spot_img
Home Blog Page 2882

ଆସନ୍ତାକାଲି ଲୋକାର୍ପିତ ହେବ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ ଟର୍ମିନାଲ

କଟକ : ବିକାଶରେ ଯୋଡ଼ି ହେବ ନୂଆ ଅଧ୍ୟାୟ । ଆସନ୍ତାକାଲି ଲୋକାର୍ପିତ ହେବ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ ଟର୍ମିନାଲ । ନେତାଜୀ ବସ୍ ଟର୍ମିନାଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ବସ ଟର୍ମିନାଲ ସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଯାଉଥିବା 12 ଟି ପ୍ରକଳ୍ପର ଉଦଘାଟନ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ୧୫ ଏକର ପରିମିତ ଜମି ଉପରେ ତିଆରି କରାଯାଇଥିବା ଏହି ବସ ଟର୍ମିନାଲରେ ଖର୍ଚ୍ଚ ହୋଇଛି 9୦.୨ କୋଟି ଟଙ୍କା । ଏଠାରେ ୧୯୨ ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି । ଏହି ମେଗା ପ୍ରକଳ୍ପର ଉଦଘାଟନ ପାଇଁ ସିଡିଏ, ଜିଲ୍ଲା ପ୍ରଶାସନ, ସିଏମସି ପକ୍ଷରୁ ଆଜି ଚୂଡାନ୍ତ ପ୍ରସ୍ତୁତି ସମୀକ୍ଷା କରାଯାଇଛି । ଟର୍ମିନାଲ ପରିସରରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଯୋଗଦେବା ସହିତ ଭରଚୁଆଲରେ ଅନ୍ୟ ୧୨ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ । ଟର୍ମିନାଲରେ ବୁଲି ପୁରା ପ୍ରୋଜେକ୍ଟ ଦେଖିବା ସହିତ ପତାକା ଦେଖାଇ ବସ ଯାତ୍ରା ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ଅକ୍ଟୋବର ୧୩ ତାରିଖରେ ନିଲାମ ହେବ ବଡ଼ମ୍ବା ଚିନିକଳ

କଟକ : ଆସନ୍ତା ଅକ୍ଟୋବର ୧୩ ତାରିଖରେ ନିଲାମ ହେବ ବଡ଼ମ୍ବା ଚିନିକଳ  । ୫ ହଜାର ଚାଷୀଙ୍କ ଅଂଶଧନରେ ୧୯୮୪ରେ ଗଢି ଉଠିଥିବା ବଡ଼ମ୍ବା ଚିନିକଳ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା  । କମ୍ପାନୀ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ମୁମ୍ବାଇ ନରିମାନ ପଏଣ୍ଟ ଶାଖାରୁ ୩୬୯ କୋଟି ୫ ହଜାର ୯୬୫ ଟଙ୍କା ଋଣ ଆଣିଥିଲା । ଋଣ ପରିଶୋଧ କରି ନ ପାରିବାରୁ ନିଲାମ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଅକ୍ଟୋବର ୧୩ ତାରିଖ ଦିନ ୧୨ଟାରୁ ୧ଟା ମଧ୍ୟରେ ଏହାର ନିଲାମ କରାଯିବ  । ଇସ୍ତାହାରରେ ସମ୍ପତ୍ତିର ସର୍ବନିମ୍ନ ମୂଲ୍ୟ ୧୫ କୋଟି ୧୮ଲକ୍ଷ ଟଙ୍କା ଓ ଅମାନତ ରାଶି ୭୫ ଲକ୍ଷ ୯୦ ହଜାର ଟଙ୍କା ରହିଛି।

