spot_img
Home Blog Page 2871

ଚିନ୍ତାରେ ଗୋପାଳକ, ଗୋରୁଙ୍କ ଶରୀରରେ ଲମ୍ପି ସ୍କିନ ଡିଜିଜ ଆତଙ୍କ

ଦେବଗଡ଼ : ଦେବଗଡ଼ରେ ଗୋରୁଙ୍କ ଶରୀରରେ ଲମ୍ପି ସ୍କିନ ଡିଜିଜ ଆତଙ୍କ  । ଗାଈ ଗୋରୁଙ୍କ ଶରୀରରେ ଚମ ଫୁଲିଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ଫାଟି ମାଂସ ଝାଡ଼ିବା ସହ ଉକ୍ତ ସ୍ଥାନରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି  । ଫଳରେ ଚିନ୍ତାରେ ଗୋପାଳକ  । ଘଟଣାକୁ ସ୍ୱୀକାର କରିଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ସତ୍ୟରଞ୍ଜନ ରାଉତ ।

ଏହି ରୋଗ ପାଇଁ ପ୍ରତିଷେଧକ ଟୀକା ନଥିବାରୁ ଏହି ଭୁତାଣୁ ଜନିତରୋଗକୁ ଆୟତ୍ତ କରିବା ପାଇଁ ଗୋଟ୍‌ ପକ୍ସ ଭ୍ୟାକସିନ ବ୍ୟବହାର କରାଯାଉଥିବା ପ୍ରକାଶ କରିଛନ୍ତି  । ଜିଲାରେ ୬୦ ହଜାର ଗୋରୁଙ୍କୁ ଏହି ଚର୍ମ ବିଣ୍ଡି ରୋଗ ପ୍ରତିଷେଧକ ଭାବେ ଗୋଟ୍‌ ପକ୍ସ ଭ୍ୟାକସିନ ଦିଆଯାଇଛି  । ୨୦୧୯ ଗଣନା ଅନୁଯାଇ ଲକ୍ଷେ ୩୦ ହଜାର ଗୋରୁ ରହିଥିବା ବେଳେ ଆହୁରି ପ୍ରାୟ 70 ହଜାର ଗୋରୁ ଟୀକା କରଣରୁ ବଞ୍ଚିତ ଅଛନ୍ତି ।

ଟୁଇନ୍ ସିଟିରେ ତୀବ୍ରରୁ ଅତି ତୀବ୍ର ବର୍ଷା

ଭୁବନେଶ୍ୱର : ଓଡିଶାକୁ ଆସୁଛି ବଡ଼ ବର୍ଷା । ମୌସୁମୀ ନିମ୍ନ ଚାପ ରେଖାର ପୂର୍ବ ଭାଗ ତାର ସାଧାରଣ ଅବସ୍ଥାନର ଦକ୍ଷିଣରେ ରହିଛି । ଫଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମୌସୁମୀ ସକ୍ରିୟ । ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆଗାମୀ ୨ ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ ସକାଶେ ଚେତାବନୀ ଜାରି ହୋଇଛି । ଟୁଇନ ସିଟିରେ ତୀବ୍ର ରୁ ଅତି ତୀବ୍ର ବର୍ଷା ଲାଗିରହିଛି । ଫଳରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିପାରେ ।

ତଳିଆ ଅଂଚଳରେ ପାଣି ଜମିବ ତଥା ଅଣ୍ଡରପାସ ରୋଡ଼ରେ ପାଣି ଜମିବା ସମ୍ଭାବନା ରହୁଥିବାରୁ ଆବଶ୍ୟକ ନଥିଲେ ଯାତାୟାତରୁ ନିବୃତ ରହିବାକୁ ସୂଚନା । ଆଜି ସକାଳ ୮.୩୦ ସୁଧା କଟକ ସହରରେ ୪୧.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୪.୭ ମିମି ବର୍ଷା ରେକର୍ଡ ହୋଇଚି । ପାରାଦୀପରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀରେ ୮୬.୬ ମିମି, ଢେଙ୍କାନାଳରେ ୭୦ ମିମି ବର୍ଷା ରେକର୍ଡ ହୋଇଛି ।

