spot_img
Home Blog Page 2870

ଚନ୍ଦ୍ରଯାନ-୩ ସଫଳ ହେଲେ ଖୋଲିବ ନୂଆ ଆୟର ବାଟ

ନୂଆଦିଲ୍ଳୀ: ନୂଆଦିଲ୍ଳୀ: ଭାରତ ଚନ୍ଦ୍ରଯାନ-୩ର ଯାତ୍ରା ଆରମ୍ଭ କରିଛି | ଏହି ଯାନର ଲ୍ୟାଣ୍ଡର ବିକ୍ରମ ସଫଳ ଭାବେ ଚନ୍ଦ୍ରରେ ଅବତରଣ କଲେ ଭାରତ କେବଳ କିଛି ପ୍ରମୁଖ ଦେଶଙ୍କ ମଧ୍ଯରେ ସାମିଲ ହେବ ତାହା ନୁହେଁ, ବହୁ ବିଲିୟନ ଡଲାର ମୁନ୍‌ ଇକୋନୋମି ବା ଚନ୍ଦ୍ର ଅର୍ଥନୀତିର ଏକ ପ୍ରମୁଖ ଭାଗିଦାର ହେବାର ଆଶା ଜନ୍ମିଛି। ଚନ୍ଦ୍ରରେ ମଣିଷର ଉପସ୍ଥିତି, ଲୁନାର ଡାଟାର ବାଣିଜ୍ୟିକରଣ ଏବଂ ଚନ୍ଦ୍ରରେ ଥିବା ସମ୍ଭାବ୍ୟ ସମ୍ବଳ ଅନୁସନ୍ଧାନ ଭଳି ଅନେକ କାମ ଏ କ୍ଷେତ୍ରରେ ଜଡ଼ିତ ହୋଇରହିଛି  ।  ତେବେ ଯେଉଁ ଦେଶ ଚନ୍ଦ୍ରପୃଷ୍ଟରେ ଆଗ ପହଞ୍ଚିବ, ସେ ବାଣିଜ୍ୟିକ ଦୃଷ୍ଟିକୋଣରୁ ଅଧକ ଲାଭବାନ ହେବ | ଚନ୍ଦ୍ରପୃଷ୍ଣକୁ ଯିବା ହୁଏତ ଏକ ସାଇନ୍ସ ଫିକ୍ସନ ସିନେମା ଭଳି ଲାଗିପାରେ । ଆଗକୁ ବହୁ ମାତ୍ରାରେ ଲୋକ ଚନ୍ଦ୍ରକୁ ଯିବେ, ପୃଥୁବୀରୁ ସେଠାକୁ ସାମଗ୍ରୀ ଯୋଗାଣ, ପ୍ରାକୃତିକ ସମ୍ବଳ ଖୋଜା, ଗ୍ୟାସ ଏବଂ ଜଳ, ବାସଗୃହ ସ୍ଥାପନ, ଲ୍ୟାବ, ସ୍ପେସ୍‌ ଷ୍ଟେଶନ ଏବଂ ଲ୍ୟାବ ବ୍ୟବସ୍ଥା ଆଦି ଆୟର ବାଟ ଖୋଲିବ । ଏଭଳି ଦିଗଗୁଡିକ ଦେଖିଲେ ଏ ସମ୍ପର୍କିତ କାରବାର ଲାଗି ଦେଶଗୁଡିକ ମଧ୍ଯରେ କଡ଼ା ପ୍ରତିଯୋଗିତା ଦେଖାଯିବ ।

ଆର୍ଟେମିସ ମିଶନ ଦ୍ଵାରା ଆମେରିକା ଲୋକଙ୍କୁ ଚନ୍ଦ୍ର ପୃଷ୍ଣକୁ ନେବାକୁ ଯୋଜନା କରୁଛି  । ତେବେ ଭାରତ ଏବଂ ଚୀନ ଆମେରିକାର ଏହି ଉପାୟକୁ  ଶୀଘ୍ର ଅନୁକରଣ କରିପାରନ୍ତି ବୋଲି ଆଶା କରାଯାଉଛି। ଆଗକୁ ଚନ୍ଦ୍ର ପରିବହନ କ୍ଷେତ୍ରରେ ଆସିବେ ଅଧୁକ ଷ୍ଟାର୍ଟଅପ | ବୁ ଓରିଜିନ ଏବଂ ଏଲନ ମସ୍ତୀଙ୍କ ସ୍ପେଶ ଏକ୍ସ ଭଳି କମ୍ପାନି ଏ ଦିଗରେ ଏବେ କାମ କରୁଛନ୍ତି |

ଚନ୍ଦ୍ର କେବଳ ମାନବ ବସତି ପାଇଁ ଉଦ୍ଦିଷ୍ଟ ହେବନି ମହାକାଶ ଗବେଷଣା ଏବଂ ଡିପ୍‌ ସ୍ପେଶ ମିଶନ ଭଳି ଗୁରୁତ୍ବପୂର୍ଣ୍ଣ ଦିଗଗୁଡିକରେ କାମ କରିବାରେ ମଧ୍ଯ ପ୍ରମୁଖ ଭୂମିକା ଗ୍ରହଣ କରିପାରେ। ଆଗାମୀ କିଛି ଦଶନ୍ଧି ପରେ ଚନ୍ଦ୍ରପୃ ଷ୍ଣରେ ହଜାର ହଜାର ସଂଖ୍ୟାରେ ଲୋକ ବସବାସ କରୁଥିବେ ବୋଲି ଆକଳନ କରାଯାଇଛି।

