ବିକାଶର ଶିଖର ଛୁଇଁବ କଳାହାଣ୍ଡି, ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହେଲା ଅର୍ଥରାଶି

1 min read

କଳାହାଣ୍ଡି : ଫାଇଭ-ଟି ସଚିବଙ୍କ ଗସ୍ତ ପରେ କଳାହାଣ୍ଡିରେ ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହେଲା ଅର୍ଥରାଶି  । ଆମ୍ବପାଣି ବୁଢ଼ାରାଜା ମନ୍ଦିରର ସୋନ୍ଦର୍ଯ୍ୟକରଣ ପାଇଁ 75 ଲକ୍ଷ ଟଙ୍କା ଅନୁମୋଦନ ପରେ ଗୁଡହାଣ୍ଡି ଡୋକରି ଚଞ୍ଚରାର ବିକାଶ ପାଇଁ ଏକ କୋଟି ଦୁଇ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର  । ଦ୍ବିତୀୟ ପର୍ଯ୍ୟାୟରେ କୋକସରା ବ୍ଲକର 22ଟି ପ୍ରକଳ୍ପ ପାଇଁ ଏକ କୋଟି 63 ଲକ୍ଷ ମଞ୍ଜୁର ହୋଇଛି  । ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ଚପ୍ରିୟା ଠାରେ ଉଦନ୍ତୀ ନଦୀରେ ପୋଲ ନିର୍ମାଣ ପାଇଁ 24କୋଟି ଟଙ୍କା ମଞ୍ଜୁର ହୋଇଛି  l ଏହି ନଦୀରେ ପୋଲ ନିର୍ମାଣ ହେଲେ ମହାଲିଙ୍ଗ, ଚପ୍ରିୟା ସମେତ ପ୍ରାୟ 15ଟି ଗାଁର 50 ହଜାର ଲୋକ ଉପକୃତ ହେବେ  । ଧର୍ମଗଡର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀ ମନ୍ଦିରର ସୋନ୍ଦର୍ଯ୍ୟ କରଣ ପାଇଁ  ମଧ୍ୟ ଏକ କୋଟି ୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି  । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି କଳାହାଣ୍ଡିବାସୀ ।