spot_img
Home Blog Page 2781

ବାହାରେ ଅଳିଆ ପକାଉଥିଲେ ସାବଧାନ, ଏଣିକି ଭୁବନେଶ୍ବରର ଗଳିକନ୍ଦିରେ ବୁଲିବ ଟିମ୍ ସାଇନ

ଭୁବନେଶ୍ବର: ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ଟିମ୍ ସାଇନ ବା ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ । ଟିମ୍ ସାଇନ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନସ୍ପେକସନ ଫର୍ ନିଟ୍ ଏନଭରନମେଣ୍ଟ । ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ କରିଛନ୍ତି ବିଏମସି ମେୟର ଏବଂ କମିଶନର । ରାଜଧାନୀରେ 10ଟି ଏନଫୋର୍ସମେଣ୍ଟ ସ୍କ୍ଵାଡ ରହିବେ ।

ଶୁଭାରମ୍ଭ ଅବସରରେ ବିଏମସି ଟିମ୍‌ ସାଇନ ବା ଏନଫୋର୍ସମେଣ୍ଟ ଟିମର ରୋଡ ଶୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ପର୍ଯ୍ୟନ୍ତ ରୋଡ ଶୋ ହୋଇଛି । ରାଲି ମାଧ୍ୟମରେ ରାଜଧାନୀବାସୀଙ୍କୁ ସ୍ବଚ୍ଛତା ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଛି। ଦରକାର ପଡିଲେ କାର୍ଯ୍ୟନୁଷ୍ଠାନ ନେବ ଏହି ଟିମ୍ । ପ୍ରତି ସ୍କ୍ଵାଡରେ ରହିବେ 5 ଜଣ ସଦସ୍ୟ।

ଦ୍ବିତୀୟ ଦିନରେ ଭଲ ରୋଜଗାର କଲା ’OMG ୨’

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଅଭିନୀତ ’OMG 2’ ଦର୍ଶକଙ୍କ ମହଲରେ ଆଦୃତ ହୋଇଥିବାବେଳେ ଭଲ ରୋଜଗାର କରୁଛି । ପ୍ରଥମ ଦିନରେ ୧୦.୨୬ କୋଟି ଟଙ୍କା ବିଜନେସ କରିଥିଲା । ସନ୍ନି ଦେଓଲଙ୍କ ’ଗଦର ୨’ ଅଧିକ ରୋଜଗାର କରୁଥିବାବେଳେ ’OMG ୨’ ମଧ୍ୟ ଭଲ ରୋଜଗାର କରୁଛି । ଗଦର-୨ କୁ ଟକ୍କର ଦେଉଛି ’OMG ୨’ । ଶୁକ୍ରବାର ରିଲିଜ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନ ଅପେକ୍ଷା ଦିନରେ ଭଲ ରୋଜଗାର କରିଛି । ଶନିବାର ଅକ୍ଷୟ କୁମାରଙ୍କ ଫିଲ୍ମ ’OMG ୨’ ୧୫ କୋଟି ଟଙ୍କା ଆୟ କରିଛି । ଭଗବାନ ଶୀବଙ୍କ ବେଶରେ ନଜର ଆସିଥିବା ଅକ୍ଷୟ କୁଚମାରଙ୍କ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖିବାକୁ ମିଳୁଛି ।

ସ୍ବାଧୀନତା ଦିବସ ପାଇଁ ଜୋରଦାର ପ୍ରସ୍ତୁତି, ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ସରିଲା ଫୁଲ୍ ଡ୍ରେସ୍ ରିହର୍ସାଲ

ଭୁବନେଶ୍ବର: ସ୍ୱାଧୀନତା ଦିବସ ପାଇଁ ସରିଲା ପରେଡ୍ ରିହର୍ସାଲ । ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ସରିଲା ଫୁଲ୍ ଡ୍ରେସ ରିହର୍ସାଲ । ପରେଡ୍ ରିହର୍ସାଲରେ ପୋଲିସ ଡିଜି ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୋଲିସ କମିଶନର ଓ ଡେପୁଟି ପୋଲିସ କମିଶନର ପ୍ରମୁଖ ସାମିଲ ହୋଇଥିଲେ । ପରେଡ୍ ରିହର୍ସାଲରେ ୪ଟି କଣ୍ଟିଜେଣ୍ଟ ସହ ପୋଲିସ ବ୍ୟାଣ୍ଡ ସାମିଲ ହୋଇଥିଲେ । ପରେଡକୁ କମାଣ୍ଡ କରିବେ ଆଇପିଏସ ଅଙ୍କିତ କୁମାର ବର୍ମା । ସ୍ବାଧୀନତା ଦିବସରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଜଣ ଅଫିସର ମୁତୟନ ହେବେ । ଦର୍ଶକଙ୍କ ସହ ଅତିଥିଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ଵତନ୍ତ୍ର ଭାବେ କରାଯାଇଛି ବ୍ୟବସ୍ଥା ।