ଆମେରିକା ଲୁନାର ଇକୋନୋମି କ୍ଷେତ୍ରରେ ପ୍ରଥମ ସ୍ଥାନରେ  ରହିପାରେ ବୋଲି ଆକଳନ କରାଯାଇଛି। ଏହା ୬୩୪ ବିଲିୟନ ଡଲାରର ଲଞ୍ଚ କଣ୍ଟ୍ରାକ୍ଟ କିଣିପାରେ । ୨୦୨୦-୨୦୪୦ ମଧ୍ଯରେ ମୋଟ କଣ୍ଟ୍ରାକୃର ଯାହା ୫୧% ବୋଲି ପିଡବ୍ଲ୍ୟୁସି ପ୍ରକାଶ କରିଛି | ଏହି ସମୟରେ ଚୀନ ଏବଂ ଜାପାନ ଭଳିଦେଶଗୁଡିକରେ ଅଂଶ ୩୧ ରହିପାରେ | ଯାହା ୩୮୭ ବିଲିୟନ ଡଲାରର କଣ୍ଟ୍ରାକ୍ଟ ହୋଇପାରେ । ୟୁରୋପୀୟ ସଂଘ ୟୁଏଇ, କାନାଡା, ରୁଷ ଏବଂ ଭାରତ ୨୩୧ ବିଲିୟନ ଡଲାରର ଚୁକ୍ତି ପାଇପାରନ୍ତି। ଯାହା ମୋଟ ଚୁକ୍ତିର ୧୮% ରହିବ । ଏଥିରେ ପାଖାପାଖି ୨୨ଟି ଘରୋଇ ଓ ସରକାରୀ କମ୍ପାନି ନିବେଶ ନେଇ ଆଗ୍ରହ ଦେଖାଇଛନ୍ତି  ।  ଏହି ଷ୍ଟାର୍ଟଅପଗୁଡିକରେ ଗତ ଦଶନ୍ଧିରେ ୭୮୧ ନିୟୁତ ଡଲାର ନିବେଶ ମଧ୍ଯ ହୋଇଛି |

ଏହି ଯାନର ଲ୍ୟାଣ୍ଡର ବିକ୍ରମ ସଫଳ ଭାବେ ଚନ୍ଦ୍ରରେ ଅବତରଣ କଲେ ଭାରତ କେବଳ କିଛି ପ୍ରମୁଖ ଦେଶଙ୍କ ମଧ୍ଯରେ ସାମିଲ ହେବ ତାହା ନୁହେଁ, ବହୁ ବିଲିୟନ ଡଲାର ମୁନ୍‌ ଇକୋନୋମି ବା ଚନ୍ଦ୍ର ଅର୍ଥନୀତିର ଏକ ପ୍ରମୁଖ ଭାଗିଦାର ହେବାର ଆଶା ଜନ୍ମିଛି। ଚନ୍ଦ୍ରରେ ମଣିଷର ଉପସ୍ଥିତି, ଲୁନାର ଡାଟାର ବାଣିଜ୍ୟିକରଣ ଏବଂ ଚନ୍ଦ୍ରରେ ଥିବା ସମ୍ଭାବ୍ୟ ସମ୍ବଳ ଅନୁସନ୍ଧାନ ଭଳି ଅନେକ କାମ ଏ କ୍ଷେତ୍ରରେ ଜଡ଼ିତ ହୋଇରହିଛି  ।  ତେବେ ଯେଉଁ ଦେଶ ଚନ୍ଦ୍ରପୃଷ୍ଟରେ ଆଗ ପହଞ୍ଚିବ, ସେ ବାଣିଜ୍ୟିକ ଦୃଷ୍ଟିକୋଣରୁ ଅଧକ ଲାଭବାନ ହେବ | ଚନ୍ଦ୍ରପୃଷ୍ଣକୁ ଯିବା ହୁଏତ ଏକ ସାଇନ୍ସ ଫିକ୍ସନ ସିନେମା ଭଳି ଲାଗିପାରେ । ଆଗକୁ ବହୁ ମାତ୍ରାରେ ଲୋକ ଚନ୍ଦ୍ରକୁ ଯିବେ, ପୃଥୁବୀରୁ ସେଠାକୁ ସାମଗ୍ରୀ ଯୋଗାଣ, ପ୍ରାକୃତିକ ସମ୍ବଳ ଖୋଜା, ଗ୍ୟାସ ଏବଂ ଜଳ, ବାସଗୃହ ସ୍ଥାପନ, ଲ୍ୟାବ, ସ୍ପେସ୍‌ ଷ୍ଟେଶନ ଏବଂ ଲ୍ୟାବ ବ୍ୟବସ୍ଥା ଆଦି ଆୟର ବାଟ ଖୋଲିବ । ଏଭଳି ଦିଗଗୁଡିକ ଦେଖିଲେ ଏ ସମ୍ପର୍କିତ କାରବାର ଲାଗି ଦେଶଗୁଡିକ ମଧ୍ଯରେ କଡ଼ା ପ୍ରତିଯୋଗିତା ଦେଖାଯିବ ।

