spot_img
Home Blog Page 2769

ମହାରାଷ୍ଟ୍ର କଂଗ୍ରେସର ଅଭିଯୋଗ ଶରଦଙ୍କୁ ବିଜେପି ଦେଇଛି ମନ୍ତ୍ରୀ ପଦର ଅଫର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିଥାଏ । ରାଜନୈତିକ ମୋଡ଼ କେତେବେଳେ କେଉଁ ରୂପ ନେଉଛି ତାହା କଳ୍ପନା କରିବା ଅସମ୍ଭବ । ତେବେ ନିକଟରେ ଅଜିତ ପାଓ୍ବାର ଏବଂ ଶରଦ ପାଓ୍ବାରଙ୍କ ରୁଦ୍ଧଦ୍ବାର ବୈଠକକୁ ନେଇ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ଶରଦ ପାଓ୍ବାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ପ୍ରୀତିରାଜ ଚାଓ୍ବନ । ସେ କହିଛନ୍ତି କି, ବିଜେପି ପକ୍ଷରୁ ଶରଦ ପାଓ୍ବାରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦର ଅଫର ମିଳିଛି । ସ୍ଥାନୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି କି, ଶରଦଙ୍କୁ ବିଜେପି ପକ୍ଷରୁ କେନ୍ଦ୍ର କୃଷି ମନ୍ତ୍ରୀ ଏବଂ ନୀତି ଆୟୋଗର ଅଧ୍ୟକ୍ଷ ପଦବୀ ଦିଆଯିବ । ଏହା ସହ ଶରଦଙ୍କ ଝିଅ ସୁପ୍ରିୟାଙ୍କୁ ମଧ୍ୟ ମନ୍ତ୍ରୀ ପଦର ଅଫର ମିଳିଛି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିବାବେଳେ ଆଜି ଅପରାହ୍ନ ୪ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ଏହି ବୈଠକରେ ସେ ସମସ୍ତ ଉତ୍ତର ରଖିବେ ବୋଲି କୁହାଯାଉଛି ।

ତେବେ ଏନେଇ ଶରଦଙ୍କ ଝିଅ ସୁପ୍ରିୟା କହିଛନ୍ତି କି, ଶରଦ ଏବଂ ଅଜିତଙ୍କ ମଧ୍ୟରେ କଣ କଥାବାର୍ତ୍ତା ହୋଇଛି ତାଙ୍କୁ ଜଣାନାହିଁ । ଗଣତନ୍ତ୍ରରେ ଅନେକ ସମୟରେ ପାର୍ଥକ୍ୟ ଥାଏ । ପାରିବାରିକ ସମ୍ପର୍କ ଭିନ୍ନ ଏବଂ ରାଜନୈତିକ ଦୃଷ୍ଟିକୋଣ ଅଲଗା ହୋଇଥାଏ । ଏହାସହ ସୁପ୍ରିୟା କହିଛନ୍ତି କି, ମୋତେ କୌଣସି ମନ୍ତ୍ରୀ ପଦର ଅଫର ମିଳିନାହିଁ । ମଜାଳିଆ ଢ଼ଙ୍ଗରେ କହିଛନ୍ତି କି, ମୁଦ୍ରାସ୍ପୀତି ବୃଦ୍ଧି ପାଇଛି । କେବଳ ଅଗଷ୍ଟ ୧୫ରେ ଉପଲବ୍ଧ ଅଫରଗୁଡ଼ିକ ସମ୍ପର୍କରେ ମୁଁ ଅବଗତ ଅଛି । ମୁଁ କଂଗ୍ରେସ ନେତୃତ୍ବ ସହ ନିରନ୍ତର କଥାବାର୍ତ୍ତା କରେ ।

 

 