ଜାଣନ୍ତୁ ଦ୍ବିତୀୟ ଦିନରେ କେତେ ଟଙ୍କା ରୋଜଗାର କଲା ’ଗଦର-୨’

ନୂଆଦିଲ୍ଲୀ: ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ର ସଫଳତା ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଥମ ଦିନରେ ୪୦ କୋଟି ଉପରେ ରୋଜଗାର କରିଥିବା ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି । ପ୍ରଥମ ଦିନ ଅପେକ୍ଷା ଦିତୀୟ ଦିନରେ ଭଲ ରୋଜଗାର କରିଛି ’ଗଦର-୨’ । ୪୩ରୁ ୪୪ କୋଟି ଟଙ୍କାର ଆଦାୟ ହୋଇଥିବା ସୂଚନା ମିଳିଛି । ଦୁଇଦିନରେ ୮୩ କୋଟିରୁ ଅଧିକ ଟଙ୍କା ଆୟ ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ଭଲ ରୋଜଗାର କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି । ଚଳିତବର୍ଷ ରିଲିଜର ଦ୍ବିତୀୟ ବୃହତମ ଚଳଚ୍ଚିତ୍ର । ଫିଲ୍ମର ବଜେଟ୍ ୮୦ କୋଟି ହୋଇଥିବାବେଳେ ଦୁଇଦିନରେ ଏହାଠାରୁ ଅଧିକ ରୋଜଗାର ହୋଇସାରିଲାଣି । ୨ଦିନର ରୋଜଗାର ସହ ଏହା ସନ୍ନି ଦେଓଲଙ୍କ କ୍ୟାରିୟରର ବଡ଼ ସିନେମା ହୋଇପାରିଛି । ୨୦୦୧ ମସିହାରେ ଗଦର ଫିଲ୍ମ ରିଲିଜ୍ ହୋଇଥିବାବେଳେ ଦୀର୍ଘ ୨୨ ବର୍ଷ ପରେ ଦ୍ବିତୀୟ ଭାଗ ରିଲିଜ୍ ହୋଇଛି । ଫିଲ୍ମର ଟ୍ରେଲର ରିଲିଜ ହେବା ଦିନଠାରୁ ଦର୍ଶକେ ଫିଲ୍ମର ରିଲିଜ ତାରିଖକୁ ଚାହିଁ ବସିଥିଲେ ।

 

 

 

ହାଓ୍ବାଇ ଦ୍ବୀପରେ ନିୟନ୍ତ୍ରଣକୁ ଆସୁନି ନିଆଁ, ଭୟଙ୍କର ଅଗ୍ନିକାଣ୍ଡରେ ଗଲାଣି ୮୯ରୁ ଅଧିକ ଲୋକଙ୍କ ଜୀବନ

ଓ୍ବାଶିଂଟନ: ଆମେରିକାରେ ଥମୁନି ଅଗ୍ନିକାଣ୍ଡ। ହାଓ୍ବାଇ ଦ୍ବୀପରେ ଲାଗିଥିବା ସର୍ବଗ୍ରାସକାରୀ ନିଆଁରେ ଅନେକ କ୍ଷୟକ୍ଷତି ହୋଇଛି । କିଛି ଦିନ ଧରି ଜାରି ରହିଥିବା ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୮୯ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ନିଖୋଜ ଅଛନ୍ତି ।  ଐତିହାସିକ ସହର ଲାହିନା ଜଳିପୋଡି ଛାରଖାର ହୋଇଗଲାଣି । ହଜାର ହଜାର ଲୋକ ବେଘର ହୋଇସାରିଲେଣି । ଅତ୍ୟନ୍ତ ଶୁଖିଲା ପରିବେଶ ସମେତ ପ୍ରବଳ ପବନ ଯୋଗୁ ହାଓ୍ବାଇରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ଆମେରିକା ବିଫଳ ହୋଇଛି । ହାଓ୍ବାଇ ଦ୍ବୀପରେ ମରୁଡି ପଡିଥିବାରୁ ଶୁଖିଲା ଜଙ୍ଗଲ ଏହି ଅଗ୍ନିକାଣ୍ଡ ଲାଗି ସହାୟକ ହୋଇଛି । ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସହରରେ ପ୍ରତିଦିନ କର୍ଫ୍ଯୁ ଜାରି କରାଯାଉଛି । ବାର୍ଷିକ 20 ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଲାହିନା ସହରର ଏବେ ଧ୍ବଂସସ୍ତୂପରେ ପରିଣତ ହୋଇଛି। ଶେଷ ଖବର ସୁଦ୍ଧା ୧୭ଶହରୁ ଅଧିକ କୋଠା ପୋଡିଗଲାଣି ।

 

 

କମିଲା ପେଟ୍ରୋଲ ଦର! ଜାଣନ୍ତୁ କେଉଁଠି କେତେ ରହିଛି ଦର

ନୂଆଦିଲ୍ଲୀ: ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ । ଆଜି କିଛି ସହରରେ ପେଟ୍ରୋଲ ଓ ଡିଜେଲ ଦର କମ ରହିଛି । ଜୟପୁରରେ ୪୭ ପଇସା କମ ହୋଇଥିବାବେଳେ ଗୁରୁଗ୍ରାମରେ ୧୩ ପଇସା ହ୍ରାସ ହୋଇଛି । ଓଡ଼ିଶାର ପ୍ରାୟ ସ୍ଥାନରେ ୧୦୩ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ୮୯ ଟଙ୍କା ୬୨ ପଇସା ରହିଛି ।

ମୁମ୍ବାଇ- ପେଟ୍ରୋଲ :୧୦୬ ଟଙ୍କା ୩୧ ପଇସା, ଡିଜେଲ: ୯୪ ଟଙ୍କା ୨୭ ପଇସା

କୋଲକାତା- ପେଟ୍ରୋଲ: ୧୦୬ ଟଙ୍କା ୦୩ ପଇସା, ଡିଜେଲ: ୯୨ ଟଙ୍କା ୭୬ ପଇସା

ଚେନ୍ନାଇ- ପେଟ୍ରାଲ: ୧୦୨ ଟଙ୍କା ୭୪ ପଇସା, ଡିଜେଲ: ୯୪ ଟଙ୍କା ୩୩ ପଇସା

ନୋଏଡା- ପେଟ୍ରାଲ: 9୬ ଟଙ୍କା ୬୫ ପଇସା, ଡିଜେଲ: ୮୯ ଟଙ୍କା ୮୨ ପଇସା

ଗାଜିଆବାଦ- ପେଟ୍ରାଲ: ୯୭ ଟଙ୍କା ୫୮ ପଇସା, ଡିଜେଲ: ୮୯ ଟଙ୍କା ୭୫ ପଇସା

ଲକ୍ଷ୍ନୌ- ପେଟ୍ରାଲ: ୯୬ ଟଙ୍କା ୬୨ପଇସା, ଡିଜେଲ: ୮୯ ଟଙ୍କା ୮୧ ପଇସା

ପାଟନା: ପେଟ୍ରାଲ: ୧୦୭ ଟଙ୍କା ୨୪ ପଇସା, ଡିଜେଲ: ୯୪ ଟଙ୍କା ୨୬ ପଇସା

 

 

 

 

ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଥିବା ବେଳେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବଜ୍ରପାତ ଜନିତ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଘଡଘଡି ବିଜୁଳି ସହ ବର୍ଷା ନେଇ କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ସହ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ମଧ୍ୟ ବଜ୍ରପାତ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ୧୫ ତାରିଖରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ପ୍ରବଳ ବର୍ଷା ନେଇ ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୬ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ବିଶେଷ କରି ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି ।