ଆର୍ଟେମିସ ମିଶନ ଦ୍ଵାରା ଆମେରିକା ଲୋକଙ୍କୁ ଚନ୍ଦ୍ର ପୃଷ୍ଣକୁ ନେବାକୁ ଯୋଜନା କରୁଛି  । ତେବେ ଭାରତ ଏବଂ ଚୀନ ଆମେରିକାର ଏହି ଉପାୟକୁ  ଶୀଘ୍ର ଅନୁକରଣ କରିପାରନ୍ତି ବୋଲି ଆଶା କରାଯାଉଛି। ଆଗକୁ ଚନ୍ଦ୍ର ପରିବହନ କ୍ଷେତ୍ରରେ ଆସିବେ ଅଧୁକ ଷ୍ଟାର୍ଟଅପ | ବୁ ଓରିଜିନ ଏବଂ ଏଲନ ମସ୍ତୀଙ୍କ ସ୍ପେଶ ଏକ୍ସ ଭଳି କମ୍ପାନି ଏ ଦିଗରେ ଏବେ କାମ କରୁଛନ୍ତି |

ଚନ୍ଦ୍ର କେବଳ ମାନବ ବସତି ପାଇଁ ଉଦ୍ଦିଷ୍ଟ ହେବନି ମହାକାଶ ଗବେଷଣା ଏବଂ ଡିପ୍‌ ସ୍ପେଶ ମିଶନ ଭଳି ଗୁରୁତ୍ବପୂର୍ଣ୍ଣ ଦିଗଗୁଡିକରେ କାମ କରିବାରେ ମଧ୍ଯ ପ୍ରମୁଖ ଭୂମିକା ଗ୍ରହଣ କରିପାରେ। ଆଗାମୀ କିଛି ଦଶନ୍ଧି ପରେ ଚନ୍ଦ୍ରପୃ ଷ୍ଣରେ ହଜାର ହଜାର ସଂଖ୍ୟାରେ ଲୋକ ବସବାସ କରୁଥିବେ ବୋଲି ଆକଳନ କରାଯାଇଛି।

ଆମେରିକା ଲୁନାର ଇକୋନୋମି କ୍ଷେତ୍ରରେ ପ୍ରଥମ ସ୍ଥାନରେ  ରହିପାରେ ବୋଲି ଆକଳନ କରାଯାଇଛି। ଏହା ୬୩୪ ବିଲିୟନ ଡଲାରର ଲଞ୍ଚ କଣ୍ଟ୍ରାକ୍ଟ କିଣିପାରେ । ୨୦୨୦-୨୦୪୦ ମଧ୍ଯରେ ମୋଟ କଣ୍ଟ୍ରାକୃର ଯାହା ୫୧% ବୋଲି ପିଡବ୍ଲ୍ୟୁସି ପ୍ରକାଶ କରିଛି | ଏହି ସମୟରେ ଚୀନ ଏବଂ ଜାପାନ ଭଳିଦେଶଗୁଡିକରେ ଅଂଶ ୩୧ ରହିପାରେ | ଯାହା ୩୮୭ ବିଲିୟନ ଡଲାରର କଣ୍ଟ୍ରାକ୍ଟ ହୋଇପାରେ । ୟୁରୋପୀୟ ସଂଘ ୟୁଏଇ, କାନାଡା, ରୁଷ ଏବଂ ଭାରତ ୨୩୧ ବିଲିୟନ ଡଲାରର ଚୁକ୍ତି ପାଇପାରନ୍ତି। ଯାହା ମୋଟ ଚୁକ୍ତିର ୧୮% ରହିବ । ଏଥିରେ ପାଖାପାଖି ୨୨ଟି ଘରୋଇ ଓ ସରକାରୀ କମ୍ପାନି ନିବେଶ ନେଇ ଆଗ୍ରହ ଦେଖାଇଛନ୍ତି  ।  ଏହି ଷ୍ଟାର୍ଟଅପଗୁଡିକରେ ଗତ ଦଶନ୍ଧିରେ ୭୮୧ ନିୟୁତ ଡଲାର ନିବେଶ ମଧ୍ଯ ହୋଇଛି |