ଆବିଷ୍ମାର ହେଲା ୧୪ ହଜାର ବର୍ଷ ପୁରୁଣା ଜଗତ, ଜାଣନ୍ତୁ ରହସ୍ୟମୟ ବସ୍ତିର କାହାଣୀ

ନନ୍ଦିଘୋଷ ବ୍ୟୁରୋ: ୧୪ ହଜାର ପୁରୁଣା ଏକ ବସ୍ତିର ଆବିଷ୍କାର କଲେ ବୈଜ୍ଞାନିକ । ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଉତ୍ତର ଆମେରିକାରେ ଏହି ରହସ୍ୟମୟ ଜଗତର ଆବିଷ୍କାର କରିଛନ୍ତି ବୈଜ୍ଞାନିକ । ବ୍ରିଟିସ କଲମ୍ବିଆର ସେଣ୍ଟ୍ରାଲ କୋଷ୍ଟରେ ଥିବା ଟ୍ରାଇକେଟ ଦୀପରେ ରହିଛି ଏହି ଜନ ବସତି ବସ୍ତି । ଯାହାକି ଆମେରିକାର ଇତିହାସ ପୃଷ୍ଠାକୁ ଖୋଲିବାକୁ ସକ୍ଷମ ଅଟେ । ତେବେ ଏହି ବସ୍ତିଟି କାନାଡ଼ାର ସମୁଦ୍ର କୂଳରେ ଖୋଳଯାଉଥିବା ସମୟରେ ମିଳିଛି ।

ହାକାଇ ଇନଷ୍ଟିଚ୍ୟୁଟ୍, ଭିକ୍ଟୋରିଆ ୟୁନିଭରସିଟି ଏବଂ ସ୍ଥାନୀୟ ପତ୍ନତତ୍ବ ବିଭାଗ ପକ୍ଷରୁ ଖନନ କରାଯାଉଥିଲା । ଏହି ସମୟରେ କୋଇଲା, ପଶୁଙ୍କୁ ଆକ୍ରମଣା କରାଯାଉଥିବା ଅସ୍ତ୍ର ଶସ୍ତ୍ର ଭଳି ଅନେକ ସାମଗ୍ରୀ ମିଳିଥିଲା । ଅନୁମାନ କରାଯାଉଛି କି, ୧୪ ହଜାର ବର୍ଷ ପୂର୍ବେ ଏଠାରେ ଜନବସତି ଥିଲା । ଏହା ହେଉଛି ଉତ୍ତର ଆମେରିକାର ସର୍ବ ପୁରାତନ ମାନବ ବସତି । ଏକ ଅଧ୍ୟୟନରୁ ଜଣା ପଡ଼ିଛି କି, ଲୋକେ ଏସିଆରୁ ଆସି ଏକ ସେତୁ ପାର ହୋଇ ଆସୁଥିଲେ । ସେମାନେ ପୂର୍ବ ଓ କେନ୍ଦ୍ରୀୟ କାନାଡ଼ାରେ ପହଞ୍ଚିବା ପରେ ଏଠାରେ ବାସ କରୁଥିଲେ । ଡଙ୍ଗା ପାର ହୋଇ ଏମାନେ ଆସି ଏଠାରେ ଜନ ବସତି ସ୍ଥାପନ କରିଥିଲେ ।

ଥମୁନି ସୁଦାନ ସଙ୍କଟ, ୧୦ ଲକ୍ଷ ଲୋକେ ଦେଶ ଛାଡ଼ି ପଳାୟନ କଲେଣି

ଖାରତୁମ: ଥମୁନି ଧ୍ବସ୍ତବିଧ୍ବସ୍ତ ସୁଦାନ ସଙ୍କଟ । ପ୍ରାୟ ୧୦ ଲକ୍ଷ ଲୋକ ଦେଶ ଛାଡ଼ି ପଳାୟନ କରିଥିବାବେଳେ ହଜାର ହଜାର ଲୋକ ହାହାକାର ମଧ୍ୟରେ କାଳାତିପାତ କରୁଛନ୍ତି । ବିପନ୍ନ ଲୋକଙ୍କୁ ଖାଦ୍ୟ ଓ ମେଡିକାଲ ସୁବିଧା ମିଳୁନି । ଦେଶର ଭୟଙ୍କର ସଙ୍କଟ ମଧ୍ୟରେ ଗତି କରୁଛି ବୋଲି ସୂଚନା ଦେଇଛି ଜାତିସଂଘ ।

