ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମିଳିଲା ଶିକ୍ଷୟତ୍ରୀଙ୍କୁ ଦରମା

ବାଲେଶ୍ବର : ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଶିକ୍ଷୟିତ୍ରୀଙ୍କୁ ମିଳିଲା ଦରମା । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କନ୍ୟାନଗରୀ ପ୍ରାଥମିକ ବିଦ୍ୟାଳୟର ସ୍ବର୍ଣ୍ଣଲତା ନାୟକ ପାଇଛନ୍ତି ୫ ମାସର ଦରମା  । ସ୍ବର୍ଣ୍ଣଲତାଙ୍କ ସାଟିଫିକେଟରେ ଜନ୍ମ ତାରିଖ ଭୁଲ ଥିବା ନେଇ ଆରଟିଆଇ ତଥ୍ୟରୁ ଅଭିଯୋଗ ମିଳିଥିଲା  । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗୋଷ୍ଠୀ ଶିକ୍ଷାଧିକାରୀ ୫ ମାସର ଦରମା ବନ୍ଦ କରିଥିଲେ  । ଦରମା ଟଙ୍କା ପ୍ରଦାନ ପାଇଁ ସ୍ବର୍ଣ୍ଣଲତାଙ୍କ ବାରମ୍ବାର ଅନୁରୋଧ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବକେୟା ଦରମା ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ବର୍ଣ୍ଣଲତା ।