ରାଷ୍ଟ୍ରପତିଙ୍କ ଗସ୍ତରେ ଏଥର କଟିବନି ବିଜୁଳି, ବିଦ୍ୟୁତ ଯୋଗାଣ ଦିଗରେ ନଜର ରଖିଛି TPCODL

କଟକ: ରାଷ୍ଟ୍ରପତିଙ୍କ ଗସ୍ତରେ ଏଥର କଟିବନି ବିଜୁଳି । ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସୁଥିବାରୁ TPCODL ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରଯାଇଛି । ବିଦ୍ୟୁତ ଯୋଗାଣ ଦିଗରେ ନଜର ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ CEO ଅରବିନ୍ଦ ସିଂ । ପୂର୍ବରୁ ରାଷ୍ଟ୍ରପତିଙ୍କ ବାରିପଦା ଗସ୍ତ ସମୟରେ ବିଜୁଳି ସରବରାହ ଠପ ହୋଇଥିଲା । ଅନ୍ଧାରରେ ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ପୁଣି ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ଏହି ସମୟରେ ଯେପରି ବିଦ୍ୟୁତ କାଟ ନହୁଏ, ସେନେଇ ଯତ୍ନବାନ ରହିଛି ବିଭାଗ । ଏମିତକି କୌଣସି ପ୍ରକାର ବିଦ୍ୟୁତ ଯୋଗାଣରେ ଯେପରି ସମସ୍ୟା ନହୁଏ, ସେଥିପ୍ରତି ଧ୍ୟାନ ଦିଆଯାଇଛି ବୋଲି କହିଛନ୍ତି ଟାଟା ପାଓ୍ବାର ସିଇଓ ।

AICCର ବଡ଼ ଆକ୍ସନ, ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ ନିଲମ୍ବିତ

ଭୁବନେଶ୍ୱର: ଏଆଇସିସିର ବଡ଼ ଆକ୍ସନ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ନିଲମ୍ବିତ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏହି ଦୁଇ ନେତାଙ୍କୁ ସସପେଣ୍ଡ କଲା AICC । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତେବେ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଏହି ଦୁଇ ନେତା ଏଆଇସିସିକୁ ଦେଇଥିଲେ । କିନ୍ତୁ ଏହି ଦୁଇ ନେତାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିଲା ଏଆଇସିସି । ତେଣୁ ଉଭୟ ନେତାଙ୍କୁ ଆଜି ଏଆଇସିସି ଶୃଙ୍ଖଳା କମିଟି କଂଗ୍ରେସରୁ ସସପେଣ୍ଡ କରିଛି ।

ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର, ନୂଆ ଜୀବନ ପାଇଲା ୧୨ ବର୍ଷର ବାଳକ

ନନ୍ଦିଘୋଷ ବ୍ୟୁରୋ : ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର । ନୂଆ ଜୀବନ ପାଇଲା ୧୨ବର୍ଷର ବାଳକ । ଦୁର୍ଘଟଣାରେ ମେରୁଦଣ୍ଡର ଉପରି ଭାଗ ବେକରୁ ପ୍ରାୟ ଅଲଗା ହୋଇ ଯାଇଥିବା ମୁଣ୍ଡକୁ ଯୋଡ଼ିବାରେ ଚମତ୍କାରିତା ଦେଖାଇଛନ୍ତି ଇସ୍ରାଏସଲ ଡାକ୍ତର । ମେରୁଦଣ୍ଡରୁ ମୁଣ୍ଡ ଅଲଗା ହୋଇ ପଡିଥିଲେ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସ୍ନାୟୁ ସଂଯୁକ୍ତ ହୋଇ ରହିଥିବାରୁ ଡାକ୍ତରମାନେ ମୁଣ୍ଡକୁ ଯୋଡିବାରେ ସଫଳ ହୋଇଛନ୍ତି ।

ଏକ ଦୁର୍ଘଟଣାରେ ୧୨ ବର୍ଷୀୟ ସୁଲେମାନ ହାସନ ଗୁରୁତର ଆହତ ହୋଇ ପଡିଥିଲା । ତାକୁ ଡାକ୍ତରଖାନା ଅଣାଯିବା ପରେ ଚିକିତ୍ସା କରୁଥିବା ଡାକ୍ତରମାନେ ସୁଲେମାନଙ୍କ ବଞ୍ଚିବା ଆଶା କ୍ଷୀଣ ବୋଲି କହିଥିଲେ । ମେରୁଦଣ୍ଡରୁ ସୁଲେମାନଙ୍କ ମୁଣ୍ଡକୁ ସଂଯୋଗ କରୁଥିବା ଅଂଶଟି ଅଲଗା ହୋଇ ଯାଇଥିଲା । ଯାହା ଅନ୍ତରୀଣ ଡିକ୍ୟାପିଟେସନ ବୋଲି ଡାକ୍ତରୀ ଭାଷାରେ କୁହାଯାଏ ।

ଏହି ଘଟଣାରେ ୭୦ ପ୍ରତିଶତ ଲୋକ ଘଟଣାସ୍ଥଳରେ କିମ୍ବା ଡାକ୍ତରଖାନା ଅଣାଯିବା ବାଟରେ ମୃତ୍ୟୁବରଣ କରିଥାନ୍ତି । ଭାଗ୍ୟବଳରୁ ମୁଖ୍ୟ ଶିରା କ୍ଷତିଗ୍ରସ୍ତ ହୋଇ ନ ଥିଲା । ରକ୍ତ ସଂଚାଳନ ଚାଲିଥିଲା । ଅନେକ କଷ୍ଟରେ ରଡ, ସ୍କୃ, ବ୍ୟବହାର କରାଯାଇ ସୁଲେମାନଙ୍କ ଅପରେସନ କରାଯାଇଥିଲା । ଏବେ ସେ ସୁସ୍ଥ ହେଉଛନ୍ତି । ଡାକ୍ତର ଓହାଦ ଇନାବ ଓ ଜିବ ଆଶାଙ୍କ ମତରେ ସୁଲେମାନଙ୍କୁ ଏବେ କୌଣସି ସ୍ନାୟୁଜନିତ କିମ୍ବା ସେନ୍ସରୀ ଅସୁବିଧା ଦେଖିବାକୁ ମିଳୁ ନାହିଁ । କିଛି ସମୟ ପର୍ଯ୍ୟନ୍ତ ଫିଜିଓଥେରାପି ଚିକିତ୍ସା ପରେ ସେ ପୂର୍ବ ଭଳି ମୁଣ୍ଡ ଓ ବେକ ହଲାଇ ପାରିବେ ।

