spot_img
Home Blog Page 3103

ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ, ୧୬ ମିନିଟ ପରେ କକ୍ଷପଥରେ ହେଲା ଅବସ୍ଥାପିତ

ଶ୍ରୀହରିକୋଟା: ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ସଫଳତାର ସହ ଚନ୍ଦ୍ରଯାନ-୩ ଉତକ୍ଷେପଣ କଲା ଭାରତ । ଦିନ ୨ଟା ୩୫ରେ ଦ୍ବିତୀୟ ଲଞ୍ଚପ୍ୟାଡରୁ GSLV-3 ହେଭି ଲିଫ୍ଟ ଲଞ୍ଚ ଭେହିକିଲରେ ଚନ୍ଦ୍ରଯାନର ସଫଳ ଲଞ୍ଚିଂ କରାଯାଇଥିବା ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ତିନିଟି ସୋପାନ ସଫଳତାର ସହ ଅତିକ୍ରମ କରିଛି ଚନ୍ଦ୍ରଯାନ-ଥ୍ରୀ । ଭୂପୃଷ୍ଠ ଛାଡ଼ିବାର ୧୬ ମିନିଟ ପରେ ଏହା କକ୍ଷପଥରେ ଅବସ୍ଥାପିତ ହୋଇଛି । ୨୩ ଅଗଷ୍ଟରେ ଚନ୍ଦ୍ରପୃଷ୍ଠରେ ଏହାର ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ସାଉଥ୍‌ ପୋଲରେ ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବ । ଚନ୍ଦ୍ରଯାନ-୩ର ସଫଳ ଲଞ୍ଚିଂ ପରେ ଦେଶବାସୀଙ୍କୁ ଶୁଭେଚ୍ଛେ ଜଣାଇଛନ୍ତି ଇସ୍ରୋ ମୁଖ୍ୟ ।

ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ଯଦି ସଫଳତାର ସହ ଅବତରଣ କରେ, ତେବେ ଆମେରିକା, ଋଷ, ଚୀନ ପରେ ଭାରତ ଚତୁର୍ଥ ଦେଶ ମହାକାଶ ବିଜ୍ଞାନରେ ସୁପର ପାଓ୍ବାର ହେବ ଭାରତ । ୨୦୧୯ରେ ଚନ୍ଦ୍ରଯାନ-୨ରେ ରୋବୋଟିକ ସ୍ପେସକ୍ରାଫ୍ଟ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା ଇସ୍ରୋ । ଲୁନାର ସରଫେସରେ ପହଞ୍ଚିବା ପରେ ବି ଅବତରଣ ପୂର୍ବରୁ କ୍ରାସ୍ ଲ୍ୟାଣ୍ଡିଂ ଯୋଗୁ ବିଫଳ ହୋଇଥିଲା ମିଶନ ।

 

ଚିକିଟିରେ ବିଜେଡି କର୍ମୀ ସମ୍ମିଳନୀ, ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବାକୁ ଆହ୍ବାନ ଦେଲେ ମାନସ ମଙ୍ଗରାଜ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ଚିକିଟିଠାରେ ଆୟୋଜିତ ବିଜେଡି କର୍ମୀ ସମିଳନୀରେ ଯୋଗଦେଲେ ବ୍ରହ୍ମପୁର ଲୋକସଭା ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ତଥା ରାଜ୍ଯସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ହଜାର ହଜାର ବିଜୁ ଜନତା ଦଳର ନେତା ଓ କର୍ମୀ ସାଂସଦଙ୍କୁ ଭବ୍ଯ ସ୍ବାଗତ କରି ପାଛୋଟି ନେଇଥିଲେ। ବ୍ରହ୍ମପୁର, ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗସ୍ତ ପରେ ଆଜି ଚିକିଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ସାଂସଦ  ମାନସ ରଞ୍ଜନ ମଙ୍ଗରାଜ । ଦଳ କିପରି ଆହୁରି ମଜଭୁତ ହେବ, କିପରି ନିର୍ବାଚନ ମଣ୍ଡଳୀର ସମସ୍ତଙ୍କୁ ନେଇ ଆଗକୁ ଯିବ ଦଳ ସେ ଉପରେ ପରାମର୍ଶ ଦେଇଥିଲେ ସାଂସଦ । ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ଆଗାମୀ ବିଧାନସଭା ନିର୍ବାଚନରେ କିପରି ବିଜୁ ଜନତା ଦଳକୁ ସର୍ବାଧିକ ଭୋଟ ଦେଇ ଜିତାଇବାକୁ ହେବ ସେ ନେଇ ଲୋକଙ୍କୁ ନିବେଦନ କରିଥିଲେ ।