ମଣିପୁରରେ ସହିଦ ହେଲେ ଓଡ଼ିଆ ଯବାନ

ବରଗଡ଼: ମଣିପୁରରେ ଓଡ଼ିଆ ଯବାନ ସହିଦ । ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବାବେଳେ ଗାଡ଼ି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ସହିଦ ହୋଇଥିବା ଓଡ଼ିଆ ଯବାନ ହେଲେ ନୀଳାଞ୍ଚଳ ପଟେଲ । ତାଙ୍କ ଘର ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ବାଘପାଲ୍ଲୀ ଗାଁରେ । ସେ ୪୮ ଆସାମ ରାଇଫଲରେ ମଣିପୁରରେ କାର୍ଯ୍ୟରତ ଥିଲେ । ୨୦୦୪ ମସିହାରେ ଆସାମ ରାଇଫଲରେ ଯୋଗ ଦେଇଥିବାବେଳେ ଦୁଇ ଝିଅ ଏବଂ ସ୍ତ୍ରୀଙ୍କ ସହ ମଣିପୁରେ ରହୁଥିଲେ । ଆାଜି ଗାଁକୁ ତାଙ୍କ ମରଶରୀର ଆସିବାକୁ ଥିବାବେଳେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେବ ।

ରୁଷିଆ ଉପରେ ପ୍ରତିଶୋଧ ନେଲା ୟୁକ୍ରେନ୍

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷିଆ ମଧ୍ୟ ଯୁଦ୍ଧ ଥମିବାର ନାଁ ନେଉନି। ପରସ୍ପର ପ୍ରତି ଆକ୍ରମଣ ଦିନକୁ ଦିନ ବଢି ଚାଲିଛି । ଗତକାଲି ୟୁକ୍ରେନ ରୁଷିଆ ଉପରେ ପ୍ରତିଶୋଧ ନେଇଛି । ରୁଷିଆର କ୍ରିମିୟା ବ୍ରିଜ୍ ଉପରେ ୟୁକ୍ରେନ ପୁଣି ଥରେ ଆକ୍ରମଣ କରିଛି। ଏନେଇ ରୁଷିଆ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କ୍ରିମିୟା ବ୍ରିଜ୍ ଉପରେ ୟୁକ୍ରେନ ଆତଙ୍କବାଦୀ ଆକ୍ରମଣ କରିଥିବାବେଳେ ନିରୀହ ନାଗରିକଙ୍କ ଜୀବନ ଉପରେ ବିପଦ ପକାଇଛି । ଆକ୍ରମଣ ପରେ ଏକ ରାସ୍ତା ବିଭାଜିତ ହେବା ସହ ବ୍ରିଜର ଗୋଟିଏ ପାର୍ଶ୍ୱ ସାମାନ୍ୟ କ୍ଷତି ହୋଇଥିବା ହୋଇଛି ।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ସେନା ପକ୍ଷରୁ ୧୯ କିଲୋମିଟରର ବ୍ରିଜ୍ ଉପରେ ୟୁକ୍ରେନ ରକେଟ ଆକ୍ରମଣକୁ ରୋକିବାକୁ ଉଦ୍ୟମ କରାଯାଉଛି  । ଏହି ବ୍ରିଜ ମାଧ୍ୟମରେ ଋଷ ସେନା ଯାତାୟତ କରୁଥିବାରୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି  । ଋଷ ପୂର୍ବରୁ ଆକ୍ରମଣ କରି ୟୁକ୍ରେନର ଏକାଧିକ  ବ୍ରିଜ ଧ୍ବଂସ କରିଥିବାରୁ ତାର ପ୍ରତିଶୋଧ ନେଉଛି ବୋଲି ଜଣାପଡ଼ିଛି  । ବ୍ରିଜ୍ ଉପରେ ଗତ ଜୁଲାଇ ୧୭ ତାରିଖରେ ମଧ୍ୟ ଆକ୍ରମଣ ହୋଇଥିଲା । ୟୁକ୍ରେନର ବୋଟ ଆକାରର ଏକ ସ୍ପେଶାଲ ଡ୍ରୋନ କୃଷ୍ଣ ସାଗର ଦେଇ ବ୍ରିଜର ଠିକ୍ ତଳେ ପହଞ୍ଚି ଟାର୍ଗେଟ କରିଥିଲା । ଏହି ଆକ୍ରମଣରେ ପୋଲର ଏତେଟା କ୍ଷୟକ୍ଷତି ହୋଇନଥିଲା ।