ଦାରଫର ସହରରେ ଜୋରଦାର ଲଢେଇ ଜାରି ରହିଥିବାବେଳେ ରାଜଧାନୀ ଖାରତୁମ ଧ୍ବସ୍ତବିଧ୍ବସ୍ତ ହେବାରେ ଲାଗିଛି । ସୁଦାନ ଆର୍ମି ଓ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସେସ ବା ଆରଏସଏଫ ନିଜ ଜିଦରେ ଅଟଳ ରହିବା ଯୋଗୁ ଶାନ୍ତି ଫେରିବାର ନାଁ ନେଉନାହିଁ । ସୁଦାନର ବହୁ ଅଞ୍ଚଳରେ ମେଡିକାଲ ସୁବିଧା ପହଞ୍ଚି ପାରୁନାହିଁ । ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି ।

ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୧୭ ହଜାରରୁ ଅଧିକ ଲୋକ ପଡୋଶୀ ଦେଶକୁ ପଳାୟନ କରିସାରିଥିବାବେଳେ ୩୪ ଲକ୍ଷ ୩୩ ହଜାରରୁ ଅଧିକ ଲୋକ ବାସଚ୍ୟୁତ ହେଲେଣି । ବିଦ୍ୟୁତ ଓ ମୋବାଇଲ ସେବା ଗୁରୁତର ବାଧାପ୍ରାପ୍ତ ହୋଇଛି । ଦେଶ ଘନ ଆର୍ଥିକ ସଙ୍କଟକୁ ଚାଲିଗଲାଣି ବୋଲି କହିଛି ଜାତିସଂଘ । ଗତ ଏପ୍ରିଲ 15ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା 4 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି ବୋଲି କହିଛନ୍ତି ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ମୁଖପାତ୍ର ଏଲିଜାବେଥ ଥ୍ରୋସେଲ ।

କ୍ଷମତାକୁ କେନ୍ଦ୍ର କରି ଆର୍ମି ଚିଫ ଆବଦେଲ ଫତାହ ଅଲ-ବୁହାନ ଓ ଅର୍ଦ୍ଧସାମରିକ ବାହିନୀ ତଥା ଆରଏସଏଫ ନେତା ଜେନେରାଲ ମହମ୍ମଦ ହାମଦାନ ଡାଗଲୋଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।

ସଞ୍ଜୁ ସାମସନ୍ ଏବଂ ଟିମ୍ ଇଣ୍ଡିଆକୁ କପିଲ ଦେବଙ୍କ ପରାମର୍ଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ କପିଲ ଦେବଙ୍କ ପରାମର୍ଶ । ଆାଗକୁ ଏସୀଆ କପ ଏବଂ ବିଶ୍ବକପ ଆସୁଛି । ନିଜର ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ । ଆଇପିଏଲରେ ଦମଦାର ଖେଳୁଥିବା ସଞ୍ଜୁ ଆନ୍ତର୍ଜାତୀୟ କ୍ରିକେଟରେ ସେମିତି ଆଖି ଦୃଷ୍ଟିଆ ଖେଳ ପ୍ରଦର୍ଶନ କରିପାରୁନାହାନ୍ତି । ନିକଟରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରରେ ଖରାପ ପ୍ରଦର୍ଶନ କରିଥିଲେ ସଞ୍ଜୁ । ଏବେ ଆୟାରଲ୍ୟାଣ୍ଡ ବିପକ୍ଷ ସିରିଜ ପାଇଁ ସଞ୍ଜୁଙ୍କ ନାମ ରହିଛି । ଏଥିରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଫଳରେ ଦଳ ତାଙ୍କ ଉପରେ ଭରସା ରଖି ଏସିଆ କପରେ ସ୍ଥାନ ଦେବ । ସେପଟେ ଏସିଆ କପ ପ୍ରଦର୍ଶନକୁ ଦେଖି ବିଶ୍ବକପ ଦଳରେ ମଧ୍ୟ ସ୍ଥାନ ମିଳିବ । ଏଣୁ ଏହି ସିରିଜରେ ଦମଦାର ପ୍ରଦର୍ଶନ କରିବାକୁ କପିଲ ପରାମର୍ଶ ଦେଇଛନ୍ତି । ଅଗଷ୍ଟ ୨୦ ତାରିଖରେ ଏସିଆ କପ ପାଇଁ ଅଗଷ୍ଟ ୨୦ରେ ଭାରତୀୟ ଦଳ ଘୋଷଣା ହେବ । ସେହି ଦିନ ଭାରତ ଆୟାରଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ ଖେଳୁଥିବ । ଏଣୁ ଏହି ମ୍ୟାଚ ଗୁରୁତ୍ବ ବହନ କରିବ ।