ସେପଟେ ଆଗକୁ ରହିଛି ବ୍ୟାକ ଟୁ ବ୍ୟାକ ଲଘୁଚାପ । ଆସନ୍ତାକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ନେଇପାରେ ଲଘୁଚାପର ରୂପ । ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ହୋଇଛି । ପରବର୍ତ୍ତୀ ସମୟରେ ଏହା ଅବପାତରେ ପରିଣତ ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ । ପରେ ୧୯ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏହା ଜୁଲାଇ ୨୧ରେ ଅବପାତର ରୂପ ନେବ । ଜୁଲାଇ ୨୨ରେ ଗଭୀର ଅବପାତର ରୂପ ନେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଏହା ପ୍ରଭାବରେ ଜୁଲାଇ ୧୮ରୁ ୨୭ଯାଏ ଓଡ଼ିଶାର ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ବିଦେଶ ମାଟିରେ ଭାରତର ଐତିହାସିକ ବିଜୟ

ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ମାତ୍ର ତିନି ଦିନରେ ଶେଷ ହେଲା ଡୋମିନିକା ଟେଷ୍ଟ । ଏକ ଇନିଂସ ୧୪୧ ରନରେ ମ୍ୟାଚକୁ ଜିତି ନେଇଛନ୍ତି ରୋହିତ ବ୍ରିଗେଡ୍ । ରବିଚନ୍ଦ୍ରନ ଅଶ୍ବିନୀଙ୍କ ଘାତ ବୋଲିଂରେ ଧରାଶୟୀ ହୋଇଛି ଘରୋଇ ଦଳ । ଅଶ୍ବିନୀ ପ୍ରଥମ ଇନିଂସରେ ୫ ୱିକେଟ୍‌ ଅକ୍ତିଆର କରିଥିବା ବେଳେ, ଦ୍ବିତୀୟ ଇନିଂସରେ ୭ ୱିକେଟ୍ ହାତେଇଥିଲେ ।

ପ୍ରଥମ ଇନିଂସରେ ଓ୍ବେଷ୍ଟଇଣ୍ଡିଜ୍ ୧୫୦ ରନ କରିଥିଲା । ଜବାବରେ ଭାରତ ୪୨୧ ରନରେ ୫ ଓ୍ବିକେଟ ହରାଇ ପାଳି ଘୋଷଣା କରିଥିଲା । ସେହପିରି ଦ୍ବିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୧୩୦ ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା । ଯାହା ଫଳରେ ଭାରତ ଏକ ଇନିଂସ ଓ ୧୪୧ ରନ୍‌ରେ ବିଜୟୀ ହୋଇଛି । ଏଥିସହିତ ଅଶ୍ବିନୀ ଟେଷ୍ଟରେ ଅଷ୍ଟମ ଥର ୧୦ ୱିକେଟ୍‌ ସଫଳତା ଅର୍ଜନ କରିଛନ୍ତି । ଅନ୍ରପଟେ ପଦାର୍ପଣ ମ୍ୟାଚରେ ଶତକ ମାରିଥିବା ଯଶସ୍ବୀ ଜୟସ୍ବାଲ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି ।

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ

ଭୋପାଳ :  ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ । ଅଣ୍ଡିରା ଚିତା ସୁରଜର ମୃତ୍ୟୁ ହୋଇଛି । କିଛି ଦିନ ଧରି ଗୁରୁତର ଭାବେ ଅସୁସ୍ଥ ଥିଲା ଚିତା । ପାଞ୍ଚ ମାସ ମଧ୍ୟରେ ୮ଟି ଚିତାର ମୃତ୍ୟୁ ହେଲାଣି । ଦୁଇ ଦିନ ତଳେ ଚିତା ତେଜସର ମୃତ୍ୟୁ ହୋଇଥିଲା ।

ତେଜସକୁ ଆହତ ଅବସ୍ଥାରେ ପାଇଥିଲେ ମନିଟରିଂ ଟିମ୍ । ଏହା ପରେ ଚିତାର ଚିକିତ୍ସା କରାଯାଇଥିଲା । କିନ୍ତୁ ଚିକିତ୍ସା ପରେ ମଧ୍ୟ ଚିତାର ଜୀବନ ବଞ୍ଚାଯାଇପାରିନଥିଲା । ମୃତ୍ୟୁ ପୂର୍ବରୁ ଚିତାଟି ଅନେକ ସମୟ ଧରି ଅଚେତ ଥିଲା । ଚିତା ସୂରଜ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ତେବେ କାହିଁକି ଦକ୍ଷିଣଆଫ୍ରିକାରୁ ଆସିଥିବା ଚିତାର ମୃତ୍ୟୁ ହେଉଛି, ତାକୁ ନେଇ ପଶୁପ୍ରେମୀ ଦୁଃଖ ପ୍ରକାଶ କରିବା ସହ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି

