spot_img
Home Blog Page 2935

ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ଦ୍ଵାରା ସ୍ୱାବଲମ୍ବୀ ହେଉଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର: ୫୦ଟଙ୍କା ଜମାରାଶିରୁ ଆରମ୍ଭ କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଆଜି ମାସକୁ ୪ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ଦିନ ଥିଲା ସେମାନେ ବଡ଼ି, ପାମ୍ପଡ଼, ଆରିଷା ଆଦି ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବ୍ୟାଗ୍‌ରେ ଧରି ଘର ଘର ବୁଲି ବିକ୍ରି କରୁଥିଲେ । ଅଧିକାଂଶ ସମୟରେ ତାହା ବିଶ୍ୱାସଯୋଗ୍ୟ ମଧ୍ୟ ହୋଇପାରୁନଥିଲା । ମାତ୍ର ଏବେ ସେମାନେ ବିଶ୍ୱଦରବାରରେ ପହଂଚିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆର୍ଥିକସ୍ତରରେ ଅନଗ୍ରସର ଥିବା ମହିଳାମାନେ ଏବେ ପ୍ୟାରିସ୍‌, ଦୁବାଇ ଭଳି ଅନେକ ସହରରେ ଓଡ଼ିଶା ମିଲେଟ୍ସ ମିଶନ ସହାୟତାରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି କରିବା ସହ ପ୍ରଶଂସା ସାଉଁଟିପାରିଛନ୍ତି ।

ଘରର ଚାରିକୋଣରୁ ବାହାରି ଏବେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି । ପ୍ୟାରିସ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ଖାଦ୍ୟ ପ୍ରଦର୍ଶନୀ ‘ସିଆଲ୍‌-୨୦୨୨’ରେ ଅଂଶଗ୍ରହଣ କରିବା ସହ ପୁଷ୍ଟିଶସ୍ୟର ପ୍ରଚାରପ୍ରସାର ପାଇଁ କାର୍ଯ୍ୟ କରୁଥିବାରୁ ନ୍ୟୁଟ୍ରିହବ୍ ଓ ଆଇସିଏଆର୍ ଆଇ ଆଇଏମ୍ଆର୍ ପକ୍ଷରୁ ହାଇଦ୍ରାବାଦରେ ଆୟୋଜିତ ‘ପୋଷକ ଅନାଜ ପୁରସ୍କାର୨୦୨୨’ ରେ ପୁରସ୍କୃତ ହୋଇଥିଲେ । ଭୁବନେଶ୍ବର ରେଣ୍ଟାଲ କଲୋନୀର ଶକ୍ତିମୟୀ ମହିଳା ମହାସଂଘର ଏହି ମା’ମାନେ ଓଡ଼ିଶା ମିଲେଟ୍ସ ମିଶନ ଓ ମିଶନ ଶକ୍ତି ଜରିଆରେ କୃଷି ଭବନ ପରିସରରେ ପ୍ରଥମ ମିଲେଟ୍ ଆଉଟଲେଟ୍ ରେ ପୁଷ୍ଟିଶସ୍ୟରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି ସମ୍ପାଦିକା ପଦ୍ମାଳୟା ମହାନ୍ତି କହିଛନ୍ତି ।

ପୁଷ୍ଟିଶସ୍ୟର ପୁନରୁଦ୍ଧାର ସାଙ୍ଗକୁ ଏହାକୁ ଖାଦ୍ୟ ଥାଳିରେ ସାମିଲ କରିବା ପାଇଁ ୨୦୧୭ ମସିହାରୁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନ ରେ ଆରମ୍ଭ ହୋଇଥିବା ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥିରେ ମିଶନ ଶକ୍ତିକୁ ସଂଯୋଗ କରାଯାଇ ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପଦକ୍ଷେପ ନିଆଯାଇଛି । ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ଦିଗରେ ମିଲେଟ୍ ଶକ୍ତି ଆଉଟଲେଟ୍ ଓ ମିଲେଟ୍ ଶକ୍ତି କାଫେର ଦାୟିତ୍ୱ ଦିଆଯାଇଛି ।