ଭଦ୍ରକ ଜିଲ୍ଲାର ୫୨ଟି ହାଇସ୍କୁଲ ରୂପାନ୍ତିରତ ହେବ

ଭୁବନେଶ୍ୱର : ଫାଇଭ-ଟି ଉପକ୍ରମରେ ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାର ୫୨ଟି ହାଇସ୍କୁଲ ରୂପାନ୍ତିରତ ହେବ  । ଯେଉଁଥିରେ ସ୍ଥାନ ପାଇଛି ଚାନ୍ଦବାଲି ବ୍ଲକର ୭ଟି ହାଇସ୍କୁଲ  ।  ରୂପାନ୍ତରିତ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ  । ରୂପାନ୍ତରଣ କାମ ଦ୍ରୁତ ଗତି ଗତିରେ କରାଯାଉଥିବାବେଳେ ସ୍ମାର୍ଟକ୍ଲାସ ରୁମ ସାଙ୍ଗକୁ ବିଜ୍ଞାନାଗାର, ଇ-ଲାଇବ୍ରେରୀ, କ୍ରୀଡ଼ା ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି  । ଏହି ଅବସରରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଫାଇଭ-ଟି ସଚିବ  । ଗାଁ ସ୍କୁଲକୁ ଅତ୍ୟାଧୁନିକ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜନସାଧାରଣ  ।

ଖାଲି ହନିଟ୍ରାପ ନୁହେଁ ବରଂ ଚାକିରି ଦେବା ନାଁରେ ଠକେଇ କରୁଥିଲା ଇରାନୀ

ଭୁବନେଶ୍ବର : ଇରାନୀ ଗ୍ୟାଙ୍ଗ ଗିରଫ ମାମଲା । ଖାଲି ହନିଟ୍ରାପ ନୁହେଁ ବରଂ ଚାକିରି ଦେବା ନାଁରେ ବି ଠକେଇ କରୁଥିଲା ଇରାନୀ  । ତମାଣ୍ଡୋ ସିଜିପୁଟର ଠିକାଦାର ସୌଭାଗ୍ୟ କେତନ ଜେନାଙ୍କୁ ଚୂନା ଲଗାଇଛି ଇରାନୀ  । ତାଙ୍କ ପତ୍ନୀଙ୍କୁ ଏମ୍ସରେ ଚାକିରି କରାଇଦେବାକୁ କହି 3 ଲକ୍ଷ 60 ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି  । ଏମ୍ସରେ ପେସେଣ୍ଟ ସର୍ଭିସ ପୋଷ୍ଟ କରାଇଦେବାକୁ ଇରାନୀ ଟଙ୍କା ନେଇଥିଲେ  । ପରେ ଚାକିରି ଦେଇନଥିଲା କି ଟଙ୍କା ମାଗିଲେ ମିଛ ମାମଲାରେ ଫସାଇଦେବାକୁ ଧମକ ଦେଉଥିଲା  । ଏବେ ସୁଦ୍ଧା ଇରାନୀ ଗ୍ୟାଙ୍ଗ ନାମରେ ୪ଟି ଅଭିଯୋଗ ହେଲାଣି  । ଠକେଇରେ ଶିକାର ହୋଇଥିବା ଲୋକ ଅଭିଯୋଗ କରିବାକୁ ପୋଲିସ ଅପିଲ କରିଛି  । ଅଭିଯୋଗକାରୀଙ୍କ ନାମ ଓ ଠିକଣାକୁ ଗୋପନ ରଖିବ ପୋଲିସ  । ସେପଟେ ରିମାଣ୍ଡରେ ଆସିବ ଇରାନିଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର । 5 ଦିନ ରିମାଣ୍ଡରେ ଆଣିବା ଲାଗି SDJM କୋର୍ଟରେ ଆବେଦନ କରିବ ତମାଣ୍ଡୋ ଥାନା ପୋଲିସ  । ରିମାଣ୍ଡରେ ଆସିଲେ ଖୋଲିବ ହନିଟ୍ରାପ ଲିଙ୍କ ।

ଚାନ୍ଦବାଲି କଲେଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଜଣେ ଛାତ୍ର ମୃତ, ୨ ଗୁରୁତର

ଭଦ୍ରକ : ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ସ୍କୁଟି, ଜଣେ କଲେଜ ଛାତ୍ର ମୃତ ଓ ୨ଜଣ ଛାତ୍ର ଗୁରୁତର । ଭଦ୍ରକ ଜିଲ୍ଲା ଚାନ୍ଦବାଲି କଲେଜ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତ ଛାତ୍ର ହେଲେ କାଣ୍ଡଗରଡ଼ିର ବଳରାମ ନାୟକଙ୍କ ପୁଅ ସତ୍ୟବ୍ରତ ନାୟକ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ,  ୩ ଜଣ ଛାତ୍ର ଚନ୍ଦବାଲି କଲେଜ ପଛପଟ ଗେଟରୁ ଏକ ସ୍କୁଟି ଯୋଗେ ଦ୍ରୁତଗତିରେ ବାହାରି ଥିଲେ । ହେଲେ ଭାରସାମ୍ୟ ହରାଇ କଲେଜ ଗେଟ୍‌ ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟିରେ ପିଟି ହୋଇଯାଇଥିଲେ । ଆହତ ଅବସ୍ଥାରେ ୩ଜଣଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସତ୍ୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ । ୨ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି ।

୫ଟି ପରିବର୍ତ୍ତନ କରି ବାଂଲାଦେଶ ବିପକ୍ଷ ସୁପର -୪ର ଶେଷ ମ୍ୟାଚ୍ ଖେଳୁଛି ଭାରତ

ନନ୍ଦିଘୋଷ ବ୍ୟୁରୋ : ଏସିଆ କପ୍ -୨୦୨୩ ର ଆଜି ବାଂଲାଦେଶ ବିପକ୍ଷ ସୁପର -୪ ର ଶେଷ ମ୍ୟାଚ୍ ଖେଳୁଛି ଭାରତ । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବାଂଲାଦେଶ ବିପକ୍ଷରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ ୫ ଜଣଙ୍କର ପରିବର୍ତ୍ତନ କରାଯାଇଛି | ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ଏହି ମ୍ୟାଚ୍ ଖେଳୁ ନାହାଁନ୍ତି। ତାଙ୍କୁ ବିଶ୍ରାମ ଦିଆଯାଇଛି। ସେମାନଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, ମହମ୍ମଦ ଶାମି, ପ୍ରସାଦ କୃଷ୍ଣ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିଛି । ଏହି ମ୍ୟାଚରେ ତିଲକ ନିଜର ODI ଡେବ୍ୟୁ କରୁଛନ୍ତି। ଫାଇନାଲରେ ଟିମ ଇଣ୍ଡିଆ ନିଜର ସ୍ଥାନ ପକ୍କା କରିଛି | India vs Bangladesh Live Score, Asia Cup Super 4: Shami, Thakur rattle BAN early with double strike | Hindustan Times

ଆର ପ୍ରେମାଡାସା ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ଖେଳୁଛି ଅାଜି । ଏହି ମ୍ୟାଚ୍‌ରେ ଆଶା କରାଯାଉଥିଲା ଯେ ରୋହିତ ଶର୍ମା ସେହି ଖେଳାଳିଙ୍କୁ ଏକ ସୁଯୋଗ ଦେଇପାରନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟରେ ଖେଳି ନାହାଁନ୍ତି। ଯାହା ଅାଶା କରାଯାଉଥିଲା ତାହାହିଁ ଘଟିଲା | ଏହି ମ୍ୟାଚରେ ଡେବ୍ୟୁ କରିବାକୁ ଜଣେ ଯୁବ ଖେଳାଳିଙ୍କୁ ଟିମ୍ ଇଣ୍ଡିଆ ସୁଯୋଗ ଦେଇଛି। ଏହି ଖେଳାଳି ହେଉଛନ୍ତି ତିଲକ ଭର୍ମା | ବାମହାତୀ ବ୍ୟାଟ୍ସମ୍ୟାନ୍ ତିଲକ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି ଏବଂ ସେଠାରୁ ସେ ତାଙ୍କ ଖେଳକୁ ପ୍ରଭାବିତ କରିଥିଲେ। ଏହା ପରେ ସେ ଟିମ୍ ଇଣ୍ଡିଆକୁ ଆସିଥିଲେ।

 

