ରୁଷିଆ ଉପରେ ପ୍ରତିଶୋଧ ନେଲା ୟୁକ୍ରେନ୍

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷିଆ ମଧ୍ୟ ଯୁଦ୍ଧ ଥମିବାର ନାଁ ନେଉନି। ପରସ୍ପର ପ୍ରତି ଆକ୍ରମଣ ଦିନକୁ ଦିନ ବଢି ଚାଲିଛି । ଗତକାଲି ୟୁକ୍ରେନ ରୁଷିଆ ଉପରେ ପ୍ରତିଶୋଧ ନେଇଛି । ରୁଷିଆର କ୍ରିମିୟା ବ୍ରିଜ୍ ଉପରେ ୟୁକ୍ରେନ ପୁଣି ଥରେ ଆକ୍ରମଣ କରିଛି। ଏନେଇ ରୁଷିଆ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କ୍ରିମିୟା ବ୍ରିଜ୍ ଉପରେ ୟୁକ୍ରେନ ଆତଙ୍କବାଦୀ ଆକ୍ରମଣ କରିଥିବାବେଳେ ନିରୀହ ନାଗରିକଙ୍କ ଜୀବନ ଉପରେ ବିପଦ ପକାଇଛି । ଆକ୍ରମଣ ପରେ ଏକ ରାସ୍ତା ବିଭାଜିତ ହେବା ସହ ବ୍ରିଜର ଗୋଟିଏ ପାର୍ଶ୍ୱ ସାମାନ୍ୟ କ୍ଷତି ହୋଇଥିବା ହୋଇଛି ।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ସେନା ପକ୍ଷରୁ ୧୯ କିଲୋମିଟରର ବ୍ରିଜ୍ ଉପରେ ୟୁକ୍ରେନ ରକେଟ ଆକ୍ରମଣକୁ ରୋକିବାକୁ ଉଦ୍ୟମ କରାଯାଉଛି  । ଏହି ବ୍ରିଜ ମାଧ୍ୟମରେ ଋଷ ସେନା ଯାତାୟତ କରୁଥିବାରୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି  । ଋଷ ପୂର୍ବରୁ ଆକ୍ରମଣ କରି ୟୁକ୍ରେନର ଏକାଧିକ  ବ୍ରିଜ ଧ୍ବଂସ କରିଥିବାରୁ ତାର ପ୍ରତିଶୋଧ ନେଉଛି ବୋଲି ଜଣାପଡ଼ିଛି  । ବ୍ରିଜ୍ ଉପରେ ଗତ ଜୁଲାଇ ୧୭ ତାରିଖରେ ମଧ୍ୟ ଆକ୍ରମଣ ହୋଇଥିଲା । ୟୁକ୍ରେନର ବୋଟ ଆକାରର ଏକ ସ୍ପେଶାଲ ଡ୍ରୋନ କୃଷ୍ଣ ସାଗର ଦେଇ ବ୍ରିଜର ଠିକ୍ ତଳେ ପହଞ୍ଚି ଟାର୍ଗେଟ କରିଥିଲା । ଏହି ଆକ୍ରମଣରେ ପୋଲର ଏତେଟା କ୍ଷୟକ୍ଷତି ହୋଇନଥିଲା ।