ଓଡ଼ିଶା ସୀମାରେ ହାଇଆଲର୍ଟ

ନନ୍ଦିଘୋଷ ବ୍ୟୁରୋ: ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର  । ହାଡକୋର ମାଓବାଦୀ ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ  । ମିଶିର ସିପିଆଇ ମାଓବାଦୀ ସଙ୍ଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ପୂର୍ବାଞ୍ଚଳ ଜୋନ ପ୍ରମୁଖ । ଠାବ ହୋଇଥିବା ବଙ୍କର ମଧ୍ୟରୁ ଜବତ ହୋଇଛି ବହୁ ଅତ୍ୟାଧୁନିକ ମାରଣାସ୍ତ୍ର, ଖାଦ୍ୟ ସାମଗ୍ରୀ, ଔଷଧ । ମାରଣାସ୍ତ୍ର ମଧ୍ୟରେ ରହିଛି ରକେଟ ଲଞ୍ଚର , ମୋର୍ଟାଲ ଭଳି ଅନେକ ଭୟାନକ ଅସ୍ତ୍ରଶସ୍ତ୍ର  । ମାଓବାଦୀ ମିଶିର ବେଶ୍ରା ଏହି ବଙ୍କର ତଳେ ରହି ଚଳାଉଥିଲା ମାଓ ମିଶନ  । ସୂଚନା ପାଇ ଗତ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଇବାସା ଜଙ୍ଗଲରେ ସିଆପିଏଫ୍, ଝାରଖଣ୍ଡ ପୋଲିସ, କୋବ୍ରାବାହିନୀ, ଝାରଖଣ୍ଡ ଜାଗୁଆର ଓ୍ବେଷ୍ଟସିଂହୋମରେ ଚଳାଇଥିଲେ କୁମ୍ବିଂ ଅପରେସନ୍  । ଏହି ସମୟରେ ବଙ୍କର ନିକଟରେ ଉଭୟ ସେନାବାହିନୀ ଓ ମାଓବାଦୀ ମଧ୍ୟରେ ହୋଇଥିଲା ଗୁଳି ବିନିମୟ  । ପ୍ରାୟ ଅଧଘଣ୍ଟାର ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ  ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମିଶିର ରହୁଥିବା ବଙ୍କର ମଧ୍ୟକୁ କାହାକୁ ପ୍ରବେଶ ଅନୁମତି ନଥିଲା  । ୨୪ ଘଣ୍ଟା ଏହି ବଙ୍କର ନିକଟରେ ପ୍ରହରା ଦେଉଥିଲେ ସଶସ୍ତ୍ର ମାଓବାଦୀ  । ଝାଡଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ରାଜ୍ୟ ପାଇଁ ମିଶିର ରହିଛି ମୋଷ୍ଟ ଓ୍ବାଣ୍ଟେଡ  । ମିଶିର ମୁଣ୍ଡପାଇଁ ଏକ କୋଟି ଟଙ୍କାର ପୁରସ୍କାର ରହିଛି  । ୨୦୧୮ ପୂର୍ବରୁ ଓଡ଼ିଶାରେ ମଧ୍ୟ ମିଶିର ମାଓବାଦୀ କାର୍ଯ୍ୟକଳାପ କରି ଆସୁଥିଲା । ସମ୍ବଲପୁର, ଦେବଗଡ, ସୁନ୍ଦରଗଡ ଡିଭିଜନ୍ ତିଆରି କରିଥିଲା । ଓଡ଼ିଶା ପୋଲିସ ପକ୍ଷରୁ ତା ମୁଣ୍ଡ ପାଇଁ ୨୦ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ତେବେ ଏହି କମ୍ବିଂ ଅପରେସନ ବେଳେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ  । ଜଙ୍ଗଲ ଛାଡି ମିଶିର ଅନ୍ୟ ରାଜ୍ୟକୁ ପଳାଇଯାଇଥିବା ସୂଚନା ରହିଛି  । ଏନେଇ ସୀମାବର୍ତ୍ତି ରାଜ୍ୟମାନଙ୍କୁ ସତର୍କ ରହିବାକୁ କୁହାଯାଇଛି  । ଏବେ ମଧ୍ୟ କମ୍ବିଂ ଅପରେନସ ଜାରି ରହିଥିବା ବେଳେ, ମାଓବାଦୀଙ୍କୁ ମୁଳପୋଛ କରିବାର ପଣ ନେଇ ଅପରେସନ ଆରମ୍ଭ କରିଛି ସିଆରପିଏଫ୍  ।