ଆୟୋଜିତ କର୍ମୀ ସମ୍ମିଳନୀରେ ମନ୍ତ୍ରୀ ଉଷା ଦେବୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଅମିତ ମଲ୍ଲିକ, ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା, ଜିଲ୍ଲା ଯୁବ ସଭାପତି ଭବାନୀ ଶଙ୍କର, ଚିକିଟି ଏନଏସିର ଅଧ୍ୟକ୍ଷା ଦୀପା ସାହୁ, ଚିକିଟି ବ୍ଲକ ଅଧ୍ୟକ୍ଷ ଆପନା ସେଠୀ, ଚିକିଟି ବ୍ଳକ ସଭାପତି ହାରମ ରେଡ୍ଡୀ, ପାତ୍ରପୁର ବ୍ଲକ ସଭାପତି ରାମନାଥ ପାଣିଗ୍ରାହୀ, ଚିକିଟି ଏନଏସିର ସଭାପତି ପ୍ରସନ୍ନ କୁମାର ସାହୁ, ବରିଷ୍ଠ ବିଜେଡି ନେତା ବି. କ୍ରିଷ୍ଣା ମୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସେପଟେ ପାତ୍ରପୁର ବ୍ଲକ ବିଜେପି କର୍ମୀ ଅଶୋକ କୁମାର ଦୋରା ଦଳ ଛାଡି ଏହି ଅବସରରେ ବିଜେଡିରେ ସାମିଲ ହୋଇଛନ୍ତି ।

ସୋସିଆଲ ମିଡିଆରେ ସକ୍ରିୟ ରୁହ, ବିରୋଧୀଙ୍କ ବିଭ୍ରାନ୍ତକର ତଥ୍ୟକୁ ପ୍ରତିରୋଧ କର: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ସଦସ୍ୟମାନେ ସୋସିଆଲ ମିଡିଆରେ ଅଧିକରୁ ଅଧିକ ସକ୍ରିୟ ହୁଅନ୍ତୁ । ବିରୋଧୀଙ୍କ ବିଭ୍ରାନ୍ତିକର ତଥ୍ୟକୁ ପ୍ରତିରୋଧ କରନ୍ତୁ । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିରୋଧୀ ମିଛ କାହାଣୀରେ ବିଶ୍ବାସ କରନ୍ତି । କିନ୍ତୁ ଆମେ ପ୍ରକୃତ ତଥ୍ୟ ସହିତ ବିରୋଧୀଙ୍କ ସାମ୍ନା କରିବା ଓ ଲୋକଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା । ବିଜୁ ଛାତ୍ର ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପରାମର୍ଶ ଦେବା ସହିତ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଛାତ୍ରମାନେ ଦେଶର ଓ ସମାଜର ଭବିଷ୍ୟତ । ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ରାଜ୍ୟ ସରକାର ମଜଭୁତ କରିଛନ୍ତି । ଶିକ୍ଷା ଓ ତାଲିମ ଉପରେ ଗୁରୁତ୍ବ ଦିଆଯାଉଛି । ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦେଶରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି । ୨ ହଜାର ମସିହାରେ ରାଜ୍ୟରେ ୬ଟି ବିଶ୍ବବିଦ୍ୟାଳୟ ଥିଲା । ଆଜି ୧୮ଟି ବିଶ୍ବବିଦ୍ୟାଳୟ ହୋଇଛି । ୨ ହଜାର ମସିହାରେ ୩ଟି ସରକାରୀ ମେଡିକାଲ କଲେଜ ଥିଲା । ଏବେ ୧୧ଟି ସରକାରୀ ମେଡିକାଲ କଲେଜ ହୋଇଛି । ସେହିପରି ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ରକ୍ତଦାନ ଓ ବୃକ୍ଷରୋପଣ କରୁଥିବାରୁ ବିଜୁ ଛାତ୍ର ଜନତା ଦଳ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକାରିଣୀରେ ପାରିତ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଥିଲା । ବୈଠକରେ ରାଜନୈତିକ, ସାଙ୍ଗଠନିକ, ସଂକଳ୍ପ ଓ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି ।