 

 

 

 

 

ଜେଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ !

ଇସଲାମାବାଦ: ସତରେ ଜେଲରେ ଜୀବନ ସହ ସଂଘର୍ଷ କରୁଛନ୍ତି କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତାଙ୍କ ସମ୍ପର୍କରେ ଜଣେ ସହଯୋଗୀ ସଲମାନ ହାଇଦରଙ୍କ ସୂଚନା ଚିନ୍ତା ସୃଷ୍ଟି କରିଛି । ତୋଷଖାନା ମାମଲାରେ ୩ ବର୍ଷ ଜେଲଦଣ୍ଡ ପାଇଥିବା ପାକିସ୍ତାନ ତେହରିକ-ଇ-ଇନସାଫ ଦଳ ନେତା ଇମ୍ରାନଙ୍କୁ ଆତୋକ ଜେଲରେ ରଖାଯାଇଛି ।

ସେ ରହିଥିବା ସେଲଟି ଏତେ ଛୋଟ ଯେ ତାଙ୍କର ବ୍ଯାଗ ରଖିବାକୁ ବି ଜାଗା ନାହିଁ । ଗାଧୋଇବା ଓ ଶୌଚ ହେବା ଲାଗି ତାଙ୍କୁ ମାତ୍ର ବାଲତିଏ ପାଣି ଯୋଗାଯାଉଛି । ତାଙ୍କ ଆଖପାଖରେ ଥିବା ସେଲରେ ବି ଅନ୍ୟ କାହାରିକୁ ରଖାଯାଇନାହିଁ । ଇସଲାମାବାଦ ହାଇକୋର୍ଟ ନିର୍ଦ୍ଦେଶକୁ ବି ଅମାନ୍ୟ କରି ତାଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଉନାହିଁ । ତାଙ୍କୁ ଖବରକାଗଜ ବି ପଢିବାକୁ ଦିଆଯାଉନାହିଁ ବୋଲି କହିଛନ୍ତି ସଲମାନ ।

ଇମ୍ରାନଙ୍କ ଜାମିନ ଆବେଦନର ଶୁଣାଣି ଜାଣି ଶୁଣି ବିଳମ୍ବ କରାଯାଉଛି । ସେପଟେ ଏକ ଦୁର୍ନୀତି ମାମଲାରେ ପିଟିଆଇର ସଭାପତି ଚୌଧୁରୀ ପରଭେଜ ଇଲାହିଙ୍କୁ ନ୍ଯାସନାଲ ଆକାଉଣ୍ଟବିଲିଟି ବ୍ୟୁରୋ ହେପାଜତକୁ ଆସନ୍ତା 21 ତାରିଖ ଯାଏ ପଠାଇଛି ପାକିସ୍ତାନର ଏକ କୋର୍ଟ । ଗତ ମେ 9 ତାରିଖରେ ମିଲିଟାରୀ ବାହିନୀ ଉପରେ ଆକ୍ରମଣ ଓ କେତେକ ସରକାରୀ କୋଠା ଉପରେ ଆକ୍ରମଣ ଘଟଣା ସମେତ କେତେକ ଦୁର୍ନୀତି ମାମଲାରେ ସେ ବର୍ତ୍ତମାନ ଜେଲରେ ଅଛନ୍ତି ।

ଜାଣନ୍ତୁ ୫ ଦିନରେ OMG-2ର ରୋଜଗାର କେତେ?

