ଗରବା ଖେଳୁଖେଳୁ ଚାଲିଗଲା ୧୦ ଜୀବନ

ନବରାତ୍ରୀରେ ଗରବା ଖେଳିବା ଏକ ପରମ୍ପରା । ଖାସକରି ଗୁଜୁରାଟୀ ମାନଙ୍କର ପାରମ୍ପରିକ ଖେଳ ହେଉଛି ଗରବା ।  କିନ୍ତୁ ଚଳିତ ଥର ଏହି ଖେଳ ଖୁସି ଦେବା ପରିବର୍ତ୍ତେ ଦୁଃଖର କାରଣ ପାଲଟିଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଗରବାରେ ନାଚୁଥିବା ଅବସ୍ଥାରେ ଅନେକଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ପିଲା ରହିଛନ୍ତି।

ତେବେ ଦାଣ୍ଡିଆରେ ସାମିଲ ହେଉଥିବା ଲୋକମାନେ ସେମାନଙ୍କ ଅଜାଣତରେ ଶରୀରକୁ ବିପଦରେ ପକାଉଥିବା ଦେଖିବାକୁ ମିଳୁଛି । ଗତ ୨ ଦିନ ମଧ୍ୟରେ ସାରା ଦେଶରେ ୧୦ରୁ ଅଧିକ ଲୋକଙ୍କର ଦାଣ୍ଡିଆ ନୃତ୍ୟ ପରେ ପରେ କିମ୍ବା ନୃତ୍ୟ କରୁଥିବା ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଶନିବାର ଦିନ ଗୁଜୁରାଟରେ ଗରବା ଡ୍ୟାନ୍ସ କରୁଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ନବରାତ୍ରି ପାଇଁ ଆୟୋଜିତ ହୋଇଥିବା ଗରବା ଡ୍ୟାନ୍ସ ବେଳେ ଏହି ଅଘଟଣ ଘଟିଥିଲା । ମଧ୍ୟ ବୟସ୍କମାନେ ଅଧିକ ହୃଦଘାତର ଶିକାର ହେଉଥିବା ଦେଖିବାକୁ ମିଳିଛି ।

ଗତକାଲି ଅହମଦାବାଦରେ ଜଣେ ୨୪ ବର୍ଷୀୟ ଯୁବକଙ୍କ ସମାନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେହିଭଳି କପଦଓ୍ବାଞ୍ଜରେ ଜଣେ ୧୭ ବର୍ଷୀୟ ବାଳକର ହଠାତ ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଗରଓ୍ବା ବେଳେ ହୃଦଘାତ ଚିନ୍ତାର କାରଣ ପାଲଟିଛି । ନବରାତ୍ରୀର ପ୍ରଥମ ୬ ଦିନରେ ୫୨୧ଟି ହୃଦଘାତ ସମସ୍ୟା ଏବଂ ୬୦୯ଟି ଶ୍ବାସ ସମ୍ବନ୍ଧିୟ ସମସ୍ୟାକୁ ନେଇ କଲ ରିସିଭ କରାଯାଇଥିଲା ।

ଏଭଳି ଘଟଣା ପରେ ପ୍ରତି ଗରଓ୍ବା କାର୍ଯ୍ୟକ୍ରମ ଆୟୋଜନ ସ୍ଥାନ ନିକଟରେ ମେଡିକାଲ ଟିମ୍‌ ପ୍ରସ୍ତୁତ ରହିଛନ୍ତି । ଅତ୍ୟଧିକ ଜୋରରେ ଶବ୍ବ, ଦୀର୍ଘସମୟ ନାଚିବା ପରେ ଥଣ୍ଡା ପାଣି ପିଇବା ଏବଂ ହଠାତ୍ ଉତ୍ତେଜିତ ହୋଇ ଦୀର୍ଘସମୟ ଧରି ନୃତ୍ୟ ପରିବେଷଣ ହୃଦଘାତ ଆଶଙ୍କା ବୃଦ୍ଧି କରୁଥିବା ବିଶେଷଜ୍ଞ କହୁଛନ୍ତି।