କେନ୍ଦୁଝର ଜିଲ୍ଲାରେ ବ୍ୟାପୁଛି ସ୍କବ ଟାଇଫସ ରୋଗ

କେନ୍ଦୁଝର : ଜିଲ୍ଲାରେ ବ୍ୟାପୁଛି ସ୍କବ ଟାଇଫସ ରୋଗ । ୮୮୭ ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ ୩୩୪ ଜଣଙ୍କର ପଜିଟିଭ୍‌ ଆସିଥିବା କେନ୍ଦୁଝର  ସିଡିଏମଓ ସୂଚନା ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ମୁଖ୍ୟ ମେଡିକାଲରେ ୧୫ରୁ ଅଧିକ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ଯୋଡ଼ା, ତେଲକୋଇ, ହରିଚନ୍ଦନପୁର ଅଞ୍ଚଳରେ ଅଧିକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଗତକାଲି ସ୍କ୍ରବ ଟାଇଫସ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରୋଗୀ ସଂଖ୍ୟା ବଢ଼ୁଥିବାରୁ ସମସ୍ତ DPHLରେ ଟେଷ୍ଟ ଓ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ ଦେଇଛନ୍ତି । ଏ ନେଇ ଡାକ୍ତରମାନଙ୍କୁ ସଚେତନ କରାଯିବ ।Scrub Typhus: The Deadly Disease Striking Lives In India - Oneindia News

ଶୀଘ୍ର ଚିହ୍ନଟ ଓ ଜନସାଧାରଣଙ୍କୁ ସଚେତନତା ପାଇଁ ପଦକ୍ଷେପ ନିଆଯିବ । ସବୁଠି ସର୍ଭେଲାନସ ବୃଦ୍ଧି କରାଯିବ । ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟିବାୟୋଟିକସ ମହଜୁଦ ପାଇଁ ନିର୍ଦେଶ ରହିଛି । ମୃତ୍ୟୁଦେହ ଗୁଡିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ହୋଇଛି । ରୋଗୀ ଓ ମୃତ୍ୟୁ ତଥ୍ୟ ନେଇ ଷ୍ଟେଟ ସର୍ଭେଲାନସ ୟୁନିଟକୁ ଅବଗତ କରାଯିବ । ଏହି ରୋଗ ସାଧବାଣି ପୋକରୁ ହେଉଛି । ତେବେ ମୂଷା ହେଉଛି ଏହାର ପ୍ରାଥମିକ ବାହକ । ଯଦି ସାଧବାଣି ପୋକ ମୂଷାକୁ କାମୁଡିବା ପରେ ମୂଷା ମଣିଷକୁ କାମୁଡିଵ, ତେବେ  ସ୍କ୍ରବ ଟାଇଫସ ହେବ । ତୁରନ୍ତ ପରୀକ୍ଷା କରିବାକୁ ଆହ୍ୱାନ ଦିଆଯାଇଛି ।

ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା ୪ ଓଡ଼ିଆଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା : ଏମିତି ବି ମୃତ୍ୟୁ ଆସେ । ସୁସ୍ଥ ହେବା ପାଇଁ ଯାଇଥିଲେ ସୁସ୍ଥ ହୋଇ ଘରକୁ ଫେରୁଥିଲେ । ହେଲେ ବିଧିର ବିଧାନ ଏମିତି ଥିଲା ଶବ ହୋଇ ଫେରିବାକୁ ପଡ଼ିଲା । ଆନ୍ଧ୍ରପ୍ରଦେଶ ଚିତ୍ତୋରରେ ଘଟିଗଲା ଭୟାବହ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଗୋବିନ୍ଦପୁରର ୪ଜଣଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ବେଙ୍ଗାଲୁରୁକୁ ଚିକିତ୍ସା ପାଇଁ ଯାଇ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା । ମୃତକ ମାନେ ହେଉଛନ୍ତି ଉମେଶ ଚନ୍ଦ୍ର ସାହୁ,ତାଙ୍କ ସ୍ତ୍ରୀ ରଶ୍ମିତା ସାହୁ, ସଂପର୍କୀୟ ତ୍ରିଲୋଚନ ନାୟକ ଓ ବିଜୟ ନାୟକ। ଆଜି ଭୋରରୁ ଆମ୍ବୁଲାନ୍ସ ଯୋଗେ ଫେରୁଥିବା ବେଳେ, ଜାତୀୟ ରାଜପଥରେ ଠିଆ ହୋଇଥିବା ଟ୍ୟାଙ୍କରକୁ ପଛ ପଟୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ। ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତଦରହକୁ ଓଡିଶା ମୋ ପରିବାର ପକ୍ଷରୁ ଅଣାଯାଉଛି । ସେପଟେ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇରେ ଶୋକର ଛାୟା ଖେଳିଯାଇଛି ।