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ପୂର୍ବରୁ ରିଲିଜ୍ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ’OMG-2’ ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ସନ୍ନି ଦେଓଲଙ୍କ ’ଗଦର-୨’କୁ ଟକ୍କର ଦେଉଛି ଅକ୍ଷୟଙ୍କ ଫିଲ୍ମ । ରିଲିଜର ୫ଦିନ ମଧ୍ୟରେ ଏହି ଫିଲ୍ମ ୭୦ କୋଟି ପାର କରିଛି । ସ୍ବାଧୀନତା ଦିବସ ଅବସରରେ ଭଲ ବ୍ୟବସାୟ କରିଛି । ସୋମବାର ୧୨ କୋଟିର ଅଧିକ ରୋଜଗାର କରିଥିବାବେଳେ ସ୍ବାଧୀନତା ଦିବସ ଅବସରରେ ୧୫ କୋଟି ରୋଜଗାର କରିଛି । ରିଲିଜ ଦିନ ଅଥବା ଶୁକ୍ରବାର ୧୦ କୋଟି ଆୟ କରିଥିଲା । ମାତ୍ର ଏହାପରେ ଫିଲ୍ମର ଲୋକପ୍ରିୟତା ବଢ଼ିବା ସହ ରୋଜଗାର ମଧ୍ୟ ବଢ଼ିଛି । ତେବେ ଖୁବଶୀଘ୍ର ଏହି ଫିଲ୍ମଟି ଶହେ କୋଟି ପାର କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି । OMF ୨୦୧୨ ମସିହାରେ ରିଲିଜ ହୋଇଥିଲା । ଏବେ ଏହାର ଦ୍ବିତୀୟ ଭାଗ ବଡ଼ ପରଦାରେ ରିଲିଜ ହୋଇଛି । ଭଗବାନଙ୍କ ବେଶରେ ନଜର ଆସିଥିବା ଅକ୍ଷୟ କୁମାରଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।

 

ବିବାହ ପ୍ରସ୍ତାବ ପଡିଲେ ସିକିଲ ସେଲ ପରୀକ୍ଷା ବାଧ୍ୟତାମୂଳକ, ୨୦ ଜିଲ୍ଲାରେ ପ୍ରଥମେ ଆରମ୍ଭ

ଭୁବନେଶ୍ବର: ୨୦୪୭ ସୁଦ୍ଧା ଦେଶ ହେବ ସିକଲ ସେଲ ମୁକ୍ତ । ଏ ନେଇ କେନ୍ଦ୍ର ସରକାର ଓଡ଼ିଶାର ୨୦ ଜିଲ୍ଲାରେ ରାଜ୍ୟ ସହାଭାଗିତାରେ ଆରମ୍ଭ କରିବେ ସିକଲ ସେଲ ପରୀକ୍ଷା । ତେବେ ଅନ୍ୟ ୧୦ ଜିଲ୍ଲାରେ ନିଜସ୍ୱ ଅର୍ଥରୁ ରାଜ୍ୟ ସରକାର ପରୀକ୍ଷା କରିବେ ।

୨୫ ବର୍ଷ ବୟସ୍କ ପିଲାଙ୍କ ହେବ ସିକିଲ ସେଲ ପରୀକ୍ଷା । ଏହି ରୋଗ ଯେପରି ଆଗାମୀ ପିଢ଼ିକୁ ନ ବ୍ୟାପେ, ସେଥିପାଇଁ ମ୍ୟାଚ ମେକିଙ୍ଗ କରାଯିବ । ସିକଲ ସେଲ ଥିବା ଲୋକଙ୍କୁ ଜାରି ହେବ କାର୍ଡ । ଯେବେ ସେମାନଙ୍କ ବିବାହ ପ୍ରସ୍ତାବ ପଡିବ, ଆଗ ଏହି କାର୍ଡକୁ ମ୍ୟାଚ କରାଯିବ । ଯଦି ଉଭୟଙ୍କ ସିକଲ ସେଲ ରୋଗ ଥିବ ତେବେ ବିବାହ ନ କରିବାକୁ ପରାମର୍ଶ ଦିଆଯିବ ।

ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଖୁସି ଖବର, ଘୁଞ୍ଚିଲା ‘ଗୁରୁବ୍ରହ୍ମା ସମ୍ମାନ’ ଆବେଦନର ଶେଷ ତାରିଖ  