ପଶ୍ଚିମବଙ୍ଗରେ ସରିଲା ପଞ୍ଚାୟତ ନିର୍ବାଚନ, ହେଲେ ସରିନି ସାଇଡ ଇଫେକ୍ଚ

କୋଲକାତା : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ସରିଲା ପରେ ବି ତାର ଏବେ ସାଇଡ ଇଫେକ୍ଟ ଜାରି ରହିଛି । ରାଜନୈତିକ ହିଂସା ଥମୁନି । ଟିଏମସିର ଜଣେ ଦଳୀୟ କର୍ମୀ ତଥା ବୁଥ ସଭାପତିକୁ ହତ୍ୟା କରିଛନ୍ତି ଆଇଏସଏଫ କର୍ମୀ ।

ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ଏ ପର୍ଯ୍ୟନ୍ତ ୩୭ଜଣଙ୍କର ମୃତ୍ୟୁ ହେଲାଣି । ଅନ୍ୟପଟେ ଦକ୍ଷିଣ ୨୪ ପରଗଣା ଜିଲ୍ଲା ଇଟଖୋଲା ପଞ୍ଚାୟତ ଗାଜିପଡାର ଟିଏମସି ଦଳ ବୁଥ ସଭାପତି ନାଟୁ ଗାଜି ଗତକାଲି ରାତିରେ ବଜାରରୁ ଫେରୁଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଲୁହା ରଡରେ ନିର୍ମମ ମାଡ଼ ମାରି ସଡ଼କରେ ଫିଙ୍ଗି ପଳାଇ ଯାଇଥିଲେ ।

ପରେ ଗୁରୁତର ଭାବେ ରକ୍ତାକ୍ତ ଅବସ୍ଥାରେ ନାଟୁଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଚିତ୍ତରଞ୍ଜନ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ନାଟୁଙ୍କ ମୃତ୍ୟୁ ହୋଇଯାଇଥିଲା ।

ଟମାଟୋ ପାଇଁ ସମ୍ପର୍କରେ ଫାଟ ; ରାଗିକି ଛୁଆକୁ ନେଇ ଘର ଛାଡି ପଳାଇଲା ସ୍ତ୍ରୀ

ଭୋପାଲ :  ରକେଟ୍‌ ଭଳି ଟମାଟୋର ଆକାଶଛୁଆଁ ଦରବୃଦ୍ଧି ପାରିବାରିକ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି କରିଛି । ସ୍ବାମୀଙ୍କୁ ଛାଡ଼ି ପିଲାଙ୍କୁ ନେଇ ଘର ଛାଡ଼ି ପାଳାଇଲେ ସ୍ତ୍ରୀ । ଶେଷରେ ପୋଲିସ ବୁଝାସୁଝା କରିବା ପରେ ଓ ସ୍ବାମୀ ଅଧକିଲୋ ଟମାଟୋ ଉପହାର ଦେବା ପରେ ସ୍ତ୍ରୀ ଘରକୁ ଫେରିଛନ୍ତି । ମଧ୍ୟପ୍ରଦେଶରେ ଏଭଳି ଘଟଣା ଘଟିଛି ।

ମଧ୍ୟପ୍ରଦେଶର ସାହୋଲ ଜିଲ୍ଲାରେ ସଞ୍ଜୀବ ବର୍ମା ଓ ତାଙ୍କ ସ୍ତ୍ରୀ ଆରତି ଏକ ଢାବା ଚଳାନ୍ତି । ତେବେ ସ୍ତ୍ରୀଙ୍କୁ ନପଚାରି ତରକାରୀରେ ସଞ୍ଜୀବ ଦୁଇଟି ଟମୋଟୋ ପକାଇ ଦେଇଥିଲେ । ଏଇ କଥାକୁ ନେଇ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ସ୍ତ୍ରୀ ଆରତି ତାଙ୍କ ଝିଅକୁ ନେଇ ଘର ଛାଡ଼ି ଭଉଣୀ ଘରକୁ ପଳାଇଥିଲେ ।