ମେ’ ମାସ ସୁଦ୍ଧା ରାଜ୍ୟରେ ପୁରୀ, କଟକ, ସୁନ୍ଦରଗଡ଼, କେନ୍ଦୁଝର, ନୂଆପଡା, ଖୋର୍ଦ୍ଧା, ଗଞ୍ଜାମ, ଅନୁଗୋଳ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ୧୪ଟି ସ୍ଥାନରେ ୭ଟି ମିଲେଟ୍ ଶକ୍ତି କାଫେ ଓ ୬ଟି ମିଲେଟ୍ ଶକ୍ତି ବିକ୍ରୟକେନ୍ଦ୍ରରେ ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇପାରିଛି । ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୨ଟି ମିଲେଟ୍ ଶକ୍ତି କାଫେ ମଧ୍ୟରୁ ଗୋଟିଏ କାଫେରୁ ଗୋଟିଏ ମାସରେ ସର୍ବାଧିକ ୧୧ ଲକ୍ଷ ରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଛି । ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କାଫେ ଓ ଆଉଟ୍‌ଲେଟ୍ ସ୍ଥାପନ କରିବା ସହ ବିଭିନ୍ନ ସାମଗ୍ରୀ ପାଇଁ ସହାୟତା ଯୋଗାଇ ଦିଆଯାଉଛି । ମହିଳାମାନେ ଏବେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରିପାରୁଛନ୍ତି ।

ଏହି ମିଲେଟ୍ ଶକ୍ତି ଆଉଟଲେଟରେ ପୁଷ୍ଟିଶସ୍ୟଯୁକ୍ତ ଖାଦ୍ୟସାମଗ୍ରୀ ବିକ୍ରି କରିବା ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ଏଥିପାଇଁ ମହିଳାମାନଙ୍କୁ ଭୁବନେଶ୍ବର ସ୍ଥିତ ଇଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ୍ ଓ ମହୀଶୂର ସ୍ଥିତ ସେଣ୍ଟ୍ରାଲ ଫୁଡ଼୍ ଟେକ୍ନୋଲୋଜି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ମାଧ୍ୟମରେ ପୁଷ୍ଟିଶସ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି, କାଫେ ଓ ଆଉଟଲେଟ ପରିଚାଳନାର ପ୍ରଶିକ୍ଷଣ ଦିଆଯାଉଛି । ଏହାସହିତ ଖାଦ୍ୟ ତାଲିକାରେ ଶୁଖିଲା ଓ ରନ୍ଧା ଖାଦ୍ୟଭାବେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ସାମିଲ କରାଯାଇଛି । ଏହି ପୁଷ୍ଟିଶସ୍ୟ ଖାଦ୍ୟ ସାମଗ୍ରୀକୁ ପରଷି ସେମାନେ ଏବେ ଦେଶ ବିଦେଶରେ ପ୍ରଶଂସା ସାଉଁଟିବା ସହ ପୁରସ୍କାର ମଧ୍ୟ ହାସଲ କରିପାରିଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ‘ମିଲେଟ୍ ଶକ୍ତି କାଫେ’ କରାଯାଇ ଅଧିକରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରାଯିବା ନେଇ ଯୋଜନା କରାଯାଇଛି । ଏସମ୍ପର୍କରେ କଳିଙ୍ଗଷ୍ଟାଡିୟମଠାରେ ବିଶ୍ୱକପ୍ ହକି ସମୟରେ ଖୋଲାଯାଇଥିବା ‘ମିଲେଟ୍ ଶକ୍ତି ଆଉଟଲେଟ୍’ର ଦାୟିତ୍ୱରେ ଥିବା ସ୍ୱୟଂଶ୍ରଦ୍ଧା ଆଞ୍ଚଳିକ ପରିଷଦର ସମ୍ପାଦିକା ମିନତୀ ସାବତ୍ କହିଛନ୍ତି, ‘ବର୍ଷ ବର୍ଷର ସଂଘର୍ଷ ପରେ ଆମ ସଦସ୍ୟାମାନେ ଓଡ଼ିଶା ମିଲେଟ୍ସ ମିଶନ ମାଧ୍ୟମରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ଏବେ ସଫଳତା ପଥରେ ଆଗେଇ ଚାଲିଛନ୍ତି । ବିଶ୍ୱକପ୍ ହକି ସମୟରେ କଳିଙ୍ଗ ଷ୍ଟାଡିୟମ୍‌ରେ ମିଲେଟ୍ ଆଉଟଲେଟର ଦାୟିତ୍ୱ ତୁଲାଇ ବହୁ ପ୍ରଶଂସା ସାଉଁଟିବା ସହ ଲୋକାଦୃତ ପାଇପାରିଛୁ ।