ଏଟି୍ଏମ୍ ତାଡ଼ି ୯ଲକ୍ଷ ୨୨ହଜାର ଟଙ୍କା ଲୁଟିନେଲେ ଲୁଟେରା

କେନ୍ଦ୍ରାପଡ଼ା :  ସିସିଟିଭିରେ କଏଦ ହେଲା ଏଟିଏମ ଲୁଟ୍‌ ଦୃଶ୍ୟ । ଏଟି୍ଏମ୍ ତାଡ଼ି ୯ଲକ୍ଷ ୨୨ହଜାର ଟଙ୍କା ଲୁଟିନେଲେ ଲୁଟେରା । କେନ୍ଦ୍ରାପଡ଼ା ପାଟକୁରାର ଡେରାବିଶ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ଏଟିଏମ୍ । ଡେରାବିଶ ଠାକୁରପାଟଣା ୟୁକୋ ବ୍ୟାଙ୍କ ଏଟିଏମ ତାଡି ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କା । ସୁରକ୍ଷା ବ୍ୟବସ୍ଥା ଢିଲା ସହ ପାଟ୍ରୋଲିଂକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଟିଏମ ତାଡ଼ିବା ପଛରେ ବିହାରୀ ଗ୍ୟାଙ୍ଗର ହାତ ଥିବା ସୂଚନା ମିଳିଛି

କମୁଛି ଯମୁନା ଜଳସ୍ତର, ହେଲେ କମିନି ଦୁର୍ଦ୍ଦଶା

ନୂଆଦିଲ୍ଲୀ :  କମୁଛି ଯମୁନା ଜଳସ୍ତର, ହେଲେ କମିନି ଦୁର୍ଦ୍ଦଶା । ଦିଲ୍ଲୀକୁ ସଙ୍କଟ ଯମୁନା ନଦୀ ବନ୍ୟା ପାଣି । ରାଜଧାନୀ ଦିଲ୍ଲୀରେ ପାଣି ଆଉ ପାଣି । ସୁପ୍ରିମକୋର୍ଟରେ ପଶିଲା ବନ୍ୟା ପାଣି । ମୁଖ୍ୟମନ୍ତ୍ରୀ ଆବାସ ହେଉକି ସରକାରୀ କାର୍ଯ୍ୟାଳୟ, ସବୁଠି ବନ୍ୟାପାଣି । ସବୁ କିଛି ଯମୁନା ପାଣିରେ ଉବୁଟୁବୁ ହେଉଛି ।

ବନ୍ୟାପାଣି ପଶିବା ଯୋଗୁଁ ରାଜଧାନୀ ଦିଲ୍ଲୀକୁ ପିଇବାପାଣି ଯୋଗାଉଥିବା ତିନୋଟି ୱାଟର ପ୍ଲାଣ୍ଟ ବନ୍ଦ ହୋଇପଡିଛି । ଯାହାକୁ ନେଇ ପିଇବା ପାଣିର ସମସ୍ୟା ଦେଖିବାକୁ ମିଳିଛି । ବନ୍ୟା ଅଂଚଳକୁ ଯାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ସ୍ଥିତିର ସମୀକ୍ଷା କରିଛନ୍ତି । ବନ୍ୟାପ୍ରଭାବିତ ଅଂଚଳରେ ପହଁଚି ଏନଡିଆରଏଫ ଉଦ୍ଧାର କରୁଛି । ସେପଟେ କିଛି ଲୋକ ନିଜ ଘର ଛାତ ଉପରେ ଆଶ୍ରୟ ନେବା ସହ ଆଉ କିଛି ଅସ୍ଥାୟୀ ଶିବିରରେ ଦିନ ବିତାଉଛନ୍ତି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ରହିବା, ଖାଦ୍ୟ ଓ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ୨ଦିନ ପାଇଁ ଆଇଏମଡି ସର୍ତକ ସୂଚନା ଜାରି କରିଛି ।

ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ସମାରୋହ

ଭୁବନେଶ୍ୱର: ବିଜ୍ଞାନ ଓ କାରଗରୀ ବିଭାଗ ଉଦଭାବନ, ଷ୍ଟାର୍ଟ ଅଫ୍, ବାୟୋ ଟେକ୍ନୋଲୋଜି ଇକୋ ସିଷ୍ଟମର ବିକାଶ କ୍ଷେତ୍ରରେ ବିଜ୍ଞାନ ଓ କାରିଗରୀ ବିଭାଗ ସଫଳ ପଦକ୍ଷେପ ନେଇଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି । ଆଜି ସନ୍ଧ୍ୟାରେ ଜୟଦେବ ଭବନଠାରେ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପରୁସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଶୋକ ପଣ୍ଡା କହିଥିଲେ  ଯେ ଗବେଷଣା ଓ ବିକାଶ, ଶିକ୍ଷକମାନଙ୍କ ତାଲିମ  ଏବଂ ଛାତ୍ରଛାତ୍ରୀମାନଙ୍କ ବିଜ୍ଞାନ ଶି୪ା ନିମନ୍ତେ ଅଧଇକ କାର୍ଯ୍ୟକ୍ରମ ହାତକୁ ନେବାକୁ ଓଡ଼ିଶା ବିଜ୍ଞାନ ଏକାଡେମୀ କାର୍ଯ୍ୟ କରିବ । ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକାଡେମୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଏକାଡେମୀ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ପତ୍ରିକାର ଅଡିଓ ସଂସ୍କରଣ ଜାରି କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ନାଇଜରର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡାଙ୍କୁ ବୈଜ୍ଞାନିକ ଉତ୍କର୍ଷ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ସ୍ୱରୂପ ୨ ଲକ୍ଷ ଟଙ୍କା ସହ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ରେଭେନ୍ସା ବିଶ୍ଵବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଲୁନା ସାମନ୍ତ, ଭୁବନେଶ୍ବରସ୍ଥିତ ଆଇଏମଏମଟିର ଭୌତିକ ବିଜ୍ଞାନ ମୁଖ୍ୟ ଡ. ଦଣ୍ଡ ଶ୍ରୀନିବାସ ରାଓ, ରାଉରକେଲାସ୍ଥିତ ଏନଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡାଙ୍କ ସମେତ ଲକ୍ଷ୍ମୌସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକ ଡ.ସରୋଜକାନ୍ତ ବାରିକଙ୍କୁ “ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର” ପ୍ରଦାନ କରାଯାଇଥିଲା । ଉପରୋକ୍ତ ଚାରିଜଣଙ୍କୁ ଏକ ଲକ୍ଷ ଟଙ୍କା ମାନରାଶି ସାଙ୍ଗକୁ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥୁଲା ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ଜୀବବିଜ୍ଞାନ ବିଭାଗର ପୋଷ୍ଟ ଡକ୍ଟରାଲ ଫେଲୋ ଡ. ଶଶାଙ୍କ ଶେଖର ସ୍ଵାଇଁ, ନାଇଜରର ଭୌତିକ ବିଜ୍ଞାନ ବିଭାଗର ଡ. ନିବେଦିତା ଦାଶ, ଏନଆଇଟି ରାଉରକେଲାର ସହକାରୀ ପ୍ରଫେସର ଡ. ଜ୍ଞାନରଞ୍ଜନ ସେନାପତି ଓ ନାଇଜରର ଆସିଷ୍ଟାଣ୍ଟ ପ୍ରଫେସର ଡ. ସତ୍ୟପ୍ରସାଦ ପି. ସେନାନାୟକଙ୍କୁ କୃତୀ ଯୁବବୈଜ୍ଞାନିକ ଭାବରେ ପୁରସ୍କୃତ କରାଯାଇଥିବାବେଳେ ପ୍ରଫେସର ସଂଗୀତା ରଥ ଓ ହିମାଂଶୁ ଶେଖର ଫତେସିଂହଙ୍କୁ “ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର” ପାଇଥିଲେ । ଯୁବବୈଜ୍ଞାନିକ ପୁରସ୍କାର ଓ “ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର” ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ମାନରାଶି ସାଙ୍ଗକୁ ଉପଢ଼ୌକନ ଓ ପ୍ରଶସ୍ଥିପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଫେସର ଭାସ୍କର ଚନ୍ଦ୍ର ଦାଶ, ପ୍ରଫେସର ସତ୍ୟାନନ୍ଦ ସ୍ଵାଇଁ ଓ ପ୍ରଫେସର ଅଜୟ କୁମାର ପାତ୍ରଙ୍କୁ ବରିଷ୍ଠ ବୈଜ୍ଞାନିକ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ସ୍କୁଲ ବେଳୁ ପିଲା ହେବେ କମ୍ପ୍ୟୁଟର ଏକ୍ସପର୍ଟ, କୌଶଳୀ ସ୍କୁଲ କ୍ଲବ୍ ଜରିଆରେ ପ୍ରଯୁକ୍ତିବିଦ୍ୟା ଶିଖିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କୌଶଳୀ ସ୍କୁଲ କ୍ଲବ୍ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି । ସେମାନଙ୍କୁ ଶିକ୍ଷାଦାନ କରିବା ପାଇଁ ରାଜ୍ୟସ୍ତରରେ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଗୁରୁବାର ଠାରୁ ତିନିଦିନ ଧରି ଭୁବନେଶ୍ୱରର ୩ଟି ଉଚ୍ଚ ବିଦ୍ୟାଳୟ- ୟୁନିଟ୍ ୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍ ୮ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସୟଦ୍ ମମତାଜ ଅଲ୍ଲୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ପ୍ରଶିକ୍ଷକମାନଙ୍କୁ ତାଲିମ ଦିଆଯାଉଛି । ବ୍ଲକ ସ୍ତରରୁ ୮୯ ଜଣ ବିଜ୍ଞାନ ଶିକ୍ଷକ ଏଥିରେ ଯୋଗ ଦେଇଛନ୍ତି । ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେଉଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ମୋ ସ୍କୁଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛି । ବିଦ୍ୟାଳୟଗୁଡିକରେ ସ୍କୁଲ କ୍ଲବ୍ ମାଧ୍ୟମରେ ଆକାଂକ୍ଷୀ ପାଠ୍ୟକ୍ରମର ପ୍ରଚଳନ କରାଯାଉଛି ।