ଏନେଇ ସଞ୍ଜୀବ ଧାନପୁରୀ ଥାନାରେ ଏତଲା ଦେବା ପରେ ପୋଲିସ ସ୍ତ୍ରୀଙ୍କୁ ଭଉଣୀ ଠାବ କରି ଥାନାକୁ ଆଣିଥିଲା । ଥାନାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି । ସ୍ତ୍ରୀ ଆରତିଙ୍କୁ ସ୍ବାମୀ ସଞ୍ଜୀବ ଅଧକିଲୋ ଟମାଟୋ ଉପହାର ଦେଇଛନ୍ତି । ଛୋଟବଡ଼ କଥାକୁ ନେଇ ଆଉ ସ୍ବାମୀ- ସ୍ତ୍ରୀ ଝଗଡ଼ା କରିବେ ନାହିଁ କି ସ୍ତ୍ରୀଙ୍କୁ ନପଚାରି ତରକାରୀରେ ଟମାଟୋ ପକାଇବେ ନାହିଁ ବୋଲି ସଂଜୀବ କହିଛନ୍ତି ।

କାଳ ସାଜିଲା ମୋମୋ ଚ୍ୟାଲେଞ୍ଜ : ୧୫୦ ମୋମୋ ଖାଇ ଜୀବନ ଗଲା

ପାଟନା :  ଜୀବନ ନେଲା ମୋମୋ ଖାଇବା ନିଶା । ଚ୍ୟାଲେଞ୍ଜ କରି ମୋମା ଖାଇବା ଯୁବକଙ୍କ ପାଇଁ କାଳ ସାଜିଲା । ବିହାରର ଗୋପାଳଗଞ୍ଜ ଜିଲ୍ଲା ସିହୋରାଓ ଗାଁରେ ଏପରି ଅଘଟଣ ଘଟିଛି  । ମୋମୋ ଖାଇ ମୃତ୍ୟୁ ଘଟିଥିବା ୨୩ ବର୍ଷୀୟ ଯୁବକ ହେଉଛନ୍ତି  ବିପିନ୍ ପାସଓ୍ୱାନ ।

ସୂଚନା ଅନୁଯାୟୀ ବିପିନ ଏକ ମୋବାଇଲ ଦୋକାନରେ ମେକାନିକ କାମ କରୁଥିଲେ । ଘଟଣା ଦିନ ସେ ସାଙ୍ଗମାନଙ୍କ ସହ ମୋମୋ ଖାଇବାକୁ ଯାଇଥିଲେ । ସେଠାରେ ତାଙ୍କ ସାଙ୍ଗମାନେ ତାଙ୍କୁ ସର୍ବାଧିକ ମୋମୋ ଖାଇବାକୁ ଚ୍ୟାଲେଞ୍ଜ କରିଥିଲେ  । ଏହି ଚ୍ୟାଲେଞ୍ଜରେ ସେ ଗୋଟିଏ କିମ୍ୱା ଦୁଇଟା ପ୍ଲେଟ୍ ନୁହେଁ ବରଂ ୧୦୦ରୁ ଅଧିକ ମୋମୋ ଖାଇଥିଲେ ।

ବିପିନଙ୍କ ସାଙ୍ଗଙ୍କ କହିବା ଅନୁଯାୟୀ ସେ ଚ୍ୟାଲେଞ୍ଜ  ଜିତିବା ପାଇଁ  ପାଖାପାଖି  ୧୫୦ ମୋମୋ ଖାଇଥିଲେ । ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା  । ଆଉ ସେ ମୋମୋ ଖାଇବା ବେଳେ ହଠାତ୍ ଦୋକାନରେ ପଡିଯାଇଥିଲେ  । ପ୍ରଥମେ ସାଙ୍ଗମାନେ ଏହା ଦେଖି ହାସ୍ୟାସ୍ପଦ ବୋଲି ଭାବିଲେ । କିନ୍ତୁ ପରେ ଯେତେବେଳେ ତାଙ୍କ ଚେତା ଫେରି ନଥିଲା ସଙ୍ଗେ ସଙ୍ଗେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଗଲେ ।

କିନ୍ତୁ ଚିକିତ୍ସା ପୂର୍ବରୁ ହିଁ ଡାକ୍ତରମାନେ ବିପିନଙ୍କୁ ମୃତ ଘୋଷିତ କରିଥିଲେ  । ସେଠାରୁ ବିପିନଙ୍କ ମୃତଦେହ ଗୋପାଳଗଞ୍ଜ ସଦର ଡାକ୍ତରଖାନାକୁ ପଠାଯାଇଥିଲା । ମୃତଦେହର ପୋଷ୍ଟମର୍ଟମ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା  ।  ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି  ।

ମନ୍ଦିରକୁ ମାରିଲା ଘଡଘଡି, ଭାଙ୍ଗିଲା ଭୁବନେଶ୍ବରର ରାମେଶ୍ବର ମନ୍ଦିରର ଦଧିନଉତି

ଭୁବନେଶ୍ୱର : ବଜ୍ରପାତରେ ଖସିଲା ମନ୍ଦିର ଦଧିନଉତି । ଭୁବନେଶ୍ବରର ରଥରୋଡ୍‌ ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିରର ଦଧିନଉତି ଖସିପଡ଼ିଛି । ଘଡ଼ଘଡ଼ି ମାରିବାରୁ ମନ୍ଦିରର ଦଧିନଉତି ଖସି ପଡ଼ିଛି । ସେବାୟତମାନେ ମନ୍ଦିର ଭିତରେ ଥିବା ବେଳେ ସକାଳ ୯ଟାରୁ ୧୦ଟା ଭିତରେ ହଠାତ ଭୀଷଣ ଶବ୍ଦ ଶୁଭିଥିଲା । ପରେ ଦେଖିବା ବେଳ ମନ୍ଦିରର ଦଧିନଉତି ଭାଙ୍ଗି ତଳେ ପଡ଼ିଥିଲା । ସେଠାରେ ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏହା ଦେଖି ଭୟଭୀତ ହୋଇପଡିଥିଲେ

ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ବିରଳ ସମ୍ମାନରେ ସମ୍ମାନିତ କଲା ଆମେରିକା

ସିଆଟେଲ: ବିଶ୍ୱବ୍ୟାପୀ ମାନବ ଜୀବନର କଲ୍ୟାଣ ସାଧନା ତଥା ପ୍ରସିଦ୍ଧ କାବ୍ୟକୃତି ଶ୍ରୀଗୁରୁ ଭାଗବତ ନିମନ୍ତେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ପକ୍ଷରୁ ଏକ ବିରଳ ସମ୍ମାନରେ ସମ୍ମାନିତ କରାଯାଇଛି । ଏକକାଳୀନ ଆମେରିକାର ତିନୋଟି ସ୍ଥାନୀୟ ସରକାରଙ୍କ ପକ୍ଷରୁ ଗୁରୁଜୀଙ୍କୁ ପୃଥକ ପୃଥକ ଭାବେ ସମ୍ମାନିତ କରାଯିବା ସହିତ ଜୁଲାଇ ୧୩ ତାରିଖକୁ ‘ଡଃ ଚନ୍ଦ୍ରଭାନୁ ଶତପଥୀ ଦିବସ’ ଏବଂ ‘ଶ୍ରୀଗୁରୁ ଭାଗବତ ଦିବସ’ ରୂପେ ଘୋଷଣା କରାଯାଇଛି ।

କୌଣସି ଭାରତୀୟ ନାଗରିକ କିମ୍ବା ତାଙ୍କର କୃତି ନିମନ୍ତେ ଏହିପରି ଏକ ଦିବସ ଘୋଷଣା କରାଯିବା ଏହା ପ୍ରଥମ ଏବଂ ଐତିହାସିକ ଘଟଣା ।
ଗୁରୁଜୀ ଏବଂ ତାଙ୍କର ସର୍ବଜନାଦୃତ କାବ୍ୟଗ୍ରନ୍ଥ ‘ଶ୍ରୀଗୁରୁ ଭାଗବତ’ ପ୍ରତି ଉଲ୍ଲେଖନୀୟ ସ୍ୱୀକୃତି ସ୍ୱରୂପ ଏଠାରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇ କିଙ୍ଗ କାଉଣ୍ଟି ପକ୍ଷରୁ ଜୁଲାଇ ୧୩ ତାରିଖକୁ ‘ଶ୍ରୀଗୁରୁ ଭାଗବତ ଦିବସ’ ରୂପେ ଘୋଷଣା କରାଯାଇଛି । ସିଆଟେଲ ସହର ପକ୍ଷରୁ ଏହି ଦିନଟିକୁ ‘ଡଃ ଚନ୍ଦ୍ରଭାନୁ ଶତପଥୀ ଦିବସ’ ରୂପେ ଘୋଷଣା କରାଯାଇଛି । ସିଆଟେଲ ସହର ମେୟର ବ୍ରୁସ ଏ. ହାରେଲ ଗୁରୁଜୀଙ୍କ ହସ୍ତରେ ବିଧିବଦ୍ଧ ଘୋଷଣାପତ୍ର (ପ୍ରୋକ୍ଲେମେସନ୍‍) ଅର୍ପଣ କରି ଏହି ସମ୍ମାନ ପ୍ରଦାନ କରିଥିଲେ ।

ସେହିପରି ସିଟି ଅଫ ବେଲେଭ୍ୟୁ ପକ୍ଷରୁ ଜୁଲାଇ ୧୩ ତାରିଖକୁ ‘ଡଃ ଚନ୍ଦ୍ରଭାନୁ ଶତପଥୀ ଦିବସ’ ରୂପେ ଘୋଷଣା କରାଯାଇଥିବାବେଳେ ୱାଶିଂଟନର ସିନେଟର ମାରିଆ କାଣ୍ଟୱେଲ ୱାଶିଂଟନରେ ଏହି ଦିନଟିକୁ ‘ଶ୍ରୀଗୁରୁ ଭାଗବତ ଦିବସ’ ରୂପେ ପାଳନ କରିବା ନିମନ୍ତେ ଆନୁଷ୍ଠାନିକ ପତ୍ର ପ୍ରଦାନ କରିଥିଲେ ।
ସୂଚନାଯୋଗ୍ୟ ଯେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ମୂଳ ଓଡ଼ିଆ ଭାଷାରେ ନବାକ୍ଷରୀ ଛନ୍ଦରେ ରଚିତ ଶ୍ରୀଗୁରୁ ଭାଗବତ ଭାରତର ଷୋହଳଟି ପ୍ରାନ୍ତୀୟ ଭାଷାରେ ଅନୁବାଦିତ ହୋଇଥିବାବେଳେ ଓଡ଼ିଆ ସମେତ ଭୋଜପୁରୀ, ମୈଥିଳୀ, ଆସାମୀ, ତେଲୁଗୁ, ପଞ୍ଜାବୀ, ରାଜସ୍ଥାନୀ ଓ ହିନ୍ଦୀ ଭାଷାରେ ସଂଗୀତରେ ରୂପାୟିତ ହୋଇଛି । ଦୈନନ୍ଦିନ ଜୀବନ ଯାତ୍ରା ପଥରେ ସାଧାରଣ ପାଠକ, ଆଧ୍ୟାତ୍ମିକ ଜିଜ୍ଞାସୁ, ବୃଦ୍ଧିଜୀବୀ ଏବଂ ଗୃହିଣୀମାନଙ୍କ ପାଇଁ ଏହାର ଉପାଦେୟତା ଦୃଷ୍ଟିରୁ ଏହି ଗ୍ରନ୍ଥ ସମଗ୍ର ଦେଶ ଓ ବିଦେଶରେ ଲୋକପ୍ରିୟତା ହାସଲ କରିଛି ।

ଏହି ଉପଲକ୍ଷେ ଆୟୋଜିତ ଭବ୍ୟ ଉତ୍ସବରେ ଲେଫଟ୍‍ନାଣ୍ଟ ଗଭର୍ଣ୍ଣର ବ୍ରାଡ଼ ଓୱେନ, ସିନେଟର ବବ ହାସେଗାୱା, ପୂର୍ବତନ କଂଗ୍ରେସ ସଦସ୍ୟ ଜିମ୍‍ ମ୍ୟାକଡର୍ମଟ, ଜାରେଡ଼ ନିଉୱେନହୁଇସ, ବେଲେଭ୍ୟୁ ସିଟି ଡେପୁଟି ମେୟର ଲିସା ମାନିଅନ, କିଙ୍ଗ କାଉଣ୍ଟି ଆଇନୀଜବୀ ଜିମି ମାଟା, ବୁରିଏନ ସିଟି କାଉନସିଲ ସଦସ୍ୟ ବ୍ରାଡ଼ ମିୟାକେ, ବେଲେଭ୍ୟୁ ସିଟି ମେନେଜର ଜେମ୍ସ ବୁଶ, କିଙ୍ଗ କାଉଣ୍ଟି ଆଉଟରିଚ ହିସାଓ ଇନାଗାକି, ଜାପାନର କନସଲ ଜେନେରାଲ ଅନ୍‍ସୁନ୍ତା ଏନଜି ପ୍ରମୁଖ ବହୁ ତୁଙ୍ଗ ପଦାଧିକାରୀ ଯୋଗଦେଇଥିଲେ ।

ଗୁରୁଜୀ ଡଃ ଶତପଥୀ ଏହି ସମ୍ମାନ ନିମନ୍ତେ ଧନ୍ୟବାଦ ପ୍ରଦାନକରି ଧର୍ମମତ ନିର୍ବିଶେଷରେ ଗୁରୁତତ୍ତ୍ୱର ମହତ୍ତ୍ୱ ତଥା ଜୀବନରେ ସମସ୍ତଙ୍କ ପାଇଁ ଗୁରୁଙ୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଅନ୍ଧ ବିଶ୍ୱାସକୁ ପରିହାର କରି ପରିବର୍ତ୍ତିତ ପରିସ୍ଥିତିକୁ ଆଦରିନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଗୁହାଳରେ ପଶି ୪୨ ମେଣ୍ଢାଙ୍କୁ ମାରିଲା ଅଜଣା ଜନ୍ତୁ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ସୋଗରପଶି ପଞ୍ଚାୟତ ଅରଦା ଗାଁରେ ଅଜଣା ଜନ୍ତୁ ଆତଙ୍କ। ଗାଁରେ ପଶି ୪୨ ମେଣ୍ଢାଙ୍କୁ ମାରିଲା ଅଜଣା ଜନ୍ତୁ । ଅଜଣା ଜନ୍ତୁର ପାଦ ଚିହ୍ନ ଠାବ କଲେ ଗ୍ରାମବାସୀ । ଗାଁର ସାଧୁଚରଣ ରାଉତଙ୍କ ଗୁହାଳରେ ପଶି ମେଣ୍ଢା ମାରିଛି ଅଜଣା ଜନ୍ତୁ । ଜଙ୍ଗଲ କଡରେ ଆରଦା ଗାଁ ଥିବାରୁ ଅଜଣାଜନ୍ତୁ ଆକ୍ରମଣ କରୁଥିବା କହିଛନ୍ତି ଗ୍ରାମବାସୀ । ଏକା ସଙ୍ଗେ ଏତେ ସଂଖ୍ୟକ ମେଣ୍ଢା ମରିବା ସାଧାରଣ କଥା ନୁହେଁ ବୋଲି କହିଛନ୍ତି ଗ୍ରାମବାସୀ । ଅଜଣାଜନ୍ତୁ ଆକ୍ରମଣକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।