କେବଳ ୧୭ଦିନରେ ଆମେ ପୁଷ୍ଟିଶସ୍ୟଯୁକ୍ତ ଖାଦ୍ୟ ପରଷି ସାଢେ ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିପାରିଥିଲୁ । ଏହାସହ କଳିଙ୍ଗ ଷ୍ଟାଡିୟମ୍‌କୁ ଆସୁଥିବା ବିଦେଶୀ ଖେଳାଳୀ ଓ ପର୍ଯ୍ୟଟକମାନଙ୍କ ଦ୍ଵାରା ଆଦୃତି ଖୁବ୍ କମ୍ ଦିନରେ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିପାରିଛୁ।‘ ସେହିପରି ସୁନ୍ଦରଗଡ଼ର ଦିବ୍ୟଜ୍ୟୋତି ମହିଳା ମହାସଂଘର ପ୍ରେମା ଦାସ କୁହନ୍ତି, “ ୨୦୧୯ ମସିହାରୁ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନର ସହାୟତା ପାଇବାପରେ ଏବେ ବର୍ଷକୁ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିପାରୁଛୁ । ଗୋଆ, ମୁମ୍ବାଇ, କୋଲକାତା, ପ୍ୟାରିସ୍ ଭଳି ସହରରେ ଆମ ଦ୍ୱାରା ପ୍ରସ୍ତୁତ ପୁଷ୍ଟିଶସ୍ୟ ପହଞ୍ଚାଇପାରୁଛୁ ।

ଛତିଶଗଡ଼, ଝାଡଖଣ୍ଡ ଆଦି ରାଜ୍ୟରୁ ସଦସ୍ୟମାନେ ଆସି ଆମଠାରୁ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଣାଳୀର ପ୍ରଶିକ୍ଷଶ ନେଉଛନ୍ତି । ପ୍ୟାରିସ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ଖାଦ୍ୟ ପ୍ରଦର୍ଶନୀ ‘ସିଆଲ୍‌-୨୦୨୨’ରେ, ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲୁ । ଏହା ସହ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲୁ । ଯାହାକି କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ୱାବଧାନରେ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ଦ୍ୱାରା ସମ୍ଭବ ହୋଇପାରିଛି । ଲୋକଙ୍କ ପାଖରେ ଦେଶୀ ଓ ପାରମ୍ପରିକ ଖାଦ୍ୟ ସାମଗ୍ରୀ ପହଂଚାଇବା ପାଇଁ ପ୍ରୟାସ ଜାରି ରହିଛି ।

ଭଉଣୀ ବିବାହରେ ହାତଗଣ୍ଠି ଫିଟାଇଥିଲେ ସାନ ଭଉଣୀ ରୂପାଲି, ହେଲେ କିଏ ଜାଣିଥିଲା ଏ ଖୁସିର ଆୟୁଷ ଏତେ ଛୋଟ ବୋଲି