ପାଠ୍ୟକ୍ରମରେ ୪ଟି ସ୍କୁଲ କ୍ଲବ୍ କ୍ରୀଡାଙ୍ଗନ, କୌଶଳୀ, ସାହିତ୍ୟ ସୃଜନୀ, ଜିଜ୍ଞାସା ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାକୁ ସଫଳ ପରିଚାଳନା ପାଇଁ ଏବେ ମୁଖ୍ୟ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ରାଜ୍ୟସ୍ତରରେ ଦିଆଯାଉଛି । ଗତ ସପ୍ତାହରେ କ୍ରୀଡାଙ୍ଗ କ୍ଲବ ନିମନ୍ତେ ପ୍ରଶିକ୍ଷଣ ଶେଷ ହୋଇଛି । ଏବେ କୌଶଳୀ କ୍ଲବର ପ୍ରଶିକ୍ଷଣ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ପ୍ରତି ବ୍ଲକରୁ ଜଣେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ମୁଖ୍ୟ ପ୍ରଶିକ୍ଷକମାନେ ବ୍ଲକ ସ୍ତରରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବେ । ବର୍ତ୍ତମାନ ସମୟର ଆହ୍ୱାନ ଅନୁସାରେ ଛାତ୍ରଛାତ୍ରୀଙ୍କର ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷାର ଆବଶ୍ୟକତାକୁ ଭିତ୍ତିକରି ଶିକ୍ଷା ବିଭାଗ ଏଭଳି ଏକ ନୂତନ ପାଠ୍ୟକ୍ରମକୁ ବିଶେଷ ଗୁରୁତ୍ୱ ଦେଉଛି ।