ତୁଟିଲା ବିବାଦ, ଆରମ୍ଭ ହେଲା ମହାପ୍ରଭୁଙ୍କ ନୀତିକାନ୍ତି

ପୁରୀ: ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ଘଟଣା। ଦୀର୍ଘ ୫ଘଣ୍ଟାରୁ ଅଧିକ ସମୟ ପରେ ଆରମ୍ଭ ହେଲା ପରବର୍ତ୍ତୀ ନୀତିକାନ୍ତି। ନୀତିକାନ୍ତି ବିଳମ୍ବ ନେଇ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ଆଲୋଚନା ମାଧ୍ୟମରେ ସମାଧାନ ହୋଇଛି। ନୀତିକାନ୍ତି ବିଳମ୍ବରେ ସମ୍ପୃକ୍ତ ସମସ୍ତଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ।କଣ ପାଇଁ ସିଂହାରୀ ସେବକ ସେବାରୁ ନିବୃତ ରହିଲେ, ସେନେଇ ପରେ ତର୍ଜମା କରାଯିବ ବୋଲି ସେ କହିଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ଓ ଉପଜିଲ୍ଲାପାଳଙ୍କ ଆଲୋଚନା ପରେ ବିବାଦର ସମାଧାନ ହୋଇଛି। ମହାପ୍ରଭୁଙ୍କ ବଡ ମହାସ୍ନାନ ହୋଇ ନୀତିକାନ୍ତି ଆଗକୁ ବଢିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସେବାରୁ ନିବୃତ ଥିବା ଜଣେ ସିଂହାରୀ ସେବାୟତ ଆଜି ମହାପ୍ରଭୁଙ୍କ ମଙ୍ଗଳଆଳତି କରିବାରୁ ନୀତି ବିବାଦ ଦେଖାଦେଇଥିଲା । ଏବେ ନୀତି ତ୍ବରାନ୍ବିତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ପୁରୀ ଓ ନୟାଗଡ ଜିଲ୍ଲାର ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମୀକ୍ଷା

ଭୁବନେଶ୍ୱର: ପୁରୀ ଓ ନୟାଗଡ ଜିଲ୍ଲାର ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମୀକ୍ଷା। ଉପଯୁକ୍ତ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ପୁରୀ ପୌରପାଳିକା ଲିଜ୍ ଜମି ଗୁଡିକ ହେବ ନିୟମିତ। ବର୍ଷ ବର୍ଷର ସମସ୍ୟାର ହେବ ସମାଧାନ।

ପୁରୀ ପୌରପାଳିକା ଜମି ସମସ୍ୟା ସଂପର୍କରେ 5T ସଚିବଙ୍କ ଗସ୍ତ ସମୟରେ ଲୋକେ ଦୃଷ୍ଟି ଆକର୍ଷଣ କରିଥିଲେ। ପୁରୀ ପୌରପାଳିକା ଦ୍ଵାରା ପୌରପାଳିକା ନିୟମ ଓ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ଲିଜଗୁଡିକୁ ନିୟମିତ କରିବା ପାଇଁ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକୁ ଧାର୍ଯ୍ୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ସର୍ଭେ କାମକୁ ୨୦ଦିନ ମଧ୍ୟରେ ଶେଷ କରିବା ପାଇଁ 5T ସଚିବ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳଙ୍କୁ ଆବଶ୍ୟକ ଅତିରିକ୍ତ ରାଜସ୍ବ ଅଧିକାରୀ ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ଲୋକମାନଙ୍କୁ ଲିଜ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦେଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ଆବଣ୍ଟିତ ଲିଜ୍ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କ ଉପରେ ଉପଯୁକ୍ତ ଦେୟ ଧାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ସେହିପରି ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାମ ପାଇଁ ଟେଣ୍ଡର ସେପ୍ଟେମ୍ବର ଶେଷ ସୁଦ୍ଧା ସରିବ। ନୟାଗଡ ଜିଲ୍ଲା ମଂଜରୀ ଗାଁ ନିକଟରେ ବୃତ୍ତଙ୍ଗ ନଦୀ ଉପରେ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି। ପରିବେଶ ତଥା ଅନ୍ୟାନ୍ୟ ଆବଶ୍ୟକ ମଂଜୁରୀ ମିଳିବା ପରେ ପ୍ରକଳ୍ପ ପାଇଁ ତୁରନ୍ତ ଟେଣ୍ଡର ଆହ୍ବାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।