ଦିଗପହଣ୍ଡି: ଭଉଣୀ ବିବାହରେ ହାତଗଣ୍ଠି ଫିଟାଇଥିଲେ ସୋନାଲିଙ୍କ ସାନ ଭଉଣୀ ରୂପାଲି ପ୍ରଧାନ। ହେଲେ କିଏ ଜାଣିଥିଲା ସେ ଖୁସିର ଆୟୁଷ ଥିଲା ଏତେ ଛୋଟ । ଭଉଣୀ ବାହାଘରରେ ମନଭରି ଖୁସି ହେଇଥିଲେ । ରିସେପ୍ସନ୍ ଭୋଜିରେ ଯୋଗ ଦେବାକୁ ପରିବାର ଲୋକଙ୍କ ସହ ଯାଇଥିଲେ ରୂପାଲି। ହେଲେ ଗତକାଲି ଥିଲା ରୂପାଲିଙ୍କ ଜୀବନର ଶେଷ ରାତି। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେବଳ ରୂପାଲି ନୁହେଁ ବଡ଼ ଭଉଣୀ ଶିବାନୀ ପ୍ରଧାନଙ୍କର ବି ମୃତ୍ୟୁ ହୋଇଛି।

ଶିବାନୀ ଶିକ୍ଷକତା କରୁଥିଲେ । ଭଉଣୀ ବିବାହ ରିସେପସନରେ ଯୋଗଦେବାକୁ ଯାଇଥିଲେ ହେଲେ ଫେରିଲା ତାଙ୍କ ମୃତଦେହ। ବଡ଼ବାପା ତ୍ରିପତି ପ୍ରଧାନ, କକା ରମେଶ ପ୍ରଧାନ ଓ ସମ୍ପର୍କୀୟ କକା ସୀତାରାମଙ୍କର ମଧ୍ୟ ଜୀବନ ଯାଇଛି। ବଡ଼ବାପା ଝିଅ ଭଉଣୀ ସୁଜ୍ଞାନୀ ପ୍ରଧାନ, ୩ବର୍ଷର ପୁତୁରା ଦେବାଂଶୁ ଓ ବର୍ଷକର ଆଦ୍ବିକଙ୍କର ବି ମୃତ୍ୟୁ ହୋଇଛି । ସେପଟେ ସୁଜ୍ଞାନୀଙ୍କ ସ୍ବାମୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।

ଗାଇଡଲାଇନ ଉଲ୍ଲଂଘନ କରି ଚାଲୁଥିଲା ୨୫ ବର୍ଷ ତଳର ପୁରୁଣା ଗାଡ଼ି, ଥାନାରେ ମାମଲା

ବ୍ରହ୍ମପୁର: ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ମିନି ବସର ନଥିଲା ପରମିଟ୍ । ୨୫ ବର୍ଷ ତଳର ପୁରୁଣା ଗାଡ଼ି ଗାଇଡଲାଇନର ଉଲ୍ଲଂଘନ କରି ଚାଲୁଥିଲା। ଯାତ୍ରୀ ନେବା ପାଇଁ ମିନି ବସକୁ ଅନୁମତି ନଥିଲା। ଯେଉଁ ରୁଟରେ ଗାଡ଼ି ଗଡୁଥିଲା, ତାହା ସମ୍ପୂର୍ଣ୍ଣ ବେଆଇନ ଥିଲା । ପୁରୁଣା ଗାଡ଼ି ଯୋଗୁଁ ବସର ଆକ୍ସିଲ ଭାଙ୍ଗି ଯାଇଥିଲା।

ବସ ମାଲିକଙ୍କ ଖାମ ଖିଆଲି ମନୋଭାବ ଯୋଗୁ ଅନେକ ଲୋକଙ୍କ ଜୀବନ ଯାଇଛି। ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି। ବିନା ପରମିଟରେ ଚାଲୁଥିବା ଗାଡ଼ି ଉପରେ ନଜର ରଖିବା ସହ ଖୁବଶୀଘ୍ର ଆସିପାରେ ଗାଇଡଲାଇନ ।

ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ମାମଲା, ୩ ସୁଦ୍ଧା ହାଜର ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିର ଭିତରର ରିଲ୍ସ ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ରୋହିତ ଜୈଶ୍ବାଲଙ୍କ ବିରୋଧରେ ମାମଲା ରୁଜୁ କରିଛି ସିଂହଦ୍ବାର ପୋଲିସ । ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ବାରା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋହିତ ଜୈଶ୍ବାଲ ୧୯୭୩ ନାଁରେ ଥିବା ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି ଭିଡିଓ । ରଥଯାତ୍ରା ପରେ ଶ୍ରୀମନ୍ଦିର ଭିତରର ଏହି ଭିଡିଓ କରାଯାଇଛି ।

ରୋହିତ ନିଜେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିବା ସୂଚନା ମିଳିଛି ଥାନାରେ ହାଜର ନହେଲେ ରୋହିତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ନାଁରେ ଆପରେ ଠକେଇ ଅଭିଯୋଗ ମାମଲାରେ ତିନି ଅଭିଯୁକ୍ତଙ୍କୁ ସିଂହଦ୍ବାର ଥାନାରେ ହଜାର ହେବାକୁ ନିର୍ଦ୍ଦେଶ ଦେଲା ପୋଲିସ । ଅଭିଯୁକ୍ତ ହେଲେ ସୌରଜିତ୍ ବାସୁ , ସିଇଓ ପ୍ରଜତ ସାମନ୍ତ, ଚିଫ୍ ଟେକ୍ନୋଲୋଜି ଅଫିସର୍ ଅଙ୍କିତା ଦେ। ସମସ୍ତ ୩ ଜଣଙ୍କୁ ଜୁଲାଇ ୩ ତାରିଖ ସୁଦ୍ଧା ଥାନାରେ ଜାହର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନର ରିପୋର୍ଟ ଆଧାରରେ ଥାନା ପକ୍ଷରୁ ଆପ ବିରୋଧରେ ମାମଲା ରୁଜୁ ହୋଇଥିଲା । ଦଫା ୪୨୦, ୧୨୦ବି ସହ ଅନ୍ୟାନ୍ୟ ଦଫାରେ ମାମଲା ହୋଇଛି ।

ନିର୍ବାଚନ ଆସିଲେ କେନ୍ଦ୍ରମନ୍ତ୍ରୀଙ୍କ ଢେଙ୍କାନାଳ ଅନୁଗୁଳ କଥା ମନେ ପଡୁଛି: ବିଜେଡି

ଭୁବନେଶ୍ବର: ଜନ୍ମମାଟିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଣଦେଖା। ବାରମ୍ବାର ଢେଙ୍କାନାଳ, ଅନୁଗୁଳ ଗସ୍ତ କରୁଛନ୍ତି। ହେଲେ ନିଜ ଜନ୍ମଭୂମିରେ କିଛି ବି ବିକାଶ କାମ କରିନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ। ୯ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ପଦରେ ଥାଇ ବି ଜନ୍ମମାଟିକୁ କିଛି ଦେଇନାହାନ୍ତି ବୋଲି କହିଛି ବିଜେଡି। ଦେଶକୁ ତାଳଚେର ସର୍ବାଧିକ ରାଜସ୍ୱ ଦେଉଛି। ହେଲେ ତାଳଚେର କୋଇଲା ଖଣିର ଉତ୍ପାଦନ ଅନୁସାରେ ମିଳିନି ନିଯୁକ୍ତି। ତାଳଚେର-ବିମଳାଗଡ଼ ରେଳଲାଇନ କାମ ସଂପୂର୍ଣ୍ଣ ହୋଇପାରିଲାନି।