ପ୍ରକାଶ ପାଇଲା ଯୁକ୍ତତିନି କଟଅଫ୍ ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତତିନି କଟଅଫ୍ ମାର୍କ । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ତାଲିକା । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୪ ହଜାର ୧୯୫ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ବିଜ୍ଞାନ ବିଭାଗରେ ପୁରୀର ଏସସିଏସ୍ କଲେଜ ଆଗରେ ରହିଥିବା ବେଳେ କଳାରେ ରହିଛି ଫକୀର ମୋହନ କଲେଜ ଏବଂ ବାଣିଜ୍ୟରେ ରେଭେନ୍ସା କଲେଜ ଆଗରେ ରହିଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣ ବର୍ଗ କଳା ବିଭାଗରେ ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜ ଓ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ କଲେଜ ପଲିଟିକାଲ ସାଇନ୍ସ ରେ ୯୧.୮୩ ପ୍ରତିଶତ କଟଅଫ୍ ମାର୍କ ରହିଛି । ସେହିପରି ଫିଜିକାଲ ସାଇନ୍ସ ବିଭାଗରେ ପୁରୀର ସାମନ୍ତ ଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ କେମେଷ୍ଟ୍ରୀ ବିଭାଗରେ ୯୪.୫୦ ପ୍ରତିଶତ କଟଅଫ୍ ମାର୍କ ରହିଥିବା ବେଳେ ଗଣିତ ବିଭାଗରେ ୯୪ ପ୍ରତିଶତ ଓ ବଟନିରେ ୯୫.୬୦ ପ୍ରତିଶତ ରହିଛି । ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର ଜୁଲୋଜିରେ ୯୪.୮୩ କଟ୍ ଅଫ୍ ମାର୍କ ରହିଛି । ବାଣିଜ୍ୟରେ ରେଭେନ୍ସା କଲେଜ ୮୬.୮୩ ପ୍ରତିଶତ ରହିଥିବା ବେଳେ ୮୫.୮୩ ପ୍ରତିଶତ କଟ୍ ଅଫ୍ ମାର୍କ ସହ ଦ୍ଵିତୀୟରେ ରହିଛି ବିଜେବି କଲେଜ ।

ବେଲଜିୟମରେ ପ୍ରବାସୀ ଓଡ଼ିଆଙ୍କ ସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ବ୍ରୁସେଲସ୍: ବେଲଜିୟମ ଗସ୍ତରେ ଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସେଠାରେ ପ୍ରବାସୀ ଓଡ଼ିଆମାନଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେଇଛନ୍ତି । ବେଲଜିୟମର ବ୍ରୁସେଲସ୍ ସିଟି ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବେଲଜିୟମରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ନିଜ ଜନ୍ମମାଟି ପ୍ରତି ଆବେଗ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସାମଗ୍ରିକ ବିକାଶ ଆଜି ବିଶ୍ବ ମାନଚିତ୍ରରେ ଓଡ଼ିଶାକୁ ପରିଚିତ କରାଇପାରିଛି । ଏ କ୍ଷେତ୍ରରେ ପ୍ରବାସୀ ଓଡ଼ିଆମାନଙ୍କର ମଧ୍ୟ ବଡ଼ ଅବଦାନ ରହିଛି । ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ସ୍ବତନ୍ତ୍ର ପଦକ୍ଷେପ, ଓଡ଼ିଶା ମୋ ପରିବାର ଏବଂ ମିଶନ ଶକ୍ତିର ସଫଳତା ଆଦି ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ ।

ଓଡ଼ିଶାର ଏହି ବିକାଶ ଧାରାରେ ନିଜକୁ ସାମିଲ କରିବା ପାଇଁ ମନ୍ତ୍ରୀ ସେମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବେଲଜିୟମ ସ୍ଥିତ ପ୍ରବାସୀ ଓଡ଼ିଆମାନଙ୍କ ତରଫରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତନୁଙ୍କ ସହ ଗସ୍ତରେ ଥିବା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି. ପ୍ରସାଦ ରାଓ ଦୋରା ଏବଂ ପରିଚାଳନା ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ସମ୍ମିଳନୀକୁ ବେଲଜିୟମର ସଞ୍ଜୟ ପରିଡ଼ା, ରଞ୍ଜିତ ପାଇକରାୟ, ରାମ କୁମାର ରଣା ଯାଦବ, ଅଂଶୁମାନ ତ୍ରିପାଠୀ ଏବଂ ନେଦରଲ୍ୟାଣ୍ଡର ଦୀପକ ପରିଡ଼ା ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ ।