ହତ୍ୟାକାରୀ । ଏପରି ସ୍ଲୋଗାନ ଦେଇ କେନ୍ଦ୍ର ସରକାର ବିରୋଧରେ ନାରାବାଜି ଦେଇଥିଲା କଂଗ୍ରେସ । ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି କରିଥିଲେ ବାଚସ୍ପତି ।

ଡାହାଣୀ ସନ୍ଦେହରେ ଦମ୍ପତ୍ତିକୁ ପିଟିପିଟି ମାରିଦେଲେ ଗ୍ରାମବାସୀ

କୋଲକାତା: ଡାହାଣୀ ସନ୍ଦେହରେ ଦମ୍ପତ୍ତିକୁ ପିଟିପିଟି ମାରିଦେଲେ ଗ୍ରାମବାସୀ । ଘଟଣା ଘଟିଛି ପଶ୍ଚିମବଙ୍ଗ ବୀରଭୂମର ଆହମେଦପୁରରେ । ଡାହାଣୀ ସନ୍ଦେହରେ ସ୍ବାମୀ ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ଲୋକ ।

ହସ୍ପିଟାଲରେ ମୃତ ଘୋଷଣା ପରେ ତରବରିଆ ଭାବେ ଜବରଦସ୍ତି ଗାଁଲୋକ ନେଇ ପୋଡିଦେବାକୁ ଉଦ୍ୟମ କରୁଥିଲେ । ହେଲେ ପାଖ ଗାଁଲୋକ ବାଧା ଦେଇଥିଲେ । ପୋଲିସ ଖବର ପାଇ ଉଭୟଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତକ ହେଲେ ପାଣ୍ଡୁ ଓ ପାର୍ବତୀ ହେମ୍ବ୍ରମ ।