spot_img
Home Blog Page 2768

ପଥର ବ୍ଳାଷ୍ଟିଂ ବେଳେ ଅଘଟଣ ଚାପି ହୋଇଗଲେ ୬ ଶ୍ରମିକ, ଜଣ ମୃତ

ବାଲେଶ୍ବର : ପାହାଡ଼ରେ ବେଆଇନ ବ୍ଳାଷ୍ଟିଂ ବେଳେ ଅଘଟଣ  । ପଥର ପଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 5ଜଣ ଗୁରୁତର ହୋଇଛନ୍ତି  । ବାଲେଶ୍ବ ଜିଲ୍ଲା ମହୁମୁହାଣ ପଞ୍ଚାୟତ ଖଞ୍ଜମାହଲ ବାଗୁଡ଼ି ପଥର ଖଣିରେ ଅଘଟଣ ଘଟିଛି  । ଘଟଣାସ୍ଥଳରେ ସୋର ତହସିଲଦାର, ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛି  । ପଥର ବ୍ଳାଷ୍ଟିଂ ବେଳେ ହଠାତ ୬ ଜଣ ଶ୍ରମିକଙ୍କ ଉପରେ ପଥର ପଡ଼ିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ୫ ଗୁରୁତର ଶ୍ରମିକଙ୍କୁ ପ୍ରଥମେ ସୋର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ଆହତ ଶ୍ରମିକ ନୀଳଗିରି ଅଞ୍ଚଳର ଶ୍ୟାମ ସିଂ, ରଙ୍ଗା ସିଂ,  ଶିବୁ ସିଂ, ରୋମା ସିଂ।

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମିଳିଲା ଶିକ୍ଷୟତ୍ରୀଙ୍କୁ ଦରମା

ବାଲେଶ୍ବର : ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଶିକ୍ଷୟିତ୍ରୀଙ୍କୁ ମିଳିଲା ଦରମା । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କନ୍ୟାନଗରୀ ପ୍ରାଥମିକ ବିଦ୍ୟାଳୟର ସ୍ବର୍ଣ୍ଣଲତା ନାୟକ ପାଇଛନ୍ତି ୫ ମାସର ଦରମା  । ସ୍ବର୍ଣ୍ଣଲତାଙ୍କ ସାଟିଫିକେଟରେ ଜନ୍ମ ତାରିଖ ଭୁଲ ଥିବା ନେଇ ଆରଟିଆଇ ତଥ୍ୟରୁ ଅଭିଯୋଗ ମିଳିଥିଲା  । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗୋଷ୍ଠୀ ଶିକ୍ଷାଧିକାରୀ ୫ ମାସର ଦରମା ବନ୍ଦ କରିଥିଲେ  । ଦରମା ଟଙ୍କା ପ୍ରଦାନ ପାଇଁ ସ୍ବର୍ଣ୍ଣଲତାଙ୍କ ବାରମ୍ବାର ଅନୁରୋଧ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବକେୟା ଦରମା ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ବର୍ଣ୍ଣଲତା ।

ଅନୁଗୁଳ, ପାଲଲହଡ଼ାର ବିକାଶ ପାଇଁ କାର୍ଯ୍ୟାଦେଶ ବଣ୍ଟନ

ଅନୁଗୁଳ : ପାଲଲହଡା ଉପଖଣ୍ଡରେ ବିକାଶମୂଳକ କାର୍ଯ୍ୟ ପାଇଁ କାର୍ଯ୍ୟଦେଶ ବଣ୍ଟନ କରାଯାଇଛି  । ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ  । ପରେ ଜିଲ୍ଲା ପାଇଁ ଅନୁଦାନ ରାଶି ମଞ୍ଜୁର କରିଛନ୍ତି  । ବିଭିନ୍ନ ମଠ, ମନ୍ଦିର, ଚର୍ଚ୍ଚ ଏବଂ ଧାର୍ମିକ ଅନୁଷ୍ଠାନକୁ ପ୍ରାୟ ପାଞ୍ଚ କୋଟି ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି  । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି, ବିଡିଓ ଦିଲୀପ କୁମାର ବାରା, ବ୍ଲକ ଅଧକ୍ଷା ରୀନାରାଣୀ ନାଏକ, ଜିଲ୍ଲାପରିଷଦ ସଦସ୍ୟା ସାବିତ୍ରୀ ମାଝୀ, ବୁଦ୍ଧୁରାମ ବୋଇପାଇ ପ୍ରମୁଖ ଉପସ୍ଥିତ ଥିଲେ I

ବିକାଶର ଶିଖର ଛୁଇଁବ କଳାହାଣ୍ଡି, ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହେଲା ଅର୍ଥରାଶି

କଳାହାଣ୍ଡି : ଫାଇଭ-ଟି ସଚିବଙ୍କ ଗସ୍ତ ପରେ କଳାହାଣ୍ଡିରେ ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହେଲା ଅର୍ଥରାଶି  । ଆମ୍ବପାଣି ବୁଢ଼ାରାଜା ମନ୍ଦିରର ସୋନ୍ଦର୍ଯ୍ୟକରଣ ପାଇଁ 75 ଲକ୍ଷ ଟଙ୍କା ଅନୁମୋଦନ ପରେ ଗୁଡହାଣ୍ଡି ଡୋକରି ଚଞ୍ଚରାର ବିକାଶ ପାଇଁ ଏକ କୋଟି ଦୁଇ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର  । ଦ୍ବିତୀୟ ପର୍ଯ୍ୟାୟରେ କୋକସରା ବ୍ଲକର 22ଟି ପ୍ରକଳ୍ପ ପାଇଁ ଏକ କୋଟି 63 ଲକ୍ଷ ମଞ୍ଜୁର ହୋଇଛି  । ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ଚପ୍ରିୟା ଠାରେ ଉଦନ୍ତୀ ନଦୀରେ ପୋଲ ନିର୍ମାଣ ପାଇଁ 24କୋଟି ଟଙ୍କା ମଞ୍ଜୁର ହୋଇଛି  l ଏହି ନଦୀରେ ପୋଲ ନିର୍ମାଣ ହେଲେ ମହାଲିଙ୍ଗ, ଚପ୍ରିୟା ସମେତ ପ୍ରାୟ 15ଟି ଗାଁର 50 ହଜାର ଲୋକ ଉପକୃତ ହେବେ  । ଧର୍ମଗଡର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀ ମନ୍ଦିରର ସୋନ୍ଦର୍ଯ୍ୟ କରଣ ପାଇଁ  ମଧ୍ୟ ଏକ କୋଟି ୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି  । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି କଳାହାଣ୍ଡିବାସୀ ।

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୪୮ ଘଣ୍ଟାରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୭ରୁ ୧୯ ଯାଏଁ ପଡିବ ସର୍ବାଧିକ ପ୍ରଭାବ ପଡ଼ିବ । ଆଜି ପ୍ରବଳ ବର୍ଷା ନେଇ 9ଟି ଜିଲ୍ଲାକୁ ସତର୍କତା ଜାରି ହୋଇଛି । ଘଡଘଡି ବିଜୁଳି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । କାଲିଠୁ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ ଏବଂ ସମ୍ବଲପୁର ଜିଲ୍ଲାକୁ ସତର୍କତା ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ବର୍ଷିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ୧୮  ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।Mayurbhanj, Anugul, Koraput and Ganjam in Odisha to witness rain and  thundershowers | Skymet Weather Services

୧୮ ତାରିଖରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ହୋଇଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟକୁ ସତର୍କତା ଜାରି ହୋଇଛି । ବର୍ଷା ଯୋଗୁ ସୃଷ୍ଟି ହୋଇପାରେ ଆକସ୍ମିକ ବନ୍ୟା । କମିବ ଦୃଶ୍ୟମାନ କ୍ଷମତା, ସୃଷ୍ଟି ହେବ ଟ୍ରାଫିକ ସମସ୍ୟା । ଏବେ ବି ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ ନିମ୍ନଚାପରେଖା । ସ୍ବାଭାବିକ ଅବସ୍ଥାନରୁ ଉତ୍ତରରେ ହିମାଳୟ ପାଦଦେଶରେ ରହିଛି ମୌସୁମୀ । ଲଘୁଚାପଟି ସାମାନ୍ୟ ନିଅଣ୍ଟିଆ ଭରଣା କରିବାରେ ହୋଇପାରେ ସକ୍ଷମ । ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ବୌଦ୍ଧରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ସେହିପରି ୧୮ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ୧୧ ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶା । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଏବଂ ବିଶ୍ବକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ଇ-ବସ ସେବା ଏବଂ ବିଶ୍ବକର୍ମା ଯୋଜନାକୁ ଅନୁମୋଦନ କରାଯାଇଛି । ବିଶ୍ବକର୍ମା ଯୋଜନାରେ ଉପକୃତ ହେବେ କୌଳିକ ବୃତ୍ତି କରୁଥିବା ଲୋକେ । ଏହା ଦ୍ୱାରା ହିତାଧିକାରୀଙ୍କୁ ୧ଲକ୍ଷ ଯାଏଁ ଋଣ ମିଳିବାର ଯୋଜନା ରହିଛି । ବିଶେଷ କରି ସୁନାରୀ, ବୁଣାକାର, ରାଜମିସ୍ତ୍ରୀ, ବାରିକ ଏବଂ ଅନ୍ୟ କୁଶଳୀ କାରିଗରଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଏହି ଯୋଜନା । ଏହା ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ଏହାକୁ ବିଶ୍ୱକର୍ମା ଜୟନ୍ତିଠାରୁ କାର୍ଯ୍ୟକାରୀ କରାଯିବ ବୋଲି ସ୍ୱାଧୀନତା ଦିବସରେ ମୋଦୀ ଘୋଷଣା କରିଛନ୍ତି । ୧୩ରୁ ୧୫ ହଜାର କୋଟି ଟଙ୍କାରୁ ଏହି ଯୋଜନା ଆରମ୍ଭ ହେବ ।

ପି.ଏମ ଇ-ବସ୍ ସେବା ଅଧିନରେ ଦଶ ହଜାର ଇଲେକ୍ଟ୍ରି ବସ ଚଳାଚଳ କରିବ । ଦେଶର ଶହେଟି ସହରରେ ଏହି ବସ ଚଳାଚଳ କରିବ । ଏଥିପାଇଁ ୫୭ହଜାର ୬୧୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ଇଲେକ୍ଟ୍ରୋନିକ୍ ବସ୍ ସେବା ନେଇ କ୍ୟାବିନେଟ୍ରେ ମଂଜୁରୀ ପରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ଧ୍ବଂସସ୍ତୂପ ପାଲଟିଛି ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ, ବଢି ଚାଲିଛି ମୃତ୍ୟୁ ସଂଖ୍ୟା

ଉତ୍ତରଭାରତ : ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଧ୍ବସ୍ତବିଧ୍ବସ୍ତ । ଧ୍ବଂସସ୍ତୂପ ତଳୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ହିମାଚଳ ପ୍ରଦେଶରେ ମୃତ୍ୟୁ ସଂଖ୍ୟା ୬୦ ହୋଇଥିବା ବେଳେ ଉତ୍ତରାଖଣ୍ଡରେ ମୋଟ ମୃତ୍ୟୁ ସଂଖ୍ୟା ହୋଇଛି ୬ । ସେପଟେ ଆସନ୍ତା ଦୁଇ ଦିନ ହିମାଚଳ ପ୍ରଦେଶର ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ତେଣେ ଆସନ୍ତା ୪ ଦିନ ବି ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବ ବୋଲି ଆଲର୍ଟ ସୂଚନା ଦିଆଯାଇଛି । ସିମଳାର କ୍ରିଷନନଗରରେ ଲ୍ୟାଣ୍ଡସ୍ଲାଇଡ ହେବାରୁ ଏକ କଂସାଇଖାନା ଧସିଯାଇଛି । ୮ଟି ଘର ବି ମାଟିରେ ମିଶିଛି । ସୋମବାର ଧସିଯାଇଥିବା ମନ୍ଦିରରୁ ୧୨ ଜଣଙ୍କ ଶବ ଉଦ୍ଧାର କରାଯାଇଥିବାବେଳେ ଆଉ ୧୦ ଜଣଙ୍କ ଶବ ଭିତରେ ଥିବା ଆଶଙ୍କା କରାଯାଉଛି । ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଏନଡିଆରଏଫ, ଆର୍ମି ଓ ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।Floods and landslides claim 50 lives in Himachal Pradesh, India

ହିମାଚଳ ପ୍ରଦେଶ ୟୁନିଭର୍ସିଟିରେ ଶିକ୍ଷାଦାନ କାର୍ଯ୍ୟ ୧୯ ତାରିଖ ଯାଏ ସ୍ଥଗିତ ରଖାଯାଇଛି । କାଙ୍ଗ୍ରାର ତଳିଆ ଅଞ୍ଚଳରୁ ୮ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।  ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ସ୍ଥିତି ସଂଗୀନ ହୋଇଛି । ଲଗାଣ ବର୍ଷା ଯୋଗୁ ସାରାରାଜ୍ୟରେ ଲ୍ୟାଣ୍ଡସ୍ଲାଇଡ ଜାରି ରହିଛି । ପାହାଡ଼ରୁ ଖସୁଛି ବଡ଼ ବଡ଼ ପଥର । ଅନେକ ରାସ୍ତାରେ ପାହାଡ଼ ଖଣ୍ଡ ପଡ଼ିରହିଥିବାରୁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ତିନି ଦିନ ଧରି ଲଗାତାର ଜଳ ପ୍ରଳୟ ଜାରି ରହିଥିବା ବେଳେ ଅତି ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସୁଛି । । ସେପଟେ ଉତ୍ତରାଖଣ୍ଡରେ ବି ପ୍ରବଳ ବର୍ଷା ସହ ଭୂସ୍ଖଳନ ସ୍ଥିତି ଅତି ଭୟାବହ ହୋଇଛି । ଯୋଶୀମଠ ଭୂସ୍ଖଳନ ଯୋଗୁ ଅନେକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

ଉତ୍ତର ରଖିଲେ ସୁପ୍ରିୟା, କହିଲେ ବିଜେପି ଆମକୁ କୌଣସି ଅଫର ଦେଇନାହିଁ

ମୁମ୍ବାଇ: ଅଜିତ ପାଓ୍ବାର ଏବଂ ଶରଦ ପାଓ୍ବାରଙ୍କ ବୈଠକ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କଂଗ୍ରେସ ଏହାକୁ ନେଇ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଟାର୍ଗେଟ କରିଛି । କଂଗ୍ରେସ କହିଛି କି, ଶରଦଙ୍କୁ ଏବଂ ତାଙ୍କ ଝିଅକୁ କେନ୍ଦ୍ରମନ୍ତ୍ରୀ କରିବା ପାଇଁ ବିଜେପି ଅଫର ଦେଇଛି । ଯେଉଁ ସମ୍ପର୍କରେ ଉଭୟ ଦାଦା ପୁତୁରା ଶରଦ ଏବଂ ଅଜିଦଙ୍କ ମଧ୍ୟ ଆଲୋଚନା ହୋଇଛି । ଅଜିତ ମଧ୍ୟସ୍ଥତା କରିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିବାବେଳେ ଶରଦଙ୍କ ଝିଅ ସୁପ୍ରିୟା ଏହାକୁ ସିଧା ସିଧା ବିରୋଧ କରିଛନ୍ତି । ସେ କହିଛନ୍ତି କି, ବିଜେପି ଆମକୁ କୌଣସି ଅଫର ଦେଇନାହିଁ । ଆମେ ଦିଲ୍ଲୀରେ କଂଗ୍ରେସ ସହ କଥା ହୋଇଛୁ । ବିଜେପି ଅଫର ଦେବା କଥା ସମ୍ପୂର୍ଣ୍ଣ ମିଛ । ରାଜ୍ୟ କଂଗ୍ରେସର ପ୍ରଶ୍ନ ଉପରେ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହେଁନାହିଁ । ଆମେ ରାହୁଲ ଏବଂ ସୋନିଆଙ୍କ ସହ କଥା ହେଇଛୁ ।

୬୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ ପରେ ବି କମିନି କ୍ରେଜ୍, ଶହେ କୋଟି କ୍ଲବରେ ସାମିଲ ହୋଇଥିବା ଅଭିନେତା  

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଅେନକ ଷ୍ଟାର ଅଛନ୍ତି ଯେଉଁମାନେ ୬୦ ବର୍ଷରୁ ଅଧିକ ବୟସର ହୋଇଥିଲେ ସୁଦ୍ଧା ଆଜିଯାଏଁ ସ୍କ୍ରିନରେ ହିରୋଭାବେ ନଜର ଆସିଛନ୍ତି । ଏପରିକି ସେମାନଙ୍କ ଫିଲ୍ମ ଶହେ କୋଟି କ୍ଲବରେ ମଧ୍ୟ ସାମିଲ ହୋଇଛି । ଯେଉଁଥିରେ ଅମିତାଭ ବଚ୍ଚନ ଅନିଲ କପୁରଙ୍କ ଭଳି ଅଭିନେତାମାନେ ଅଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏଭଳି କିଛି କଳାକାରଙ୍କ ଉପରେ ଯେଉଁମାନେ ବିଳମ୍ବରେ ଶହେ କୋଟି କ୍ଲବରେ ସାମିଲ ହୋଇଛନ୍ତି । ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ’ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ହିଟ୍ ହେବା ସହ ଶହେ କୋଟି କ୍ଲବରେ ସାମିଲ ହୋଇଥିଲା ।

ସେହିପରି ଅନୁପମ ଖେରଙ୍କ ’କାଶ୍ମୀର ଫାଇଲ’ ଫିଲ୍ମ ଦର୍ଶକଙ୍କ ମହଲରେ ଆଦୃତ ହେବା ସହ ଭଲ ରୋଜଗାର କରିଛି । ଶହେ କୋଟି କ୍ଲବରେ ଏହି ଫିଲ୍ମ ସାମିଲ ହେବା ସହ ଚର୍ଚ୍ଚାରେ ରହିଥିଲା । ଅନିଲ କପୁର । ବୟସ ଆାଜି ମଧ୍ୟ କମ ଲାଗିଥାଏ । ’ଜଗ୍ ଜଗ୍ ଜିଓ’ ଚଳଚ୍ଚିତ୍ର ହିଟ୍ ସାବ୍ୟସ୍ତ ହେବା ସହ ଶହେ କୋଟି କ୍ଲବରେ ସାମିଲ ହୋଇପାରିଛି ।

ବଲିଉଡର ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତଙ୍କ କ୍ୟାରିୟରରେ ଅେନକ ଉତଥାନ ପତ୍ତନ ଘଟିଥିବାବେଳେ ତାଙ୍କ ଅଭିନୀତ ଫିଲ୍ମ କେଜିଏଫ ୨ ଶହେ କୋଟି କ୍ଲବରେ ସାମିଲ ହୋଇଛି । ଅନ୍ୟପଟେ ସନ୍ନି ଦେଓ୍ବଲଙ୍କ ’ଗଦର ୨’ ଏବେ ବକ୍ସ ଅଫିସରେ ବୋବାଲ ମଚାଇବା ସହ ୨ଶହ କୋଟି କ୍ଲବରେ ସାମିଲ ହୋଇଛି । ସନ୍ନି ଦେଓ୍ବଲଙ୍କ କ୍ୟାରିୟରର ଏହା ସବୁଠାରୁ ବଡ଼ ହିଟ୍ ଫିଲ୍ମ ବୋଲି ମଧ୍ୟ କୁହାଯାଇପାରେ ।

 

ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ, ୩୯ କୋଟି ଟଙ୍କା ମଞ୍ଜୁର

ବରଗଡ : ବରଗଡ ଜିଲ୍ଲାରେ ହେବ ୩ଟି ବୃହତ ସେତୁର ନିର୍ମାଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନ ଗତ ଜୁନ୍ ମାସ ୨୬ ଓ ୨୭ ତାରିଖରେ ବରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ବିଭିନ୍ନ ସ୍ଥାନରେ ଲୋକଙ୍କ ଅନୁରୋଧକୁ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।  ଏହାପରେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାରେ ୩ଟି ନୂତନ ବୃହତ ସେତୁର ନିର୍ମାଣ ପାଇଁ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

୩ଟି ସେତୁ ମଧ୍ୟରେ ବରପାଲିରେ ଗୋଟିଏ ବୃହତ ସେତୁ ରହିଛି। ବରପାଲିର ଜିଲୋଟ ନାଳ ଉପରେ ଏକ ସେତୁ ନିର୍ମାଣ କରାଯିବ। ୧୨୦ ମିଟର ଦୀର୍ଘ ଏହି ସେତୁ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବରଗଡ ଓ ବରପାଲି ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରିବା ସହିତ ଜିଲ୍ଲା ମୁଖ୍ୟାଳୟକୁ ମଧ୍ୟ ଯୋଗାଯୋଗର ସୁବିଧା ସୃଷ୍ଟି କରିବ । ଏହାଦ୍ୱାରା ପ୍ରାୟ ୨ ଲକ୍ଷ ୨୫ ହଜାର ଲୋକ ଉପକୃତ ହେବେ। ସେହିପରି ବରଗଡ ପୌରାଞ୍ଚଳ ଆଗାଁ ନଳା ଉପରେ ୬୦ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ବରଗଡ ଜିଲ୍ଲା ମୁଖ୍ୟାଳୟ ସହିତ ପରପାଲି ଓ ଭେଡେନ ବ୍ଲକ ମୁଖ୍ୟାଳୟକୁ ଯୋଡିବ । ଏହାଦ୍ୱାର ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ।  ତୃତୀୟ ସେତୁଟି ସରଳା ନାଳ ଉପରେ ନିର୍ମାଣ କରାଯିବ। ୧୫୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଭଟଲି ବ୍ଲକ ମୁଖ୍ୟାଳୟକୁ ବରଗଡ ଓ  ଅତାବିରା ବ୍ଲକ ମୁଖ୍ୟାଳୟକୁ ଯୋଡିବ। ଏହାଦ୍ୱାରା ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ ।