ବାହାରେ ଅଳିଆ ପକାଉଥିଲେ ସାବଧାନ, ଏଣିକି ଭୁବନେଶ୍ବରର ଗଳିକନ୍ଦିରେ ବୁଲିବ ଟିମ୍ ସାଇନ

ଭୁବନେଶ୍ବର: ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ଟିମ୍ ସାଇନ ବା ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ । ଟିମ୍ ସାଇନ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନସ୍ପେକସନ ଫର୍ ନିଟ୍ ଏନଭରନମେଣ୍ଟ । ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ କରିଛନ୍ତି ବିଏମସି ମେୟର ଏବଂ କମିଶନର । ରାଜଧାନୀରେ 10ଟି ଏନଫୋର୍ସମେଣ୍ଟ ସ୍କ୍ଵାଡ ରହିବେ ।

ଶୁଭାରମ୍ଭ ଅବସରରେ ବିଏମସି ଟିମ୍‌ ସାଇନ ବା ଏନଫୋର୍ସମେଣ୍ଟ ଟିମର ରୋଡ ଶୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ପର୍ଯ୍ୟନ୍ତ ରୋଡ ଶୋ ହୋଇଛି । ରାଲି ମାଧ୍ୟମରେ ରାଜଧାନୀବାସୀଙ୍କୁ ସ୍ବଚ୍ଛତା ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଛି। ଦରକାର ପଡିଲେ କାର୍ଯ୍ୟନୁଷ୍ଠାନ ନେବ ଏହି ଟିମ୍ । ପ୍ରତି ସ୍କ୍ଵାଡରେ ରହିବେ 5 ଜଣ ସଦସ୍ୟ।