ଏହା ମାଲବାହୀ ଷ୍ଟେସନ ହୋଇ ରହିଗଲା। ଏନଡିଏ ୨୦୧୪ରେ କ୍ଷମତାକୁ ଆସିବା ପରେ ଆକାଂକ୍ଷା ଜିଲ୍ଲା ଢେଙ୍କାନାଳରେ ମେଡିକାଲ କଲେଜ ହୋଇପାରିଲାନି। କେନ୍ଦ୍ରମନ୍ତ୍ରୀ କିଛି ସଫଳ କାର୍ଯ୍ୟକ୍ରମ କରିନାହାନ୍ତି। ନିର୍ବାଚନ ଆସିଲା ବୋଲି ସେକଥା କହିବା ଆରମ୍ଭ କରିଥିବା ବିଜେଡି କହିଛି। ଢେଙ୍କାନାଳ, ଅନୁଗୁଳ ସର୍ବାଧିକ ରାଜସ୍ୱ ଦେଉଥିବା ସତ୍ତ୍ବେ, ସ୍ୱତନ୍ତ୍ର ଦୃଷ୍ଟି ଦେଇନାହାନ୍ତି କେନ୍ଦ୍ରମନ୍ତ୍ରୀ ।

5Tରେ ଯେଉଁ ପରି ସ୍କୁଲ ରୂପାନ୍ତର ହେଉଛି, ସେ ନିଜ ଗାଁ ସ୍କୁଲ ପାଇଁ କଣ ରୂପାନ୍ତର କରିଛନ୍ତି କି ବୋଲି ବିଜେଡି ପ୍ରଶ୍ନ କରିଛି। କେନ୍ଦ୍ର ଅଧୀନରେ ଢେଙ୍କାନାଳ ଅନୁଗୁଳରେ କେତେ ସ୍କୁଲ କରିଛନ୍ତି? ଟେଲିକମରେ ଇଣ୍ଟେନେଟ ସୁବିଧା ନାହିଁ। ବ୍ୟଙ୍କିଙ୍ଗ ସୁବିଧା ନଥିବାରୁ ବୟସ୍କ ଲୋକ ଭତ୍ତା ପାଇଁ ହଇରାଣ ହେଉଛନ୍ତି। ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯାଇଥିବାରୁ ବୋଧେ କେନ୍ଦ୍ରମନ୍ତ୍ରୀଙ୍କ ଆନ୍ତରିକତା ଏହି ଦୁଇ ରାଜ୍ୟ ପାଇଁ ରହିଛି। ନିର୍ବାଚନ ଆସିଲେ ତାଙ୍କର ଢେଙ୍କାନାଳ ଅନୁଗୁଳ କଥା ମନେପଡେ ବୋଲି ବିଜେଡି କହିଛି ।

ସୋନାଲିଙ୍କୁ ଛାଡି ଏକାସହ ଚାଲିଗଲେ ଦୁଇ ଭଉଣୀ, ପିଲାବେଳର ସାଙ୍ଗ ବି ଆଖିବୁଜିଲେ

ବ୍ରହ୍ମପୁର: ଦିଗପହଣ୍ଡି ଖେମୁଣ୍ଡି କଲେଜ ଛକରେ ଭୟଙ୍କର ବସ୍‌ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଅଛନ୍ତି । ସବୁଠୁ ଦୁଃଖର ଘଟଣା ହେଉଛି, ଦୁର୍ଘଟଣାରେ ଖଣ୍ଡଦେଉଳିର ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକ ସମସ୍ତେ ନବବିବାହିତ ସୋନାଲି ପ୍ରଧାନଙ୍କ ସମ୍ପର୍କୀୟ । ଦୁର୍ଘଟଣାରେ ବଡ଼ ଭଉଣୀ ଶିବାନୀ ପ୍ରଧାନ ଓ ସାନ ଭଉଣୀ ରୂପାଲିଙ୍କ ମୃତ୍ୟୁ ହୋଇଛି । ଶିବାନୀ ଶିକ୍ଷକତା କରୁଥିଲେ । ଭଉଣୀ ବିବାହ ରିସେପସନରେ ଯୋଗଦେବାକୁ ଯାଇଥିଲେ ହେଲେ ଫେରିଲା ତାଙ୍କ ମୃତଦେହ । ବଡ଼ବାପା ତ୍ରିପତି ପ୍ରଧାନ, କକା ରମେଶ ପ୍ରଧାନ ଓ ସମ୍ପର୍କୀୟ କକା ସୀତାରାମଙ୍କ ମଧ୍ୟ ଏଥିରେ ଜୀବନ ଯାଇଛି ।