ଭୁବନେଶ୍ବର: ଗୁରୁମାନଙ୍କୁ ସମ୍ମାନ ଜଣାଇବାକୁ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛି  । ଗୁରୁ ଦିବସ ଉପଲକ୍ଷେ ଗୁରୁ ମାନଙ୍କୁ ଗୁରୁବ୍ରହ୍ମା ସମ୍ମାନ ପ୍ରଦାନ କରିବେ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି । ଆଗ୍ରହୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ nandighoshatv.com ରେ login କରନ୍ତୁ  ।

ଅଥବା offline ରେ ବି ଆବେଦନ କରିପାରିବେ  । ଆବେଦନ କରିବାର ଶେଷ ତାରିଖ ହେଉଛି ୨୦ ଅଗଷ୍ଟ ୨୦୨୩ । ଉପଯୁକ୍ତ ଆଶାୟୀଙ୍କୁ ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ କରାଯିବ  ।

ଆଈକୁ ବୀଭତ୍ସ ହତ୍ୟା କଲା ଫେରାର କଏଦୀ, ଦୁଷ୍କର୍ମ ଅଭିଯୋଗରେ ସଜା କାଟୁଥିଲା

ଜଗତସିଂହପୁର: ଗଦେଇଗିରି ଗାଁରେ ଫେରାର କଏଦୀର ନାରକୀୟ କାଣ୍ଡ । ନିଜ ଆଈ ମା’ଙ୍କୁ ବୀଭତ୍ସ ହତ୍ୟା କରିଛି ଅଭିଯୁକ୍ତ । ଶରୀରରୁ ମୁଣ୍ଡ ଗଣ୍ଡି ଅଲଗା କରିଦେଇଛି ହତ୍ୟାକାରୀ । ଏହାକୁ ବିରୋଧ କରିବାରୁ ଦୁଷ୍କର୍ମରେ ଶିକାର ହୋଇଥିବା ପିଡୀତାର ମା’ ସନ୍ଧ୍ୟାରାଣୀ ଦାସ ଓ ପଡୋଶୀ ହେମଲତା ଦାସ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଗୁରୁତରଙ୍କୁ ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୁକ୍ତ ଜୀବନଜ୍ୟୋତି ସାହୁ ଓରଫ ସମୀରକୁ ଗିରଫ କରିଛି । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଜବତ କରିଛି । ଅଭିଯୁକ୍ତ ଜୀବନଜ୍ୟୋତି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇ ଜେଲରୁ ଫେରାର ହୋଇଯାଇଥିଲା । ଜେଲରୁ ଫେରିବା ପରେ ଏଭଳି କାଣ୍ଡ ଭିଆଇଛି ଅଭିଯୁକ୍ତ ।

ବାଲେଶ୍ବରରେ ସ୍ବାମୀ ସ୍ତ୍ରୀକୁ ଉଠାଇ ନେଲା ବନ ବିଭାଗ, ସାପ ବିଷ ରାକେଟ ଚଳାଇଥିଲେ !

ବାଲେଶ୍ବର: ପଞ୍ଚୁପାଲୀରେ ବାଲେଶ୍ବର ବନଖଣ୍ଡର ଚଢ଼ାଉ । ବନଖଣ୍ଡ ଓ ସ୍ନେକ ହେଲପଲାଇନର ମିଳିତ ଚଢ଼ାଉରେ ଜବତ ହୋଇଛି ୨୬ଟି ନାଗ ସାପ । ସ୍ବାମୀ ଓ ସ୍ତ୍ରୀକୁ ଉଠେଇ ନେଲା ବନ ବିଭାଗ । ବାଲେଶ୍ବର ଏସିଏଫଙ୍କ ନେତୃତ୍ବରେ ରେଡ୍ ହୋଇଛି । ସ୍ବାମୀ ସ୍ତ୍ରୀ ସାପ ବିଷ ରାକେଟ ଚଳାଇ ଥିବା ସନ୍ଦେହ କରାଯାଉଛି ।