ଓଡ଼ିଶାରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ନବୀନ ଓଡ଼ିଶା ଗଠନ ପାଇଁ ଛାତ୍ରଛାତ୍ରୀମାନଙ୍କ ଭୂମିକା କ’ଣ ରହିବ, ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଗୁରୁମନ୍ତ୍ର ଦେଇଥିଲେ । ଆଦର୍ଶ ବିଦ୍ୟାଳୟ ଓ ୫ ହଜାର ହଷ୍ଟେଲ ନିର୍ମାଣ ସହିତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ସେ କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଛାତ୍ରବୃତ୍ତି ହ୍ରାସ କରୁଛି  । ସେଥିପାଇଁ ବିଜୁ ଛାତ୍ର ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ । ଟ୍ରାଇବାଲ ୟୁନିଭର୍ସିଟି ସ୍ଥାପନ ପାଇଁ କେନ୍ଦ୍ର ପାଖରେ ଦାବି କରାଯିବ । କେନ୍ଦ୍ର ନ ଶୁଣିଲେ ଜୋରଦାର ଆନ୍ଦୋଳନ କରାଯିବ ।

ଲଞ୍ଚ ହେଲା ଚନ୍ଦ୍ରଯାନ-୩, ଚନ୍ଦ୍ରକୁ ଯାତ୍ରା ଆରମ୍ଭ କଲା ଭାରତ

ଶ୍ରୀହରିକୋଟା: ସବୁ ଅପେକ୍ଷାର ଘଟିଲା ଅନ୍ତ । ଲଞ୍ଚ ହେଲା ଚନ୍ଦ୍ରଯାନ-୩ । ତିନି ବର୍ଷ ପରେ ପୁଣି ଥରେ ଚନ୍ଦ୍ରକୁ ଯାତ୍ରା ଆରମ୍ଭ ହୋଇଛି । ଆଜି ଦିନ ୨ଟା ୩୫ରେ ସତୀଶ ଧାଓ୍ବନ ଲଞ୍ଚ ପ୍ୟାଡ୍ରୁ ଏହି ରକେଟ ଉତକ୍ଷେପଣ କରାଯାଇଛି ।

ଏହି ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତାର କକ୍ଷ ପଥରେ ଅବସ୍ଥାପିତ ହେବ । ଅଗଷ୍ଟ ୨୩ କିମ୍ବା ୨୪ରେ ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର ବିକ୍ରମ । ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ସହ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରିଛି ଭାରତୀୟ ମହାକାଶ ଅନୁସନ୍ଧାନକାରୀ ସଂସ୍ଥା ।

ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ସହ ରୋଭିଂକୁ ଅଧିକ ସୁଗମ କରିବା  ଚନ୍ଦ୍ରୟାନ-୩ର ଲକ୍ଷ୍ୟ  । ଏହା ସହ ଚନ୍ଦ୍ର ପୃଷ୍ଠରେ ରୋଭରର ପ୍ରଦିକ୍ଷଣ, ବିଭିନ୍ନ ବୈଜ୍ଞାନିକ ଗବେଷଣା ଆଦି ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ । ୨୦୦୮-୦୯ରେ ହୋଇଥିବା  ଚନ୍ଦ୍ରୟାନ-୧ ମିଶନ ଦ୍ବାରା ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିଲା । ମାତ୍ର ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା ।

କିନ୍ତୁ ଚନ୍ଦ୍ରୟାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି । ତେବେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରୟାନ-୩ ସୁରକ୍ଷିତ ଲ୍ୟାଣ୍ଡିଂ କଲେ ଏଭଳି କରିବାରେ ଆମେରିକା, ରୁଷ, ଚୀନ ପରେ ଚତୁର୍ଥ ଦେଶ ହେବ ଭାରତ ।