ବଡ଼ବାପା ଝିଅ ଭଉଣୀ ସୁଜ୍ଞାନୀ ପ୍ରଧାନଙ୍କର ମଧ୍ୟ ଜୀବନ ଯାଇଛି । କେବଳ ସେତିକି ନୁହେଁ ୩ ବର୍ଷୀୟ ପୁତୁରା ଦେବାଂଶୁ ଓ ବର୍ଷକର ପୁତୁରା ହାର୍ଦ୍ଦିକଙ୍କର ମୃତ୍ୟୁ ହୋଇଛି । ସେପଟେ ସୁଜ୍ଞାନୀଙ୍କ ସ୍ବାମୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଏମାନେ ତ ଥିଲେ ପରିବାର । ଏମାନଙ୍କ ସହ ଯାଇଥିଲେ ସୋନାଲିଙ୍କ ପିଲାବେଳର ସାଙ୍ଗ ସଙ୍ଗୀତା । ସେ ମଧ୍ୟ ବସ୍ ଦୁର୍ଘଟଣାରେ ଜୀବନ ହରାଇଛନ୍ତି । ସୋନାଲିଙ୍କ ସାଙ୍ଗ ସଙ୍ଗୀତା ଡାକୁଆଙ୍କ । ବୟସ ୩୨ । ଗଡ଼ଗୋବିନ୍ଦପୁରରେ ବିବାହ କରିଥିଲେ । ତାଙ୍କର ୪ବର୍ଷର ପୁଅ ଅଛି । ପୁଅକୁ ନେଇ ସାଙ୍ଗ ରିସେପସନକୁ ଯାଇଥିଲେ ସଙ୍ଗୀତା । ହେଲେ କାଳରାତ୍ରିରେ ଚାଲିଗଲା ଜୀବନ । ବସ୍‌ ଧକ୍କାରେ ସଙ୍ଗୀତା ତ ଚାଲିଗଲେ ହେଲେ ଛାଡ଼ିଗଲେ ୪ ବର୍ଷର ପୁଅକୁ । ପୁଅର ହାତ ଭାଙ୍ଗିୟାଇଛି । ସ୍ତ୍ରୀ ସଙ୍ଗୀତାଙ୍କୁ ହରାଇ ସ୍ବାମୀ ନିଜକୁ ସମ୍ଭାଳିପାରୁନାହାନ୍ତି । ବାରମ୍ବାର ବେହୋସ ହୋଇପଡ଼ୁଛନ୍ତି ।

ଆଜି ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ମୌସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା । ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ ।

ଆଜି ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କଟକ, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି କାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି । ତଳି ଅଞ୍ଚଳରେ ପାଣି ଜମିବା ସ୍ଥିତି ଉପୁଜିଥିବାବେଳେ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ନବୀନ, ଗଞ୍ଜାମ ପ୍ରଶାସନ ଦେଲା ୩୦ ହଜାର

ବ୍ରହ୍ମପୁର: ଦିଗପହଣ୍ଡି ଖେମୁଣ୍ଡି କଲେଜ ଛକ ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି
ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତ ପ୍ରଦାନ କରାଯିବ । ଏହାସହ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଓ ବିଧାୟକ ବିକ୍ରମ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଆହତଙ୍କ ଚିକିତ୍ସା ପାଇଁ ଗଞ୍ଜାମ ପ୍ରଶାସନ ୩୦ ହଜାର ଟଙ୍କା ଘୋଷଣା କରିଛି ଗଞ୍ଜାମ ପ୍ରଶାସନ  ।

