ବାରବାଟୀ ଦୁର୍ଗ ଖନନ କାର୍ଯ୍ୟର ସମୀକ୍ଷା କରୁଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ

1 min read

Barabati Fort

କଟକ : ବାରବାଟୀ ଦୁର୍ଗ ଖନନ କାର୍ଯ୍ୟର ସମୀକ୍ଷା କରାଯାଉଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ମହାନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବାସା ସମୀକ୍ଷା କରିଛନ୍ତି  । ୧୦ଜଣିଆ ଟିମ ସହ ସେ ଦୁର୍ଗର ଅନୁଧ୍ୟାନ କରିଛନ୍ତି  । ଅକ୍ଟୋବର ୯ ତାରିଖରେ ପୁନର୍ବାର ଦୁର୍ଗରେ ଆରମ୍ଭ ହୋଇଛି ଖନନ କାର୍ଯ୍ୟ  । ପୂର୍ବରୁ ୨୦୦୬-୦୭ ମସିହାରେ ଶେଷ ଥର ପାଇଁ ଖନନ ହୋଇଥିଲା। ତେବେ ଆସନ୍ତା ୫ ବର୍ଷ ପାଇଁ ବାରବାଟୀ ଦୁର୍ଗର ଖନନ କାର୍ଯ୍ୟ ଜାରି ରଖିବ ବୋଲି କହିଛି ASI । ଦକ୍ଷିଣ ପୂର୍ବ ଏସିଆ ସହ ବାରବାଟୀ ଦୁର୍ଗ ଓ ଓଡିଶା ର ସମ୍ପର୍କକୁ ନେଇ ଖନନ ଯୋଜନା କରାଯାଇଛି । ଯେହେତୁ ଖନନ ସମୟରେ ଚାଇନିଜ ପାତ୍ର ମିଳିଛି, ତେଣୁ ଅନୁମାନ କରାଯାଉଛି ଜାଭା, ବାଲି ଓ ସୁମାତ୍ରା ସହ ଦୁର୍ଗର ସମ୍ପର୍କ ରହିଛି ।Barabati Fort Cuttack, History, Timings, Entry Fee, How to visit

ଏହାସହ ମଧ୍ୟଯୁଗୀୟ ସମୟର କିଛି କାଠ ସଂରଚନା ମାଟି ତଳେ ଥିବା ଅନୁମାନ କରୁଛି ASI । ପୂର୍ବରୁ ଦ୍ଵାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଇତିହାସ ଖୋଜି ପାଇଥିଲା ASI । ବର୍ତମାନ ତା ପୂର୍ବର ଅର୍ଥାତ ନବମ ଶତାବ୍ଦୀ କେଶରୀ ବଂଶର ସଂସ୍କୃତି ଓ ଐତିହ ପାଇବାର ପ୍ରୟାସ ଜାରି ରହିବ ବୋଲି କହିଛି ASI । ତେବେ ପର୍ଯ୍ୟଟକଙ୍କ ପାଇଁ କରାଯିବ ଅନ ସାଇଟ ମ୍ୟୁଜିଅମ । ଗ୍ଲାସ ଡେକ ନିର୍ମାଣ କରାଯାଇ ଇମରସିଭ ଆର୍କିଓଲୋଜୀ ଏକ୍ସପେରିଏନ୍ସ ପାଇଁ ଯୋଜନା କରାଯାଇଛି  । ଯେଉଁଠି ଖନନ କାର୍ଯ୍ୟର ଦୃଶ୍ୟ ଦେଖି ପାରିବେ ପର୍ଯ୍ୟଟକ ।