ନନ୍ଦନକାନନରେ ବାଘୁଣୀ ‘ସାରା’ ଅସୁସ୍ଥ

ଭୁବନେଶ୍ବର: ନନ୍ଦନକାନନରେ ବାଘୁଣୀ ‘ସାରା’ ଅସୁସ୍ଥ । ସାଧାରଣ ରଙ୍ଗର ମହାବଳ ବାଘୁଣୀ ସାରା ରକ୍ତ ହୀନତା ରୋଗରେ ଆକ୍ରାନ୍ତ ହୋଇଛି । ସ୍ବତନ୍ତ୍ର ଚାମ୍ବରରେ ତାକୁ ରଖାଯାଇ ଚିକିତ୍ସା କରାଯାଉଛି । ସାରାକୁ ୧୭ ବର୍ଷ ହୋଇଥିବାବେଳେ ବୟସାଧିକ କାରଣରୁ ସେ ରୋଗାକ୍ରାନ୍ତ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ୨୦୦୯ ଏପ୍ରିଲରେ ସାରାକୁ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ଅଣାଯାଇଥିଲା  । ଏବେ ନନ୍ଦନକାନନରେ ୨୭ଟି ବାଘ ରହିଛନ୍ତି  ।

ବାହନଗା ଟ୍ରେନ ଟ୍ରାଜେଡି: ଆଜି ସରୁଛି ଅଭିଯୁକ୍ତଙ୍କ ରିମାଣ୍ଡ

ବାଲେଶ୍ବର: ବାହନଗା ଟ୍ରେନ ଟ୍ରାଜେଡି । ଆଉ ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସିବିଆଇର ସମନ । ଖୁବଶୀଘ୍ର ସେମାନେ ସିବିଆଇରେ ହାଜର ହୋଇ ନିଜର ପକ୍ଷ ରଖିବେ। ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରି ସିବିଆଇ ଛାଡ଼ିଦେଇଥିବା ସୂଚନା ମିଳିଛି ।

ସେପଟେ ଗିରଫ ତିନି ଅଧିକାରୀ ସିନିୟର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତି, ସେକ୍ସନ ଇଂଜିନିୟର ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଆନ ପପୁ କୁମାରଙ୍କର ଆଜି ସରୁଛି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ । କେତେ ସତ କହିଲେ ଅଭିଯୁକ୍ତ । ଖୋଲିଲେ କି ଷଡ଼ଯନ୍ତ୍ରରର ଗୁମର । ଆଜି ଅଭିଯୁକ୍ତଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ ମିଳିଥିବା ୪ଦିନିଆ ରିମାଣ୍ଡରେ ଗିରଫ ୩ ରେଳ ଅଧିକାରୀଙ୍କୁ ମାରାଥନ୍ ଜେରା ଚାଲିଛି । ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା, ଏହା ପଛରେ ଷଡ଼ଯନ୍ତ୍ର ରହିଛି କି ଆଦି ଅନେକ ଦିଗରୁ ଛାନବିନ କରାଯାଉଛି । ରେଲଓ୍ବେ ସେଫ୍ଟି କମିଶନଙ୍କ ତଦନ୍ତ ରିପୋର୍ଟ ସିବିଆଇ ତଦନ୍ତରେ ବେଶ ସହାୟକ ହେଉଥିବା ଜଣାପଡିଛି । ତେବେ ମାମଲାରେ ଗିରଫଦାରୀ ଆହୁରି ବଢ଼ିପାରେ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ନିଖୋଜ ଛାତ୍ରର ମିଳିଲା ପତ୍ତା

ଭୁବନେଶ୍ବର: ଭୁବନେଶ୍ବରରୁ ନିଖୋଜ ଛାତ୍ରର ମିଳିଲା ପତ୍ତା। ନିଖୋଜ ୧୬ ବର୍ଷୀୟ ଛାତ୍ର ୟୋଗେଶ ବାଲାଜୀଙ୍କୁ ଡେଲାଙ୍ଗ ଜେନାପୁର ଷ୍ଟେସନ ନିକଟରୁ ଉଦ୍ଧାର କଲା ମୈତ୍ରୀବିହାର ପୋଲିସ । ୧୬ ବର୍ଷର ପିଲାର ମୁଣ୍ଡଜାମିନ ପାଇଁ ଦୁର୍ବୁତ୍ତ ମାଗୁଥିଲେ ୩ ଲକ୍ଷ ଟଙ୍କା ।