ଭୋଜି ଖାଇ ଫେରିବାବେଳେ ଛକିଥିଲା ମୃତ୍ୟୁ, ବସ ମୁହାମୁହିଁ ଧକ୍କା ପରେ ୧୨ ମୃତ

ଦିଗପହଣ୍ଡି: ଖେମୁଣ୍ଡି କଲେଜ ଛକରେ ଭୟଙ୍କର ବସ୍‌ ଦୁର୍ଘଟଣା । ଓଏସଆରଟିସି ବସ ଓ ଘରୋଇ ମିନି ବସ ମୁହାମୁହିଁ ଧକ୍କା । ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଅଛନ୍ତି । ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁରରୁ ବିବାହ ଭୋଜି ଖାଇ ରାତିରେ ଫେରୁଥିବା ବେଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଓଏସଆରଟିସି ଓ ଏକ କନ୍ୟାଯାତ୍ରୀ ଘରୋଇ ମିନି ବସ୍ ମୁହାଁମୁହିଁ ଧକ୍କା ହୋଇଛି ।

ମୃତକଙ୍କ ମଧ୍ୟରେ ୪ ମହିଳା, ୬ ପୁରୁଷ ଓ ୨ ଜଣ ଶିଶୁ ଅଛନ୍ତି । ୮ ଗୁରୁତରଙ୍କ ଚିକିତ୍ସା ଚାଲିଛି । ମୃତକ ହେଲେ ଶିବାନୀ ପ୍ରଧାନ, ରୂପାଲି ପ୍ରଧାନ, ସୁଜ୍ଞାନୀ କୁମାରୀ ପ୍ରଧାନ, (31), ସଙ୍ଗୀତ। ଡାକୁଆ (32), ଲିଟୁ ନାୟକ (40), ତ୍ରିପତି ପ୍ରଧାନ (48), ରମେଶ ପ୍ରଧାନ (62), ସୀତାରାମ ପ୍ରଧାନ (60), ସଞ୍ଜୟ ମେଦିନ ରୟ (50), ଶୁଭେନ୍ଦୁ ପ୍ରଧାନ (32), ଦିବ୍ୟାଂଶୁ ପ୍ରଧାନ (3), ହାର୍ଦ୍ଧିକ (1)  । ୫ ମିନିଟରେ ଘରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଛକିଥିଲା ମୃତ୍ୟୁ ।

ସୂଚନା ଅନୁସାରେ, ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁରୁ ବ୍ରହ୍ମପୁର ହାତୀବନ୍ଧ ସାହିକୁ ଝିଅର ବିବାହ ପାଇଁ ଯାଇଥିଲେ । ମିନି ବସ୍‌ରେ ଥିଲେ ପ୍ରାୟ ୨୫ ଜଣ । ରାତି ଗୋଟାଏରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ଚିକିଟି SDPO ଦିଗପହଣ୍ଡି ଥାନା ଅଧିକାରୀ ପାଟପୁର ଥାନା ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦିଗପହଣ୍ଡି ଅଗ୍ନିଶମ ବାହିନୀ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ଚିକିଟି SDPO, ସଦର SDPOଙ୍କ ସହ ଅନ୍ୟ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ହେଲେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇଥିଲା ।

ପୁଣି ପୁରୀ ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ । ରୋହିତ ଜୈଶ୍ବାଲ 1973 ନାମରେ ଥିବା ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି ଭିଡିଓ । ରଥଯାତ୍ରା ପରେ ଶ୍ରୀମନ୍ଦିର ଭିତରେ ଏହି ଭିଡିଓ କରାଯାଇଥିବା ଜଣାପଡିଛି । ରୋହିତ ନିଜେ ଭିଡିଓ କରି ଅପଲୋଡ କରିଥିବା ଜଣାପଡ଼ିଛି । ମୋବାଇଲ ନେଇ ଶ୍ରୀମନ୍ଦିର ଭିତରେ ଏପରି ଭିଡ଼ିଓ ଉଠାଇବା ଘଟଣା ଏବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । ତେବେ ଏହା ପ୍ରଥମଥର ନୁହେଁ ଯେବେ ଭିଡିଓ ଭାଇରାଲ୍ ହୋଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଭିତରର ଭିଡିଓ ଓ ଫଟୋ ଭାଇରାଲ୍ ହୋଇଛି ।