ଏ ନେଇ ଗତକାଲି ଥାନା ଆଗରେ ଧାରଣାରେ ବସିଥିଲେ ବାପା ମା’  । ହ୍ବାଟ୍ସଆପରେ ଆସୁଥିଲା ମାରିଦେବାକୁ ଧମକ । ପୁଅ ମିଳିବା ପରେ କମିଶନରେଟ ପୋଲିସକୁ ସାଧୁବାଦ ଜଣାଇଲା ପରିବାର । “ପୋଲିସ ପାଇଁ ମୋ ପୁଅ ଆଜି ମିଳିପାରିଛି” ବୋଲି ଯୋଗେଶଙ୍କ ବାପା କହିଛନ୍ତି ।

ସେଠାକୁ କିଭଳି ଗଲା ସେ ନେଇ ତଦନ୍ତ ଚଳାଇଛି ପୋଲିସ । ଗତ ଗୁରୁବାର କେଉଁଆଡେ ଚାଲିଯାଇଥିଲେ ଯୋଗେଶ ବାଲାଜି । ଏ ନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ ପରିବାର ।

ଶଙ୍ଖ ଭବନରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ଆରମ୍ଭ

ଭୁବନେଶ୍ବର: ଭୁବନେଶ୍ବର ଶଙ୍ଖ ଭବନରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ । ବୈଠକରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି, ଛାତ୍ର ସଂଗଠନ ଉପସ୍ଥିତ ରହିଛନ୍ତି । ବିଭିନ୍ନ ପ୍ରସ୍ତାବ ଅନୁମୋଦିତ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକାରିଣୀରେ ରାଜନୈତିକ, ସାଙ୍ଗଠନିକ, ସଂକଳ୍ପ ଓ ଧନ୍ୟବାଦ ପ୍ରସ୍ତାବ ଆସିବ ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଉଦବୋଧନ ଓ ଦିଗଦର୍ଶନ ପ୍ରଦାନ କରିବେ । ଅଧିକରୁ ଅଧିକ ଛାତ୍ର ସାମିଲ ହୋଇ ସାମାଜିକ ଓ ସାଙ୍ଗଠନିକ କାର୍ଯ୍ୟ କରିବାକୁ ମାର୍ଗଦର୍ଶନ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ପିଲା ଓ ଛାତ୍ର ସଂଗଠନ ସହ ଓଡ଼ିଶାରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ । ଏହି ଅବସରରେ ଉପସ୍ଥିତ ସମସ୍ତ ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତାଙ୍କୁ ଚାରା ପ୍ରଦାନ କରାଯିବ । କାର୍ଯ୍ୟକ୍ରମରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହିଛନ୍ତି  ।

ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ

କଟକ: ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ । ୨୦୨୧  ଓ ୨୦୨୨ ତୁଳନାରେ ଚଳିତବର୍ଷ ଅଧିକ ମାମଲାର ଫଇସଲା କରିଛନ୍ତି ହାଇକୋର୍ଟ । ଜାନୁଆରୀରୁ ଜୁନ ମାସର ତଥ୍ୟ ଅନୁସାରେ ମାମଲା ଫଇସଲା ହାର ବୃଦ୍ଧି ହୋଇଥିବା ଜଣାପଡ଼ିଛି । ୨୦୨୧ର ପ୍ରଥମ ୬ ମାସରେ ୪୨ ହଜାର ୨୭୮ଟି ମାମଲା ରୁଜୁ ହୋଇଥିବାବେଳେ ୩୯ ହଜାର ୨୫୯ଟି ମାମଲାର ଫଏସଲା କରିଥିଲେ ଅଦାଲତ ।

ମାମଲା ଫଏସଲା ହାର ଥିଲା ୯୨.୮୫ ପ୍ରତିଶତ  । ୨୦୨୨ର ପ୍ରଥମ ୬ମାସରେ ୫୩ ହଜାର ୧୫୫ ମାମଲା ଦାଏର ହୋଇଥିବାବେଳେ ପୁରୁଣା ବର୍ଷର ମାମଲା ମିଶାଇ ୫୯ ହଜାର ୮୫୦ଟି ମାମଲାର ଫଏସଲା କରାଯାଇଥିଲା । ଚଳିତବର୍ଷର ପ୍ରଥମ ୬ ମାସରେ ୪୯ ହଜାର ୬୩୫ ମାମଲା ରୁଜୁ ହୋଇଥିଲା ।

ଏହି ୬ ମାସରେ ୬୨ ହଜାର ୮୬୯ ମାମଲର ଫଏସଲା କରାଯାଇଛି । ମାମଲା ଫଏସଲାର ହାର  ଗତବର୍ଷ ଅପେକ୍ଷା ୫.୦୪ ପ୍ରତିଶତ ବୃଦ୍ଧି ପାଇ ୧୨୬.୬୬ ପ୍ରତିଶତରେ ପହଞ୍ଚିଛି  ।  ସେହିଭଳି ୨୦୨୧ରେ ୩୪୧ ମାମଲାର ରାୟ ପ୍ରକାଶ ପାଇଥିବାବେଳେ ୨୦୨୨ରେ ୯୮୨ ଓ ଚଳିତବର୍ଷ ପ୍ରଥମ ୬ ମାସରେ ୧୩୬୮ଟି ମାମଲାର ରାୟ ପ୍ରକାଶ ପାଇଛି ।

ରାଜ୍ୟର ନିମ୍ନ ଅଦାଲତରେ ମଧ୍ୟ ମାମଲା ଫଏସଲା ହାର ବୃଦ୍ଧି ପାଉଛି  । ନୂଆ ଅଦାଲତ ପ୍ରତିଷ୍ଠା, ଟ୍ରାଏଲ କୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି, ମାମଲାର ଉପଯୁକ୍ତ ବଣ୍ଟନ, ନ୍ୟାୟିକ ସମସ୍ୟ ନଷ୍ଟ ପ୍ରସଙ୍ଗରେ ହ୍ରାସର କାରଣ ପାଇଁ ସଫଳତା ମିଳିଛି  ।

ବେଦୀ ଉପରେ ପ୍ରେମିକାର ଅନସନ, କହିଲେ ପ୍ରେମିକକୁ ବିବାହ କରାଇ ଦେବିନି

ନିମାପଡ଼ା: ଲଭ-ସେକ୍ସ-ଧୋକ୍କା । ପ୍ରେମରେ ପ୍ରତାରଣା, ବିବାହ ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ବିବାହ କରିବା ବେଳେ ମଙ୍ଗନରେ ପହଞ୍ଚିଲା ପ୍ରେମିକା । ନ୍ୟାୟ ଦାବିରେ ବେଦୀରେ ପ୍ରେମିକାର ଆମରଣ ଅନଶନ ।

ବିବାହ କରାଇଦେବିନି, ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ପ୍ରେମିକା। ଏହି ଘଟଣା ଘଟିଛି ନିମାପଡ଼ା ବଳଙ୍ଗା ଥାନା ତୋଟା ସାହିରେ । ପୁରୀର ଜଣେ ଯୁବତୀଙ୍କୁ ପ୍ରେମ କରି ବିବାହ ପ୍ରତିଶ୍ରୁତି ଦେଇଥିଲେ ତୋଟା ସାହିର ଜଣେ ଯୁବକ । ଶାରିରୀକ ସମ୍ପର୍କ  ରଖି ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ହଠାତ୍ ଘରକୁ ଆସି ବିବାହ କରୁଥିବା ଖବର ପାଇ ପହଞ୍ଚିଥିଲେ ପ୍ରେମିକା । ତାଙ୍କ ସହ ଆଉ ଜମେ ଝିଅଙ୍କ ଜୀବନ ନଷ୍ଟ ନହେଉ ବୋଲି କହିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ଯୁବତୀ । ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବକଙ୍କ ପରିବାରଲୋକ ।